"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୭୫ କ ଧାଡ଼ି:
ରୋଗୀର ଶାରୀରିକ ପରୀକ୍ଷା କଲେ କମ୍ ରକ୍ତ ଚାପ, ଦୃତ ହୃତ୍‌ପିଣ୍ଡ ଗତି ଓ କମ୍ ଅମ୍ଳଜାନ ସାଚୁରେସନ୍ ଦେଖାଯାଏ । ଶ୍ଵାସ କ୍ରିୟା ହାର ଦୃତ ହୁଏ ଓ ଏହା ଅନ୍ୟ କିଛି ଚିହ୍ନ ଦେଖାଯିବାର ଦିନେ ବା ଦୁଇ ଦିନ ପୂର୍ବରୁ ଦେଖା ଯାଇପାରେ । ଛାତି ପରୀକ୍ଷାରେ କିଛି ଅସାଧାରଣ ଜଣାଯାଏ ନାହିଁ କିନ୍ତୁ ରୋଗାକ୍ରାନ୍ତ ପଟର ଛାତି ଅଳ୍ପ ପ୍ରସାରିତ ହୁଏ । ପ୍ରଦାହ ହୋଇଥିବା ବଡ ଶ୍ଵାସ ନଳୀରେ ବାୟୁ ଗତି କଲା ବେଳେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ ତାହାକୁ ବ୍ରୋଙ୍କିଆଲ ଶ୍ଵାସ(bronchial breathing) କହନ୍ତି ଓ ଏହା ସ୍ଟେଥୋସ୍କୋପ୍ ସାହାଯ୍ୟରେ ଶୁଣାଯାଏ । ପ୍ରଶ୍ଵାସ ନେଲା ବେଳେ ସଂକ୍ରମିତ ଫୁସ୍‌ଫୁସ୍ ଉପର ଛାତି ଉପରେ ଯେଉଁ ଶବ୍ଦ ଶୁଣାଯାଏ ତାହାକୁ କ୍ରାକ୍ଲ୍ ବା ରେଲ୍ସ୍(Rales) କହନ୍ତି । ପର୍‌କସନ୍ କଲେ ଛାତି ଶବ୍ଦ ନିଦା ଲାଗେ । <br />
=== ଇମେଜିଙ୍ଗ ===
[[ଫାଇଲ:CTpnemonia09CT scan of the chest, demonstrating right-sided pneumonia.JPGjpg|thumb|alt=A black and white image show the internal organs in cross section as generated by CT. Where one would expect black on the left one seen a whiter area with black sticks through it.|ପାଠକ ଦେଖୁଥିବା ଚିତ୍ରର ବାମ ପଟରେ ବା ଛାତିର ଡାହାଣ ପାଖରେ ନିମୋନିଆ ଥିବା ସି.ଟି. ସ୍କାନରେ ଜଣା ଯାଉଛି ।]]
ରୋଗ ନିର୍ଣ୍ଣୟ ନିମନ୍ତେ ଅଧିକତର ଛାତି ଏକ୍ସ-ରେ କରି ଦେଖାଯାଏ । ମୃଦୁ ରୋଗ ହୋଇଥିଲେ ଯଦି ଔଷଧ ଦ୍ଵାରା ଉନ୍ନତି ହେଉ ନାହିଁ ବା ମୂଳ କାରଣ ଜଣା ନାହିଁ ତାହା ହେଲେ ଇମେଜିଙ୍ଗ ଦରକାର ହୁଏ ।<ref name=BTS09>{{cite journal|last=Lim|first=WS|coauthors=Baudouin, SV, George, RC, Hill, AT, Jamieson, C, Le Jeune, I, Macfarlane, JT, Read, RC, Roberts, HJ, Levy, ML, Wani, M, Woodhead, MA, Pneumonia Guidelines Committee of the BTS Standards of Care, Committee|title=BTS guidelines for the management of community acquired pneumonia in adults: update 2009|journal=Thorax|date=October 2009 |volume=64 |issue=Suppl 3|pages=iii1–55|pmid=19783532|doi=10.1136/thx.2009.121434}}</ref> ଆଡମିଶନ ହେବା ଭଳି ଅବସ୍ଥା ହେଲେ ଛାତି ଏକ୍ସ-ରେ ଆବଶ୍ୟକ ହୁଏ । ପରୀକ୍ଷା ତଥ୍ୟରୁ ରୋଗର ଭୟାବହତା ବା ଜୀବାଣୁ/ ଭୁତାଣୁ ରୋଗ ହୋଇଛି କି ନାହିଁ ସେ ବିଷୟରେ କିଛି ଜଣା ପଡେ ନାହିଁ । <br />
ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।<ref>{{cite book|last=Helms|first=editors, William E. Brant, Clyde A.|title=Fundamentals of diagnostic radiology|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781608319114|pages=435|url=http://books.google.ca/books?id=o_4eoeOinNgC&pg=PA435|edition=4th ed.}}</ref> ଗୋଷ୍ଠିଗତ ନିମୋନିଆ ଥିଲେ ଫୁସ୍‌ଫୁସ୍‌ର ଗୋଟିଏ ସେଗମେଣ୍ଟାଲ୍ ଲୋବ୍‌ରେ କନସୋଲିଡେସନ୍ ଦେଖାଯାଏ ଯାହାକୁ ଲୋବାର ନିମୋନିଆ କୁହାଯାଏ । କିନ୍ତୁ ତଥ୍ୟ ସବୁ ଅଲଗା ଅଲଗା ହୋଇପାରେ । ଫୁସ୍‌ଫୁସ୍‌ର ଦୁଇ ପାଖର ନିମ୍ନ ଭାଗ ବିଶେଷତଃ ଡାହାଣ ପାଖ ଅସ୍ଵଚ୍ଛ ଦେଖାଗଲେ ଆସ୍ପିରେସନ୍ ନିମୋନିଆ ସମ୍ଭାବନା ରହେ । ଭୁତାଣୁ ନିମୋନିଆ ହେଲେ ସାଧାରଣ ଦେଖା ଯାଇପାରେ, ଫୁଲି ଯାଇ ଦୁଇ ପାର୍ଶ୍ଵରେ ଛୋଟ ଛୋଟ ଖଣ୍ଡ ଅସ୍ଵଚ୍ଛତା ଦେଖାଯାଏ । ପ୍ରାରମ୍ଭ ବେଳେ, ନିର୍ଜଳନ(Dehydration) ଥିଲେ ବା ପୃଥୁଳକାୟ ହୋଇଥିଲେ କୌଣସି ଅସାଧାରଣ ଛବି ଦେଖା ଯିବନାହିଁ । ସି.ଟି. ସ୍କାନ କଲେ ଅଧିକ ତଥ୍ୟ ମିଳେ ।<br />
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି