"ଚାର୍ଲସ ଡାରଉଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୨ କ ଧାଡ଼ି:
|spouse = ଏମ୍ମା ଡାରଉଇନ
}}
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ଵବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ଵବିଜ୍ଞାନୀ | “ବିବର୍ତ୍ତନବାଦ" ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀ ର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀ ରୁ ହୋଇଅଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦ ର ଶାଖା ପ୍ରଶାଖା ର ନିମନ୍ତେ "[[:en:Natural selection|ପ୍ରାକୃତିକ ଚୟନ]](ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "[[:en:On the Origin of Species|ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍]] '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଂକ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦ କୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନ୍ କଂ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତା କୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
 
 
==ବାଲ୍ୟ ଜୀବନ ଏବଂ ଶିକ୍ଷା==
ଡାରଉଇନ୍ କଂ ଜନ୍ମ ୧୨ ଫେବୃୟାରୀ ୧୮୦୯ ମସିହାରେ ଏକ ଧନୀ ପରିବାରେ ଶ୍ରୀଉବରୀ,ଶ୍ରୋଫଶାୟର୍,[[:en:England|ଇଂଲଣ୍ଡ୍]] ରେ ହୋଇଥିଲା |ପିତା ରର୍ବଟ ଡାରଉଇନ୍ ଏବଂ ମାତା ସୁଶାନା ଡାରଉଇନ୍ ୬ ଜଣ ସନ୍ତାନସନ୍ତତି ମଧ୍ୟେ ସେ ପଂଚମ ସନ୍ତାନ ଥିଲେ |ଡାର୍ପିଉଇନ୍ କଂ ପିତା ଜଣେ ଚିକିସ୍ଚକ ଥିଲେ| ଛୋଟ ବେଳୁ ଚାର୍ଲ୍ସ୍ କଂ ମନ ପ୍ରାକୃତିକ ବିଜ୍ଞାନରେ ଥିଲା |୧୮୨୫ ମସିହାରେ ସେ ପିତାକଂ ଅଧିନରେ ଡାକ୍ତରୀ ସେବା ଆରମ୍ଭ୍ କଲେ | କିନ୍ତୁ ଡାକ୍ତରୀ ପଢା ଠାରୁ ତାହାଂକର ମନ ପ୍ରକୃତିରେ ଥିଲା ଯାହା ନିମନ୍ତେ ଡାକ୍ତରୀ ପଢାରେ ଅବହେଳା ହେଲା | ୟୁନିଭର୍ସିଟି ଅଫ୍ କାମ୍ବ୍ରିଜ୍( ଖ୍ରୀଷ୍ଟ୍ କଲେଜ୍ )ରେ ଅଧ୍ୟୟନ ତାହାଂକୁ ପ୍ରାକୃତିକ ବିଜ୍ଞାନ ରେ ଅଧିକ ଉତ୍ସାହିତ କରିଥିଲା | ଏଚ୍ .ଏମ୍ .ଏସ୍ ବିଗଲ୍ ରେ ୫ ବର୍ଷୀୟା ସାମୁଦ୍ରିକ ଯାତ୍ରା ତାହାଂକୁ ଜଣେ ସୁପରିଚିତ ଭୂବୈଜ୍ଞାନିକ ରୂପେ ଅଧିସ୍ଥାନ କରିବାରେ ସହାୟ ହୋଇଥିଲା |
ଜୀବଜନ୍ତୁ ଏବଂ ସେମାକଂର ଭଗ୍ନାବଶେଷର ଭୌଗଳିକ ବିବଣ୍ଟନ ରେ ଡାରଉଇନ୍ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ସେ ବିଷୟରେ ଗବେଷଣା ଆରମ୍ଭ କରିଥିଲେ | ୧୮୩୮ ମସିହାରେ ସେ "ଥିଓରି ଅଫ୍ ନାଚୁରାଲ୍ ସିଲେକ୍ସନ୍" ର ଘୋଷଣା କରିଥିଲେ |
 
୫୫ କ ଧାଡ଼ି:
୧୮୮୨ ରେ ଡାରଉଇନ୍ ଏକ ହୃଦୟଜନିତ ରୋଗ ରେ ପୀଡିତ ଥିଲେ | ତାହାଂକ ମୃତ୍ୟୁ ୧୯ ଏପ୍ରିଲ୍ ୧୮୮୨ ମସିହାରେ 'ଡାଉନ୍ ହାଉସ୍ 'ରେ ହୋଇଥିଲା |
ଡାରଉଇନ୍ ତାହାଂକ ସମୟର ଜଣେ ମହାନ ବୈଜ୍ଞାନିକ ଥିଲେ | ଯାହାଂକ ନିକଟରେ ବୈପ୍ଲବିକ ଚିନ୍ତାଧାରା ଥିଲା | ଏହି ସମୟକୁ 'ଡାରଉଇନିଜମ୍ ର ଏକ୍ଲିପସ୍ ' କୁହାଯାଏ କାରଣ ଅନେକ ବୈଜ୍ଞାନିକ କ୍ରମାଗତ ପ୍ରଚେଷ୍ଟା ସତ୍ବେ ଅନ୍ୟ କୌଣସି ବିକଳ୍ପ ଡାରଉଇନିଜମ୍ ବିପକ୍ଷରେ ଉପସ୍ଥାପନ କରିପାରିନଥିଲେ |
୧୯୩୦ ରୁ ୧୯୫୦ ମଧ୍ୟରେ ବିବର୍ତ୍ତନବାଦ ବିକାଶ ତଥା [[:en:Mendelian inheritance|ମେଣ୍ଡେଲିଆନ୍ ଜେନେଟିକ୍ସ୍]] ଏବଂ [[:en:Population genetics|ପପୁଲେସନ୍ ଜେନେଟିକ୍ସ୍]] ଏହା ପ୍ରମାଣିତ କରିଥିଲା ଯେ ପ୍ରାକୃତିକ ଚୟନ ( natural selection) କ୍ରମବିକାଶ ଅଥବା ବିବର୍ତ୍ତନବାଦ ର ମୂଖ୍ୟ କାରଣ |