"ଭୀମ ଭୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ wikidify using AWB
ସମାଧି ପୀଠର ଛବି, ସଜାଣି
୨୧ କ ଧାଡ଼ି:
 
== ଜୀବନ ==
'''ଭୀମ ଭୋଇ''' କେବଳ [[ଓଡ଼ିଶା]]ର ନୁହେଁ, ମଧ୍ୟଯୁଗର ସମଗ୍ର [[ଭାରତ]]ବର୍ଷର କବିମାନଙ୍କ ମଧ୍ୟରେ ଏକ ଉଜ୍ଵଳ ରତ୍ନ । ସେ ଜଣେ ସନ୍ଥ-କବି ଭାବରେ ପରିଚିତ ଥିଲେ । ତାଙ୍କର ରଚନା ସବୁରେ ମାନବ ଧର୍ମ, ଦର୍ଶନ ଓ ଜୀବନ ଓ କାମ କରିବାର ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣନା କରାଯାଇଅଛି । କନ୍ଧ ସମ୍ପ୍ରଦାୟର ଏକ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । କୁହାଯାଏ ଯେ ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ଵତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କ ଦ୍ଵାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା । ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ [[ମହିମା ଧର୍ମ]]ରଧର୍ମର ପ୍ରଚାର କରି ନିକଟ ଭବିଷ୍ୟତରେ ଏକ ସ୍ଵଚ୍ଛ, ସୁନ୍ଦର ଏବଂ ସତ୍ୟନିଷ୍ଠ ସମଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ସେ ଖୁବ୍ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଯାପନ କରି ମାନବ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ [[ମହିମା ଧର୍ମ]] ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲି ଠାରେ ରେ [[ସତ୍ୟ ମହିମା ଧର୍ମ]]ରଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏବେ ମଧ୍ୟ [[ଓଡ଼ିଶା]] ଓଓଡ଼ିଶାଓ [[ଓଡ଼ିଶା]] ବାହାରେ ହଜାର ହଜାର ଲୋକ [[ମହିମା ଧର୍ମ]] ଦିକ୍ଷାଧର୍ମଦିକ୍ଷା ଗ୍ରହଣ କରିଛନ୍ତି ।
 
== ମାନବତାବାଦୀ ଚିନ୍ତାଧାରା ==
୩୬ କ ଧାଡ଼ି:
ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ,<br />
ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡ଼ସାନ ।
{{wide image|Khaliapali temple.jpg|500px|[[ସୋନପୁର|ସୁବର୍ଣ୍ଣପୁରର]] ଖଲିଆପାଲିରେ ଥିବା [[ଭୀମ ଭୋଇ|ସନ୍ଥ କବି ଭୀମ ଭୋଇଙ୍କ]] ସମାଧୀ ପୀଠ}}
 
== ଟୀକା ==
{{ଆଧାର}}
"https://or.wikipedia.org/wiki/ଭୀମ_ଭୋଇ"ରୁ ଅଣାଯାଇଅଛି