"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
ଟିକେ ସୁରମଣି
୧୭ କ ଧାଡ଼ି:
 
==କଳାକାର ଜୀବନ==
୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ [[ଆକାଶବାଣୀ କଟକ]] କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଅନେକ ଚଳଚ୍ଚିତ୍ରରେ, ଭଜନ, ଜଣାଣ ଏବଂ [[ଓଡ଼ିଶୀ ଛାନ୍ଦ]], [[ଚମ୍ପୁ]] ଓ ଗଜଲ ଗାନ କରିଛନ୍ତି । ଆଉମଧ୍ୟ ଦକ୍ଷିଣଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଶେଷ କରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ [[ଜୟଦେବ]]ଙ୍କ [[ଗୀତଗୋବିନ୍ଦ]]ର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟ ଶୈଳୀରେ ଗୀତଗୋବିନ୍ଦ ସେ ତାଙ୍କ ପିତାଙ୍କ ଠାରୁ ଶିଖିଥିଲେ ଯାହାକୁ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ [[ଓଡ଼ିଶୀ]], ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ । ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ପ୍ରବୀଣ ରଘୁନାଥଙ୍କ ଖ୍ୟାତି ଓଡିଶା ବ୍ୟତୀତ [[ପଶ୍ଚିମବଙ୍ଗ]], [[ଆନ୍ଧ୍ର ପ୍ରଦେଶ]], [[ତାମିଲନାଡୁ]] ସମେତ ପ୍ରାୟ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା । ଏକଦା ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନଠାରେ ସଂଯୁକ୍ତା ପାଣିଗ୍ରାହୀ ଓଡିଶୀ ନୃତ୍ୟ ପ୍ରଦର୍ଶନ କରୁଥିବାବେଳେ ମଞ୍ଚ ଆଢୁଆଳରୁ ଭାସି ଆସୁଥିଲା ରଘୁନାଥଙ୍କ ଯାଦୁକାରୀ ସ୍ଵର । ଯାହା ଶୁଣିବା ପରେ ଉପସ୍ଥିତ ଶ୍ରୋତା ଓ ଦର୍ଶକମଣ୍ଡଳୀ ସମସ୍ତେ ଏକ ସ୍ଵରରେ କହିଥିଲେ ଯେ ପ୍ରଥମେ ଗାୟକଙ୍କୁ ମଞ୍ଚ ଉପରକୁ ଅଣାଯାଉ । ରଘୁନାଥ ଆସିବା ପରେ ଦର୍ଶକ ମଣ୍ଡଳୀ ନାଚ ଦେଖିବା ବନ୍ଦ କରି ଓଡିଶୀ ସଙ୍ଗୀତ ଶୁଣିବାକୁ ଜିଦ୍ ଧରି ବସିଥିଲେ ଓ ରଘୁନାଥ ଗୀତ ପରିବେଷଣ କରିଥିଲେ ।ତାଂକର ସୁମଧୁର ଗାୟନ ତାଂକୁ ସୁରମଣି ବୋଲି ପରିଚିତ କରିଥିଲା।
 
==ଚଳଚ୍ଚିତ୍ର ==