"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Preamble and Salient Features of the Constitution of India}} ଭାରତୀୟ ସମ୍ବିଧାନର ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩୫ କ ଧାଡ଼ି:
ସମ୍ବିଧାନର ଚିଠା ପ୍ରସ୍ତୁତ କଲାବେଳେ ଓ ଶାସନ ବିଧାୟକ ସଭାରେ ଗ୍ରହଣ କଲାବେଳେ ବିଭିନ୍ନ ସମ୍ବିଧାନର ଭଲଗୁଣ ସଂଗ୍ରହ କରିବା ପାଇଁ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥିଲା, ତାହାରି ଫଳରେ ସମ୍ବିଧାନ ବଡ଼ ରୂପ ଧାରଣ କରିଛି । ସମାଲୋଚକମାନଙ୍କୁ ଉତ୍ତର ଦେଇ ଡକ୍ଟର ଆମ୍ବେଦକର କହିଥିଲେ, "ଆମେ ଭଲ ଭଲ ବ୍ୟବସ୍ଥା ଆହରଣ କରିବାରେ ଲଜ୍ଜିତ ନୋହୁଁ । ଏଥିରେ ନକଲ କରିବାର କିଛି ନାହିଁ । ସମ୍ବିଧାନ ଉପରେ ମୌଳିକ ଚିନ୍ତାଧାରାର ଏକଚାଟିଆ ମାଲିକାନା ସ୍ୱତ୍ୱ କାହାର ନାହିଁ ।"
==ନମନୀୟତା-ଅନମନୀୟତାର ସମାହାର(Blending of Flexibility and Rigidity)==
ଭାରତର ସମ୍ବିଧାନ ଏକ ଲିଖିତ ସମ୍ବିଧାନ । ଏହାର କେତେକ ଅଂଶ ନମନୀୟ ବା ପରିବର୍ତ୍ତନୀୟ ଓ ଆଉ କେତେ ଅଂଶ ଅନମନୀୟ । ସଂଘଶାସନ ସମ୍ବନ୍ଧୀୟ ଧାରାମାନ, କେନ୍ଦ୍ର ଓ ରାଜ୍ୟ ସରକାର, ବିଧାନମଣ୍ଡଳ ଓ ବିଚାର ସଂସ୍ଥା, କ୍ଷମତା ବିତରଣ ତାଲିକା ଏବଂ ସମ୍ବିଧାନ ସଂଶୋଧନ ପ୍ରଣାଳୀ ଇତ୍ୟାଦି ଅନମନୀୟ । ଏହାକୁ ସଂଶୋଧନ କରିବାକୁ ହେଲେ ୩୬୮ ଧାରା ଅନୁସାରେ ଏକ କଷ୍ଟକର ବିସ୍ତୃତ ପ୍ରଣାଳୀର ଆଶ୍ରୟ ନେବାକୁ ହୁଏ । କେନ୍ଦ୍ର ପାର୍ଲିଆମେଣ୍ଟରେ ପ୍ରତ୍ୟେକ ସଦନରେ ଯେଉଁଦିନ ଏହା ଗ୍ରହଣ କରାଯିବ ସେଦିନ ଉପସ୍ଥିତ ଥିବା ସଦସ୍ୟ ମାନଙ୍କର ଦୁଇ ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ଭୋଟରେ ସଂଶୋଧନ କରାଯାଇପାରିବ । ତା’ ସଙ୍ଗେ ସଙ୍ଗେ ୨୮ଟି ରାଜ୍ୟରୁ ଅନ୍ତତଃ ପକ୍ଷେ ୧୫ଟି ରାଜ୍ୟର ବିଧାନମଣ୍ଡଳର ସମ୍ମତି ଲାଭ କଲେ ଏହିସବୁ ଅନମନୀୟ ଧାରାମାନ ସଂଶୋଧିତ ହୋଇପାରିବ ।
 
ଅନ୍ୟ ପକ୍ଷରେ ଆଉ କେତେକ ଧାରା ରହିଛି ଯାହାକୁ ଉକ୍ତ ପ୍ରଣାଳୀରେ ପାର୍ଲିଆମେଣ୍ଟର ଉଭୟ ସଦନ ସଂଶୋଧନ କରିପାରିବେ । କିନ୍ତୁ ରାଜ୍ୟ ବିଧାନମଣ୍ଡଳମାନଙ୍କ ସମ୍ମତି ଦରକାର ନାହିଁ । ମୌଳିକ ଅଧିକାର, ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଇତ୍ୟାଦି ଏ ପ୍ରଣାଳୀର ଅନ୍ତର୍ଭୁକ୍ତ । ଆଉ କେତେକ ଅଂଶ ରହିଛି ଯାହା ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂଶୋଧିତ ହୋଇପାରିବ । ୪ ଧାରାରେ ରାଜ୍ୟର ନାମ, ସୀମା, କ୍ଷେତ୍ରଫଳ; ୧୬୯ ଧାରାରେ ଦ୍ୱିସଦନ ପ୍ରତିଷ୍ଠା କରିବା ବା ରଦ୍ଦ କରିବା ଆଦି ଏହି ପ୍ରଣାଳୀରେ ସଂଶୋଧିତ ହୋଇପାରିଛି । ଆଉ କେତେକ ଧାରା, ପାର୍ଲିଆମେଣ୍ଟର ସାଧାରଣ ଆଇନ ଦ୍ୱାରା କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଛି । ନାଗରିକତା ବିଷୟରେ ୧୯୫୬ ମସିହାରେ ଆଇନ ପ୍ରଣୀତ ହୋଇଥିଲା । ମିସା ଆଇନ, ଅସ୍ପୃଶ୍ୟତା ନିବାରଣ ଆଇନ, ରାଷ୍ଟ୍ରପତି ନିର୍ବାଚନ, ଲୋକପ୍ରତିନିଧି ଆଇନ ଦ୍ୱାରା ସମ୍ବିଧାନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି ।
 
ଅବସ୍ଥାର ପରିବର୍ତ୍ତନ ସହ ତାଳପକାଇ ଚାଲିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ୧୯୬୬ ମସିହାରେ ସୁପ୍ରିମକୋର୍ଟ ଗୋଖଲନାଥ ବନାମ ପଞ୍ଜାବ ମୋକଦ୍ଦମାରେ ରାୟ ଦେଇ ପାର୍ଲିଆମେଣ୍ଟର ସମ୍ବିଧାନ ସଂଶୋଧନ କ୍ଷମତା ମୌଳିକ ଅଧିକାର ପରିଚ୍ଛେଦ ଉପରେ ନାହିଁ ବୋଲି ମତ ଦେଇଥିଲେ । କେଶବାନନ୍ଦ ଭାରତୀ ବନାମ କେରଳ ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧିତ କରିପାରିବ, କିନ୍ତୁ ମୌଳିକ ବୈଶିଷ୍ଟ୍ୟ ଛୁଇଁପାରିବ ନାହିଁ ବୋଲି ମତ ଦେଇଥିଲେ । ଏହା ଫଳରେ ଅନିଶ୍ଚିତତା ବୃଦ୍ଧି ପାଇଲା । ସେଥିପାଇଁ ସମ୍ବିଧାନର ଚତୁର୍ବିଂଶ ସଂଶୋଧନରେ ପାର୍ଲିଆମେଣ୍ଟକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି । ଯେ କୌଣସି ଅଂଶକୁ ଏହା ସଂଶୋଧନ କରିପାରିବାର କ୍ଷମତା ପାଇଛି । କିନ୍ତୁ ୧୯୮୦ରେ ସୁପ୍ରିମକୋର୍ଟ "ମିନର୍ତ୍ତା ମିଲସ" ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ମୌଳିକ ରୂପରେଖ ପରିବର୍ତ୍ତନ କରିପାରିବ ନାହିଁ ବୋଲି ପୁନଶ୍ଚ ରାୟ ଦେଇଛନ୍ତି ।
 
ଜବାହରଲାଲ ନେହେରୁ କହିଥିଲେ, "ଆମେ ଆମ ସମ୍ବିଧାନକୁ ଦୃଢ଼, ଚିରସ୍ଥାୟୀ କରିବାକୁ ଚାହୁଁ । କିନ୍ତୁ ତତ୍‌ ସଙ୍ଗେ ଏଥିରେ ନମନୀୟତା ରହିବା ଦରକାର । ଯଦି ସମ୍ବିଧାନକୁ ଅନମନୀୟ ଓ ଚିରସ୍ଥାୟୀ କରାଯାଏ, ତେବେ ଜାତିର ଅଭିବୃଦ୍ଧି ବନ୍ଦ ହୋଇଯିବ । ଜାତି ଜୀବନ୍ତ । ତେଣୁ ପରିବର୍ତ୍ତନଶୀଳ ଅବସ୍ଥାର ସମ୍ମୁଖୀନ ହେବାର ସୁବିଧା ରହିବା ଦରକାର । ଆମେ ଭାବୀ ବଂଶଧରଙ୍କର ହାତ ବାନ୍ଧି ଦେଇ ପାରିବା ନାହିଁ ।" ଫଳରେ ୧୯୫୦ ରୁ ସେପ୍ଟେମ୍ବର ୨୦୧୩ ଭିତରେ ସମ୍ବିଧାନର ୯୮ଥର ସଂଶୋଧନ ହୋଇଛି ।
 
==ସଂସଦୀୟ ଶାସନ(Parliamentary form of Government)==
==ସଂଘ ଶାସନ ଓ ଐକିକ ପ୍ରବୃତ୍ତି(Federalism with Unitary Spirit)==