"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣ ରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟ ରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡ କୁ ୨୭୦o କୋଣ ରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ ଟି ଥାଏ ଯେଉଁଠାରେ ମନୁଷ୍ୟ ର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣ ରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହ ରେ କୌଣସି ଅସୁବିଧା ହୁଏନାହିଁ ।
===Burrowing owl (Athene cunicularia)===
ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନ ର ସଂସ୍ପର୍ଶ ରେ ନ ଆସେ ସେମାନେ ଶବ୍ଦ କୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁ ର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁ ର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣା ରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।
 
==ପ୍ରଜନନ==
ପେଚା ମାନଙ୍କ ଅଣ୍ଡା ବୃତ୍ତାକାର ଓ ଧଳା ଏବଂ ଏମାନେ ଏକାଧିକ ଅଣ୍ଡା ଦେଇଥା’ନ୍ତି । ଅଣ୍ଡା ଦେବାରେ ଏମାନେ ୧ରୁ ୩ ଦିନ ସମୟ ନିଅନ୍ତି ଯାହାଫଳରେ ଅଣ୍ଡା ଫୁଟିବାସମୟ ପୃଥକ ପୃଥକ ହୋଇଥାଏ ।
୨,୭୬୯

ଗୋଟି ସମ୍ପାଦନା