"ପ୍ରାଣକୃଷ୍ଣ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାଲ୍ୟଜୀବନ,ଶିକ୍ଷା ଓ କର୍ମଜୀବନ
ଟିକେNo edit summary
୧୮ କ ଧାଡ଼ି:
| citizenship = [[ଭାରତ|ଭାରତୀୟ]]
| education =
| alma_mater = [[ରେଭେନ୍‌ସା କଲିଜିଏଟ ସ୍କୁଲ]],[[ରେଭେନ୍ସା ମହାବିଦ୍ୟାଳୟ]], <br />[[କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ]]
| period =
| genre =
୫୪ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା ==
ପ୍ରାଣକୃଷ୍ଣଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର, ବାଲିକୁଦା ଅନ୍ତର୍ଗତ ଇଚ୍ଛାପୁରଠାରେ ହୋଇଥିଲା । ପିତା ବିଶ୍ଵନାଥ ପରିଜା ଓ ମାତା ଜୟନ୍ତୀ ଦେବୀଙ୍କ ପୁତ୍ର, ପ୍ରାଣକୃଷ୍ଣଙ୍କ ବାଲ୍ୟଜୀବନ ସେହି ବାଲିକୁଦାରେ ଅତିବାହିତ ହୋଇଥିଲା । ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଇଂରାଜୀଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ୍ ଯିବା ପାଇଁ,ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ,୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ଵର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ [[କଲିକତା]]ର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍. ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ [[ଇଂଲଣ୍ଡ]] ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜ୍ଜନ କରିଥିଲେ । ସେ, କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ, ସେ ବୀରବଲ ସାହାଣୀ, ଚିନ୍ତାମନ ଦ୍ଵାରକାନାଥ ଦେଶମୁଖ, ଅଫଜଲ ହୁସେନ, ହନୁମନ୍ତରାଇ, ରାମାନୁଜମ, ଜନ ମଥାଇ ଆଦି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସହପାଠୀଭାବରେ ପାଇଥିଲେ । ପ୍ରାଣକୃଷ୍ଣ ଓ [[ସୁଭାଷ ଚନ୍ଦ୍ର ବୋଷ]]ଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିଲା । ସୁଭାଷ ଚନ୍ଦ୍ର ବୋଷ ଲଣ୍ଡନରେ ଅଧ୍ୟୟନ କରିବା ସମହରେସମୟରେ, ପ୍ରଥମ କିଛି ଦିନ, ପ୍ରାଣକୃଷ୍ଣଙ୍କ ସହ ରହୁଥିଲେ ।
 
== କର୍ମଜୀବନ ==
୧୯୨୦ ମସିହାରେ,କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରିବା ପରେ, ୧୯୨୦ ମସିହାରେ, ଡଃ ପରିଜା ଗ୍ରେଟବ୍ରିଟେନ ସ୍ଥିତ ଫୁଡ ଇନଭେଷ୍ଟିଗେସନ ବୋର୍ଡ଼ ତାଙ୍କୁବୋର୍ଡ଼ରେ ଫଳ ସଂରକ୍ଷଣ ବିଭାଗର ଗବେଷକ ଭାବରେ ନିଯୁକ୍ତି ପାଇଥିଲେ । ୧୯୨୧ ଅଗଷ୍ଟ ମାସ ୪ ତାରିଖରେ, ଇଣ୍ଡିଆନ ଏଜୁକେସନାଲ ସର୍ଭିସରେ ନିଯୁକ୍ତି ପାଇ, ସେ ରେଭେନ୍ସା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ରୂପେ ଯୋଗ ଦେଇଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ '''ଆତର ଶ୍ଵାସପ୍ରକ୍ରିୟା''' ସମ୍ବନ୍ଧରେ ତାଙ୍କର ଗବେଷିତ ପ୍ରବନ୍ଧ, [[ଲଣ୍ଡନ]]ସ୍ଥିତ ପ୍ରସିଦ୍ଧ ''ପ୍ରୋସିଡିଙ୍ଗସ୍ ଅଫ୍ ଦି ରୟାଲ ସୋସାଇଟି''ରେ ପ୍ରକାଶିତ ହେବା ପରେ, ଅନ୍ତର୍ଜାତୀୟ ସ୍ତରରେ ଡଃ ପ୍ରାଣକୃଷ୍ଣ ପରିଜା ଜଣେ ଶ୍ରେଷ୍ଠ ଉଦ୍ଭୀଦ ବିଜ୍ଞାନୀ ଭାବରେ ପରିଚିତ ହୋଇଥିଲେହୋଇପାରିଥିଲେ । ୧୯୩୮ ଫେବୃୟାରୀ ୭ ତାରିଖରେ, ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ । ତା ପରେ ୧୯୪୩ ମସିହାରେ ସେ [[ଉତ୍କଳ ବିଶ୍ଵବିଦ୍ୟାଳୟ]]ର ପ୍ରଥମ କୂଳପତି, ୧୯୪୯ ମସିହାରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରୋ-ଭାଇସଚାନ୍ସଲର ଓ ୧୯୫୧ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରୋ-ଚାନ୍ସଲର ଭାବରେ ନିଯୁକ୍ତି ପାଇଥିଲେ । [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରେ ସେ, ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କତାଙ୍କରି ନାମରେ ସେଠାକାର ପରିଜା ପାଠାଗାର<ref>http://utkaluniversity.ac.in/page.php?page=library</ref> ନାମିତ ।<ref>{{cite news |title=Among celebrities |author=P.G. Rama Rao |url= http://www.telegraphindia.com/1101206/jsp/orissa/story_13263971.jsp|newspaper= The Telegraph|date=|accessdate=06 December 2010}}</ref> ୧୯୫୨ ମସିହାରେ, ସେ ବାଲିକୁଦା [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀରୁ]] [[ଓଡ଼ିଶା ବିଧାନ ସଭା|ଓଡ଼ିଶା ବିଧାନ ସଭାକୁ]] ନିର୍ବାଚିତ (୧୯୫୨-୧୯୫୭) ହୋଇଥିଲେ । <ref>[http://orissa.gov.in/e-magazine/orissaannualreference/ORA-2011/pdf/453-501.pdf List of members of OLA, 1951-2004]</ref> ୧୯୫୫ ମସିହାରେ ସେ ପୁଣି ଥରେ, ଉତ୍କଳ ବିଶ୍ଵବିଦ୍ୟାଳୟର କୂଳପତି ଦାୟିତ୍ଵ ଗ୍ରହଣ କରି, ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେହି ଦାୟିତ୍ଵ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ, ୧୯୫୮ ଜାନୁୟାରୀ ପହିଲା ଦିନ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳ ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୧୯୬୩ ଜାନୁୟାରୀ ୨ ତାରିଖ ଦିନ, ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ । ୧୯୬୦ ମସିହା ଜାନୁୟାରୀ ପ୍ରଥମ ସପ୍ତାହରେ ଭାରତୀୟ ବିଜ୍ଞାନ କଂଗ୍ରେସର ୪୭ତମ ଅଧିବେଶନ, ଡଃ ପରିଜାଙ୍କ ସଭାପତିତ୍ଵରେ [[ମୁମ୍ବାଇ|ବମ୍ବେଠାରେ]] ଅନୁଷ୍ଠିତ ହୋଇଥିଲା । ତାଙ୍କରି ଉଦ୍ୟମକ୍ରମେ ୧୯୬୨ ମସିହାରେ ଭାରତୀୟ ବିଜ୍ଞାନ କଂଗ୍ରେସର ଐତିହାସିକ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ।
 
== ପୁରସ୍କାର ==