ବିଶନ ସିଂ ବେଦୀ

ଭାରତୀୟ କ୍ରିକେଟ ଖେଳାଳି

ପୂର୍ବତନ ଭାରତୀୟ ସ୍ପିନ ବୋଲର ବିଶନ ସିଂ ବେଦି ୨୫ ସେପ୍ଟେମ୍ବର , ୧୯୪୬ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତ [ପାଇଁ ଟେଷ୍ଟ କ୍ରିକେଟ ଖେଳିଥଲେ ୧୯୬୬ରୁ ୧୯୭୯ ପର୍ଯ୍ୟନ୍ତ । ସେ ସେହି ସମୟରେ ବିଖ୍ୟାତ ଭାରତୀୟ ସ୍ପିନ ଦଳ , ଯାଉଥିରେ ବିଶ୍ୱ ଶ୍ରେଣୀୟ ଚାରି ଜଣ ସ୍ପିନ ବୋଲର ଏକା ଦଳରେ ଖେଳୁଥିଲେ । ତାଙ୍କ ସହ ଦଳରେ ପ୍ରସାନ୍ନା , ଚନ୍ଦ୍ରଶେଖର ଓ ଭେଙ୍କଟରଘବନ ମଧ୍ୟ ଥିଲେ ।  ବେଦି ୬୭ଟି ଟେଷ୍ଟ ଖେଳି ୨୬୬ଟି ୱିକେଟ ନେଇଥିଲେ । ସେ ୨୨ଟି ଟେଷ୍ଟ ପାଇଁ ଜାତୀୟ ଦଳର ଅଧିନାୟକ ମଧ୍ୟ ଥିଲେ । 

ଖେଳ ଜୀବନ  ସମ୍ପାଦନା

ମାତ୍ର ୧୫ ବର୍ଷ ବଯଶରେ ବେଦି ଘରେଇ କ୍ରିକେଟରେ ପଦ ଦେଇଥିଲେ । ସେ ପ୍ରଥମେ ଉତ୍ତର ପଞ୍ଜାବ ତରଫରୁ ଖେଳୁଥିଲେ । ପରେ ସେ ଦିଲ୍ଲୀ ଆସି ୧୯୬୮/୬୯ରୁ ଦିଲ୍ଲୀ ପାଇଁ ଖେଳିଲେ । ୧୯୭୫ ରଣଜୀ ଟ୍ରଫିରେ ସେ ରେକର୍ଡ ସଂଖ୍ୟକ ୬୪ଟି ୱିକେଟ ନେଇଥିଲେ । ଇଂଲଣ୍ଡର କାଉଣ୍ଟୀ ପାଇଁ ମଧ୍ୟ ଖେଳୁଥିବା ବେଦି ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନରେ ୧୫୬୦ଟି ୱିକେଟ ନେଇଛନ୍ତି । 

ତାଙ୍କର ସ୍ପିନ ବୋଲିଂର ଶୈଳୀକୁ ଖୁବ ସୁନ୍ଦର ବୋଲି କୁହ ଯାଇଥାଏ । ବଲର ଗତି , ଦିଗ ଉପରେ ତାଙ୍କର ଚମତ୍କାର ନିୟନ୍ତ୍ରଣ ଥିଲା । ସେ ଦିନ ସାରା ଅପରିବର୍ତିତ ଭାବେ ଗୋଟିଏ ପଟରୁ ବୋଲିଂ କରି ପାରୁଥିଲେ । ସେଥିରେ ତାଙ୍କର ବିଶ୍ୱ ରେକର୍ଡ ମଧ୍ୟ ରହିଛି । 

ତାଙ୍କର ଶ୍ରେଷ୍ଠ ବୋଲିଂ ଥିଲା ଅଷ୍ଟ୍ରେଲିଆ ବିପକ୍ଷୀରେ । ସେ କଲିକତାରେ ଗୋଟିଏ ଇନିଙ୍ଗରେ ୭/୯୮ ନେଇଥିଲେ ଓ ମେଚରେ ୧୦/୧୯୪ ନେଇଥିଲେ । କିନ୍ତୁ ବେଦି ବେଟିଙ୍ଗରେ ଅତ୍ୟନ୍ତ ଦୁର୍ବଳ ଥିଲେ ।  

କିମ୍ବଦନ୍ତୀ କ୍ରିକେଟର ମନସୁର ଅଲି ଖାନ ପଟାଉଡିଙ୍କ ଅବସର ନେବା ପରେ ବେଦି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇ ଥିଲେ ୧୯୭୬ରେ । ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ସିରିଜର  ୩ୟ ଟେଷ୍ଟରେ ଅଧିନାୟକ ଭାବେ ଭରତକୁ ତାର ଅତ୍ୟନ୍ତ ସ୍ମରଣୀୟ ବିଜଯ ଦେଇଥିଲେ । ଚତୁର୍ଥ ଇନିଂସରେ ୪୦୬ ରଣ କରି ଆଗରୁ କୌଣସି ଦେଶ ଜିତି ନଥିବା ବେଳେ ଭାରତ ସେହି ରେକର୍ଡର ଅଧିକାରୀ ହେଇଥିଲା । ଏହି ମେଚ ପୋର୍ଟ ଅଫ ସ୍ପେନଠାରେ ହେଇଥିଲା । ତାହା ପରେ ନିଉ ଜିଲାଣ୍ଡକୁ ୨-୦ରେ ହରାଇବା ପରେ ବେଦି ଇଂଲଣ୍ଡ , ଅଷ୍ଟ୍ରେଲିଆ ଓ ପାକିସ୍ତାନ  ଠାରୁ ସିରିଜ ହଋ ଯାଇଥିଲେ । ତାଙ୍କ ଜାଗାରେ ସୁନୀଲ ଗଭସ୍କରଙ୍କୁ ଅଧିନାୟକ କରା ଗଲା । 

ପୁରସ୍କାର  ବେଦି wisden ତରଫରୁ ସମ୍ମାନଜନକ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇଥିଲେ , ଅବଶ୍ୟ ତାଙ୍କ ଅବସରର ବହୁତ ପରେ । 

ବିବାଦୀୟ ବ୍ୟକ୍ତିତ୍ୱ  ସମ୍ପାଦନା

ତାଙ୍କର ସିଧା ସଳଖ କହି ଦେବାର ଗୁଣ ଯୋଗୁ ବେଦି ଅନେକ ସମୟରେ ବିବାଦୀୟ ହେଇ ପଡୁଥିଲେ । ସେ ଏପରିକି ବିଦେଶରେ ତାଙ୍କର ଅସନ୍ତୋଷ ଜାହିର କରିବାକୁ ଛାଡୁ ନ ଥିଲେ । 

ତାଙ୍କର ଅଧିନାୟକତ୍ୱ ସମୟରେ ଗୋଟିଏ ଘଟନା ଅତି କୌତୁହଳ ଜନକ ହେଇଥିଲା । ପାକିସ୍ତାନ ବିରୁଦ୍ଧ ଏକ ଏକଦିବାସୀୟ ମେଚରେ ଭରତ ୧୪ ବଲ  ରେ ୨୩ ରଣ ଦରକାର କରୁଥିଲା । ହାତରେ ଆହୁରି ୮ ତି ୱିକେଟ ଥିଲା । କିନ୍ତୁ ବେଦି ଦର୍ଶକଙ୍କ ବ୍ୟବହାରରେ ଅତିଷ୍ଠ ହେଇ ଓ ସର୍ଫରାଜଙ୍କ ୪ଟି କ୍ରମାଗତ ବାଉନ୍ସର ବଲ ପକାଇବାକୁ ନେଇ ଆମ୍ପୟର କିଛି ନ କହିବାକୁ ନେଇ   ମେଚ ପରିତ୍ୟାଗ କରି ଦଳକୁ ଚାଲି ଆସିବାକୁ କହିଥିଲେ । ଏହା ପୃଥିବୀର ଏକ ମାତ୍ର ଘଟଣା , ଯେଉଁଥିରେ ବିଜୟୀ ହେବାକୁ ଯାଉଥିବା ଦଳ ମେଚ ସମର୍ପଣ କରିଥିଲା । 

ତାଲିମଦାତା ସମ୍ପାଦନା

୧୯୯୦ରେ ସେ ଭାରତୀୟ ଦଳର କୋଚ ହିସାବରେ ସ୍ୱଳ୍ପ କାଳ ପାଇଁ କାମ କରିବା ପରେ ସେ ତାହା ତ୍ୟାଗ କରି ନିଜେ ଗୋଟିଏ ଏକାଡେମୀ ଖୋଲିଲେ । 

ବିଶ୍ୱ ରେକର୍ଡ  ସମ୍ପାଦନା

  •  ୬୦ ଓଭର ବିଶିଷ୍ଠ ଏକଦିବସୀୟ ଅନ୍ତର୍ଜାତିକ କ୍ରିକେଟରେ ବେଦି ବିଶ୍ୱ ରେକର୍ଡ ହାସଲ କରିଥିଲେ ।୧୯୭୫ ବିଶ୍ୱ କପରେ ସେ ପୂର୍ବ ଆଫ୍ରିକା ସହ ମେଚରେ ୧୨-୮-୬- ୧ ସହ ବୋଲିଂ କରିଥିଲେ ଯାହା କି ବିଶ୍ୱ ରେକର୍ଡ ଥିଲା । [୧]

ବ୍ୟକ୍ତିଗତ ଜୀବନ  ସମ୍ପାଦନା

ବେଦି ତାଙ୍କ ପତ୍ନୀ ଅଞ୍ଜୁ ଓ ପୁଅ ଅଙ୍ଗଦ , ଓ ଝିଅ ନେହା ସହ ଦିଲ୍ଲୀରେ ରହନ୍ତି । ଅଙ୍ଗଦ ମଧ୍ୟ କ୍ରିକେଟ ଖେଳିଥିଲେ , କିନ୍ତୁ ମାଧ୍ୟମ ସଫଳତା ପାଇଥିଲେ । ବର୍ତ୍ତମାନ ଅଙ୍ଗଦ ମୁମ୍ବାଇରେ ଜଣେ ଫିଲ୍ମ କଳାକାର । ନେହା ଟିଭିରେ ଖେଳ ସମ୍ବାଦିକତା କରନ୍ତି । 

References ସମ୍ପାଦନା

ଆଧାର  ସମ୍ପାଦନା

  • Robinson, R. (1979) The Wildest Tests, Cassell Australia: Stanmore. ISBN 0-7269 7375 0.

ବାହ୍ୟ ଆଧାର  ସମ୍ପାଦନା