"ବିଜୁଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
No edit summary
୧ କ ଧାଡ଼ି:
{{ଛୋଟ|Lightning}}
[[File:Lightnings sequence 2 animation.gif|thumb|ବିଜୁଳି]]
ପୃଥିବୀରେ[[ପୃଥିବୀ]]ରେ ପ୍ରତ୍ୟେକ ସେକେଣ୍ଡରେ ପ୍ରାୟ ୪୦-୫୦ଥର ବା ପ୍ରତ୍ୟେକ ବର୍ଷ ୧୪୦ କୋଟି ଥର ବିଜୁଳି ତିଆରି ହେଇଥାଏ । <ref name="EncyWorldClim freq">{{cite book|url=http://books.google.com/?id=-mwbAsxpRr0C&pg=PA452|title=Encyclopedia of World Climatology|accessdate=February 8, 2009|publisher=National Oceanic and Atmospheric Administration|author=Oliver, John E.| isbn=978-1-4020-3264-6|year=2005}}</ref>
ଆକାଶରେ ଭାସମାନ ବାଦଲକଣିକା ଗୁଡ଼ିକରେ ଚାର୍ଜ ରହିଥାଏ । ବାଦଲର ଉପରିଭାଗରେ ଥିବା କଣିକାଗୁଡ଼ିକରେ ଯୁକ୍ତାତ୍ମକଚ଼ାର୍ଜ ରହିଥିବା ବେଳେ ନିମ୍ନଭାଗରେ ଥିବା କଣିକାଗୁଡ଼ିକରେ ବିଯୁକ୍ତାତ୍ମକଚ଼ାର୍ଜ ରହିଥାଏ । ଆମେ ଜାଣୁ ପାନିଆରେ ନୁଖୁରାମୁଣ୍ଡ କୁଣ୍ଡେଇବା ପରେ ତାକୁ କାଗଜ ଟୁକୁରା ଆଡ଼କୁ ଦେଖେଇଲେ, କାଗଜ ଟୁକୁରାଗୁଡ଼ିକ ପାନିଆ ଆଡ଼କୁ ଟାଣି ହେଇଆସେ । କାରଣ ମୁଣ୍ଡକୁଣ୍ଡେଇବା ଫଳରେ ପାନିଆ ଚାର୍ଜିତ ହୋଇଥାଏ ଓ ତାହା କାଗଜ ଟୁକୁରାକୁ ବିପରୀତ ଢଙ୍ଗରେ ଚାର୍ଜିତ କରେ । ଠିକ୍ ସେମିତି ବାଦଲର ନିମ୍ନଭାଗ ଚାର୍ଜିତ ହେଇଥିବାରୁ ବାଦଲ ତଳେ ଥିବା ଭୂମିଉପରେ ଯୁକ୍ତାତ୍ମକଚାର୍ଜ ଜମାହୁଏ । ଯେତେବେଳେ ବାଦଲତଳ ଓ ଭୂମିଉପରର ପରସ୍ପର ବିପରୀତ ଚାର୍ଜ ମିଶିବାକୁ ଯାଆନ୍ତି, ବାୟୁ ମଧ୍ୟଦେଇ ଏକ ବିଦ୍ୟୁତସ୍ରୋତ ପ୍ରବାହିତ ହୁଏ, ଯାହାକୁ ବିଜୁଳିରୂପରେ ଆମେ ଦେଖୁ । ବିଦ୍ୟୁତ ସ୍ରୋତର ପ୍ରବାହ ଯୋଗୁଁ ଯେମିତି ଘରେ ହିଟର୍ ଗରମ ହୁଏ, ଠିକ୍ ସେମିତି ବିଜୁଳିସ୍ରୋତ ଯେଉଁପଥ ଦେଇ ପ୍ରବାହିତ ହୁଏ, ବାୟୁକଣିକା ଗରମ ହୋଇ ସେଇ ସ୍ଥାନର ତାପମାତ୍ରା ପ୍ରାୟ ୩୦,୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚିଯାଏ । ତୁଳନାପାଇଁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫୁଟନ୍ତାପାଣିର ତାପମାତ୍ରା ମାତ୍ର ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ । ବାୟୁ ଉତ୍ତପ୍ତ ହେଲେ ତାହାର ଆୟତନ ବୃଦ୍ଧିପାଏ । ବିଜୁଳିସ୍ରୋତପାଇଁ ସ୍ରୋତପଥରେ ଉପସ୍ଥିତ ବାୟୁର ଆୟତନ ଗୋଟିଏ ସେକେଣ୍ଡର ଲକ୍ଷେଭାଗରୁ ଏକଭାଗ ସମୟ ମଧ୍ୟରେ ପ୍ରାୟ ହଜାରେଗୁଣ ବଢିଯାଏ । ଉକ୍ତ ସଂପ୍ରସାରିତ ବାୟୁ ସ୍ରୋତପଥକୁ ଘେରି ରହିଥିବା ସ୍ଥିରବାୟୁକୁ ହଠାତ୍ ଠେଲିଦିଏ, ଯାହାକି ବାୟୁକଣିକାରେ ଜୋର୍ କମ୍ପନ ସୃଷ୍ଟିକରେ । ଫଳରେ ଏକ ଶକ୍ତିଶାଳୀ ଶବ୍ଦ ତରଙ୍ଗ ସୃଷ୍ଟିହୁଏ । ତାକୁ ଆମେ ଘଡ଼ଘଡ଼ି କହୁ । ଏସବୁ ନିମିଷେକ ଭିତରେ ଘଟିଯାଏ ।
 
"https://or.wikipedia.org/wiki/ବିଜୁଳି"ରୁ ଅଣାଯାଇଅଛି