"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭୩ କ ଧାଡ଼ି:
 
ଏପ୍ରିଲ ୧୯୫୯ରେ ସଶସ୍ତ୍ରବାଦୀ ଆଫ୍ରିକୀୟମାନେ ଜାତୀୟ କଂଗ୍ରେସର କାର୍ଯ୍ୟକୁ ନାପସନ୍ଦ କରି ପ୍ୟାନ-ଆଫ୍ରିକାନ-କଂଗ୍ରେସର ଗଠନ କଲେ; ଯାହାର ସଭାପତି ମଣ୍ଡେଲାଙ୍କ ବନ୍ଧୁ ରବର୍ଟ ସୋବୁକ୍ୱେ ଥିଲେ ।<ref>{{harvnb|Mandela|1994|pp=327–330}}; {{harvnb|Sampson|2011|pp=117–122}}; {{harvnb|Smith|2010|pp=171–173}}.</ref> ମେ ୧୯୬୦ ପର୍ଯ୍ୟନ୍ତ ଦୁଇଦଳ ଆଣ୍ଟି-ପାସ ଆନ୍ଦୋଳନ ଜାରି ରଖିଲେ । ପୋଲିସ ଦ୍ୱାରା ଜଣେ ପ୍ୟାନ ଆଫ୍ରିକାନ କଂଗ୍ରେସ ସଦସ୍ୟଙ୍କୁ ଜଳେଇ ଦିଆଯିବା ପରେ ଶାର୍ପଭିଲ୍ଲେ ସଂହାରରେ ୬୯ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।<ref>{{harvnb|Mandela|1994|pp=342–346}}; {{harvnb|Sampson|2011|pp=130–131}}; {{harvnb|Smith|2010|pp=173–175}}.</ref> ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀ ମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।<ref>{{harvnb|Mandela|1994|pp=347–357}}; {{harvnb|Sampson|2011|pp=132–133}}; {{harvnb|Smith|2010|p=175}}.</ref> ପୁଣି ଅଗଷ୍ଟ ମାସରେ ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ପରେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।<ref>{{harvnb|Mandela|1994|pp=357–364}}; {{harvnb|Sampson|2011|pp=134–135}}; {{harvnb|Smith|2010|p=177}}.</ref> ମଣ୍ଡେଲା ନିଜ ଖାଲି ସମୟରେ ଅଲ-ଇନ-ଆଫ୍ରିକାନ କନଫରେନ୍ସକୁ ସୁଦୃଢ଼ କରି ପିଟରମାରିଜବର୍ଗ, ନାଟାଲରେ ପ୍ରାୟ ୧୪୦୦ ଅଣ-ଅପାର୍ଥିଡ଼ ସଦସ୍ୟଙ୍କ ସହ ମିଶି ମେ ୩୧ରେ (ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ଦିବସ) ଘରେ ରହି ବିରୋଧ କରିବାକୁ ନିଷ୍ପତି ନେଲେ ।<ref>{{harvnb|Mandela|1994|pp=373–374}}; {{harvnb|Sampson|2011|pp=140–143}}; {{harvnb|Smith|2010|pp=183–185}}.</ref> ମାର୍ଚ ୨୯, ୧୯୬୧ରେ ପ୍ରାୟ ଛଅ ବର୍ଷ କେସ ଚାଲିବା ପରେ ବିଚାରପତି ମଣ୍ଡେଲାଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଥିଲେ, ଯାହା ସରକାରଙ୍କ ପାଇଁ ଏକ ଲଜ୍ଜ୍ୟାର ବିଷୟ ଥିଲା ।<ref>{{harvnb|Mandela|1994|pp=377–380}}; {{harvnb|Sampson|2011|p=143}}; {{harvnb|Smith|2010|p=178}}.</ref>
 
 
 
===ଉମଖୋଂତ ୱେ ସିଜୱେ ଏବଂ ଆଫ୍ରିକା ଗସ୍ତ:୧୯୬୧-୧୯୬୨===
୨୯ ମେ’ରେ ହେବାକୁ ଥିବା ପ୍ରତିରୋଧ ପାଇଁ ମଣ୍ଡେଲା ସାରା ଦେଶ ଅଜ୍ଞାତ ରୂପେ ଗସ୍ତ କରିଥିଲେ ଓ ପୋଲିସ ତାଙ୍କ ବିରୁଦ୍ଧରେ ୱାରାଣ୍ଟ ଜାରୀ କରିଥିଲା ।<ref>{{harvnb|Mandela|1994|pp=283–287}}; {{harvnb|Sampson|2011|pp=144–146, 154}}; {{harvnb|Smith|2010|pp=186–188, 193}}.</ref> ମଣ୍ଡେଲା ଅନ୍ୟ ସମ୍ୱାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।<ref>{{harvnb|Mandela|1994|pp=289–291}}; {{harvnb|Sampson|2011|pp=147–149}}; {{harvnb|Smith|2010|pp=188–189}}.</ref> ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।<ref>{{harvnb|Mandela|1994|pp=393–396}}; {{harvnb|Sampson|2011|pp=150–151}}; {{harvnb|Smith|2010|pp=206–210}}.</ref>
Line ୮୨ ⟶ ୭୯:
 
ଫେବ୍ରୁଆରୀ ୧୯୬୨ରେ [[ଇଥିଓପିଆ]]ର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।<ref>{{harvnb|Mandela|1994|pp=418–425}}; {{harvnb|Sampson|2011|pp=160–162}}; {{harvnb|Smith|2010|pp=251–254}}.</ref> ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।<ref>{{harvnb|Mandela|1994|pp=427–432}}; {{harvnb|Sampson|2011|pp=163–165}}; {{harvnb|Smith|2010|pp=255–256}}.</ref> ସମାବେଶ ପରେ ସେ କାଇରୋ, [[ଇଜିପ୍ଟ]] ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।<ref>{{harvnb|Mandela|1994|pp=432–440}}; {{harvnb|Sampson|2011|pp=165–167}}; {{harvnb|Smith|2010|pp=256–259}}.</ref> ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।<ref>{{harvnb|Mandela|1994|pp=441–443}}; {{harvnb|Sampson|2011|pp=167–169}}; {{harvnb|Smith|2010|pp=259–261}}.</ref> ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।<ref>{{harvnb|Mandela|1994|pp=443–445}}; {{harvnb|Sampson|2011|pp=169–170}}; {{harvnb|Smith|2010|pp=261–262}}.</ref>
 
==କାରାବାସ==
===ଗିରଫ:୧୯୬୨-୧୯୬୪===
Line ୮୮ ⟶ ୮୪:
===ପୋଲ୍ସମୁର କାରାଗାର:୧୯୮୨-୧୯୮୮===
===ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼:୧୯୮୮-୧୯୯୦===
 
==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
===ଭାବମୂର୍ତ୍ତି===
===ରାଜନୈତିକ ଚିନ୍ତାଧାରା===
===ପରିବାର===
 
==ପ୍ରଭାବ==
 
==ଆଧାର==
{{ଆଧାର|2}}