"ଗୁପଚୁପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଗୁପ୍‌ଚୁପ୍ ପ୍ରସଙ୍ଗରୁ ତଥ୍ୟ ଅଣାଗଲା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨ କ ଧାଡ଼ି:
 
'''ଗୁପଚୁପ''' ଏକ ଭାରତୀୟ ଖାଦ୍ୟ । ଏହା ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।
== ଆବଶ୍ୟକ ସାମଗ୍ରୀ ==
* ମଇଦା - ଅଧା କପ୍
* ସୁଜି - ଗୋଟେ କପ୍
* ତେଲ - ୨୫୦ ମିଲିଲିଟର
* ଆଳୁ - ୨୫୦ ଗ୍ରାମ୍
* ମଟର - ୫୦ଗ୍ରାମ୍
* ତେନ୍ତୁଳି - ୫୦ ଗ୍ରାମ୍
* ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପୋଦିନା ପତ୍ର
== ପ୍ରସ୍ତୁତି ==
ଅଧାକପ୍ ମଇଦା ଓ ଏକ କପ୍ ସୁଜିକୁ ଗୋଟିଏ ପାତ୍ରରେ ଭଲକରି ମିଶାଇବା । ସେଥିରେ ଆବଶ୍ୟକ ପରିମାଣର ଉଷୁମ ପାଣି ଦେଇ ଭଲକରି ଚକଟା ଯାଏ । ଚକଟା ହୋଇଥିବା ସୁଜି ଓ ମଇଦାକୁ ଛୋଟ ଛୋଟ ଗୁଳା କରାଯାଏ । ଏହି ଗୁଳାଗୁଡିକୁ ଏକ ଓଦା କପଡାରେ ଟାଇଟ୍ କରି ଅଧଘଣ୍ଟା ଘୋଡେଇ ରଖାଯାଏ । ପରେ ଏହାକୁ ଛୋଟ ଛୋଟ ପୁରୀ ଭଳି ବେଲି ଗରମ ତେଲରେ ଛାଣି ଖୋଲା ରଖାଯାଏ । ଏହା ଥଣ୍ଡା ହୋଇଗଲା ପରେ ଏକ ଟାଇଟ୍‌ ଡବାରେ ରଖାଯାଏ । ପରେ ଅନ୍ୟ ଏକ ଜାଗାରେ ୪/୫ଟା ସିଝା ଆଳୁକୁ ଚୋପା ଛଡାଇ ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ସିଝା ମଟର, ଧନିଆ ପତ୍ର ପକାଇ ଚକଡା ଯାଏ । ଅନ୍ୟ ଏକ ପାତ୍ରରେ ତେନ୍ତୁଳିରେ ଆବଶ୍ୟକ ଅନୁସାରେ ପାଣି ଦେଇ ରସ ବାହାର କରାଯାଏ । ସେଥିରେ ଲୁଣ, ଆମ୍ବକଷି ଅଦା ଓ କଞ୍ଚାଲଙ୍କା ଛେଚି ପକାଇବା ସହିତ ପୋଦିନା ପତ୍ର ଛିଣ୍ଡାଇ ପକାଯାଏ । ଖଟାପାଣି ଓ ଆଳୁ ମସଲା ପ୍ରସ୍ତୁତି ହୋଇଗଲା ପରେ ଗୁପ୍‌ଚୁପ୍ କଣା କରି ସେଥିରେ ଆଳୁ ମସଲା ଓ ଖଟାପାଣି ଦେଇ ପରଷା ଯାଏ । <ref>ଖବର, ପୃଷ୍ଠା - ୧୫, ଶୁକ୍ରବାର ୧୩ ଜାନୁଆରୀ ୨୦୧୩</ref>
== ଆଧାର ==
{{ଆଧାର}}
"https://or.wikipedia.org/wiki/ଗୁପଚୁପ"ରୁ ଅଣାଯାଇଅଛି