"କେଦାରନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 8 interwiki links, now provided by Wikidata on d:q866014 (translate me)
ସଜାଣି
୪୨ କ ଧାଡ଼ି:
}}
 
[[ଉତ୍ତରାଖଣ୍ଡ]]ର ରାଜ୍ୟର [[ଗଡ଼ୱାଲ]] ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ '''ଶ୍ରୀକେଦାରନାଥ '''ଜ୍ୟୋତିର୍ଲିଙ୍ଗଙ୍କ[[ଜ୍ୟୋତିର୍ଲିଙ୍ଗ]]ଙ୍କ ମନ୍ଦିର ଅବସ୍ତିତ । ଭଗବାନ [[ଶିବ]] ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ [[କେଦାରଖଣ୍ଡ]] ଭାବେ ବର୍ଣ୍ଣନା କରାଯାଇଛି ।<ref>http://www.chardhamtours.net/kedarnath.html</ref>
 
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର [[ପାଣ୍ଡବ]]ମାନଙ୍କ ଦ୍ଵାରା ନିର୍ମିତ ହେଇଥିଲା ।<ref>http://www.chardhamtours.net/kedarnath-history.html</ref>ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ [[ଆଦିଶଙ୍କରାଚାର୍ଯ୍ୟଆଦି ଶଙ୍କରାଚାର୍ଯ୍ୟ]]ଙ୍କ ଦ୍ଵାରା ନିର୍ମିତ ।ସମୟ କ୍ରମେ ମନ୍ଦିର ଜିର୍ଣ୍ଣ ହେଇପଡିଛି ଏବଂ ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି ।
 
== ପୌରାଣିକ ==
ପୌରାଣିକ ଆଖ୍ୟାୟିକା ଅନୁସାରେ [[ମହାଭାରତ]] ଯୁଦ୍ଧରେ [[ପାଣ୍ଡବ]] ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ [[କାଶୀ]], [[ଗୁପ୍ତକାଶୀ]] ଆସି [[କେଦାରଖଣ୍ଡ]]ରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବ ମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବ ମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ [[ପୃଥିବୀ]] ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ [[କେଦାରନାଥ]] ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ [[ନେପାଳ]]ର [[କାଠମାଣ୍ଡୁ]]ରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । <ref>{{cite news|first= IANS|title=4,000-year-old Mahabharata relic found in Nepal? (With Images)|url= http://www.thaindian.com/newsportal/world-news/4000-year-old-mahabharata-relic-found-in-nepal-with-images_100231131.html |work= Thaindian News|date=12 August 2009 12:33:45 AM|accessdate=7 July 2012}}</ref><ref name="Doleswore">{{cite news|first=Bharat Bandu|last = Thapa|Name = Rajdhani | City=Bhaktaput| title= ''Mandir Anabaran ''|date= 6 Bhadra}}</ref><ref>{{cite news|first= Dirgha Raj|last=Prasai |title=Hindu shrine: Pashupatinath (Lord Shiva) and Shivaratri in Nepal|url= http://www.theindiapost.com/articles/hindu-shrine-pashupatinath-lord-shiva-and-shivaratri-in-nepal/ |work= The Indian Post | accessdate=7 July 2012}}</ref>
ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ [[ପଶୁପତିନାଥ ମନ୍ଦିର|ପଶୁପତିନାଥ]] ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।<ref>http://www.chardhamyatra.org/kedarnath/history-legends.php</ref>
== ମନ୍ଦିର ==
[[ଫାଇଲ:Kedarnath Temple.jpg|thumb|right|250px|[[କେଦାରନାଥ ମନ୍ଦିର]]]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି । ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ [[କୃଷ୍ଣ|ଶ୍ରୀକୃଷ୍ଣ]], [[ଯୁଧିଷ୍ଠିର]], [[ଭୀମ]], [[ଅର୍ଜୁନ]], [[ନକୁଳ]], [[ସହଦେବ]] ଓ [[ଦ୍ରୌପଦୀ]]ଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ, [[କେଦାରଗୌରୀ]] ଓ ଅନ୍ୟ ଦେବାଦେବୀଙ୍କ ବିଗ୍ରହ ଶୋଭାପାଉଛି ।
 
== ଶିବଲିଙ୍ଗ ==
୫୮ କ ଧାଡ଼ି:
== ଦର୍ଶନ ==
[[ଫାଇଲ:Kedarnathroute.jpg|thumb|right|250px| [[କେଦାରନାଥ]]କୁ ଯିବା ରାସ୍ତାର ଦୃଶ୍ୟ]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ '''ନିର୍ବାଣ ଦର୍ଶନ''' କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରେଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ '''ଶୃଙ୍ଗାର ଦର୍ଶନ''' କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା [[ରାକ୍ଷୀ ପୂର୍ଣ୍ଣିମା]] ପୂର୍ବଦିନ ପାଳନ କରାଯାଏ ।
 
କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ [[ଅକ୍ଷୟ ତୃତୀୟା]] ଦିନ ମନ୍ଦିର ଖୋଲାଯାଇଥାଏ ଏବଂ [[ଦୀପାବଳି]] ପରଦିନ ବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରାଯାଇ ମନ୍ଦିର ବନ୍ଦ କରାଯାଏ । ଭକ୍ତମାଙ୍କର ବିଶ୍ଵାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ଵଳିତ ଥାଏ । <ref>http://www.badarikedar.org/kedarnath.aspx</ref>