"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୭ କ ଧାଡ଼ି:
ଲିଓନ୍ ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ସେଠାରେ ସେ ଏକ ବୋଡିଂ ସ୍କୁଲର ଛାତ୍ର ଥିଲେ। ସେ ଥିଲେ ଅତିମାତ୍ରାରେ ଆତ୍ମମଗ୍ନ। ପୁଣି ଆତ୍ମୀୟଙ୍କ ସ୍ନେହର ଅଭାବ ତାଙ୍କୁ ଆତ୍ମାଭିମାନୀ କରିଦେଇଥିଲା। ସେଥିଲାଗି ସେ କାହାସହ ମିଶିପାରୁ ନଥିଲେ। ତାଙ୍କର ଜଣେ ସହପାଠୀ ତାଙ୍କ ସମ୍ପର୍କରେ କହିଥିଲେ ଯେ, "ଚାର୍ଲସ୍" ଖୁବ୍ ଭଲ ଛାତ୍ର ଥିଲେ, କିନ୍ତୁ ସେ ସବୁବେଳେ ନିଜ ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁଥିଲେ। ଅବଶ୍ୟ ତାହାର କାରଣ କାହାକୁ ଜଣା ନଥିଲା କିମ୍ବା ସେ ମଧ୍ୟ ଆମକୁ କି ଆଉ କାହାକୁ ଭି କହୁନଥିଲେ। ପରେ ପରେ "ଚାର୍ଲସ୍" ପ୍ୟାରିସର ଏକ ସ୍କୁଲକୁ ଆସିଲେ। ସେଠାରେ ସ୍କୁଲ [[ଶିକ୍ଷା]] ଶେଷ କରିବା ପରେ ଆଇନ କଲେଜରେ ନାମ ଲେଖାଇଲେ। ଅବଶ୍ୟ ସେ ଆଇନ ଶିକ୍ଷାକୁ ନେଇ ସେତେବେସି ଆଶାବାଦୀ ନଥିଲେ। କାରଣ ସେତେବେଳେ ଗୋଟିଏ ଧାରଣ ଥିଲା ଯେ, ଯେଉଁ ମାନେ ଚାକିରି କରି ପାରନ୍ତି ନାହିଁ ସେମାନେ ବାଧ୍ୟ ହୋଇ ଲ'କଲେଜରେ ନାମଲେଖାନ୍ତି। ତେବେ "ଚାର୍ଲସ୍" ତାଙ୍କର ଏକ ଆଲେଖ୍ୟରେ ଲେଖିଥିଲେ ଯେ, ସେ କୌଣସି ଚାକିରିକୁ ନେଇ ଆଶାବାଦୀ ନ ଥିଲେ। ବାସ୍ତବରେ ତାଙ୍କର ଚାକିରି କରିବାକୁ ଇଚ୍ଛା ନଥିଲା। ସେ ଲେଖାଲେଖିକୁ ନିଜର କ୍ୟାରିଅର କରିବାକୁ ଚାହୁଁଥିଲେ। "ଚାର୍ଲସ୍"ଙ୍କ ସାବତ ବାପା ଚାହୁଁଥିଲେ ଚାର୍ଲସ୍ ଜଣେ ଆଇନଜ୍ଞ କିମ୍ବା କୂଟନୀତିଜ୍ଞା ହୁଅନ୍ତୁ। ତାଙ୍କର [[ମା']] ମଧ୍ୟ ଠିକ୍ ଏହାହିଁ ଆଶା କରୁଥିଲେ। ହେଲେ ସମସ୍ତିଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଥିଲେ "ଚାର୍ଲସ୍"। ଲେଖାଲେଖିକୁ ନିଜର ଏକମାତ୍ର [[କ୍ୟାରିୟର]] ଭାବେ ଗ୍ରହଣ କରିନେଇଥିଲେ।
 
==ପ୍ରଥମଚାର୍ଲସ୍'ଙ୍କ ପ୍ରକାଶ==
ପ୍ରଥମେ ଜଣେ [[ସମାଲୋଚକ]] ଭାବେ ଆବିର୍ଭାବ ହୋଇଥିଲେ "ଚାର୍ଲସ୍"। ତାଙ୍କ ପ୍ରଥମ ପ୍ରକାଶିତ ସମାଲୋଚକମୂଳକ ଲେଖାର ଶୀର୍ଷକ ଥିଲା "ସଲୋନ୍ ଅଫ୍ ୧୮୪୫"। ଏହି ଗୋଟିଏ ଲେଖା ହିଁ ଯଥେଷ୍ଟ ଥିଲା ଫ୍ରାନ୍ସର ସାରସ୍ୱତ ଜଗତରେ ଆଲୋଡନ ସୃଷ୍ଟି କରିବା ପାଇଁ। ପିଲାଟିବେଳୁ ଖୁବ୍ ନିର୍ଭୀକ ଥିଲେ "ଚାର୍ଲସ୍"। ତାହା ମଧ୍ୟ ତାଙ୍କ କଲମରେ ପ୍ରକଟିତ ହେଉଥିଲା। ସେଥିଲାଗି ତାଙ୍କର ପ୍ରଥମ ଲେଖାଟି ପାଠକୀୟତା ସାଉଣ୍ଟିବାରେ ସଫଳ ହୋଇଥିଲା। ପୁଣି ସେ ଯେଉଁ ଢଙ୍ଗରେ ଊନବିଂଶ ଶତାବ୍ଦୀର କ୍ରମ ପରିବର୍ତ୍ତନଶୀଳ ପ୍ରେମର ପରିପ୍ରକାଶ କରିଥିଲେ ତାହା ଥିଲା ଅନ୍ୟମାନଙ୍କ ପାଇଁ ଏକ ଅଚିନ୍ତନୀୟ ବିଷୟ। ତତ୍କାଳର ପ୍ରବୀଣ ସାହିତ୍ୟିକମାନେ "ଚାର୍ଲସ୍"ଙ୍କୁ ବଧେଇ ଜଣେଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ପୁନଶ୍ଚ ୧୮୪୬ ମସିହାରେ [[ଚାର୍ଲସ୍ ବଦେଲିଅର]] ନିଜର ୨ୟ "ସଲୋନ୍"ର ପୁନର୍ବିଲୋକନ କଲେ, ଯାହା ତାଙ୍କୁ ଜଣେ ସମ୍ମାନଯୋଗ୍ୟ କଳ୍ପନାପ୍ରିୟ [[ଓକିଲ]] ଏବଂ ସମାଲୋଚକ ଭାବେ ଅତ୍ୟନ୍ତ ଲାଭଦାୟକ କରିଥିଲା। "ଚାର୍ଲସ୍"ଙ୍କ ସମର୍ଥକ (ଡେଲାକ୍ରୋଇକ୍ସ) ନାମକ ଜଣେ ଅଗ୍ରବର୍ତ୍ତୀ କଳ୍ପନାବିଳସୀ କଳାକାର ତାଙ୍କ ବିଜ୍ଞପ୍ତିକୁ ବିସ୍ତୃତ କରି ଲାଭବାନ ହେଲେ।<ref name = "crapkq">Richardson 1994, p. 110.</ref>ଉକ୍ତ ବର୍ଷଟିକୁ ଅନୁସରଣ କରି [[ଚାର୍ଲସ୍ ବଦେଲିଅର]]ଙ୍କ (ଲ'ଫ୍ୟାନ୍ଫ୍ରଲୋ) ନାମକ [[ଉପନ୍ୟାସ]] ପ୍ରକାଶିତ ହେଲା।
 
==ଶେଷ ଜୀବନ==