"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୮ କ ଧାଡ଼ି:
 
ସେପ୍ଟେମ୍ବର ୧୯୪୧ରେ ତାଙ୍କର ଦୀର୍ଘକାଳୀନ ଅଣ୍ଟା ବ୍ୟଥା ଅସୁବିଧା ଲାଗି ଆମେରିକୀୟ ସେନାବାହିନୀ ଦ୍ୱାରା ସ୍ୱାସ୍ଥ୍ୟ ଆଧାରରେ ପ୍ରତ୍ୟାଖ୍ୟିତ ହେଲେ । ତେବେ ଏଥିରେ ହାରି ନ ଯାଇ ସେ ନୌବାହିନୀ ରେ ଯୋଗଦେବା ଲାଗି ଉଦ୍ୟମ କଲେ । ନୌବାହିନୀ ଗୁପ୍ତବିଭାଗର ଡାଇରେକ୍ଟର ତାଙ୍କ ପିତା ଜୋସେଫ କେନେଡ଼ିଙ୍କ ଚିହ୍ନା ହୋ‍ଇଥିବାରୁ ତାଙ୍କୁ ନୌବାହିନୀରେ ସ୍ଥାନ ମିଳିଲା । ନୌବାହିନୀ ସେକ୍ରେଟାରୀଙ୍କ କାର୍ଯ୍ୟାଳୟରେ ସେ ଏନସାଇନ୍ ଭାବେ କାମ କରୁଥିଲେ ।ଏହି ସମୟରେ ପଲ୍ ହାର୍ବର ଆକ୍ରମଣ ହେବାରୁ ସେ ନୌବାହିନୀ ରିଜର୍ଭ ଅଫିସର ଟ୍ରେନିଂ କର୍ପ ରେ ଓ ପରେ ମୋଟର ଟର୍ପେଡ଼ୋ ବୋଟ ସ୍କ୍ୱାଡ଼୍ରନ (ମେଲଭିଲ, ରୋଡ଼ ଆଇଲ୍ୟାଣ୍ଡ) ରେ ଯୋଗ ଦେଲେ । ତାଙ୍କ ପ୍ରଥମ କମାଣ୍ଡ ଥିଲା PT-101 (୭ ଡିସେମ୍ବର ୧୯୪୨-୨୩ ଫେବ୍ରୁଆରୀ ୧୯୪୩) ଯାହା ଟ୍ରେନିଂ ପାଇଁ ବ୍ୟବହାର ହେଉଥିଲା । ତା ପରେ ତାଙ୍କ ନେତୃତ୍ୱ ରେ ତିନିଟି PT ବୋଟ (PT-98, PT-99, PT-101) କୁ ରୋଡ଼ ଆଇଲ୍ୟାଣ୍ଡରୁ ଜ୍ୟାକସନଭିଲ, ଫ୍ଲୋରିଡ଼ା କୁ ନିଆଗଲା । ଏହି ଯାତ୍ରା ସମୟରେ ଥଣ୍ଡା ପାଣି ସଂସ୍ପର୍ଶରେ ଆସିବା ଯୋଗୁଁ ସେ କିଛି ସମୟ ରୋଗଗ୍ରସ୍ତ ହୋ‍ଇଥିଲେ । ତା’ପରେ ତାଙ୍କୁ ପାନାମା ଓ ପରେ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରାଗଲା । ସେ ଲେଫ୍ଟିନାଣ୍ଟ ପଦବୀକୁ ଉତ୍ତୀର୍ଣ୍ଣ ହେବା ସହ ଆଉ ଦୁଇଟି ପାଟ୍ରୋଲ ଟର୍ପେଡ଼ୋ (PT) ବୋଟର ନେତୃତ୍ୱ ନେଇଥିଲେ ।
[[File:PT-109 crew.jpg|thumb|250px|[[Lieutenant (junior grade)]] John F. Kennedy (standing at right) with his ''PT-109'' crew, 1943.]]
 
୨ ଅଗଷ୍ଟ ୧୯୪୩ ରେ କେନେଡ଼ିଙ୍କ PT-109 ବୋଟ ସହ PT-162 ଓ PT-169 ସୋଲୋମନ ଦ୍ୱୀପ ପାଖରେ ପାଟ୍ରୋଲିଂ କରୁଥିଲା ବେଳେ PT-109, ଜାପାନୀ ଯୁଦ୍ଧଜାହାଜ ଆମାଗିରି ଧକ୍କାରେ ନଷ୍ଟ ହୋ‍ଇଗଲା । କେନେଡ଼ି ନିଜ ବଞ୍ଚିଥିବା ନାବିକ ମାନଙ୍କୁଏକତ୍ରିତ କରି ଲଢ଼ିବା କିମ୍ୱା ଆତ୍ମସମର୍ପଣ କରିବା, ସେ ନେଇ ଭୋଟ କଲେ । ତାଙ୍କ ଭାଷାରେ "ଏପରି ଶୋଚନୀୟ ଅବସ୍ଥାରେ କଣ କରିବାକୁ ହୁଏ ତାହା ଆମକୁ ପଢ଼ାଯାଇ ନାହିଁ । ମୁଁ ଜାଣେ ତମ ମାନଙ୍କର ପରିବାର ଅଛି,କିଛିଙ୍କ ପିଲାଛୁଆ ବି ଅଛନ୍ତି । ତମେ ମାନେ କଣ କରିବାକୁ ଚାହଁ? ମୋର ହରାଇବା ଲାଗି କିଛି ନାହିଁ ।" କେନେଡ଼ିଙ୍କ ସହକର୍ମୀ ମାନେ ଭୀରୁ ରୂପେ ଆତ୍ମସମର୍ପଣ ନ କରି ଗୋଟେ ଛୋଟ ଦ୍ୱୀପକୁ ପହଁରି ଗଲେ ।
[[File:Lt. John F. Kennedy aboard the PT-109.jpg|upright|thumb|Kennedy on his navy patrol boat, the [[PT boat|''PT-109'']].]]
 
ସେଇ ଧକ୍କାରେ କେନେଡ଼ିଙ୍କ ପିଠି ଆଘାତଗ୍ରସ୍ତ ହୋ‍ଇଥିଲେ ହେଁ ସେ ତାକୁ ଖାତିର ନକରି ନିଜ ଦାନ୍ତରେ ଗୋଟେ ଲାଇଫ ଜ୍ୟାକେଟ ଧରି ଜଣେ ନିଆଁରେ ପୋଡ଼ିଯାଇଥିବା ନାବିକଙ୍କୁ ଉଦ୍ଧାର କଲେ । ନିଜ କର୍ମୀମାନଙ୍କୁ ସେ ଗୋଟିଏ ଦ୍ୱୀପ ଓ ସେଠୁ ଆଉ ଗୋଟେ ଦ୍ୱୀପକୁ ନେଇଗଲେ ଯେଉଁଠୁ ପରେ ସେମାନଙ୍କୁ ଉଦ୍ଧାର କରାଗଲା । ତାଙ୍କର ସାହସିକତା ଲାଗି ନୋମ୍ନୋକ୍ତ ଉର୍ଦ୍ଧୃତି ସହ ନାଭାଲ ଓ ମାରିନ୍ କର୍ପ ମେଡ଼ାଲ ମିଳିଥିଲା ।
<blockquote>'' For extremely heroic conduct as Commanding Officer of Motor Torpedo Boat 109 following the collision and sinking of that vessel in the Pacific War Theater on August 1–2, 1943. Unmindful of personal danger, Lieutenant (then [[Lieutenant, Junior Grade]]) Kennedy unhesitatingly braved the difficulties and hazards of darkness to direct rescue operations, swimming many hours to secure aid and food after he had succeeded in getting his crew ashore. His outstanding courage, endurance and leadership contributed to the saving of several lives and were in keeping with the highest traditions of the United States Naval Service.''</blockquote>