"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
୧୪୪ କ ଧାଡ଼ି:
 
==ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିତ୍ୱ:୧୯୯୪-୧୯୯୯==
୧୦ ମେ ୧୯୯୪ରେ ପ୍ରିଟୋରିଆରେ ମଣ୍ଡେଲାଙ୍କ ଶପଥ ଗ୍ରହଣ ଉତ୍ସବ ହୋଇଥିଲା, ଓ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଲୋକ ଦୂରଦର୍ଶନ ଜରିଆରେ ଏହାକୁ ଦେଖିଥିଲେ । ଏହି ସମାରୋହରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୪୦୦୦ ଅତିଥି ଯୋଗ ଦେଇଥିଲେ ।<ref>{{harvnb|Sampson|2011|pp=492–493}}; {{harvnb|Meredith|2010|p=514}}.</ref> ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ଜାତୀୟ କଂଗ୍ରେସ ନେତୃତ୍ୱରେ "ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ ୟୁନିଟି"ର ମୁଖ୍ୟ ଭାବେ ମଣ୍ଡେଲା ଏକ ଅଭିଜ୍ଞତା ବିହୀନ ସରକାରର ମୁଖ୍ୟ ଥିଲେ, ପୂର୍ବ ବୁଝାମଣା ଅନୁସାରେ ଦେ କ୍ଲାର୍କ ଉପ-ରାଷ୍ଟ୍ରପତି ଓ ମବେକି ଦ୍ୱିତୀୟ ଭାବେ ମନୋନୀତ ହୋଇଥିଲେ ।<ref>{{harvnb|Sampson|2011|p=492}}; {{cite news | title=Mandela becomes SA's first black president |publisher=BBC | url=http://news.bbc.co.uk/onthisday/hi/dates/stories/may/10/newsid_2661000/2661503.stm | accessdate=26 May 2008 | date=10 May 1994|archivedate=25 February 2013 |archiveurl=http://www.webcitation.org/6EhlKsRKm |deadurl=no}}</ref> ମବେକି ମଣ୍ଡେଲାଙ୍କ ପ୍ରଥମ ପସନ୍ଦ ନଥିଲେ ମଧ୍ୟ, ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଅଧିକା ନିର୍ଭରଶାଳୀ ହୋଇ ପଡ଼ିଥିଲେ ଓ ନିୟମ ପ୍ରଣୟନ ପାଇଁ ପୁଙ୍ଖାନୁପୁଙ୍ଖ ତଦାରଖର ଦାୟିତ୍ୱ ଦେଇଥିଲେ ।<ref>{{harvnb|Sampson|2011|pp=508–511}}; {{harvnb|Meredith|2010|p=566}}.</ref> କେପଟାଉନର "ଟୁଇନହୁଇସ"ରେ ଥିବା ରାଷ୍ଟ୍ରପତି କାର୍ଯ୍ୟାଳୟକୁ ଚାଲିଯାଇ ମଣ୍ଡେଲା, ଦେ କ୍ଲାର୍କଙ୍କୁ "ଗ୍ରୁଟ ସ୍କୁର"ରେ ଥିବା ରାଷ୍ଟ୍ରପତି ବଙ୍ଗଳାରେ ରହିବାକୁ ଛାଡ଼ି ଦେଇଥିଲେ; ଓ ପାର୍ଶ୍ୱବର୍ତ୍ତୀ ୱେଷ୍ଟବ୍ରୁକ ମାନୋରରେ ରହି ତାହାକୁ "ଜେନାଡ଼େଣ୍ଡାଲ" ନାମ ଦେଇଥିଲେ, ଯାହାର ଅର୍ଥ ଆଫ୍ରିକାନରରେ "ଦୟାର ଉପତ୍ୟକା" ଥିଲା ।<ref>{{harvnb|Sampson|2011|pp=496–497}}; {{harvnb|Meredith|2010|pp=523, 543}}.</ref> ହଗଟନରେ ଥିବା ନିଜ ଘରକୁ ଦଖଲ କରି, ସେ ନିଜ ଗ୍ରାମ କୁନୁରେ ମଧ୍ୟ ଏକ ଘର ନିର୍ମାଣ କରିଥିଲେ ଓ ସେଠାକୁ ନିୟମିତ ଯିବାଆସିବା କରିବା ସହ ସ୍ଥାନୀୟ ଅଧିବାସୀଙ୍କୁ ଭେଟି ଆଦିବାସୀ ସମସ୍ୟାର ସମାଧାନ କରୁଥିଲେ ।<ref>{{harvnb|Sampson|2011|p=502}}.</ref>
===ଜାତୀୟ ବୁଝାମଣା===
 
===ଘରୋଇ ଉନ୍ନୟନ ଯୋଜନା===
[[File:Detuynhuys.jpg|thumb|left|ଟୁଇନହୁଇସ,କେପଟାଉନରେ ମଣ୍ଡେଲାଙ୍କ ରାଷ୍ଟ୍ରପତି କାର୍ଯ୍ୟାଳୟ]]
୭୬ବର୍ଷ ବୟସରେ ସେ ବିଭିନ୍ନ ଅସୁସ୍ଥତାର ସମ୍ମୁଖୀନ ହୋଇଥିଲେ, ଓ ଅତ୍ୟନ୍ତ ଉତ୍ସାହ ଦେଖାଉଥିଲେ ମଧ୍ୟ ଏକୁଟିଆ ଅନୁଭବ କରୁଥିଲେ ।<ref>{{harvnb|Sampson|2011|pp=497–499, 510}}.</ref> ସେ ଅନେକ ସମୟରେ ତାରକାମାନଙ୍କ ସହିତ, ଯେପରିକି [[ମାଇକେଲ ଜ୍ୟାକସନ]] , "ହୁପି ଗୋଲଡବର୍ଗ" ଓ "ସ୍ପାଇସ ଗାର୍ଲ"ଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ଆଙ୍ଗ୍ଲୋ-ଆମେରିକୀୟ "ହ୍ୟାରି ଓପେମହେଇନର"ଙ୍କ ପରି ଅନେକ ବିତ୍ତଶାଳୀ ବ୍ୟକ୍ତିତ୍ୱଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ତଥା ମାର୍ଚ ୧୯୯୫ରେ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଗସ୍ତ କରିଥିବା "ଏଲିଜାବେଥ-୨"ଙ୍କୁ ଭେଟି ଜାତୀୟ କଂଗ୍ରେସର ଅଣ-କ୍ୟାପିଟାଲିଷ୍ଟ ମାନଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ ।<ref>{{harvnb|Sampson|2011|pp=501, 504}}.</ref> ଏହିସବୁ ସତ୍ତ୍ୱେ ମଣ୍ଡେଲା ଏକ ସରଳ ଜୀବନ କଟାଉଥିଲେ ଓ ନିଜ ବାର୍ଷିକ ଆୟ ୫୫୨,୦୦୦ ରାଣ୍ଡର ଏକ-ତୃତୀୟାଂଶ ନିଜେ୧୯୯୫ରେ ଗଠନ କରିଥିବା "ନେଲସନ ମଣ୍ଡେଲା ଚିଲଡ୍ରେନ’ସ ଫଣ୍ଡ"କୁ ଦାନ କରି ଦେଉଥିଲେ ।<ref>{{harvnb|Sampson|2011|p=517}}; {{harvnb|Meredith|2010|p=543}}.</ref> "ଗଣମାଧ୍ୟମର ସ୍ୱତନ୍ତ୍ରତା ଅଧିକାର" ପ୍ରତି ସେ ସମର୍ଥନରେ ମତବ୍ୟକ୍ତ କରୁଥିଲେ ମଧ୍ୟ ଦେଶର ଗଣମାଧ୍ୟମକୁ ସମାଲୋଚନା କରି କହିଥିଲେ ଯେ ନିମ୍ନ ମଧ୍ୟବିତ୍ତ ଶ୍ୱେତକାୟଙ୍କ ଦ୍ୱାରା ପରିଚାଳିତ ହୋଇ ବିଭିନ୍ନ ଅପରାଧ ବିରୋଧରେ ସେମାନେ ଲେଖିବାକୁ ସାହସ କରିପାରୁନାହାନ୍ତି ।<ref>{{harvnb|Sampson|2011|pp=525–527}}; {{harvnb|Meredith|2010|pp=547–548}}.</ref> ରାଷ୍ଟ୍ରପତି କାର୍ଯ୍ୟଭାର ନେବା ପରେ, ମଣ୍ଡେଲା ଦିନରେ ଅନେକ ଥର ନିଜର ପୋଷାକ ବଦଳାଉଥିଲେ ଓ ଅଧିକାଂଶ ସମୟ "ବାଟିକ" ସାର୍ଟ ବ୍ୟବହାର କରୁଥିଲେ ଯାହା ପରେ "ମାଦିବା ସାର୍ଟ" ନାମରେ ଜଣାଶୁଣା ହୋଇଥିଲା ।<ref>{{harvnb|Sampson|2011|p=503}}; {{harvnb|Meredith|2010|p=495}}; {{cite news|url=http://news.bbc.co.uk/2/hi/africa/3532916.stm|title=How Mandela changed SA fashion|last=Khumalo |first=Fred|date=5 August 2004|publisher=BBC |accessdate=28 October 2008|archivedate=25 February 2013 |archiveurl=http://www.webcitation.org/6EhlMxe4g |deadurl=no}}</ref>
 
ଡିସେମ୍ବର ୧୯୯୪ରେ, ମଣ୍ଡେଲାଙ୍କ ଆତ୍ମଜୀବନୀ "ଲଙ୍ଗ ୱାକ ଟୁ ଫ୍ରିଡ଼ମ" ପ୍ରକାଶିତ ହୋଇଥିଲା ।<ref>{{harvnb|Meredith|2010|p=517}}</ref> ୧୯୯୪ରେ ଶେଷ ଭାଗରେ ବ୍ଳୋଏମଫୋଣ୍ଟୈନରେ ହୋଇଥିବା ଜାତୀୟ କଂଗ୍ରେସର ୪୯ତମ ମହାସଭାରେ ସେ ଯୋଗ ଦେଇଥିଲେ, ଓ ଏକ ସାମରିକ ଜାତୀୟ ପରିଷଦ ମନୋନୀତ ହୋଇଥିଲା; ଯେଉଁଠି ୱିନି ମଧ୍ୟ ଥିଲେ ଓ ବୁଝାମଣା ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ଅଗଷ୍ଟ ୧୯୯୫ରେ ମଣ୍ଡେଲା ବିବାହ ବିଚ୍ଛେଦର ପ୍ରକ୍ରିୟା ଆରମ୍ଭ କରିଥିଲେ ।<ref>{{harvnb|Sampson|2011|pp=500, 507}}; {{harvnb|Meredith|2010|pp=539–542}}.</ref> ୧୯୯୫ ସୁଦ୍ଧା ମଣ୍ଡେଲା "ଗ୍ରାକା ମାସେଲ"ଙ୍କ ସହିତ ସଂପର୍କ ସ୍ଥାପନ କରିଥିଲେ, ଯିଏକି ତାଙ୍କ ଠାରୁ ୨୭ବର୍ଷ ସାନ ଥିଲେ ଓ ପୂର୍ବତନ ମୋଜାମ୍ବିକ ରାଷ୍ଟ୍ରପତି "ସମୋରା ମାସେଲ"ଙ୍କ ବିଧବା ଥିଲେ । ଜୁଲାଇ ୧୯୯୦ରେ ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ଓ ବନ୍ଧୁତା ଧୀରେ ଧୀରେ ବଢ଼ିଥିଲା ଏବଂ ପରେ ଅନେକ ବିଦେଶ ଗସ୍ତରେ ମଣ୍ଡେଲାଙ୍କ ସହିତ ଯାଇଥିଲେ । ସେ ମଣ୍ଡେଲାଙ୍କ ବିବାହ ପ୍ରସ୍ତାବକୁ ପ୍ରଥମେ ଅସ୍ୱୀକାର କରିଦେଇ କହିଥିଲେ ଯେ ତାଙ୍କୁ ସ୍ୱତନ୍ତ୍ର ଭାବେ କିଛି ସମୟ ଦରକାର, ଓ ସେହି ସମୟରେ ଜୋହାନ୍ସବର୍ଗ ଓ ମୋଜାମ୍ବିକରେ ନିୟମିତ ଭାବେ ଯିବାଆସିବା କରୁଥିଲେ ।<ref>{{harvnb|Sampson|2011|pp=546–549}}; {{harvnb|Meredith|2010|pp=574–575}}.</ref>
===ଜାତୀୟ ଆପୋଷ ବୁଝାମଣା===
ସଂଖ୍ୟାଲଘୁ ଅପାର୍ଥିଡ଼ ଶାସନରୁ ଏକ ବହୁ-ବର୍ଣ୍ଣ ବିଶିଷ୍ଟ ସଂଖ୍ୟାଗରିଷ୍ଠ ସରକାରର ନେତୃତ୍ୱ ନେଇ ମଣ୍ଡେଲା ଅନୁଭବ କରିଥିଲେଯେ ତାଙ୍କ ଶାସନକାଳ ମଧ୍ୟରେ ଜାତୀୟ ଆପୋଷ ବୁଝାମଣା ପାଇଁ ପ୍ରମୁଖ ଉଦ୍ୟମ କରିବାକୁ ହେବ ।<ref>{{harvnb|Sampson|2011|p=524}}.</ref> ଶ୍ୱେତକାୟମାନେ ଛାଡ଼ି ଚାଲିଯାଉଥିବାରୁ ଅନ୍ୟ ଔପନିବେଶିକ ଆଫ୍ରିକୀୟ ଦେଶମାନଙ୍କ ଅର୍ଥନୀତିର ପତନ ହୋଇଥିଲା ଓ ଏହାକୁ ଦେଖି ମଣ୍ଡେଲା ଦକ୍ଷିଣ ଆଫ୍ରିକାର ଶ୍ୱେତକାୟମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଚେଷ୍ଟା କରିଥିଲେ ଓ ସେମାନଙ୍କୁ "ଦି ରେନବୋ ନେସନ"ରେ ସ୍ଥାନ ଦେଇଥିଲେ ।<ref>{{harvnb|Sampson|2011|pp=495–496}}; {{harvnb|Meredith|2010|p=517}}.</ref> ସେ ନିଜ କ୍ୟାବିନେଟରେ ଯଥାସମ୍ଭବ ବଡ଼ ଗଠବନ୍ଧନ ରଖିବାକୁ ଚେଷ୍ଟା କରିଥିଲେ; ଦେ କ୍ଲାର୍କଙ୍କୁ ଉପରାଷ୍ଟ୍ରପତି ପଦ, ନ୍ୟାସନାଲ ପାର୍ଟିର ଅଧିକାରୀମାନଙ୍କୁ କୃଷି, ଶକ୍ତି, ପରିବେଶ, ଖଣିଜ ଓ ଶକ୍ତି ବିଭାଗର ମନ୍ତ୍ରୀ କରିଥିଲେ ଏବଂ ବୁଥେଲେଜିଙ୍କୁ ଗୃହ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା ।<ref>{{harvnb|Sampson|2011|pp=507–511}}.</ref> କ୍ୟାବିନେଟର ଅନ୍ୟ ପଦବୀ ଗୁଡ଼ିକରେ ଜାତୀୟ କଂଗ୍ରେସର ବରିଷ୍ଠ ନେତାମାନେ - "ଜୋଏ ମୋଦିସେ", "ଆଲଫ୍ରେଡ଼ ନଜୋ", "ଜୋଏ ସ୍ଲୋଭୋ", "ମାକ ମହାରାଜ", "ଦୁଲ୍ଲାଦ ଓମାର" ଆଦି ଥିଲେ ଓ ଅପେକ୍ଷାକୃତ ଯୁବମନ୍ତ୍ରୀ ଭାବେ "ଟିଟୋ ମବୋୱେନି" ଓ "ଜେଫ ରାଡ଼େବେ" ଥିଲେ ।<ref>{{harvnb|Sampson|2011|p=508}}</ref> ଦେ କ୍ଲାର୍କଙ୍କ ସହିତ ମଣ୍ଡେଲାଙ୍କ ତିକ୍ତତା ବଢ଼ିବାରେ ଲାଗିଲା ଓ ନିର୍ବାଚନ ପୂର୍ବରୁ ୩୫୦୦ ପୋଲିସଙ୍କୁ କ୍ଷମା କରିଥିବାରୁ ମଣ୍ଡେଲା ତାଙ୍କୁ କଟୁକ୍ତି ପ୍ରୟୋଗ କରିଥିଲେ, ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ "ମାଗ୍ନସ ମାଲାନ"ଙ୍କୁ ଏକ ହତ୍ୟା ଅଭିଯୋଗ ପାଇଁ ସୁରକ୍ଷା ଦେଇଥିବାରୁ ତୀବ୍ର ସମାଲୋଚନା କରିଥିଲେ ।<ref>{{harvnb|Sampson|2011|pp=511, 534}}; {{harvnb|Meredith|2010|p=528}}.</ref>
 
[[Image:Flag of South Africa.svg|thumb|ଏପ୍ରିଲ ୧୯୯୪ରେ ଗୃହୀତ ହୋଇଥିବା ଦକ୍ଷିଣ ଆଫ୍ରିକାର ପତାକା]]
ଅପାର୍ଥିଡ଼ ଶାସନକାଳର ବରିଷ୍ଠ ନେତାମାନଙ୍କୁ ମଣ୍ଡେଲା ବ୍ୟକ୍ତିଗତ ଭାବେ ଦେଖା କରିଥିଲେ, ଯେଉଁମାନଙ୍କ ମଧ୍ୟରେ "ହେଣ୍ଡ୍ରିକ ଭେରୱୋଏର୍ଡ଼"ଙ୍କ ବିଧବା "ବେଟସି ସ୍କୁମ୍ବି", ଓକିଲ ପର୍ସି ୟୁଟାର ଥିଲେ, ଓ ସେମାନଙ୍କୁ କ୍ଷମାକରିଦେଇ ବୁଝାମଣା ପାଇଁ କହିଥିଲେ ଏବଂ ଘୋଷଣା କରିଥିଲେ ଯେ - ସାହସୀ ବ୍ୟକ୍ତିଗଣ ଶାନ୍ତି ପାଇଁ କ୍ଷମାଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।<ref>{{harvnb|Sampson|2011|pp=520, 522–523}}; {{harvnb|Meredith|2010|pp=523–524}}.</ref> ପୂର୍ବରୁ ଘୃଣିତ ଥିବା ଜାତୀୟ ଖେଳ ରଗବୀର ଦଳ "ସ୍ପ୍ରିଙ୍ଗବୋକ୍ସ"ରେ ଯୋଗଦେବାପାଇଁ ସେ କୃଷ୍ଣକାୟ ଦକ୍ଷିଣ ଆଫ୍ରିକୀୟଙ୍କୁ ଉତ୍ସାହିତ କରିଥିଲେ, ଯେହେତୁ ୧୯୯୫ରେ ରଗବୀ ବିଶ୍ୱକପ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାର ଥିଲା । [[ନ୍ୟୁଜିଲାଣ୍ଡ]] ବିପକ୍ଷରେ ଏକ ରୋମାଞ୍ଚକର ଫାଇନାଲରେ ବିଜୟ ହାସଲ ପରେ ମଣ୍ଡେଲା ସ୍ପ୍ରିଙ୍ଗବୋକ୍ସର ଅଧିନାୟକ "ଫ୍ରାଙ୍କୋଇସ ପିଏନାର"ଙ୍କୁ ଟ୍ରଫି ପ୍ରଦାନ କରିଥିଲେ, ଓ ପିଏନାର ଜଣେ ଆଫ୍ରିକାନର ଥିଲେ ଓ ୬ ନମ୍ବର ଜର୍ସି ପିନ୍ଧିଥିଲେ । ଏହା କୃଷ୍ଣକାୟ ଓ ଶ୍ୱେତକାୟଙ୍କ ମିଳନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଏବଂ ଦେ କ୍ଲାର୍କଙ୍କ କହିବା ଅନୁସାରେ - ମଣ୍ଡେଲା ଲକ୍ଷ ଲକ୍ଷ ଶ୍ୱେତକାୟ ରଗବୀ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲେ ।<ref>{{harvnb|Sampson|2011|p=524}}; {{harvnb|Meredith|2010|pp=525–527}}; {{cite news|url=http://news.bbc.co.uk/sport1/hi/rugby_union/rugby_world_cup/team_pages/south_africa/3167692.stm|title=Mandela rallies Springboks|date=6 October 2003|publisher=BBC Sport |accessdate=28 October 2008|archivedate=25 February 2013 |archiveurl=http://www.webcitation.org/6EhlM6rLh |deadurl=no}}; {{cite news |url= http://www.telegraph.co.uk/portal/main.jhtml?view=DETAILS&grid=&xml=/portal/2007/10/19/ftmandela119.xml |title= How Nelson Mandela won the rugby World Cup |date=19 October 2007 |work=The Daily Telegraph |location=London |accessdate=28 October 2008 |first=John |last=Carlin |archivedate=25 February 2013 |archiveurl= http://www.webcitation.org/6EhlMWoPg |deadurl=no}}; {{harvnb|Sampson|2011|p=516}}</ref> ଏହିପରି ଭାବେ ମଣ୍ଡେଲାଙ୍କ ବୁଝାମଣା ପ୍ରୟାସ ଶ୍ୱେତକାୟଙ୍କ ଭୟ କମାଇ ଦେଇଥିଲା ଓ ସେଥିପାଇଁ ସେ କୃଷ୍ଣକାୟ ସାମରିକ ଗୋଷ୍ଠିମାନଙ୍କ ଦ୍ୱାରା ସମାଲୋଚନାର ଶରବ୍ୟ ହୋଇଥିଲେ । ବିଚ୍ଛିନ୍ନ ହୋଇଯାଇଥିବା ପତ୍ନୀ ୱିନି କହିଥିଲେ ଯେ ଜାତୀୟ କଂଗ୍ରେସ କୃଷ୍ଣକାୟଙ୍କୁ ସହାୟତା ଅପେକ୍ଷା ଶ୍ୱେତକାୟଙ୍କୁ ଖୁସି କରିବା ଆଗ୍ରହରେ ଲାଗିପଡ଼ିଛି ।<ref>{{harvnb|Sampson|2011|pp=491, 496, 524}}; {{harvnb|Meredith|2010|pp=517, 536}}.</ref>
 
ଆହୁରି ବିତର୍କିତ ଭାବେ ମଣ୍ଡେଲା ଅପାର୍ଥିଡ଼ ଶାସନକାଳରେ ହୋଇଥିବା ଅପରାଧର ତଦନ୍ତ ପାଇଁ "ଟ୍ରୁଥ ଏଣ୍ଡ ରିକୋନସିଲିଏସନ କମିସନ" ଗଠନ କରି,ଡେସମଣ୍ଡ ଟୁଟୁଙ୍କୁ ଏହାର ମୁଖ୍ୟ ଦାୟିତ୍ୱ ଦେଇଥିଲେ । ଶହୀଦ ଘୋଷଣା ବନ୍ଦ କରିବାକୁ ଅପାର୍ଥିଡ଼ ଶାସନ କାଳରେ ହୋଇଥିବା ଅନେକ ଅପରାଧକୁ କମିସନ କ୍ଷମା କରିଦେଇଥିଲେ । ଫେବ୍ରୁଆରୀ ୧୯୯୬ରେ ଆରମ୍ଭ ହୋଇଥିବା ତଦନ୍ତ ସମୟରେ ଅନେକ ଅତ୍ୟାଚାର, ବୋମାମାଡ଼, ଧର୍ଷଣ, ହତ୍ୟା ମାମଲାର ଶୁଣାଣି କରି ଅକ୍ଟୋବର ୧୯୯୮ରେ କମିସନ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ । ଉଭୟ ଦେ କ୍ଲାର୍କ ଓ ମବେକି ରିପୋର୍ଟର କିଛି ଭାଗ ବାଦ ଦେବାକୁ ଅନୁରୋଧ କରିଥିଲେ, ଓ କେବଳ ଦେ କ୍ଲାର୍କଙ୍କ ଅନୁରୋଧ ରକ୍ଷା ହୋଇଥିଲା ।<ref>{{harvnb|Sampson|2011|pp=528–532}}; {{harvnb|Meredith|2010|pp=527, 551–564}}.</ref> ମଣ୍ଡେଲା କମିସନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ - ଏହା ଅତୀତକୁ ପଛରେ ପକାଇ ବର୍ତ୍ତମାନ ଓ ଭବିଷ୍ୟତରେ ଧ୍ୟାନ ଦେବାକୁ ସାହାଯ୍ୟ କରିବ ।<ref>{{harvnb|Sampson|2011|p=532}}; {{harvnb|Meredith|2010|p=563}}.</ref>
===ଘରୋଇ ଉନ୍ନୟନ ଯୋଜନା===
[[File:Nelson Mandela 1998.JPG|thumb|upright|୧୯୯୮ରେ ବ୍ରାଜିଲ ଗସ୍ତରେ ମଣ୍ଡେଲା]]
ମଣ୍ଡେଲା ସରକାର ଦାୟିତ୍ୱ ନେବା ସମୟରେ ଦେଶରେ କଳା ଓ ଗୋରା ସଂପ୍ରଦାୟ ମଧ୍ୟରେ ଅର୍ଥନୈତିକ ଅବସ୍ଥା ଓ ସେବା ମଧ୍ୟରେ ବହୁ ପାର୍ଥକ୍ୟ ରହିଥିଲା । ୪କୋଟି ଜନସଂଖ୍ୟାରୁ ପ୍ରାୟ ୨.୩କୋଟିଙ୍କ ପାଖରେ ବିଦ୍ୟୁତଯୋଗାଣ ଓ ପାଇଖାନା ବ୍ୟବସ୍ଥା ନ ଥିଲା, ୧.୨ କୋଟିଙ୍କ ପାଖରେ ଜଳଯୋଗାଣର ସୁବିଧା ନ ଥିଲା, ୨୦ ଲକ୍ଷ ଶିଶୁ ବିଦ୍ୟାଳୟ ଯାଉନଥିଲେ ଓ ଏକ-ତୃତୀୟାଂଶ ଜନତା ଅଶିକ୍ଷିତ ଥିଲେ । ୩୩% ଲୋକ ବେରୋଜଗାର ଥିଲେ ଏବଂ ଏବଂ ଦେଶର ୫୦% ଜନତା ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ ।<ref>{{harvnb|Meredith|2010|pp=518–520}}.</ref> ଜାତୀୟ ବ୍ୟୟବରାଦର ଏକ-ପଞ୍ଚମାଂଶ ଆନ୍ତର୍ଜାତିକ ଋଣ ପରିଶୋଧରେ ଯାଉଥିବାରୁ ରାଜକୋଷ ପ୍ରାୟତଃ ଶୂନ୍ୟ ହୋଇ ପଡ଼ିଥିଲା, ଫଳରେ ପ୍ରତିଶ୍ରୁତି ଦିଆଯାଇଥିବା "ରିକନଷ୍ଟ୍ରକସନ ଏଣ୍ଡ ଡେଭେଲପମେଣ୍ଟ ପ୍ରୋଗ୍ରାମ" ଅନୁସାରେ ଜାତୀୟତାକରଣ ଓ ରୋଜଗାର ସୃଷ୍ଟିକରିବା ବାଧାପ୍ରାପ୍ତ ହୋଇଥିଲା ।<ref>{{harvnb|Sampson|2011|pp=514–515}}; {{harvnb|Meredith|2010|p=519}}.</ref> ଏହା ସତ୍ତ୍ୱେ ସରକାର ଉଦାରପନ୍ଥୀ ଅର୍ଥନୈତିକ ନୀତି ଅନୁସରଣ କରି ବିଦେଶ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେଇଥିଲେ, ଓ [[ବିଶ୍ୱ ବ୍ୟାଙ୍କ]] ତଥା [[ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି]] ଦ୍ୱାରା "ୱାସିଂଟନ କନସେନସ" ସପକ୍ଷରେ ନୀତି ପ୍ରଣୟନ କରିଥିଲେ ।<ref>{{harvnb|Meredith|2010|pp=520–521}}; {{harvnb|Muthien|Khose|Magubane|2000|pp=369–370}}</ref>
 
ମଣ୍ଡେଲାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ବିକାଶ ଯୋଜନା ମାନ, ୧୯୯୬/୯୭ରେ ୧୩%, ୧୯୯୭/୯୮ରେ ୧୩% ଓ ୧୯୯୮/୯୯ରେ ୭% ବୃଦ୍ଧି ପାଇଥିଲା ।<ref name="Houston62">{{harvnb|Houston|Muthien|2000|p=62}}.</ref> ସରକାର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଅନୁଦାନ ଦେବା ଆରମ୍ଭ କରିଥିଲେ, ଓ ତା ସହିତ ଅକ୍ଷମଙ୍କ ପାଇଁ ଅନୁଦାନ, ଶିଶୁଙ୍କ ଲାଳନପାଳନ ପାଇଁ ଅନୁଦାନ, ବୃଦ୍ଧଙ୍କ ସହାୟତା ପାଇଁ ଅନୁଦାନ ଇତ୍ୟାଦି ଦିଆଯାଇଥିଲା ।<ref name="Houston62"/> ୬ବର୍ଷରୁ କମ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ମୁକ୍ତ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ୧୯୯୪ରେ ଆରମ୍ଭ ହୋଇଥିଲା ଓ ପରେ ୧୯୯୬ରେ ସମସ୍ତଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟସେବା ମୁକ୍ତ କରିଦିଆଯାଇଥିଲା ।<ref>{{harvnb|Meredith|2010|p=521}}; {{cite web|url=http://www.ci.org.za/depts/ci/pubs/pdf/general/gauge2006/gauge2006_healing.pdf |title=Healing inequalities: The free health care policy|publisher=Children's Institute |format=PDF |accessdate=15 May 2011|author=Leatt, Annie; Shung-King, Maylene; and Monson, Jo |archivedate=26 February 2013 |archiveurl=http://www.webcitation.org/6EiCq5xbh |deadurl=no}}</ref> ୧୯୯୯ ନିର୍ବାଚନରେ ଜାତୀୟ କଂଗ୍ରେସ କହିପାରିଥିଲା ଯେ - ୩୦ ଲକ୍ଷ ଲୋକଙ୍କୁ ଟେଲିଫୋନ ସଂଯୋଗ, ୧୫ ଲକ୍ଷ ଶିଶୁଙ୍କୁ ବିଦ୍ୟାଳୟ ଆଣିବା, ୫୦୦ ଡାକ୍ତରଖାନା ଓ ପ୍ରାଥମିକ ଚିକିତ୍ସାଳୟ ପ୍ରତିଷ୍ଠା, ୨୦ ଲକ୍ଷ ଲୋକଙ୍କୁ ବିଦ୍ୟୁତ ସଂଯୋଗ, ୩୦ ଲକ୍ଷ ଲୋକଙ୍କୁ ଜଳଯୋଗାଣର ସୁବିଧା, ୭.୫ ଲକ୍ଷ ଗୃହ ନିର୍ମାଣ କରି ୩୦ ଲକ୍ଷ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିଲା ।<ref>{{harvnb|Herbst|2003|p=312}}.</ref>
 
"ନେ‌ଟିଭସ ଲ୍ୟାଣ୍ଡ ଆକ୍ଟ, ୧୯୧୩" ଦ୍ୱାରା ଜମି ହରାଇଥିବା ଲୋକଙ୍କୁ "ଦି ଲ୍ୟାଣ୍ଡ ରିଷ୍ଟିଚ୍ୟୁସନ ଆକ୍ଟ, ୧୯୯୪" ବଳରେ ପୁରୁଣା ଜମି ଫେରାଇ ଦିଆଯାଇ ହଜାର ହଜାର ଜମିଜମା ସଂକ୍ରାନ୍ତ ସମସ୍ୟାର ସମାଧାନ ହୋଇ ପାରିଥିଲା ।<ref>{{cite web|url=http://www.ngopulse.org/article/land-redistribution-case-land-reform-south-africa |title=Land Redistribution: A Case for Land Reform in South Africa |publisher=NGO Pulse |accessdate=21 November 2011 |archivedate=26 February 2013 |archiveurl=http://www.webcitation.org/6EiD4ChJR |deadurl=no|date=10 February 2010}}</ref> ୧୯୯୬ରେ "ଦି ଲ୍ୟାଣ୍ତ ରିଫର୍ମ ଆକ୍ଟ ୩" ଦ୍ୱାରା କୃଷିକ୍ଷେତ୍ରରେ କାମକରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ, ୬୫ ବର୍ଷ ପୂର୍ବରୁ କାର୍ଯ୍ୟରୁ ବହିଷ୍କାର/ବିତାଡ଼ିତ କରାଯିବା ଉପରେ ବାରଣାଦେଶ ଦେଇଥିଲା ।<ref>{{cite web|url=http://www.nmmu.ac.za/documents/theses/AAFabbriciani.pdf |title=Land Reform Policies in South Africa Compare To Human Rights Internationally |format=PDF |accessdate=11 February 2012}}{{dead link|date=December 2012}}; {{cite web |url=http://www.info.gov.za/gazette/acts/1996/a3-96.htm |title=No. 3 of 1996: Land Reform (Labour Tenants) Act, 1996 |date=22 March 1996 |publisher=South African Government Online |accessdate=26 February 2013 |archivedate=26 February 2013 |archiveurl=http://www.webcitation.org/6EiD8JvCc |deadurl=no}}</ref> "ଦି ସ୍କିଲସ ଡେଭେଲପମେଣ୍ଟ ଆକ୍ଟ, ୧୯୯୮" ଦ୍ୱାରା କାର୍ଯ୍ୟସ୍ଥଳରେ କୁଶଳତା ବଢ଼ାଇବା ପାଇଁ ଆର୍ଥିକ ସହାୟତା ଦିଆଯାଇଥିଲା ।<ref name=autogenerated1>{{cite web|url=http://www.commerce.uct.ac.za/Research_Units/dpru/WorkingPapers/PDF_Files/wp34.pdf |title=Faculty of Commerce at the University of Cape Town |publisher=Commerce.uct.ac.za |date=25 April 2007 |accessdate=27 December 2012}}{{dead link|date=February 2013}}</ref> "ଦି ଲେବର ରିଲେସନସ ଆକ୍ଟ, ୧୯୯୫" ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଗଣତାନ୍ତ୍ରିକ ପଦ୍ଧତି, ଓ ଶ୍ରମିକ ସମସ୍ୟାର ସମାଧାନ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା ।<ref name="ReferenceB">{{cite web|url=http://www.cosatu.org.za/show.php?ID=2248 |title=Why workers should vote ANC |publisher=Cosatu.org.za |accessdate=27 October 2012 |archivedate=26 February 2013 |archiveurl=http://www.webcitation.org/6EiDMeurb |deadurl=no}}</ref> "ଦି ବେସିକ କଣ୍ଡିସନସ ଅଫ ଏମପ୍ଲୟମେଣ୍ଟ ଆକ୍ଟ, ୧୯୯୭" ଦ୍ୱାରା ସମସ୍ତ କର୍ମୀଙ୍କୁ ସମାନ ଅଧିକାର ମିଳିଥିଲା<ref name="ReferenceB"/> ଓ ୧୯୯୮ରେ "ଏମପ୍ଲୟମେଣ୍ଟ ଇକ୍ୱିଟି ଆକ୍ଟ", ଗୃହୀତ ହୋଇଥିଲା ଯେଉଁଥିରେ କାର୍ଯ୍ୟକ୍ଷେତ୍ରରେ ହେଉଥିବା ପାତରଅନ୍ତର ସମସ୍ୟାର ଅନ୍ତ ପାଇଁ ଚେଷ୍ଟା କରାଯାଇଥିଲା ।<ref name="ReferenceB"/>
 
ଏହି ସବୁ ସତ୍ତ୍ୱେ ଅନେକ ଘରୋଇ ସମସ୍ୟା ରହିଥିଲା । "ଏଡ଼ୱିନ କ୍ୟାମେରୁନ" ସମାଲୋଚନା କରି କହିଥିଲେ ଯେ ମଣ୍ଡେଲାଙ୍କ ସରକାର ଏଚ.ଆଇ.ଭି./ଏଡ଼ସ ସଂକ୍ରମଣ ପ୍ରତି ବିଶେଷ କିଛି କରିନଥିଲା; ଏବଂ ୧୯୯୯ ସୁଦ୍ଧା ସମଗ୍ର ଦକ୍ଷିଣ ଆଫ୍ରିକାର ପ୍ରାୟ ୧୦% ଜନତା ଏଚ.ଆଇ.ଭି.+ ହୋଇସାରିଥିଲେ । ମଣ୍ଡେଲା ଏହି ଅଭିଯୋଗକୁ ସ୍ୱୀକାର କରିଥିଲେ ଓ ପରବର୍ତ୍ତୀ ରାଷ୍ଟ୍ରପତି ମବେକିଙ୍କୁ ଏହାର ସମାଧାନ କରିବାକୁ ଛାଡ଼ି ଦେଇଥିଲେ ।<ref>{{harvnb|Meredith|2010|pp=571–573}}; {{cite news |url= http://www.guardian.co.uk/world/2003/jul/06/nelsonmandela.southafrica |title=Mandela at 85 |work=The Observer |location=London |first=Anthony |last=Sampson |authorlink=Anthony Sampson |date=6 July 2003|accessdate=26 May 2008 |archivedate=26 February 2013 |archiveurl=http://www.webcitation.org/6EiCWnTJS |deadurl=no}}; {{cite web |title=Can Mandela's AIDS Message Pierce the Walls of Shame? |publisher=[[Peninsula Peace and Justice Center]] |date=9 January 2005 |url=http://peaceandjustice.org/article.php?story=20050109125126110&mode=print |accessdate=26 May 2008 |archivedate=26 February 2013 |archiveurl=http://www.webcitation.org/6EiCWr1mK |deadurl=no}}; {{cite news | title=South Africa: Mandela Deluged With Tributes as He Turns 85 |url= http://allafrica.com/stories/200307190001.html |work=[[AllAfrica]] |first=Ofeibea |last=Quist-Arcton |date=19 July 2003 |accessdate=26 May 2008 |archivedate=26 February 2013 |archiveurl= http://www.webcitation.org/6Eile2xQ7 |deadurl=no}}</ref> ଆହୁରି ମଧ୍ୟ ଅପରାଧକୁ ସଠିକ ଭାବେ ନିୟନ୍ତ୍ରଣ ନ କରିପାରିଥିବାରୁ ମଣ୍ଡେଲା ସମଲୋଚିତ ହୋଇଥିଲେ, ଓ ଏହାର ପ୍ରମୁଖ କାରଣ ୧୯୯୦ ଦଶକର ଶେଷଭାଗରେ ୭.୫ଲକ୍ଷ ଗୋରାଙ୍କ ଅନୁପ୍ରବେଶ ବୋଲି କୁହାଯାଇଥିଲା ।<ref>{{harvnb|Sampson|2011|pp=510, 565–68}}; {{harvnb|Meredith|2010|p=573}}.</ref> ମଣ୍ଡେଲାଙ୍କ ସରକାର ଦୁର୍ନୀତି ମଧ୍ୟରେ ବୁଡ଼ି ରହିଥିଲା ଓ ମଣ୍ଡେଲା ଦୁର୍ନୀତିକାରୀଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରୁଥିଲେ ବୋଲି ଅଭିଯୋଗ ଆସିଥିଲା ।<ref>{{harvnb|Sampson|2011|p=510}}; {{harvnb|Meredith|2010|pp=544–547}}.</ref>
===ବୈଦେଶିକ ବ୍ୟାପାର===
[[File:Bill-Clinton-with-Nelson-Mandela.jpg|thumb|right|ଆମେରିକୀୟ ରାଷ୍ଟ୍ରପତି [[ବିଲ କ୍ଳିଣ୍ଟନ]] ଙ୍କ ସହିତ ମଣ୍ଡେଲା । ଅନେକ ସମୟରେ ମଣ୍ଡେଲା କ୍ଲିଣ୍ଟନଙ୍କୁ ସମାଲୋଚନା କରିଥିଲେ ମଧ୍ୟ, ତାଙ୍କୁ ପସନ୍ଦ କରୁଥିଲେ ଓ ତାଙ୍କ ବିରୁଦ୍ଧରେ ହୋଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଶୁଣାଣି ସମୟରେ ସମର୍ଥନ କରିଥିଲେ ।<ref>{{harvnb|Sampson|2011|pp=561–567}}.</ref>]]
ଦକ୍ଷିଣ ଆଫ୍ରିକାକୁ ଅନୁସରଣ କରି ମଣ୍ଡେଲା ଅନ୍ୟଦେଶ ମାନଙ୍କୁ ଅନୁରୋଧ କରିଥିଲେଯେ ଆପୋଷ ବୁଝାମଣା ଓ କୁଟନୀତି ସହାୟତାରେ ଦେଶ ଦେଶ ମଧ୍ୟରେ ସମସ୍ୟାର ସମାଧାନ କରିବା ଉଚିତ ।<ref>{{harvnb|Sampson|2011|p=555}}.</ref> ସେ ମବେକିଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା "ଆଫ୍ରିକାନ ରେନାଇସାନସ" ପାଇଁ ଜୋର ଦେଇଥିଲେ ଓ [[ନାଇଜେରିଆ]]ରୁ "ସାନି ଆବାକା"ଙ୍କ ସାମରିକ ସେନା ହଟାଇବାପାଇଁ ଉଦାର କୁଟନୀତିର ସହାୟତା ନେଇଥିଲେ; କିନ୍ତୁ ପରେ ନାଇଜେରିଆରେ ହୋଇଥିବା ମାନବିକ ଅଧିକାରର ଉଲ୍ଲଙ୍ଘନ ପାଇଁ ଆବାକାଙ୍କ ଶାସନର ଅନ୍ତ ଘଟାଇଥିଲେ ।<ref>{{harvnb|Sampson|2011|pp=556–557}}.</ref> ୧୯୯୬ରେ ସେ "ସଦର୍ଣ୍ଣ ଆଫ୍ରିକାନ ଡେଭେଲପମେଣ୍ଟ କମ୍ୟୁନିଟି"ର ମୁଖ୍ୟ ନିୟୋଜିତ ହୋଉଥିଲେ ଓ "ଜାଇରେ"ଠାରେ ହୋଇଥିବା "ପ୍ରଥମ କଙ୍ଗୋ ଯୁଦ୍ଧ"ର ଅନ୍ତ କରିବାକୁ କଥାବାର୍ତ୍ତା କରି ଅସଫଳ ହୋଇଥିଲେ ।<ref>{{harvnb|Sampson|2011|p=558}}.</ref> ଦକ୍ଷିଣ ଆଫ୍ରିକାର ପ୍ରଥମ ଅପାର୍ଥିଡ଼ ଅନ୍ତ ସାମରିକ ଯୋଜନାରେ ସେ ସେପ୍ଟେମ୍ବର ୧୯୯୮ରେ ଲେସୋଥୋରେ ସୈନ୍ୟ ମୁତୟନ କରିଥିଲେ ଓ ପ୍ରଧାନମନ୍ତ୍ରୀ "ପାକାଲିଥା ମୋସିସିଲି"ଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ।<ref>{{harvnb|Sampson|2011|pp=558–559}};{{cite web | url=http://www.africa.upenn.edu/Newsletters/lsno8.html | title=Lesotho to hold re-elections within 15 to 18 months | publisher=Lesotho News Online | author=Thai, Bethuel | date=4 October 1998 | accessdate=26 May 2008 |archivedate=26 February 2013 |archiveurl=http://www.webcitation.org/6EiCUruGw |deadurl=no}}</ref>
 
ସେପ୍ଟେମ୍ବର ୧୯୯୮ରେ, ମଣ୍ଡେଲା "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ନିଯୁକ୍ତି ପାଇଥିଲେ, ଓ ଡର୍ବାନରେ ହୋଇଥିବା ଜାତୀୟ ମହାସଭା ପର୍ଯ୍ୟନ୍ତ ସେହି ପଦବୀରେ ଥିଲେ । ସେହି ସମ୍ମିଳନୀରେ "ଇସ୍ରାଏଲ-ପାଲେଷ୍ଟାଇନ" ସମସ୍ୟାରେ ଅନ୍ତ ନହେବା ପାଇଁ [[ଇସ୍ରାଏଲ]] ସରକାରଙ୍କ ଚିନ୍ତାଧାରାକୁ "କ୍ଷୀଣ" ବୋଲି ଅଭିହିତ କରିଥିଲେ ଏବଂ ଭାରତ ଓ ପାକିସ୍ତାନକୁ କାଶ୍ମୀର ସମସ୍ୟାର ଅନ୍ତ କରିବାକୁ କହିଥିଲେ; ଫଳରେ ଉଭୟ ଭାରତ ଓ ଇସ୍ରାଏଲ ଦ୍ୱାରା ତୀବ୍ର ସମାଲୋଚିତ ହୋଇଥିଲେ ।<ref>{{harvnb|Sampson|2011|p=559}}.</ref> ପୂର୍ବ ଏସିଆର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରଭାବିତ ହୋଇ, ସେହି ଅଞ୍ଚଳର ଦେଶମାନଙ୍କ ସହିତ ମଣ୍ଡେଲା ସଂପର୍କ ବଢ଼ାଇବାକୁ ଚାହିଁଥିଲେ; ଓ ପରେ ୧୯୯୭ରେ ଏସିଆରେ ହୋଇଥିବା ଅର୍ଥନୈତିକ ଅଚଳାବସ୍ଥା ପାଇଁ ବିଚଳିତ ହୋଇଥିଲେ ।<ref>{{harvnb|Sampson|2011|pp=560–561}}.</ref> ଇଣ୍ଡୋନେସିଆର ରାଷ୍ଟ୍ରପତି ସୁହାର୍ତ୍ତୋଙ୍କ ସହିତ ତାଙ୍କର ନିକଟତମ ସଂପର୍କ ପାଇଁ ମଧ୍ୟ ମଣ୍ଡେଲା ସମାଲୋଚିତ ହୋଇଥିଲେ, କାରଣ ସୁହାର୍ତ୍ତୋଙ୍କ ଶାସନ ସମୟରେ ସେଠାରେ ବହୁମାତ୍ରାରେ ମାନବିକ ଅଧିକାରର ଉଲ୍ଲଙ୍ଘନ ହୋଇଥିଲା ।<ref>{{harvnb|Sampson|2011|p=560}}.</ref>
 
ସେହିପରି ଭାବେ ଫିଡ଼େଲ କାଷ୍ଟ୍ରୋ ଓ ମୁଆମ୍ମର ଗଦ୍ଦାଫିଙ୍କ ସହିତ ବନ୍ଧୁତା ପାଇଁ ପଶ୍ଚିମ ଦେଶଗୁଡ଼ିକ ଦ୍ୱାରା ମଣ୍ଡେଲା ସମାଲୋଚିତ ହୋଇଥିଲେ । ୧୯୯୮ରେ କାଷ୍ଟ୍ରୋ ମଣ୍ଡେଲାଙ୍କୁ ଦେଖା କରିବାକୁ ଆସିଥିଲେ ଓ ମଣ୍ଡେଲା ଲିବ୍ୟାରେ ଗଦ୍ଦାଫିଙ୍କୁ ଭେଟି "ଅର୍ଡ଼ର ଅଫ ଗୁଡ଼ ହୋପ" ପ୍ରଦାନ କରିଥିଲେ ।<ref>{{harvnb|Sampson|2011|pp=562–563}}.</ref> ଯେତେବେଳେ ବିଶ୍ୱର ଅନ୍ୟ ଦେଶ ଓ ଗଣମାଧ୍ୟମ ଦ୍ୱାରା ଏହି ସବୁ ଗସ୍ତ ସମାଲୋଚିତ ହୋଇଥିଲା, ମଣ୍ଡେଲା ଏହାକୁ ରଙ୍ଗଭେଦ ନୀତିର ମୁଖା ବୋଲି ବର୍ଣ୍ଣନା କରି ଅଭିଯୋଗ ପ୍ରତି ଧ୍ୟାନ ଦେଇ ନଥିଲେ ।<ref>{{harvnb|Sampson|2011|p=564}}.</ref> ଲିବ୍ୟା, ଆମେରିକା ଓ ବ୍ରିଟେନ ମଧ୍ୟରେ ଦୀର୍ଘ ଦିନରୁ ଚାଲିଥିବା ସମସ୍ୟାର ସମାଧାନ ପାଇଁ, ନଭେମ୍ବର ୧୯୯୧ରେ ହୋଇଥିବା "ପ୍ୟାନ ଆମ ଫ୍ଲାଇଟ ୧୦୩" ହତ୍ୟାରେ ଅଭିଯୁକ୍ତ ଦୁଇ ଲିବ୍ୟା ନାଗରିକ "ଆବଦେଲବାସେତ ଅଲ-ମେଗ୍ରାହୀ" ଓ "ଲାମିନ ଖଲିଫା ଫିମହା"ଙ୍କୁ ଏକ ନିରପେକ୍ଷ ତୃତୀୟ ଦେଶରେ ଶୁଣାଣି କରିବାକୁ ମଣ୍ଡେଲା ମତ ଦେଇଥିଲେ ଓ ଅନ୍ୟ ସମସ୍ତ ଦେଶ ଏଥିରେ ରାଜି ହୋଇଥିବାରୁ; ଏପ୍ରିଲ ୧୯୯୯ରେ [[ନେଦରଲାଣ୍ଡ]] ର "କ୍ୟାମ୍ପ ଜେଇଷ୍ଟ"ରେ "ସ୍କଟସ ଲ" ଅନୁସାରେ ଦୁଇଜଣଙ୍କ ଶୁଣାଣି ହୋଇଥିଲା ଓ ଜଣେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।<ref>{{harvnb|Sampson|2011|pp=563–564}}; {{cite news | url=http://news.bbc.co.uk/1/hi/world/1144147.stm | title=Analysis: Lockerbie's long road |publisher=BBC |accessdate=26 May 2008 | date=31 January 2001 |archivedate=25 February 2013 |archiveurl=http://www.webcitation.org/6Ehl149mt |deadurl=no}}</ref>
===ରାଜନୀତିରୁ ଅବସର===
ମେ ୧୯୯୬ରେ ଦକ୍ଷିଣ ଆଫ୍ରିକାର "ନୂତନ ସମ୍ବିଧାନ" ସଂସଦ ଦ୍ୱାରା ଗୃହୀତ ହୋଇଥିଲା, ଫଳରେ ଅନେକ ଗୁଡ଼ିଏ ଅନୁଷ୍ଠାନ ରାଜନୈତିକ ଓ ପ୍ରଶାସନିକ ଅଧିକାରକୁ ଏକ ସାମ୍ବିଧାନିକ ଗଣତନ୍ତ୍ର ଅନୁସାରେ ପାଳିବାକୁ ବାଧ୍ୟ ହେଲେ ।<ref>{{harvnb|Muthien|Khose|Magubane|2000|p=366}}</ref> ଦେ କ୍ଲାର୍କ ଏହି ସମ୍ବିଧାନକୁ ବିରୋଧ କରି ଗଠବନ୍ଧନ ସରକାରରୁ ଓହରି ଗଲେ ।<ref>{{harvnb|Sampson|2011|p=534}}; {{harvnb|Meredith|2010|pp=529–530}}.</ref> ତେଣୁ ନ୍ୟାସନାଲ ପାର୍ଟି ଅଧୀନରେ ଥିବା କ୍ୟାବିନେଟ ପଦକୁ ଜାତୀୟ କଂଗ୍ରେସ ଗ୍ରହଣ କଲା ଓ ମବେକି ଉପ-ରାଷ୍ଟ୍ରପତି ହୋଇଥିଲେ ।<ref>{{harvnb|Sampson|2011|p=535}}.</ref> ଉଭୟ ମଣ୍ଡେଲା ଓ ମବେକି ଏକ ଅବସରରେ ବିଦେଶରେ ଥିବାବେଳେ ବୁଥେଲେଜି "କାର୍ଯ୍ୟକାରୀ ରାଷ୍ଟ୍ରପତି" ନିଯୁକ୍ତ ହୋଇଥିଲେ ।<ref>{{harvnb|Sampson|2011|p=536}}.</ref>
 
ଡିସେମ୍ବର ୧୯୯୭ରେ ଜାତୀୟ କଂଗ୍ରେସ ସମ୍ମିଳନୀ ପରେ, ମଣ୍ଡେଲା ସଭାପତି ପଦରୁ ଓହରି ଆସିଥିଲେ ଏବଂ ଭାବିଥିଲେ ତାଙ୍କ ସ୍ଥାନରେ ରାମାଫୋସା ନିଯୁକ୍ତି ପାଇବେ; କିନ୍ତୁ ଜାତୀୟ କଂଗ୍ରେସ ମବେକିଙ୍କୁ ମନୋନୀତ କରିଥିଲା । ମବେକିଙ୍କ ସ୍ଥାନରେ ଉପ-ରାଷ୍ଟ୍ରପତି ପଦ ପାଇଁ ମଣ୍ଡେଲା ଓ କାର୍ଯ୍ୟକାରିଣୀ ପରିଷଦ "ଜାକୋବ ଜୁମା"ଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ; କିନ୍ତୁ ତାଙ୍କ ବିପକ୍ଷରେ ୱିନି ପ୍ରତିଦ୍ୱନ୍ଦିତା କରିବାକୁ ବାହାରିଲେ ଓ ଶେଷରେ ଜୁମାଙ୍କ ଦ୍ୱାରା ବହୁ ବ୍ୟବଧାନରେ ପରାଜିତ ହୋଇଥିଲେ ।<ref>{{harvnb|Sampson|2011|pp=537–543}}; {{harvnb|Meredith|2010|p=568}}.</ref>
 
ମାସେଲଙ୍କ ସହିତ ମଣ୍ଡେଲାଙ୍କ ସଂପର୍କ ବଢ଼ିବାରେ ଲାଗିଲା, ଓ ଫେବ୍ରୁଆରୀ ୧୯୯୮ରେ ମଣ୍ଡେଲା ସର୍ବସାଧାରଣରେ ଘୋଷଣା କଲେ - ସେ ଜଣେ ବିଶିଷ୍ଟ ନାରୀଙ୍କ ସହିତ ପ୍ରେମସଂପର୍କରେ ଅଛନ୍ତି; ଏବଂ ବନ୍ଧୁ ଡେସମଣ୍ଡ ଟୁଟୁଙ୍କ ଚାପ ଫଳରେ ଯୁବ ସମାଜ ପାଇଁ ଏକ ଆଦର୍ଶ ଭାବେ ଜୁଲାଇରେ ତାଙ୍କ ୮୦ତମ ଜନ୍ମଦିବସରେ ପୁନଃ-ବିବାହ କଲେ ।<ref>{{harvnb|Sampson|2011|pp=549–551}}; {{harvnb|Meredith|2010|p=576}}.</ref> ଏହାର ପରଦିନ ମଣ୍ଡେଲା ବିଦେଶରୁ ଆସିଥିବା ଅନେକ ଅତିଥିଙ୍କୁ ଏକ ବିଶାଳ ଭୋଜିଦ୍ୱାରା ଆପ୍ୟାୟିତ କରିଥିଲେ ।<ref>{{harvnb|Sampson|2011|pp=551–552}}.</ref> ମଣ୍ଡେଲା ଦ୍ୱିତୀୟ ବାର ରାଷ୍ଟ୍ରପତି ହେବାପାଇଁ କେବେ ଚାହିଁ ନଥିଲେ ଓ ୨୯ ମାର୍ଚ ୧୯୯୯ରେ ନିଜର ବିଦାୟକାଳୀନ ଅଭିଭାଷଣ ଦେଇଥିଲେ, ଓ ଅବସର ଗ୍ରହଣ କରିଥିଲେ ।<ref>{{harvnb|Sampson|2011|p=578}}.</ref>
 
==ଅବସର==