"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୤ > ।
ଦଶବତାର ପ୍ରସଙ୍ଗରୁ ଅଷ୍ଟକମ (ଅଷ୍ଟକମ ଠିକ ?)
୬୧ କ ଧାଡ଼ି:
== ଅଲଗାଭାବେ ==
ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ । ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର । ‘ମତ୍ସ୍ୟ’ରୁ ବିବର୍ତ୍ତନ ଦ୍ବାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ । ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) । ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) । ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) । ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) । ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) । ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) । ତତ୍ପରେ ‘[[ଗୌତମ ବୁଦ୍ଧ|ବୁଦ୍ଧ]]’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି।
==ଦଶାବତାର ଅଷ୍ଟକମ==
<poem>
ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ ।
ବିହିତବହିତ୍ରଚରିତ୍ରମଖେଦମ୍ ॥
କେଶବ ଧୃତ ମୀନ ଶରୀର ।
ଜୟ ଜଗଦୀଶ ହରେ ॥୧॥
 
କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ ।
ଧରଣୀଧାରଣକିଣ ଚକ୍ର ଗରିଷ୍ଠେ ॥
କେଶବ ଧୃତ, କଚ୍ଛପ ରୂପ ।
ଜୟ ଜଗଦୀଶ ହରେ ॥୨॥
 
ବସତି ଦଶନଶିଖରେ ଧରଣୀ ତବ ଲଗ୍ନା ।
ଶଶିନି କଳଙ୍କକଲେବ ନିମଗ୍ନା ॥
କେଶବ ଧୃତ, ଶୂକର ରୂପ ।
ଜୟ ଜଗଦୀଶ ହରେ ॥୩॥
 
ତବ କରକମଳବରେ ନଖମଦ୍ଭୁତଶୃଙ୍ଗମ୍ ।
ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ ॥
କେଶବ ଧୃତ, ନରହରି ରୂପ ।
ଜୟ ଜଗଦୀଶ ହରେ ॥୪॥
 
ଛଳୟସି ବିକ୍ରମଣେ ବଳିମଦ୍ଭୁତ ବାମନଂ ।
ପଦନଖନୀରଜନିତଜନପାବନଂ ॥
କେଶବ ଧୃତ, ବାମନ ରୂପ ।
ଜୟ ଜଗଦୀଶ ହରେ ॥୫॥
 
କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍ ।
ସ୍ନପୟସି ପୟସି ଶମିତଦ୍ଭବତାପମ୍ ॥
କେଶବ ଧୃତ, ଭୃଗୁପତି ରୂପ ।
ଜୟ ଜଗଦୀଶ ହରେ ॥୬॥
 
ବିତରସି ଦିକ୍ଷୁ ରଣେ ଦିକ୍ପତିକମନୀୟମ୍ ।
ଦଶମୁଖମୌଳେବଳିଂ ରମଣୀୟଂ ॥
କେଶବ ଧୃତ, ରାମଶରୀର
ଜୟ ଜଗଦୀଶ ହରେ ॥୭॥
 
ବହସି ବପୁଷି ବିଶଦେ ବସନଂ ଜଳଦାଭମ୍ ।
ହଳହତି ଭୀତି ମିଳିତଯମୁନାଭମ୍ ॥
କେଶବ ଧୃତ, ହଳଧର ରୂପ ।
ଜୟ ଜଗଦୀଶ ହରେ ॥୮॥
 
ନିନ୍ଦସି ଯଜ୍ଞବିଧେରହହ ଶୃତିଜାତମ୍ ।
ସଦୟହୃଦୟଦର୍ଶିତପଶୁଘାତମ୍ ॥
କେଶବ ଧୃତ, ବୁଦ୍ଧଶରୀର ।
ଜୟ ଜଗଦୀଶ ହରେ ॥୯॥
 
ମ୍ଲେଛ୍ଛନିବହନିଧନେ କଳୟସି କରବାଳମ୍ ।
ଧୂମକେତୁମିବ କିମପି କରାଳମ୍ ॥
କେଶବ ଧୃତ, କଳ୍କୀଶରୀର ।
ଜୟ ଜଗଦୀଶ ହରେ ॥୧୦॥
 
ଶ୍ରୀଜୟଦେବକବେରିଦମୁଦିତମୁଦାରମ୍ ।
ଶୃଣୁସୁଖଦଂ ଶୁଭଦଂ ଭବସାରମ୍ ॥
କେଶବ ଧୃତ, ଦଶବିଧରୂପ
ଜୟ ଜଗଦୀଶ ହରେ ॥୧୧॥
</poem>
== ଆଧାର ==
{{ଆଧାର}}
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି