"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.3) (Robot: Modifying ml:ദശാവതാരങ്ങൾ to ml:ദശാവതാരം
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬ କ ଧାଡ଼ି:
ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା '''ମତ୍ସ୍ୟ''', '''କଚ୍ଛପ''', '''ବରାହ''', '''ବାମନ''', '''ନୃସିଂହ''', '''ପରଶୁରାମ''', '''ରାମ''', '''ବଳରାମ''', '''ବୁଦ୍ଧ''' ଓ '''କଳ୍କୀ''' ଏହି ଦଶ ଗୋଟି ଅବତାର ପ୍ରଧାନ ୤
 
== ଐତିହାସିକ ବିବର୍ତ୍ତନ ==
ଐତିହାସିକ ବୈଷ୍ଣବବାଦ ଏକ ନୂଆ ଓ ଜଟିଳ [[ବୈଷ୍ଣବବାଦ]] ତିଆରି କରିଥିଲା, ଯାହାକୁ [[ବିଷ୍ଣୁ]] ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ ଓ ଏହା [[ଭଗବତ ଗୀତା]]ର (ଖ୍ରୀ.ପୂ. ୪ ରୁ ୩ୟ ଶତାବ୍ଦୀ ଯାଏଁ) ପ୍ରଚଳନ ସମୟରେ ପୁରାଣରେ ଲେଖାଯାଇଥିଲା । <ref name = Guy>{{cite book |author=Beck, Guy L. |title=Sonic theology: Hinduism and sacred sound |publisher=University of South Carolina Press |location=Columbia, S.C |year=1993 |pages=170 |isbn=0-87249-855-7}}</ref>
 
୨୨ କ ଧାଡ଼ି:
}}</ref>
 
== ତାଲିକା ==
=== ମତ୍ସ୍ୟ ===
ବିଷ୍ଣୁଙ୍କର ପ୍ରଥମ ଅବତାର ୤ ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘[[ବେଦ]]’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ୤
 
=== କଚ୍ଛପ ===
ଦ୍ଵିତୀୟ ଅବତାରରେ କଚ୍ଛପ ରୁପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ ୤ ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ଵର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ ୤ ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁର ମାନେ ଟାଣି ସମୁଦ୍ରକୁ ମୋହିଁଲେ ୤ ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା ୤ ଏ ବିଷର ଜ୍ଵାଳାରେ ସମସ୍ତେ ଅସ୍ଥିର ହୋଇ [[ମହାଦେବ]]ଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ ୤ ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ଵ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ଵନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ ୤ ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ [[ବିଷ୍ଣୁ]] ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ ୤ ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା ୤ ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ ୤ ଦେବତାମାନଙ୍କ ଦ୍ଵାରା ହତ ଅସୁରମାନଙ୍କୁ ଅସୁରଗୁରୁ [[ଶୁକ୍ରାଚାର୍ଯ୍ୟ]] ବଞ୍ଚାଇଥିଲେ ୤
 
=== ବରାହ ===
[[ପୌଷ]] [[ଅମାବାସ୍ୟା]] ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ ୤ ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା)୤ ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ଵାରା ଉତ୍ତୋଳନ କରିଥିଲେ ୤ ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ୤
 
=== ନରସିଂହ/ନୃସିଂହ ===
{{main|ନୃସିଂହ}}
(ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି) ୤ [[ବୈଶାଖ]] ଶୁକ୍ଳ [[ଚତୁର୍ଦ୍ଦଶୀ]] ଦିନ ଆବିର୍ଭୁତ ହୋଇଥିଲେ ୤ ଏ ଅବତାରରେ [[ବିଷ୍ଣୁ]] ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ ୤
 
=== ବାମନ ===
[[ଭାଦ୍ରବ]] ଶୁକ୍ଳ[[ଦ୍ଵାଦଶୀ]] ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ୤ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ ୤
 
=== ପରଶୁରାମ ===
ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ ୤ ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ୤ ଏ ଅବତାର ରେ ପୃଥିବୀକୁ ୨୧ ବାର ନିକ୍ଷତ୍ରିୟ କରିଥିଲେ ୤ ଏ ପିତ୍ରାଦେଶରେ ସ୍ଵୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରରୁଜ୍ଜୀବିତା କରାଇଥିଲେ ୤ ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ ୤ ରାମଚନ୍ଦ୍ର ବିବାହ ହୋଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରି ଆସିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରିକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ଵାନ କରିଥିଲେ ୤ ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ ୤ ଏହାଙ୍କର ଅନ୍ୟ ଚାରିଭାଇଙ୍କ ନାମ ସମନ୍ଵାନ, ସୁଷେଣ, ବସୁ ଓ ବିଶ୍ଵାବସୁ ୤
 
=== ରାମ ===
ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ୤ ଏହାଙ୍କ ବିଷୟ [[ରାମାୟଣ]]ରେ ବର୍ଣ୍ଣିତ ୤ ବଶିଷ୍ଠ ଋଷି ଏହାଙ୍କ ଗୁରୁ ୤ ଏ ବାଳକ ଥିବାବେଳେ ବିଶ୍ଵାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ ୤ ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ଵାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ଵୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ୤ ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ ୤ ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା ୤ ଏ ବାନରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ ୤ ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ଵ କଲେ ୤ କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ଵ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ଵା ସୀତାଙ୍କୁ ଏ ନିର୍ବାସିତା କଲେ ୤ ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ ୤ ତତ୍ପରେ ପିତା ଓ ପୁତ୍ରଦ୍ଵୟଙ୍କର ମିଳନ ହେଲା ୤ ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ ୤ ପରେ ଏ ପୁତ୍ରଦ୍ଵୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ ୤
 
=== ବଳରାମ ===
{{main|ବଳରାମ}}
ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ଵାପର ଯୁଗରେ ଶ୍ରୀ[[କୃଷ୍ଣ]]ଙ୍କର ବୈମାତୃକ ବଡ଼ ଭାଇ ଭାବେ [[ଶ୍ରାବଣ]] ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ ୤
 
=== ବୁଦ୍ଧ ===
{{main|ଗୌତମ ବୁଦ୍ଧ}}
ବର୍ତ୍ତମାନ ବିଷ୍ଣୁଙ୍କର [[ଗୌତମ ବୁଦ୍ଧ|ବୁଦ୍ଧ]] ଅବତାର ୤ [[ପୁରୀ]]ରେ [[ଜଗନ୍ନାଥ]] ସେହି ଅବତାର ବୋଲି ଅନେକଙ୍କ ମତ ୤
 
=== କଳ୍କି ===
ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ଵାସ ୤
: ପ୍ରଚଳିତ ବିଶ୍ଵାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ ୤ (ଭାଗବତରେ ବର୍ଣ୍ଣିତ ବିଷ୍ଣୁଙ୍କର ଚବିଶଟି ଅବତାର ହେଲା: ବରାହ, ହରି, କପିଳ, ଦତ୍ତାତ୍ରେୟ, ଚତୁଃସନକ, କଚ୍ଛପ, ନୃସିଂହ, ବାମନ, ହିଂସା, ମନୁ, ଧନ୍ଵନ୍ତରୀ, ପର୍ଶୁରାମ, ରାମ, କୃଷ୍ଣ, ବଳରାମ, ବ୍ୟାସ, ବୁଦ୍ଧ, କଳ୍‌କୀ, ଧୃବ ପାଇଁ ଓ ଗଜ ଉଦ୍ଧାରଣ ପାଇଁ ଦୁଇ ଅବତାର ୤ )
[[ଫାଇଲ:Dasavatar, 19th century.jpg|thumb|650px|center|ଦଶ ଅବତାର]]
 
== ଅଲଗାଭାବେ ==
ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ ୤ ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର ୤ ‘ମତ୍ସ୍ୟ’ରୁ ବିବର୍ତ୍ତନ ଦ୍ବାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ ୤ ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) ୤ ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) ୤ ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) ୤ ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) ୤ ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) ୤ ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) ୤ ତତ୍ପରେ ‘[[ଗୌତମ ବୁଦ୍ଧ|ବୁଦ୍ଧ]]’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି୤
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
<!--========================({{No More Links}})============================
| PLEASE BE CAUTIOUS IN ADDING MORE LINKS TO THIS ARTICLE. WIKIPEDIA |
୮୧ କ ଧାଡ଼ି:
* [http://www.sscnet.ucla.edu/southasia/Religions/Avatars/Vishnu.html Avatars (Incarnations or Descents) of Vishnu]
{{ବିଷ୍ଣୁଙ୍କ ଅବତାର‎‎}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[as:দশাৱতাৰ]]
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି