"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) ସଜାଣି |
Aditya Mahar (ଆଲୋଚନା | ଅବଦାନ) ସଜାଣି |
||
୪୪ କ ଧାଡ଼ି:
[[ଫାଇଲ:Sarala temple 1.JPG|thumb|ସାରଳା ଠାକୁରାଣୀ]]
'''ମା’ ଶାରଳାଙ୍କ ମନ୍ଦିର''' [[ଓଡ଼ିଶା]] ରାଜ୍ୟର [[ଜଗତସିଂହପୁର ଜିଲ୍ଲା]]ରେ
==ମନ୍ଦିର==
ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ଶାରଳା ମନ୍ଦିର ୧୬୮୬ ମସିହାରେ [[ମୁସଲମାନ]]ମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି । ସେହି ମସଜିଦ ନିର୍ମାଣ ୧୦୯୮ ହିଜ୍ରିରେ ହୋଇଥିବା ଉଲ୍ଲେଖ ଅଛି । ବର୍ତ୍ତମାନ ସେଠାରେ [[ଗଣେଶ]]ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି। [[ଓଡ଼ିଆ ଭାଷା]]ର ପ୍ରଥମ କବି ହେଉଛନ୍ତି ସାରଳା ଦାସ ।ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଚଣ୍ଡୀପୁରାଣରେ ଓଡ଼ିଶାର ଆଠଟି ତନ୍ତ୍ରପୀଠର ନାମ ଉଲ୍ଲେଖ କରିଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ପ୍ରାଚୀନ ତାଳପତ୍ର ପୋଥିରେ ଅଷ୍ଟଚଣ୍ଡୀଙ୍କ ନାମ ବର୍ଣ୍ଣନା ଅନୁଯାୟୀ ଝଙ୍କଡ଼ର ଶାରଳା, [[କାକଟପୁର]]ର [[ମଙ୍ଗଳା ମନ୍ଦିର|ମଙ୍ଗଳା]], [[କୋଣାର୍କ]]ର [[ରାମଚଣ୍ଡୀ]], [[ପୁରୀ]]ର [[ବିମଳା ଶକ୍ତିପୀଠ|ବିମଳା]], [[ବାଙ୍କୀ]]ର [[ଚର୍ଚ୍ଚିକା ମନ୍ଦିର|ଚର୍ଚ୍ଚିକା]], [[ଯାଜପୁର]]ର [[ବିରଜା ମନ୍ଦିର|ବିରଜା]], [[ତାଳଚେର]]ର [[ହିଙ୍ଗୁଳା ମନ୍ଦିର|ହିଙ୍ଗୁଳା]] ଓ [[ଭୁବନେଶ୍ୱର]]ର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ରପୀଠର ଅଷ୍ଟଦେବୀ। କିନ୍ତୁ ପରବର୍ତ୍ତୀ କାଳରେ ଧବଳଗିରି ନିବାସୀ ବାଳକବି ଭଗବତୀ ଜଣାଣରେ ଯେଉଁ ଅଷ୍ଟଚଣ୍ଡୀଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ଭୁବନେଶ୍ୱରର ଗୌରୀ, ତାଳଚେରର ହିଙ୍ଗୁଳା ଓ କୋଣାର୍କର ରାମଚଣ୍ଡୀଙ୍କ ନାମ ବଦଳରେ [[ସମ୍ବଲପୁର]]ର [[ସମଲେଇ ମନ୍ଦିର|ସମଲାଇ]], [[ବାଣପୁର]]ର [[ଭଗବତୀ ମନ୍ଦିର|ଭଗବତୀ]] ଓ ଚଣ୍ଡୀ (ସମ୍ଭବତଃ ଚିତ୍ରୋତ୍ପଳା ଓ ଲୁଣାନଦୀ ମଧ୍ୟରେ ଥିବା ହରଚଣ୍ଡୀ)ଙ୍କୁ ବର୍ଣ୍ଣନା କରିଛନ୍ତି। ସାରଳାଙ୍କର ପରବର୍ତ୍ତୀ କବିମାନେ ଶାରଳା ଠାକୁରାଣୀ ଝଙ୍କଡ଼ରେ ଥିବା ବର୍ଣ୍ଣନା କରିଛନ୍ତି। [[ବଳରାମ ଦାସ]]ଙ୍କ ମାଳଶ୍ରୀ ଯାହାକୁ [[ଭାଦ୍ରବ]] ମାସ [[ଖୁଦୁରୁକୁଣୀ ଓଷା|ଖୁଦୁରୁକୁଣୀ]]ଙ୍କ ପାଖରେ ପଢ଼ାଯାଏ। ମାଳଶ୍ରୀକୁ ଅନୁଧ୍ୟାନ କଲେ ଦେଖାଯାଏ, ଝଙ୍କଡ଼ ପ୍ରଗଣାର ତେନ୍ତୁଳିପଦାଠାରେ ବିଲ-ଶାରଳା ନାମରେ ଆଉ ଏକ ଦେବୀଙ୍କ ମନ୍ଦିର ଅଛି।ସମ୍ଭବତତଃ ୧୬୮୬ ମସିହାରେ ଯେତେବେଳେ ମୁସଲମାନମାନେ ଶାରଳା ଠାକୁରାଣୀଙ୍କ ମୂଳ ମନ୍ଦିରକୁ ଭାଙ୍ଗିଦେଇ ମସଜିଦ କଲେ, ସେତେବେଳେ ଠାକୁରାଣୀଙ୍କ ସେବକମାନେ ଓ ହିନ୍ଦୁମାନେ ଶାରଳା ଠାକୁରାଣୀଙ୍କୁ ସେହି ବୃଦ୍ଧନଦୀରେ ନେଇଯାଇ। ତେନ୍ତୁଳିପଦାଠାରେ ଯେଉଁଠାରେ ବିଲ-ଶାରଳା ଅଛନ୍ତି ସେଠାରେ ରଖିଦେଇ ଆସିଲେ। ପରେ ସେଠାରୁ ଶାରଳାଙ୍କ ମୂର୍ତ୍ତିକୁ ଉନବିଂଶ ଶତାବ୍ଦୀର ଶେଷଭାଗରେ ବା ବିଂଶ ଶତାବ୍ଦୀର ଆରମ୍ଭରେ କନକପୁର ନିଆଯାଇଥିଲା। ବର୍ତ୍ତମାନ କନକପୁରଠାରେ ଯେଉଁ ମନ୍ଦିର ଅଛି ସେହି ମନ୍ଦିରରେ ଶାରଳା ଠାକୁରାଣୀଙ୍କର ବିଧିବଦ୍ଧ ପ୍ରତିଷ୍ଠା ୧୩୨୧ ସାଲ [[ଆଷାଢ଼]] ଦି୧୨ନ ଠାରୁ ଦି୧୯ନ ପର୍ଯ୍ୟନ୍ତ ହୋଇଥିବା ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ରରୁ ଜଣାଯାଏ। ଏହି ୧୩୨୧ ସାଲ ଇଂରାଜୀ ୧୯୧୪ ମସିହାରେ ପଡ଼ିଥିଲା।
==ଇତିହାସ==
[[ପୁରୀ]] ଜଗନ୍ନାଥ ପ୍ରେସରେ ୧୯୦୯ରେ ଛପା ହୋଇଥିବା ‘ମୋହନ’ଙ୍କ ଚନ୍ଦ୍ରାବତୀ ହରଣ ବହିର ଆରମ୍ଭରେ ଶାରଳାଙ୍କ ବନ୍ଦନା ଅଛି। ଉକ୍ତବହିରେ କବି ମୋହନ ବର୍ଣ୍ଣନା କରିଛନ୍ତି ନଣ୍ଡାଦେଉଳ ନିକଟରେ ଥିବା ଗୋପତମାଣିକା ବା ଗୁପ୍ତମାଣିକାରେ ଶାରଳା ସାତଦିନ ସାତରାତି ବୁଡ଼ି ରହିଥିଲେ। ତା’ପରେ ତେନ୍ତୁଳିପଦା ଚାଲିଗଲେ। ସାରଳା [[ମହାଭାରତ]] ଦ୍ରୋଣପର୍ବର ଉକ୍ତି ସହିତ ଆଦିପର୍ବର ଶାରଳାଦେବୀଙ୍କ ବନ୍ଦନାରେ ଥିବା ବିବରଣୀକୁ ମେଳ କଲେ ଜଣାଯାଏ ପୁରୀ ଓ ଯାଜପୁର ମଧ୍ୟରେ ଝଙ୍କଡ଼ ବା ଜଙ୍ଗେର ଅବସ୍ଥିତ। ସେଠାରେ ଶାରଳା ଠାକୁରାଣୀ ପୂଜା ପାଉଛନ୍ତି । ଶାରଳାପୀଠ ଏକ ମହାନ ତନ୍ତ୍ରପୀଠ। ଶାରଳା ଠାକୁରାଣୀଙ୍କ ମୂର୍ତ୍ତିକୁ ଦେଖି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେବୀ ଅଷ୍ଟମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ। [[ଚୀନ]] ପରିବ୍ରାଜକ ହୁଏନସାଂ ସପ୍ତମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ । ସେତେବେଳେ ସେ ଚେଳି-ତାଳୋରେ ବୌଦ୍ଧବିହାର ଓ ସ୍ତୂପ ଥିବା ଦେଖିଥିଲେ ।S. Bealଙ୍କ ଲିଖିତ The Life of Hiuen Tsiang – Page134ରେ ଚେ-ଳି-ତା-ଳୋ ବନ୍ଦରରେ ବଜ୍ରଜାନୀଙ୍କ ଦେବତା ଆରାଧିତ ହେଲେଣି। ବର୍ତ୍ତମାନ ପୂଜାପାଉଥିବା ଶାରଳା [[ହିନ୍ଦୁ]]ଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି ରହିଛି ।Budhist Iconographyରେ ଆଦିବୁଦ୍ଧଙ୍କ ସ୍ୱରୂପ ଉଲ୍ଲେଖ ଓ ଚିତ୍ରିତ ହୋଇଛି। ସେଥିରୁ ଜଣାଯାଏ ତାଙ୍କ ଦକ୍ଷିଣହସ୍ତରେ ବଜ୍ର ଓ ବାମହସ୍ତରେ ଘଣ୍ଟି ଅଛି । ଶାରଳା ଅଷ୍ଟଭୂଜା ମହିଷାସୁର ମର୍ଦ୍ଦିନୀ [[ଦୁର୍ଗା]] । ତାଙ୍କ ଦକ୍ଷହସ୍ତ ଚତୁଷ୍ଟୟରେ ଖଡ୍ଗ, ବଜ୍ର, ଶୂଳ ଓ ବାଣ ବା ଶର ରହିଛି। ସେହିଭଳି ବାମହସ୍ତ ଚତୁଷ୍ଟୟରେ ଢ଼ାଲ, ଧନୁ, ମହିଷାସୁରର ମୁଖ ଓ ଘଣ୍ଟି ଥିବା ଦେଖାଯାଏ । ଦେବୀ ତାଙ୍କ ଦକ୍ଷପଦ [[ମହିଷାସୁର]]ର ପୃଷ୍ଠଦେଶରେ ସ୍ଥାପନ କରିଛନ୍ତି । ଏହି ମହିଷାସୁରର ମୁଣ୍ଡଟି ହେଉଛି ମହିଷର ମୁଣ୍ଡ ଓ ଦେହ ମଣିଷ ଭଳି ତା ଦେହରେ ବର୍ମ ରହିଛି। ସେ ହାତରେ ଗଦା ଭଳି ଏକ ଅସ୍ତ୍ର ଧରିଛି। ଖୁବ୍ ସମ୍ଭବତଃ ସେ ତା’ର ମୁଖ ଦେବୀଙ୍କ ଜନନଇନ୍ଦ୍ରିୟ ଆଡ଼କୁ ନେଉଥିଲା। ସେଥିପାଇଁ ଦେବୀ ତାଙ୍କ ବାମଭାଗର ଏକ ହସ୍ତରେ ତା’ର ମୁଖକୁ ଚିପିଧରି ଦୂରକୁ ଠେଲୁଛନ୍ତି ,ଠିକ ସେହିଭଳି ଦୃଶ୍ୟ ଭୁବନେଶ୍ୱର [[
==ଐତିହାସିକ ମତବାଦ==
▲[[ପୁରୀ]] ଜଗନ୍ନାଥ ପ୍ରେସରେ ୧୯୦୯ରେ ଛପା ହୋଇଥିବା ‘ମୋହନ’ଙ୍କ ଚନ୍ଦ୍ରାବତୀ ହରଣ ବହିର ଆରମ୍ଭରେ ଶାରଳାଙ୍କ ବନ୍ଦନା ଅଛି। ଉକ୍ତବହିରେ କବି ମୋହନ ବର୍ଣ୍ଣନା କରିଛନ୍ତି ନଣ୍ଡାଦେଉଳ ନିକଟରେ ଥିବା ଗୋପତମାଣିକା ବା ଗୁପ୍ତମାଣିକାରେ ଶାରଳା ସାତଦିନ ସାତରାତି ବୁଡ଼ି ରହିଥିଲେ। ତା’ପରେ ତେନ୍ତୁଳିପଦା ଚାଲିଗଲେ। ସାରଳା [[ମହାଭାରତ]] ଦ୍ରୋଣପର୍ବର ଉକ୍ତି ସହିତ ଆଦିପର୍ବର ଶାରଳାଦେବୀଙ୍କ ବନ୍ଦନାରେ ଥିବା ବିବରଣୀକୁ ମେଳ କଲେ ଜଣାଯାଏ ପୁରୀ ଓ ଯାଜପୁର ମଧ୍ୟରେ ଝଙ୍କଡ଼ ବା ଜଙ୍ଗେର ଅବସ୍ଥିତ। ସେଠାରେ ଶାରଳା ଠାକୁରାଣୀ ପୂଜା ପାଉଛନ୍ତି । ଶାରଳାପୀଠ ଏକ ମହାନ ତନ୍ତ୍ରପୀଠ। ଶାରଳା ଠାକୁରାଣୀଙ୍କ ମୂର୍ତ୍ତିକୁ ଦେଖି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେବୀ ଅଷ୍ଟମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ। [[ଚୀନ]] ପରିବ୍ରାଜକ ହୁଏନସାଂ ସପ୍ତମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ । ସେତେବେଳେ ସେ ଚେଳି-ତାଳୋରେ ବୌଦ୍ଧବିହାର ଓ ସ୍ତୂପ ଥିବା ଦେଖିଥିଲେ ।S. Bealଙ୍କ ଲିଖିତ The Life of Hiuen Tsiang – Page134ରେ ଚେ-ଳି-ତା-ଳୋ ବନ୍ଦରରେ ବଜ୍ରଜାନୀଙ୍କ ଦେବତା ଆରାଧିତ ହେଲେଣି। ବର୍ତ୍ତମାନ ପୂଜାପାଉଥିବା ଶାରଳା [[ହିନ୍ଦୁ]]ଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି ରହିଛି ।Budhist Iconographyରେ ଆଦିବୁଦ୍ଧଙ୍କ ସ୍ୱରୂପ ଉଲ୍ଲେଖ ଓ ଚିତ୍ରିତ ହୋଇଛି। ସେଥିରୁ ଜଣାଯାଏ ତାଙ୍କ ଦକ୍ଷିଣହସ୍ତରେ ବଜ୍ର ଓ ବାମହସ୍ତରେ ଘଣ୍ଟି ଅଛି । ଶାରଳା ଅଷ୍ଟଭୂଜା ମହିଷାସୁର ମର୍ଦ୍ଦିନୀ [[ଦୁର୍ଗା]] । ତାଙ୍କ ଦକ୍ଷହସ୍ତ ଚତୁଷ୍ଟୟରେ ଖଡ୍ଗ, ବଜ୍ର, ଶୂଳ ଓ ବାଣ ବା ଶର ରହିଛି। ସେହିଭଳି ବାମହସ୍ତ ଚତୁଷ୍ଟୟରେ ଢ଼ାଲ, ଧନୁ, ମହିଷାସୁରର ମୁଖ ଓ ଘଣ୍ଟି ଥିବା ଦେଖାଯାଏ । ଦେବୀ ତାଙ୍କ ଦକ୍ଷପଦ [[ମହିଷାସୁର]]ର ପୃଷ୍ଠଦେଶରେ ସ୍ଥାପନ କରିଛନ୍ତି । ଏହି ମହିଷାସୁରର ମୁଣ୍ଡଟି ହେଉଛି ମହିଷର ମୁଣ୍ଡ ଓ ଦେହ ମଣିଷ ଭଳି ତା ଦେହରେ ବର୍ମ ରହିଛି। ସେ ହାତରେ ଗଦା ଭଳି ଏକ ଅସ୍ତ୍ର ଧରିଛି। ଖୁବ୍ ସମ୍ଭବତଃ ସେ ତା’ର ମୁଖ ଦେବୀଙ୍କ ଜନନଇନ୍ଦ୍ରିୟ ଆଡ଼କୁ ନେଉଥିଲା। ସେଥିପାଇଁ ଦେବୀ ତାଙ୍କ ବାମଭାଗର ଏକ ହସ୍ତରେ ତା’ର ମୁଖକୁ ଚିପିଧରି ଦୂରକୁ ଠେଲୁଛନ୍ତି ,ଠିକ ସେହିଭଳି ଦୃଶ୍ୟ ଭୁବନେଶ୍ୱର [[ବୈତାଳ ମନ୍ଦିର]] ଗାତ୍ରରେ ଥିବା ଦୁର୍ଗା, ଦ୍ୱାରବାସିନୀ ଦେବୀ, ଦକ୍ଷିଣ ଚଣ୍ଡୀ ଆଦିଙ୍କ ମୂର୍ତ୍ତିରେ ଦେଖିବାକୁ ମିଳେ। କପାଳୀ ମଠରେ ଆରାଧିତା କପାଳିନୀଙ୍କ ମୂର୍ତ୍ତି ଅନେକାଂଶରେ ଶାରଳାଙ୍କ ମୂର୍ତ୍ତି ସହିତ ମିଶିଯାଏ। କେବଳ ପ୍ରତ୍ନତାତ୍ତ୍ୱିକ ଭୂମରାର ମହିଷମର୍ଦ୍ଦିନୀ ଦୁର୍ଗାଙ୍କୁ ପୁରାତନା ବୋଲି କହିଥାନ୍ତି। ଭୂମରାର ମହିଷାମର୍ଦ୍ଦିନୀ ଦୁର୍ଗା ଷଷ୍ଠ ଶତାବ୍ଦୀର ଓ ସେ ଚତୁର୍ଭୁଜା(ପଞ୍ଚୋପାସନା) ମାତ୍ର ଓଡ଼ିଶାର ଯାଜପୁରରେ ଆରାଧିତା ବିରଜା ଠିକ ଭୂମରାର ଦୁର୍ଗାଙ୍କ ଭଳି ହେଲେ ମଧ୍ୟ ସେ ଦ୍ୱିଭୁଜା।
ଡଃ. କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ବହିରେ ରମା ପ୍ରସାଦ ଚନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର। ସେତେବେଳେକୁ ଦେବୀ ବଧ କରିଥିବା ପ୍ରାଣୀଟି ପଶୁରୂପରେ ମହିଷ ଆକାରରେ ରହିଯାଇଥିଲା। ଅସୁରର ନାମ ଗନ୍ଧ ନଥିଲା କହିଲେ ଚଳେ। ଦୃଷ୍ଟାନ୍ତ ରୂପେ ପର୍ଣ୍ଣଶବରୀଙ୍କୁ ନିଆଯାଇପାରେ। ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି । ଧ୍ୟାନରେ ପର୍ଣ୍ଣପିଚ୍ଛିକା ବସନା ଲେଖାଅଛି । ପର୍ଣ୍ଣଶବରୀ ନାମରୁ ଜଣାଯାଉଛି ଦେବୀ ଶାବରୀ ଦେବତା। ହୁଏତ ବଣ୍ୟହସ୍ତୀ ଶବରମାନଙ୍କ ଫସଲ ଓ ଘର ନଷ୍ଟ କରୁଥିବା ହେତୁ ଏଥିରୁ ଉଦ୍ଧାର ପାଇବା ପାଇଁ ପର୍ଣ୍ଣଶବରୀ ଦେବୀଙ୍କୁ ଆରାଧନା କରୁଥିଲେ। ସେମାନଙ୍କଠାରୁ [[ବୌଦ୍ଧ ଧର୍ମ|ବୌଦ୍ଧ]] ବଜ୍ରଯାନୀମାନେ ସେହିଭାବକୁ ନେଇ ମୂର୍ତ୍ତି ଗଠନ କଲେ। ସେହିଭଳି କିଏ ନାହିଁ କରିବ ବଣ୍ୟ ମହିଷକୁ ମାରି ଦେବୀ ମାନବମାନଙ୍କୁ ରକ୍ଷା କରିବାର ଚିତ୍ର ମହିଷମର୍ଦ୍ଦିନୀରେ ନିହିତ ନ ହୋଇଥିଲା ? ପରେ ଯେତେବେଳେ ପୁରାଣ ରଚନା କରାଗଲା, ସେତେବେଳେ ମହିଷକୁ ଅସୁର ଆଖ୍ୟା ଦେଇ କାହାଣୀମାନ ସୃଷ୍ଟି ହେଲା। ବିରଜାଙ୍କ ମୂର୍ତ୍ତିଗଠନ ବେଳେ ମହିଷ ଥିଲା ଓ ଶାରଳାଙ୍କ ବେଳକୁ ମହିଷାସୁରର ରୂପ ଆସିଯାଇଥିଲା। ସେଥିପାଇଁ ସାରଳାଦାସ ତାଙ୍କ [[ଚଣ୍ଡୀ ପୁରାଣ]] ଗ୍ରନ୍ଥରେ ଲେଖିଛନ୍ତି- ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ୱରୂପ (୧୭ପୃଷ୍ଠା) । ଶାରଳାଙ୍କ ମୂର୍ତ୍ତି ଦୁର୍ଗାଙ୍କ ସ୍ୱରୂପା,ଦୁର୍ଗା ଶାବରୀୟ ଦେବତା।
ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା”। ତେଣୁ ଦୁର୍ଗା, [[ଶବର]], ବର୍ବର, ପୁଲିନ୍ଦ ଜାତି ଦ୍ୱାରା ଆରାଧିତା । ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି । ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ । ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି। [[ବ୍ରାହ୍ମଣ]] ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କୁହାହୋଇଛି” ଇତ୍ୟାଦି । ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା। ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କୁହାଯାଆନ୍ତା ନାହିଁ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା । ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ଶାରଳା ଅଷ୍ଟଭୁଜା। ଶାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କୁହାଯାଇପାରେ। କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଙ୍କେତ ବଜ୍ର ଓ ଘଣ୍ଟି ଅଛି । କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି ନେଇଛନ୍ତି। ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି [[
Line ୬୩ ⟶ ୬୨:
== ଆଧାର ==
{{ଆଧାର}}
==ବାହାର ତଥ୍ୟ==
{{ଓଡ଼ିଶାର ଦେବୀ ମନ୍ଦିର}}
{{ମୁଣ୍ଡିଆ}}
|