"ଶବ୍ଦ (ଧ୍ୱନି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding pms:Son
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
ଶବ୍ଦ ହେଉଛି ଏକ ଯାନ୍ତ୍ରିକ ତରଙ୍ଗ ଯାହା କଠିନ, ତରଳ କିମ୍ବା ବାଷ୍ପରେ ଚାପର କମ୍ପନ ଦ୍ୱାରା ପ୍ରେରିତ ହୋଇ ଶୁଣି ପାରିବା ଭଳି ବାରମ୍ବାରତାରେ କର୍ଣଗୋଚର ହୁଏ ୤
 
== ଶବ୍ଦ ସଂଚରଣ ==
ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ ୤ (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ‍ ଅଲଗା ହୁଏ ୤) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ ୤
 
୧୦ କ ଧାଡ଼ି:
* ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ ୤ ଏହି ସମ୍ପର୍କ, ତାପମାତ୍ରା ଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ ୤
* ସଂଚରଣ ମାଧ୍ୟମର ନିଜସ୍ୱ ଗତି ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ ୤ ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି ୤ ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ ୤
* ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ ୤ ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ ୤ ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ ୤
 
ନିର୍ଦ୍ଦିଷ୍ଟ ଭୌତିକ ଗୁଣ ନଥିବା ମାଧ୍ୟମରେ ଶବ୍ଦ ଗତି କଲା ବେଳେ ପ୍ରତିସରିତ ହୁଏ (ବିଚ୍ଛୁରିତ କିମ୍ବା କେନ୍ଦ୍ରିତ ହୁଏ) ୤
 
== ଶବ୍ଦର ଧାରଣା ==
ପ୍ରତ୍ୟେକ ଜୀବ କ୍ଷେତ୍ରରେ ଶବ୍ଦର ଅନୁଭବ କିଛି ବାରମ୍ବାରତା ମଧ୍ୟରେ ସୀମିତ ଥାଏ ୤ ମାନବ ପାଇଁ ୨୦ ହର୍ଜ୍‌ରୁ ୨୦,୦୦୦ ହର୍ଜ୍ ହେଉଛି ସାଧାରଣ ପରିସର, ଯଦିଓ ଏହା ନିର୍ଦ୍ଦିଷ୍ଟ ନୁହେଁ ୤ ଉର୍ଦ୍ଧ୍ୱ ସୀମା ବୟସ ବଢିବା ସହିତ କମେ ୤ ଅନ୍ୟ ଜୀବମାନଙ୍କର ଶୁଣିବାର ଅଲଗା ପରିସର ଥାଏ ୤ ଦୃଷ୍ଟାନ୍ତ ସ୍ୱରୂପ, କୁକୁରମାନେ ୨୦ କିଲୋହର୍ଜ୍‌ରୁ ଅଧିକ ଶବ୍ଦ ଶୁଣି ପାରନ୍ତି, ମାତ୍ର ୪୦ ହର୍ଜ୍‌ରୁ କମ୍ ଶବ୍ଦ ଶୁଣି ପାରନ୍ତି ନାହିଁ ୤ନିଜ ଶ୍ରବଣ ଇନ୍ଦ୍ରିୟକୁ ବ୍ୟବହାର କରି ବିଭିନ୍ନ ଜୀବ ବିପଦ ଚିହ୍ନଟ, ପଥପ୍ରଦର୍ଶନ, ଶିକାର ଓ ଯୋଗାଯୋଗ ପରି କାମ କରିଥାନ୍ତି ୤ ପୃଥିବୀର ବାୟୁମଣ୍ଡଳ, ଜଳ ଏବଂ ଅଗ୍ନି, ବର୍ଷା, ପବନ, ଭୂକମ୍ପ ଭଳି ପ୍ରାକୃତିକ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ଶବ୍ଦ ସୃଷ୍ଟି କରନ୍ତି ୤ ବେଙ୍ଗ, ପକ୍ଷୀ, ଜଳଜ ଓ ସ୍ଥଳଜ ସ୍ତନ୍ୟପାୟୀ ମାନଙ୍କ ପରି ଅନେକ ଜୀବଙ୍କର ଶବ୍ଦ ସୃଷ୍ଟି କରିବାର ବିଶେଷ ଅଙ୍ଗ ଥାଏ ୤ କିଛି ଜୀବ କଥା କୁହନ୍ତି ଓ ଗୀତ ମଧ୍ୟ ବୋଲନ୍ତି ୤ ମାନବମାନେ ତ ସଂଗୀତ, ଟେଲିଫୋନ୍, ରେଡିଓ ଭଳି ବିଦ୍ୟା ଦ୍ୱାରା ଶବ୍ଦ ସୃଷ୍ଟି, ରେକର୍ଡ୍, ପ୍ରେରଣ ଓ ପ୍ରସାରଣ ମଧ୍ୟ କରିଥାନ୍ତି ୤ ମାନବର ଶବ୍ଦ ଗ୍ରହଣର ବିଜ୍ଞାନକୁ ସାଇକୋଆକୋଷ୍ଟିକ୍‌ସ୍ କୁହାଯାଏ ୤
 
== ଶବ୍ଦର ବିଜ୍ଞାନ ==
ଶବ୍ଦକୁ ସୂଚାଉଥିବା ଯାନ୍ତ୍ରିକ କମ୍ପନ କଠିନ, ତରଳ, ଗ୍ୟାସ୍ ଓ ପ୍ଲାଜ୍‌ମାରେ ଗତି କରିପାରେ ୤ ମାଧ୍ୟମ ହିଁ ଶବ୍ଦକୁ ସହଯୋଗ କରେ ସଂଚରଣ ପାଇଁ ୤ ଶୂନ୍ୟରେ ଶବ୍ଦ ଗତି କରିପାରେ ନାହିଁ ୤
 
== ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ତରଙ୍ଗ ==
ତରଳ, ଗ୍ୟାସ୍ ଓ ପ୍ଲାଜ୍‌ମା ମଧ୍ୟ ଦେଇ ଗତି କରୁଥିବା ଶବ୍ଦକୁ ସଂକୋଚନ ତରଙ୍ଗ ମଧ୍ୟ କୁହାଯାଏ ୤ ଯଦିଓ କଠିନରେ ଶବ୍ଦ ଉଭୟ ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ଭାବରେ ଗତି କରିପାରେ ୤
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{wikiquote|Sound}}
{{wikibooks|Sound}}