"ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୭ କ ଧାଡ଼ି:
==ବିଶେଷତା==
ସିଂହ ମାନଙ୍କ ଭିତରେ ଲିଙ୍ଗଭେଦ ଯଥେଷ୍ଟ ପରିଲକ୍ଷିତ ହୁଏ ଯେପରିକି ପୁରୁଷ ସିଂହ ର ମୁଣ୍ଡ ରୁ କାନ୍ଧ ଚାରିପାଖେ ଗହଳିଆ ଓ ଲମ୍ବା କେଶ ଥାଏ ପରନ୍ତୁ ସ୍ତ୍ରୀ ସିଂହ ପାଖେ ସେପରି କୌଣସି କେଶ ଦେଖା ଯାଏ ନାହିଁ ।
 
 
ସିଂହ ମାନଙ୍କ ଶରୀରର ଈଷତ ଗେରୁଆ,ଈଷତ ହଳଦୀ,ମାଟିଆ ଓ କିଞ୍ଚିତ ଲାଲ ରଙ୍ଗର ହୋଇଥାଏ । ଶରୀରର ନିମ୍ନ ଭାଗ ଅପେକ୍ଷାକୃତ କମ ରଙ୍ଗ ଥାଏ ଓ ଲାଞ୍ଜ ର ଶେଷଭାଗ କଳା ହୋଇଥାଏ । ସିଂହ ର ଶାବକ ମାନଙ୍କ ଦେହରେ କଳା କଳା ଚିହ୍ନ ଥାଏ ଯାହାକି ବୟସ ବଢିବା ସହ ଆସ୍ତେ ଆସ୍ତେ କ୍ଷୀଣ ହେବାରେ ଲାଗେ । ଜନ୍ମ ସମୟରେ ଶାବକ ମାନେ ଏକା ପରି ଦେଖା ଯା’ନ୍ତି ଅର୍ଥାତ କୌଣସି କେଶରୀ ନଥାଏ ତ ସେମାନଙ୍କ ମଧ୍ୟରେ କିଏ ପୁରୁଷ ଓ କିଏ ସ୍ତ୍ରୀ ସ୍ପଷ୍ଟ କରିବା ବ୍ୟାଘାତ ହୁଏ,ଜନ୍ମର ପ୍ରାୟ ୫-୬ ମାସ ପରେ ପୁରୁଷ ଶାବକ ର କେଶରୀ ବାହାରିବା ଆରମ୍ଭ ହୁଏ ଓ ୭ ମାସ ମଧ୍ୟରେ ଏହା ସ୍ପଷ୍ଟ ଜଣାପଡେ । ସିଂହ ମାନଙ୍କ ଓଜନ ଓ ଲମ୍ବ ର ବିବିଧତା ବାସସ୍ଥାନ ଅନୁଯାଇ ହୋଇଥାଏ ଯେପରିକି କାଲାହାରି,ରୋଢେସିଆ,କ୍ରୁଗେର ପାର୍କ ପୁରୁଷ ସିଂହର ୧୮୯.୬ କିଗ୍ରା ଓ ସ୍ତ୍ରୀ ସିଂହ ର ଓଜନ ୧୨୬.୯ କିଗ୍ରା ହୋଇଥିବା ବେଳେ ପୂର୍ବ ଆଫ୍ରିକା ର ପୁରୁଷ ସିଂହ ୧୭୪.୯ କିଗ୍ରା ଓ ସ୍ତ୍ରୀ ସିଂହ ୧୧୯.୫ କିଗ୍ରା ହୋଇଥାଏ । ତଥ୍ୟରୁ ଜଣାପଡେ ପୁରୁଷ ସିଂହ ର ଶରୀରର ୧୭୦-୨୫୦ ସେମି ଓ ଲାଞ୍ଜ ୯୦-୧୦୫ ସେମି ସେମିତି ସ୍ତ୍ରୀ ସିଂହ ର ଲମ୍ବ ୧୪୦-୧୭୫ ସେମି ଓ ଲାଞ୍ଜ ୭୦-୧୦୦ ସେମି ହୋଇଥାଏ ।
"https://or.wikipedia.org/wiki/ସିଂହ"ରୁ ଅଣାଯାଇଅଛି