"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୪୨ କ ଧାଡ଼ି:
 
==ମୌଳିକ କର୍ତ୍ତବ୍ୟ(Fundamental Duties)==
ସମ୍ବିଧାନର ୪୨ତମ ସଂଶୋଧନ ଦ୍ୱାରା "ମୌଳିକ କର୍ତ୍ତବ୍ୟ" ଲାଗି ଏକ ସ୍ୱତନ୍ତ୍ର ଅଧ୍ୟାୟ ସନ୍ନିବେଶିତ ହୋଇଛି । ଏହା ୪(କ) ଅଧ୍ୟାୟ ରୂପେ ଲିପିବଦ୍ଧ ହୋଇଛି । ଏଥିରେ ୧୧ଟି ମୌଳିକ କର୍ତ୍ତବ୍ୟ ରହିଛି । ସ୍ୱତନ୍ତ୍ର ରୂପେ ୫୧(କ) ଧାରାରେ ଏହି ୧୧ଟି ଯାକ କର୍ତ୍ତବ୍ୟ ଉଲ୍ଲେଖ ରହିଛି । ୪୨ତମ ସଂଶୋଧନ ଦ୍ୱାରା ୧୦ଟି ମୌଳିକ କର୍ତ୍ତବ୍ୟ ଥିଲା; କିନ୍ତୁ ୨୦୦୨ ମସିହାରେ ହୋଇଥିବା ୮୬ତମ ସଂଶୋଧନ ଦ୍ୱାରା ଆଉ ଏକ କର୍ତ୍ତବ୍ୟ ଯୋଗ କରାଯାଇଥିଲା ।
#ସମ୍ବିଧାନର ବ୍ୟବସ୍ଥା ପାଳନ, ଏହାର ଆଦର୍ଶ ଓ ଅନୁଷ୍ଠାନ, ଜାତୀୟ ସଙ୍ଗୀତ ଓ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ।
#ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରେରଣା ଦେଇଥିବା ପବିତ୍ର ଆଦର୍ଶକୁ ଅନୁସରଣ ଓ ଗ୍ରହଣ କରିବା ।
#ଭାରତର ସାର୍ବଭୌମତ୍ୱ, ଐକ୍ୟ ଓ ଅଖଣ୍ଡତାର ସଂରକ୍ଷଣ ଓ ଦୃଢ଼ୀକରଣ କରିବା ।
#ଦେଶକୁ ସୁରକ୍ଷିତ କରିବା ଓ ବିପତ୍ତି କାଳରେ ଦରକାର ହେଲେ ସୈନିକ ହୋଇ ଦେଶସେବା କରିବା ।
#ଧର୍ମ, ଭାଷା, ଆଞ୍ଚଳିକତା, ଗୋଷ୍ଠୀଗତ ବିଭେଦ ଊର୍ଦ୍ଧ୍ୱରେ ରହି ଭାରତର ଲୋକମାନଙ୍କ ମଧ୍ୟରେ ସଂହତି ଓ ଭାତୃତ୍ୱଭାବ ବିକଶିତ କରାଇବା ଓ ନାରୀମାନଙ୍କ ପ୍ରତି ଅମର୍ଯ୍ୟାଦାସୂଚକ ବ୍ୟବହାରକୁ ତ୍ୟାଗ କରିବା ।
#ଆମର ମିଶ୍ରିତ ସଂସ୍କୃତିର ମହତ୍ତ୍ୱ ଓ ବିରାଟ ଐତିହ୍ୟକୁ ଆଦର କରିବା ଓ ସଂରକ୍ଷିତ କରିବା ।
#ପ୍ରାକୃତିକ ପରିବେଷ୍ଟନ, ବନ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କର ସଂରକ୍ଷଣ ଓ ବିକାଶ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ।
#ବୈଜ୍ଞାନିକ ମନୋଭାବ, ମାନବିକତା, ଜିଜ୍ଞାସା ମନୋଭାବ ଓ ସଂସ୍କାର ପାଇଁ ଆଗ୍ରହ ପୋଷଣ କରିବା ।
#ସାଧାରଣ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ଓ ହିଂସାତ୍ମକ କାର୍ଯ୍ୟ ପରିହାର କରିବା ।
#ଜାତିକୁ ଉଚ୍ଚତମ ସ୍ତରରେ ରଖିବା ପାଇଁ ଅବିରାମ ଚେଷ୍ଟା ଓ ସଫଳତା ହାସଲ ସକାଶେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମୂହିକ ଉତ୍କର୍ଷତା ହାସଲ ପାଇଁ ଉଦ୍ୟମ କରିବା ।
#ଅଭିଭାବକ ବା ପିତାମାତାଙ୍କ ଦ୍ୱାରା ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶିକ୍ଷା ଗ୍ରହଣ କରିବାର ସୁବିଧାସୁଯୋଗ ଯୋଗାଇ ଦେବା ।
ଏହାର କାର୍ଯ୍ୟକାରିତା ପାଇଁ ଆଇନ ପ୍ରଣୟନ କରିବାକୁ କୁହାଯାଇନାହିଁ । ରାଷ୍ଟ୍ର ନିର୍ଦ୍ଦେଶାତ୍ମକ ଆଦର୍ଶ ପରି ଏହା ନାଗରିକଙ୍କୁ ଏକ ନିର୍ଦ୍ଦେଶାମୂଳକ ସୂଚନା ।
 
==ସମ୍ବିଧାନର ପଞ୍ଚସ୍ତମ୍ଭ(Five Pillars)==
ସମ୍ବିଧାନର ପ୍ରାସାଦ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ହୋଇଛି ।