"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଗିରଫ ଓ ରିଭୋନିଆରେ ଚାଲାଣ:୧୯୬୨-୧୯୬୪
୫୬ କ ଧାଡ଼ି:
===ଅସହଯୋଗ ଆନ୍ଦୋଳନ ଓ ଜାତୀୟ କଂଗ୍ରେସ ସଭାପତି:୧୯୫୦-୧୯୫୪===
[[File:African National Congress Flag.svg|thumb|right|ଆଫ୍ରିକୀୟ ଜାତୀୟ କଂଗ୍ରେସର ପତାକା]]
ମାର୍ଚ ୧୯୫୦ରେ ମଣ୍ଡେଲା ଜୁମାଙ୍କ ସ୍ଥାନ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀରେ ନେଇଥିଲେ ।<ref>{{harvnb|Mandela|1994|p=168}}; {{harvnb|Sampson|2011|pp=55–56}}.</ref> ସେହି ମାସରେ ଜୋହାନ୍ସବର୍ଗଠାରେ ହୋଇଥିବା "ଡିଫେଣ୍ଡ ଫ୍ରି ସ୍ପିଚ କନଭେନସନ"ରେ ଆଫ୍ରିକୀୟ, ଭାରତୀୟ ଓ କମ୍ୟୁନିଷ୍ଟମାନେ ମିଳିତ ଭାବେ ଅପାର୍ଥିଡ଼ ବିରୁଦ୍ଧରେ ଅନଶନ କରିଥିଲେ । ମଣ୍ଡେଲା ଏହାକୁ ବିରୋଧ କରିଥିଲେ ଯେହେତୁ ଏହା ଅଣ ଜାତୀୟ କଂଗ୍ରେସ ନେତୃତ୍ୱରେ ହୋଇଥିଲା; କିନ୍ତୁ ଅନେକ କଳା ଆଫ୍ରିକୀୟ ଏଥିରେ ଭାଗ ନେବାରୁ "ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ, ୧୯୫୦"ର ପ୍ରଣୟନ ହୋଇଥିଲା ଏବଂ ସମସ୍ତ ବିରୋଧୀ ଦଳକୁ ଏହି ନିୟମ ପ୍ରଭାବିତ କରିଥିଲା ।<ref>{{harvnb|Mandela|1994|pp=165–167}}; {{harvnb|Sampson|2011|pp=61–62}}; {{harvnb|Smith|2010|pp=74–75}}.</ref> ୧୯୫୦ରେ ମଣ୍ଡେଲା ଜାତୀୟ ଯୁବ କଂଗ୍ରେସ ସଂଘର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ଡିସେମ୍ବର ୧୯୫୧ରେ ରଙ୍ଗଭେଦ ବିରୋଧୀ ଏକ ଦଳ ସହ ଯୁକ୍ତି କରି ପରାସ୍ତ ହୋଇଥିଲେ ।<ref>{{harvnb|Mandela|1994|p=176}}; {{harvnb|Sampson|2011|pp=63–64}}; {{harvnb|Smith|2010|p=78}}.</ref> ଏହାପରେ ତାଙ୍କ କାର୍ଯ୍ୟକଳାପରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଓ ନିଜ ବନ୍ଧୁ ମୋସେସ କୋତାନେଙ୍କ ଦ୍ୱାରା ପ୍ରଭାବିତ ହୋଇ କମ୍ୟୁନିଷ୍ଟ ଚିନ୍ତାଧାରା ପ୍ରତି ଥିବା ଅବିଶ୍ୱାସ ଭାଙ୍ଗିଯାଇଥିଲା । ପରେ [[କାର୍ଲ ମାର୍କସ]], [[ଫ୍ରେଡ଼ରିକ ଏଙ୍ଗେଲ୍ସ]], [[ଭ୍ଲାଦିମିର ଲେନିନ]], [[ଜୋସେଫ ଷ୍ଟାଲିନ]], [[ମାଓ ସେତୁଙ୍ଗ]] ଙ୍କ ଲେଖା ଦ୍ୱାରା ବହୁ ପ୍ରଭାବିତ ହୋଇଥିଲେ ।<ref>{{harvnb|Mandela|1994|pp=177–172}}; {{harvnb|Sampson|2011|pp=64–65}}; {{harvnb|Smith|2010|pp=75–76}}.</ref> ୧୯୫୨ ମସିହା ଏପ୍ରିଲ ମାସରେ, ମଣ୍ଡେଲା ଏଚ. ଏମ. ବାସନର ଆଇନ ସଂସ୍ଥାରେ କାମ କରିବା ଆରମ୍ଭ କରିଥିଲେ ଓ କାମ ପ୍ରତି ଅଧିକା ଆଗ୍ରହ ଦେଇ ପରିବାରକୁ ଅବହେଳା କରିଥିଲେ ।<ref>{{harvnb|Mandela|1994|p=165}}; {{harvnb|Smith|2010|p=77}}.</ref><ref>{{harvnb|Mandela|1994|p=170}}; {{harvnb|Smith|2010|p=94}}.</ref>
 
୧୯୫୨ରେ ଜାତୀୟ କଂଗ୍ରେସ ଭାରତୀୟ ସଂଘ ଓ ଅନ୍ୟ ସାମ୍ୟବାଦୀ ଦଳମାନଙ୍କ ସହ ମିଶି ଅପାର୍ଥିଡ଼ ବିରୁଦ୍ଧରେ ଏକ ମିଳିତ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା ।[[ମୋହନଦାସ କରମଚାନ୍ଦ ଗାନ୍ଧୀ]]ଙ୍କ ଅସହଯୋଗ ଆନ୍ଦୋଳନରେ ପ୍ରଭାବିତ ହୋଇ କିଛି ଲୋକ ଏହାକୁ ଏକ ନୈତିକ କାର୍ଯ୍ୟପନ୍ଥା ବୋଲି ଭାବିଥିଲେ ମଧ୍ୟ ମଣ୍ଡେଲା ଏହି ଆନ୍ଦୋଳନ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିଲେ ।<ref>{{harvnb|Mandela|1994|pp=182–183}}; {{harvnb|Sampson|2011|pp=66–67}}; {{harvnb|Smith|2010|pp=77, 80}}.</ref> ଜୁନ ୨୨ରେ ଡର୍ବାନଠାରେ ପ୍ରାୟ ୧୦୦୦୦ ଲୋକଙ୍କ ଏକ ସମାବେଶରେ ଉଦବୋଧନ ଦେଉଥିବା ସମୟରେ ମଣ୍ଡେଲା ସ୍ୱଳ୍ପକାଳ ଲାଗି ଗିରଫ ହୋଇଥିଲେ ଓ ମାର୍ଶାଳ ସ୍କୋୟାର କାରାଗାରରେ ରହିଥିଲେ ।<ref>{{harvnb|Mandela|1994|pp=183–188}}; {{harvnb|Sampson|2011|p=69}}; {{harvnb|Smith|2010|pp=81–83}}.</ref> ଆନ୍ଦୋଳନ ଜାରି ରହିବାରୁ ଜାତୀୟ କଂଗ୍ରେସର ସଭ୍ୟ ସଂଖ୍ୟା ୨୦,୦୦୦ରୁ ୧,୦୦,୦୦୦ ପହଞ୍ଚିଯାଇଥିଲା ଓ ସରକାର ଜନସାଧାରଣଙ୍କୁ କାରାଗାରରେ ଭରିବା ଅଭିଯାନ ଆରମ୍ଭ କରି "ପବ୍ଲିକ ସେଫଟି ଲ, ୧୯୫୩"ର ପ୍ରଣୟନ କରିଥିଲେ ।<ref>{{harvnb|Mandela|1994|pp=188–192}}; {{harvnb|Sampson|2011|p=68}}.</ref> ମେ ମାସରେ ଟ୍ରାନ୍ସଭାଲ କଂଗ୍ରେସ ସଭାପତି ଜେ.ବି. ମାର୍କସଙ୍କୁ ଜନସାଧାରଣଙ୍କୁ ଭେଟ କରିବାକୁ ଅଧିକାରୀମାନେ ନିବୃତ କରିଥିଲେ; ଫଳତଃ ମଣ୍ଡେଲା ତାଙ୍କର କାର୍ଯ୍ୟଭାର ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ଅକ୍ଟୋବର ମାସରେ ବାଫାବେଗିୟା ଗୋଷ୍ଠୀର ପ୍ରତିବାଦ ସତ୍ତ୍ୱେ ମଣ୍ଡେଲା ସଭାପତି ନିର୍ବାଚିତ ହୋଇଥିଲେ ।<ref>{{harvnb|Mandela|1994|pp=194–195}}; {{harvnb|Sampson|2011|pp=72–73}}; {{harvnb|Smith|2010|p=85}}.</ref>
୭୪ କ ଧାଡ଼ି:
ଏପ୍ରିଲ ୧୯୫୯ରେ ସଶସ୍ତ୍ରବାଦୀ ଆଫ୍ରିକୀୟମାନେ ଜାତୀୟ କଂଗ୍ରେସର କାର୍ଯ୍ୟକୁ ନାପସନ୍ଦ କରି ପ୍ୟାନ-ଆଫ୍ରିକାନ-କଂଗ୍ରେସର ଗଠନ କଲେ; ଯାହାର ସଭାପତି ମଣ୍ଡେଲାଙ୍କ ବନ୍ଧୁ ରବର୍ଟ ସୋବୁକ୍ୱେ ଥିଲେ ।<ref>{{harvnb|Mandela|1994|pp=327–330}}; {{harvnb|Sampson|2011|pp=117–122}}; {{harvnb|Smith|2010|pp=171–173}}.</ref> ମେ ୧୯୬୦ ପର୍ଯ୍ୟନ୍ତ ଦୁଇଦଳ ଆଣ୍ଟି-ପାସ ଆନ୍ଦୋଳନ ଜାରି ରଖିଲେ । ପୋଲିସ ଦ୍ୱାରା ଜଣେ ପ୍ୟାନ ଆଫ୍ରିକାନ କଂଗ୍ରେସ ସଦସ୍ୟଙ୍କୁ ଜଳେଇ ଦିଆଯିବା ପରେ ଶାର୍ପଭିଲ୍ଲେ ସଂହାରରେ ୬୯ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।<ref>{{harvnb|Mandela|1994|pp=342–346}}; {{harvnb|Sampson|2011|pp=130–131}}; {{harvnb|Smith|2010|pp=173–175}}.</ref> ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀ ମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।<ref>{{harvnb|Mandela|1994|pp=347–357}}; {{harvnb|Sampson|2011|pp=132–133}}; {{harvnb|Smith|2010|p=175}}.</ref> ପୁଣି ଅଗଷ୍ଟ ମାସରେ ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ପରେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।<ref>{{harvnb|Mandela|1994|pp=357–364}}; {{harvnb|Sampson|2011|pp=134–135}}; {{harvnb|Smith|2010|p=177}}.</ref> ମଣ୍ଡେଲା ନିଜ ଖାଲି ସମୟରେ ଅଲ-ଇନ-ଆଫ୍ରିକାନ କନଫରେନ୍ସକୁ ସୁଦୃଢ଼ କରି ପିଟରମାରିଜବର୍ଗ, ନାଟାଲରେ ପ୍ରାୟ ୧୪୦୦ ଅଣ-ଅପାର୍ଥିଡ଼ ସଦସ୍ୟଙ୍କ ସହ ମିଶି ମେ ୩୧ରେ (ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ଦିବସ) ଘରେ ରହି ବିରୋଧ କରିବାକୁ ନିଷ୍ପତି ନେଲେ ।<ref>{{harvnb|Mandela|1994|pp=373–374}}; {{harvnb|Sampson|2011|pp=140–143}}; {{harvnb|Smith|2010|pp=183–185}}.</ref> ମାର୍ଚ ୨୯, ୧୯୬୧ରେ ପ୍ରାୟ ଛଅ ବର୍ଷ କେସ ଚାଲିବା ପରେ ବିଚାରପତି ମଣ୍ଡେଲାଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଥିଲେ, ଯାହା ସରକାରଙ୍କ ପାଇଁ ଏକ ଲଜ୍ଜ୍ୟାର ବିଷୟ ଥିଲା ।<ref>{{harvnb|Mandela|1994|pp=377–380}}; {{harvnb|Sampson|2011|p=143}}; {{harvnb|Smith|2010|p=178}}.</ref>
===ଉମଖୋଂତ ୱେ ସିଜୱେ ଏବଂ ଆଫ୍ରିକା ଗସ୍ତ:୧୯୬୧-୧୯୬୨===
[[Image:liliesleaf hut1.jpg|thumb|right|ଲିଲିସଲିଫ ଫାର୍ମରେ ଥିବା କୁଡ଼ିଆ, ଯେଉଁଠାରେ ମଣ୍ଡେଲା ଲୁଚିଥିଲେ]]
୨୯ ମେ’ରେ ହେବାକୁ ଥିବା ପ୍ରତିରୋଧ ପାଇଁ ମଣ୍ଡେଲା ସାରା ଦେଶ ଅଜ୍ଞାତ ରୂପେ ଗସ୍ତ କରିଥିଲେ ଓ ପୋଲିସ ତାଙ୍କ ବିରୁଦ୍ଧରେ ୱାରାଣ୍ଟ ଜାରୀ କରିଥିଲା ।<ref>{{harvnb|Mandela|1994|pp=283–287}}; {{harvnb|Sampson|2011|pp=144–146, 154}}; {{harvnb|Smith|2010|pp=186–188, 193}}.</ref> ମଣ୍ଡେଲା ଅନ୍ୟ ସମ୍ୱାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।<ref>{{harvnb|Mandela|1994|pp=289–291}}; {{harvnb|Sampson|2011|pp=147–149}}; {{harvnb|Smith|2010|pp=188–189}}.</ref> ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।<ref>{{harvnb|Mandela|1994|pp=393–396}}; {{harvnb|Sampson|2011|pp=150–151}}; {{harvnb|Smith|2010|pp=206–210}}.</ref>
 
[[କ୍ୟୁବା]]ର [[ଫିଡ଼େଲ କାଷ୍ଟ୍ରୋ]] ଙ୍କ "୨୬ ଜୁଲାଇ ବିପ୍ଳବ"ରେ ଅନୁପ୍ରାଣିତ ହୋଇ ୧୯୬୧ରେ ମଣ୍ଡେଲା, ସିସୁଲୁ ଏବଂ ଜୋଏ ସ୍ଲୋଭୋଙ୍କ ସହ "ଉମଖୋଂତ ୱେ ସିଜୱେ" (ଏମ.କେ.) ଗଠନ କରିଥିଲେ ।<ref>{{harvnb|Mandela|1994|pp=397–398}}; {{harvnb|Sampson|2011|pp=151–154}}; {{harvnb|Smith|2010|pp=209–214}}.</ref> ସଶସ୍ତ୍ରବାହିନୀର ମୁଖ୍ୟ ଅଧିକାରୀ ଭାବେ ସେ ଅନୈତିକ ଭାବେ ମାଓ ଏବଂ [[ଚେ ଗୁଏଭରା]] ଙ୍କ ଗରିଲା ଯୁଦ୍ଧ କୌଶଳ ଶିକ୍ଷା କରିଥିଲେ । ଜାତୀୟ କଂଗ୍ରେସରୁ ବିଛିନ୍ନ ହେବାପରେ ଏମ.କେ. ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଭାବେ ଉଭା ହେଲା । ପରେ ରେମଣ୍ଡ ମହଲ୍ଲାବା, ସ୍ଲୋଭୋ ଓ ବାର୍ଣ୍ଣେଷ୍ଟାଇନଙ୍କ ସହ ମିଶି ଏମ.କେ.ର ସମ୍ବିଧାନ ପ୍ରଣୟନ କରିଥିଲେ ।<ref>{{harvnb|Mandela|1994|pp=397–409}}; {{harvnb|Sampson|2011|pp=154–156}}; {{harvnb|Smith|2010|pp=191, 222–229}}.</ref> ଛୋଟ ଛୋଟ ଗୋଠରେ କାର୍ଯ୍ୟ କରୁଥିବା ଦଳ ନେଇ ସରକାରୀ ଅଫିସ ଗୃହ, ସାମରିକ ପ୍ରତିଷ୍ଠାନ, ବିଜୁଳି, ଟେଲିଫୋନ ଓ ଗମନାଗମନ ବ୍ୟବସ୍ଥାକୁ ରାତିରେ ବୋମାମାଡ଼ କରି ଅଚଳ କରିଦେବାକୁ ନିର୍ଣ୍ଣୟ ନିଆଯାଇଥିଲା । ସେଥିରେ ଅସଫଳ ହେଲେ ଗରିଲା ଯୁଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିଲା ।<ref>{{harvnb|Mandela|1994|pp=411–412}}.</ref> ଜାତୀୟ କଂଗ୍ରେସର ନେତା ଲୁଥୁଲିଙ୍କୁ ନୋବେଲେ ଶାନ୍ତି ସମ୍ମାନ ମିଳିବା ପରେ ପରେ ୧୬ ଡିସେମ୍ବର ୧୯୬୧ରେ ଏମ.କେ. ୫୭ଟି ବୋମାମାଡ଼ ସହ ସର୍ବସାଧାରଣଙ୍କୁ ନିଜର ଅବସ୍ଥିତି ସଂପର୍କରେ ଜଣାଇ ଦେଇଥିଲା ।<ref>{{harvnb|Mandela|1994|pp=413–415}}; {{harvnb|Sampson|2011|pp=158–159}}; {{harvnb|Smith|2010|pp=239–246}}.</ref>
 
ଫେବ୍ରୁଆରୀ ୧୯୬୨ରେ [[ଇଥିଓପିଆ]]ର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।<ref>{{harvnb|Mandela|1994|pp=418–425}}; {{harvnb|Sampson|2011|pp=160–162}}; {{harvnb|Smith|2010|pp=251–254}}.</ref> ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।<ref>{{harvnb|Mandela|1994|pp=427–432}}; {{harvnb|Sampson|2011|pp=163–165}}; {{harvnb|Smith|2010|pp=255–256}}.</ref> ସମାବେଶ ପରେ ସେ କାଇରୋ, [[ଇଜିପ୍ଟ]] ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।<ref>{{harvnb|Mandela|1994|pp=432–440}}; {{harvnb|Sampson|2011|pp=165–167}}; {{harvnb|Smith|2010|pp=256–259}}.</ref> ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।<ref>{{harvnb|Mandela|1994|pp=441–443}}; {{harvnb|Sampson|2011|pp=167–169}}; {{harvnb|Smith|2010|pp=259–261}}.</ref> ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।<ref>{{harvnb|Mandela|1994|pp=443–445}}; {{harvnb|Sampson|2011|pp=169–170}}; {{harvnb|Smith|2010|pp=261–262}}.</ref>
==କାରାବାସ==
===ଗିରଫ ଓ ରିଭୋନିଆରେ ଚାଲାଣ:୧୯୬୨-୧୯୬୪===
[[File:Mandela Capture Site.JPG|thumb|ହୋୱିକରେ ମଣ୍ଡେଲା ଗିରଫ ହୋଇଥିବା ସ୍ଥାନରେ ସ୍ମୃତି ସ୍ତମ୍ଭ ଯାହା ୧୯୯୬ରେ ନିର୍ମିତ]]
୫ ଅଗଷ୍ଟ ୧୯୬୨ରେ ପୋଲିସ ମଣ୍ଡେଲାଙ୍କୁ ସେସିଲ ୱିଲିଅମସଙ୍କ ସହିତ ହୋୱିକରୁ ଗିରଫ କରିଥିଲା ।<ref>{{harvnb|Mandela|1994|pp=435–435}}; {{harvnb|Sampson|2011|pp=170–172}}; {{harvnb|Smith|2010|pp=275–276}}.</ref> ଜୋହାନ୍ସବର୍ଗର ମାର୍ଶାଲ ସ୍କୋୟାର କାରାଗାରରେ ସରକାର ବିରୋଧୀ ଆନ୍ଦୋଳନ ଓ ବିନା ଅନୁମତିରେ ଦେଶ ଛାଡ଼ି ଯିବା ଅପରାଧରେ ତାଙ୍କୁ ରଖାଯାଇଥିଲା । ସ୍ଲୋଭୋଙ୍କୁ ଆଇନ ସହାୟକଭାବେ ନେଇ ସେ ନିଜ କେସ ନିଜେ ଲଢ଼ିଥିଲେ ଓ ଦର୍ଶାଇଥିଲେ ଯେ ଚାଲିଆସୁଥିବା ରଙ୍ଗଭେଦ ନୀତି ବିରୋଧରେ ଏହା ଏକ ବିଦ୍ରୋହ ଥିଲା ଏବଂ କୋର୍ଟ ବାହାରେ ସମର୍ଥକ ମାନେ ଆନ୍ଦୋଳନ, ଶୋଭାଯାତ୍ରା ଚାଲୁ ରଖିଥିଲେ ।<ref>{{harvnb|Mandela|1994|pp=456–459}}; {{harvnb|Sampson|2011|pp=172–173}}.</ref> ଏହାପରେ ସେ ପ୍ରିଟୋରିଆ ଚାଲିଯାଇଥିଲେ ଯାହା ଫଳରେ ୱିନି ତାଙ୍କୁ ଦେଖାକରିପାରିବେ ଏବଂ ଦୂରଶିକ୍ଷା ଦ୍ୱାରା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା(ଏଲ.ଏଲ.ବି.) ଆରମ୍ଭ କରିଥିଲେ ।<ref>{{harvnb|Mandela|1994|pp=463–465}}; {{harvnb|Sampson|2011|pp=173–174}}; {{harvnb|Smith|2010|pp=292–293}}.</ref> ୧୫ ଅକ୍ଟୋବରରେ ତାଙ୍କର କେସ ଶୁଣାଣି ଆରମ୍ଭ ହୋଇଥିଲା; କିନ୍ତୁ ସେ ବିଚାରାଳୟର କାମରେ ବାଧା ସୃଷ୍ଟି କରି ପାରମ୍ପାରିକ ପୋଷାକ "କାରୋସ" ପିନ୍ଧି ବିନା କୌଣସି ସାକ୍ଷୀରେ ନିଜର ସପକ୍ଷ ଯୁକ୍ତିକୁ ଏକ ରାଜନୈତିକ ଭାଷଣ ଭାବେ ବଦଳାଇଦେଇଥିଲେ । ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ସେ କୋର୍ଟ ପରିସର ଛାଡ଼ି ଚାଲିଯିବା ପରେ ତାଙ୍କ ସମର୍ଥମ ମାନେ "ନକୋସି ସିକେଲେଲ ଆଫ୍ରିକା" ସଙ୍ଗୀତ ଗାଇଥିଲେ ।<ref>{{harvnb|Mandela|1994|pp=468–482}}; {{harvnb|Sampson|2011|pp=174–176}}.</ref>
 
{{Quote box|width=246px|bgcolor=#ACE1AF|align=left|quote="In a way I had never quite comprehended before, I realized the role I could play in court and the possibilities before me as a defendant. I was the symbol of justice in the court of the oppressor, the representative of the great ideals of freedom, fairness and democracy in a society that dishonoured those virtues. I realized then and there that I could carry on the fight even in the fortress of the enemy."|salign=right |source=— Mandela, 1994<ref>{{harvnb|Mandela|1994|p=458}}.</ref>}}
 
୧୧ ଜୁଲାଇ ୧୯୬୩ରେ ପୋଲିସ ଲିଲିସଲିଫ ଫାର୍ମରେ ଚଢ଼ାଉ କରି ଉପସ୍ଥିତ ସମସ୍ତଙ୍କୁ ଗିରଫ କରିଥିଲା ଏମ.କେ. ର କିଛି କାଗଜପତ୍ର ଜବତ କରିଥିଲା । ଏହାପରେ ଅକ୍ଟୋବର ୯ରେ ପ୍ରିଟୋରିଆ ସୁପ୍ରିମ କୋର୍ଟରେ ମଣ୍ଡେଲା ଓ ତାଙ୍କର ଚାରି ସହଯୋଗୀଙ୍କୁ ଅନ୍ତର୍ଘାତୀ କାର୍ଯ୍ୟ ଓ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ପର୍ସି ୟୁଟାର ସେମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବୀ କରିଥିଲେ ।<ref>{{harvnb|Mandela|2004|pp=27–32}}; {{harvnb|Sampson|2011|pp=183–186}}; {{harvnb|Smith|2010|pp=292–295}}.</ref> କିନ୍ତୁ ବିଚାରପତି କ୍ୱାର୍ଟସ ଦେ ୱେଟ ଆବଶ୍ୟକୀୟ ପ୍ରମାଣ ଅଭାବରୁ ଏହି କେସକୁ ଖାରଜ କରିଦେଇଥିଲେ । ପୁଣି ୟୁଟାର ଡିସେମ୍ବରରୁ ଫେବ୍ରୁଆରୀ ୧୯୬୪ ପର୍ଯ୍ୟନ୍ତ ୧୭୩ଜଣ ସାକ୍ଷୀଙ୍କୁ ଡ଼ାକି, ହଜାରେ ଉପରେ କାଗଜପତ୍ର ତଥା ଛବି ସହ ନୂଆ କେସ କୋର୍ଟରେ ଦର୍ଶାଇଥିଲେ ।<ref>{{harvnb|Mandela|2004|pp=33–42}}; {{harvnb|Sampson|2011|pp=186–190}}.</ref>
 
ଜେମ୍ସ କାଣ୍ଟୋରଙ୍କୁ ଛାଡ଼ି(ଯିଏ ସଂପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ), ମଣ୍ଡେଲା ଓ ଅନ୍ୟ ସହଯୋଗୀ ମାନେ ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ଆରମ୍ଭ କରିବା ଦାବୀକୁ ମାନି ନଥିଲେ । ସେମାନଙ୍କର ଶୁଣାଣିକୁ ସେମାନେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ; ମଣ୍ଡେଲାଙ୍କ ଏକ ଭାଷଣ କାଷ୍ଟ୍ରୋଙ୍କ "ହିଷ୍ଟୋରି ୱିଲ ଆବଜର୍ଭ ମି"ଦ୍ୱାରା ଅତି ମାତ୍ରାରେ ପ୍ରଭାବିତ ଥିଲା - ଯାହା ସରକାରୀ ନିଷେଧାଦେଶ ସତ୍ତ୍ୱେ ଗଣମାଧ୍ୟମରେ ପହଞ୍ଚିଯାଇଥିଲା ।<ref>{{harvnb|Mandela|2004|pp=42–57}}; {{harvnb|Sampson|2011|pp=190–194}}; {{harvnb|Smith|2010|pp=300–302}}.</ref> ସେମାନଙ୍କର ଶୁଣାଣି ଆନ୍ତର୍ଜାତୀୟ ଭାବେ ଆଖିଦୃଶିଆ ହୋଇଥିଲା; ଫଳରେ [[ସଂଯୁକ୍ତ ରାଷ୍ଟ୍ରସଂଘ]] ଓ ବିଶ୍ୱ ଶାନ୍ତି ପରିଷଦ ତରଫରୁ ତାଙ୍କୁ ଛାଡ଼ କରିବା ପାଇଁ ପ୍ରସ୍ତାବ ଆସିଥିଲା । ଲଣ୍ଡନ ବିଶ୍ୱବିଦ୍ୟାଳୟ ପରିଷଦ ତାଙ୍କୁ ସେଣ୍ଟ ପଲ କ୍ୟାଥେଡ଼୍ରାଲ, ଲଣ୍ଡନରେ ନାଇଟ ଉପାଧି ପାଇଁ ମନୋନୀତ କରିଥିଲା ।<ref>{{harvnb|Mandela|2004|p=62}}; {{harvnb|Sampson|2011|pp=194–195}}; {{harvnb|Smith|2010|p=303}}.</ref> କିନ୍ତୁ ଦକ୍ଷିଣ ଆଫ୍ରିକା ସରକାର ସମସ୍ତ ଚାପକୁ ନଜରଅନ୍ଦାଜ କରି ସେମାନଙ୍କୁ ଅଭିଯୋଗରୁ ମୁକ୍ତ କରିନଥିଲା । ଶେଷରେ ୧୨ ଜୁନ ୧୯୬୪ରେ ବିଚାର ପତି ଦେ ୱେଟ ମଣ୍ଡେଲା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ନଦେଇ ଆଜୀବନ କାରାବାସ ପାଇଁ ରାୟ ଦେଇଥିଲେ ।<ref>{{harvnb|Mandela|2004|pp=63–68}}; {{harvnb|Sampson|2011|pp=196–197}}; {{harvnb|Smith|2010|p=306}}.</ref>
===ରୋବେନିଆ ଦ୍ୱୀପ:୧୯୬୨-୧୯୮୨===
===ପୋଲ୍ସମୁର କାରାଗାର:୧୯୮୨-୧୯୮୮===