"ବଂଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ଅଧିକ ତଥ୍ୟ, ଅଲଗା ଭାଷାରେ ଏହି ପ୍ରସଙ୍ଗ
ଟିକେ ଆଧାର
୧ କ ଧାଡ଼ି:
{{ଛୋଟ|Flute}}
ବାଉଁଶ ନଳରେ ତିଆରି ଏକ ପ୍ରକାର ବାଦ୍ୟ । ବଂଶୀ ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ପୁଙ୍କିବାକୁ ହୁଏ ଓ ଅନ୍ୟ ବଂଶୀର ପାର୍ଶ୍ଵସ୍ଥ ଛିଦ୍ରକୁ ଓଠ ପାଖେ ସ୍ପର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟଭାବରେ ପୁଙ୍କିବାକୁ ହୁଏ ।
କୃଷ୍ଣବତାରରେ ନନ୍ଦନନ୍ଦନ [[କୃଷ୍ଣ|ଶ୍ରୀକୃଷ୍ଣ]] କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସଂପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ । ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ [[ବ୍ରହ୍ମା]] ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ । ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା । ପଚିଶ ପବ ଦୈର୍ଘ୍ୟ ବିଶିଷ୍ଟ ଏହି ବାଂଶରୁ ପ୍ରଥମେ ବିଭିନ୍ନ ଦେବତା ପାଇଁ ଧନୁ ତିଆରି ହେଲା ।
 
ପୌରାଣିକ ମତେ [[କୃଷ୍ଣ|ଶ୍ରୀକୃଷ୍ଣଙ୍କର]] ବଂଶୀନାଦ ଶୁଣିଲେ କ୍ରମାନ୍ଵୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ ବିଭାଗ କରାହୋଇଅଛି ଯଥା: ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ।
 
ପ୍ରଥମ ବଂଶୀ ଉଚ୍ଚାଟନ, ପ୍ରକାଶ ବେଦକନ୍ୟା ଗଣ <br/>
ସ୍ତମ୍ଭନନାଦେ ବଂଶୀ ଶୁଣି, ଉଦିତ ଦେବତା ନନ୍ଦିନୀ<br/>
ବଶୀକରଣ ନାଦ ବଂଶୀ, ତହୁଁ ସମ୍ଭୁତ ମୁନି ଅଂଶୀ <br/>
ମୋହନନାଦେ ୟେ ମରଲୀ, ତହୁଁ ବିଦିତ ବ୍ରଜବାଳୀ — ଭୂପତି. ପ୍ରେମପଞ୍ଚାମୃତ<ref>http://dsal.uchicago.edu/cgi-bin/philologic/getobject.pl?p.30:11.praharaj ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ, ପୃଷ୍ଠା: ୫୨୭୮-୭୯</ref>
 
କୃଷ୍ଣବତାରରେ ନନ୍ଦନନ୍ଦନ [[କୃଷ୍ଣ|ଶ୍ରୀକୃଷ୍ଣ]] କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସଂପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ । ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ [[ବ୍ରହ୍ମା]] ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ । ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା । ପଚିଶ ପବ ଦୈର୍ଘ୍ୟ ବିଶିଷ୍ଟ ଏହି ବାଂଶରୁ ପ୍ରଥମେ ବିଭିନ୍ନ ଦେବତା ପାଇଁ ଧନୁ ତିଆରି ହେଲା ।
* ନଅପବରେ କୋଦଣ୍ଡ ଧନୁ
* ସାତପବରେ ପିନାକ ଧନୁ
Line ୧୦ ⟶ ୧୯:
# ସୁରଲୀ: ବତିଶ ଅଙ୍ଗୁଳ ଦୈର୍ଘ୍ୟ ଓ ପଞ୍ଚରନ୍ଧ୍ର ବିଶିଷ୍ଟ । ଦୁଇରନ୍ଧ୍ରରେ ଯନ୍ତ୍ରବନ୍ଧ ଦିଆଯାଇଥାଏ । ଯମୁନାଘାଟରେ ନଟନାଗର ଏହି ମୁରଲୀ ବଜାଇ ହୁନ୍ଦର କରନ୍ତି
# ବଂଶୀ: ଷୋଳ ଅଙ୍ଗୁଳ ଓ ସପ୍ତରନ୍ଧ୍ରଯୁକ୍ତ ତିନିରନ୍ଧ୍ରରେ କଳକ ନଳି । ବଶ କରୁଥିବାରୁ ତାର ନାମ ବଂଶୀ । ତିନିସ୍ୱରରେ ବଂଶୀବାଦନ କଲେ ତ୍ରିଭୁବନବାସୀ ମଦନଜ୍ୱାଳାରେ ଘାରି ହୁଅନ୍ତି । ଆଠ ଆଙ୍ଗୁଳ ବିଶିଷ୍ଟ ଖୁରଲୀରେ ଦଶଗୋଟି ମଣ୍ଡଳାକାର ରନ୍ଧ୍ର, ଯେତେବେଳେ କୃଷ୍ଣ ଗାଈ ନେଇ ଯାଆନ୍ତି ସେତେବେଳେ ଏହି ଖୁରଲୀ ବଜାନ୍ତି । ପଞ୍ଚରନ୍ଧ୍ର ଦୁଇଯନ୍ତ୍ରଯୁକ୍ତ ଅଳାବେଣୁ ବଜାନ୍ତି ଗୋପାଳ ବାଳକଙ୍କ ସହ କ୍ରୀଡାକୌତୁକ ସମୟରେ । ଭକ୍ତି ରସାମୃତ ସିନ୍ଧୁରେ କିନ୍ତୁ ଦ୍ୱାଦଶାଙ୍ଗୁଳ ଓ ଛଅଟି ଛିଦ୍ରଯୁକ୍ତକୁ ପରିକାଶ୍ୟ ବେଣୁ , ଦ୍ୱିହସ୍ତ ପରିମିତ ଚାରିରନ୍ଧ୍ରଯୁକ୍ତକୁ ମନୋହାରିଣୀ ମୁରଲୀ ଓ ସପ୍ତଦଶାଙ୍ଗୁଳ ନଅଟି ଛିଦ୍ରଯୁକ୍ତକୁ ବଶକାରିଣୀ ବଂଶୀ ବୋଲି କୁହାଯାଏ । ବାଂଶରୁ ତିଆରି ବଂଶୀକୁ ଆନନ୍ଦିନୀ, ସ୍ୱର୍ଣ୍ଣନିର୍ମିତ ବଂଶୀକୁ ଆକର୍ଷଣୀ ଓ ମଣିମୟ ବଂଶୀକୁ ସମ୍ମୋହନୀ ବୋଲି କହିଛନ୍ତି । ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ଶୁଣି ଗୋପୀମାନଙ୍କ ମଧ୍ୟରେ ସ୍ତମ୍ବନ ମୋହନ, ବଶୀକରଣ ଆଦି ଭାବ ଜାଗ୍ରତ ହେଉଥିଲା ଏହି ବଂଶୀସ୍ୱନରେ ଶ୍ରୀକୃଷ୍ଣ ତ୍ରିଭୁବନକୁ ମୋହିତ କରିପାରୁଥିଲା । <ref>ସମାଜ</ref>
 
==ଆଧାର==
{{ଆଧାର}}
"https://or.wikipedia.org/wiki/ବଂଶୀ"ରୁ ଅଣାଯାଇଅଛି