ବିରଜୁ ମହାରାଜ
ବ୍ରିଜମୋହନ ନାଥ ମିଶ୍ର (୪ ଫେବୃଆରୀ ୧୯୩୮-୧୭ ଜାନୁଆରୀ ୨୦୨୨) କଥକ ନର୍ତ୍ତକ ଓ ଗୁରୁ ଥିଲେ । ପଣ୍ଡିତ ବିରଜୁ ମହାରାଜ ନାମରେ ସେ ପରିଚିତ ଥିଲେ । ସେ ଲକ୍ଷ୍ନୌର କାଳିକା-ବିନ୍ଦାଦିନ ଘରାନାରୁ ଥିଲେ । ତାଙ୍କ ପରିବାର କଥକର ମହାରାଜ ପରିବାର ଭାବରେ ପରିଚିତ ଥିଲେ । ତାଙ୍କ ପିତା ଅଚ୍ଚନ ମହାରାଜ ଜଣେ ବିଶିଷ୍ଟ କଥକ ଗୁରୁ ଥିଲେ । ତାଙ୍କ ପରିବାରରୁ ଶମ୍ଭୁ ମହାରାଜ ଓ ଲଚ୍ଛୁ ମହାରାଜ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଥିଲେ । ସେ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ ଓ ସେହି ସଙ୍ଗୀତ ପରିବେଷଣ ମଧ୍ୟ କରୁଥିଲେ ।[୧]
ବିରଜୁ ମହାରାଜ | |
---|---|
Background information | |
ଜନ୍ମ | ହାନ୍ଦିଆ, | ୪ ଫେବୃଆରୀ ୧୯୩୮
ମୃତ୍ୟୁ | ୧୭ ଜାନୁଆରୀ ୨୦୨୨ ଦିଲ୍ଲୀ | (aged 83)
ଶୈଳୀ | ହିନ୍ଦୁସ୍ତାନୀ ଶାସ୍ତ୍ରୀୟ |
ପେଷା | ନର୍ତ୍ତକ, ଗାୟକ, ନୃତ୍ୟ ସଂଯୋଜକ |
କାର୍ଯ୍ୟକାଳ | ୧୯୫୧-୨୦୧୬ |
ୱେବସାଇଟ | birjumaharaj-kalashram |
ଶମ୍ଭୁ ମହାରାଜଙ୍କ ଅଧିନରେ ଦିଲ୍ଲୀର ଭାରତୀୟ କଳା କେନ୍ଦ୍ରରେ ସେ କାମ କରୁଥିଲେ ଓ ପରେ ସେହି କେନ୍ଦ୍ରର ମୁଖ୍ୟ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୯୮ ମସିହାରେ ଦିଲ୍ଲୀରେ ସେ ନିଜର ନୃତ୍ୟ ଅନୁଷ୍ଠାନ କଳାଶ୍ରମ ପ୍ରତିଷ୍ଠା କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
ସମ୍ପାଦନାବିରଜୁ ମହାରାଜ, କଥକର ବିଶିଷ୍ଟ ନର୍ତ୍ତକ ଓ ଗୁରୁ ଅଚ୍ଚନ ମହାରାଜ ମହାରାଜଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ । ଅଚ୍ଚନ ମହାରାଜ, ରାଇଗଡ଼ ରାଜ୍ୟର ରାଜ ନର୍ତ୍ତକ ଭାବରେ କାର୍ଯ୍ୟ କରୁଥିଲେ ।[୩] ବିରଜୁ ତାଙ୍କ ପିତା ଏବଂ ଦାଦା ଶମ୍ଭୁ ଓ ଲଚ୍ଛୁ ମହାରାଜଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ । ୭ ବର୍ଷ ବୟସରେ ତାଙ୍କର ପ୍ରଥମ ମଞ୍ଚପ୍ରବେଶ ହୋଇଥିଲା । ୧୯୪୭ ମସିହା ମଇ ମାସ ୨୦ତାରିଖରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ।[୪]
କଥକ ନୃତ୍ତ୍ୟରେ ଅବଦାନ
ସମ୍ପାଦନାମାତ୍ର ୧୩ ବର୍ଷ ବୟସରୁ ବିରଜୁ ମହାରାଜ ଦିଲ୍ଲୀର ସଙ୍ଗୀତ ଭାରତୀ କେନ୍ଦ୍ରରେ କଥକ ନୃତ୍ୟ ଶିକ୍ଷାଦାନ ଆରମ୍ଭ କରିଥିଲେ । ପରେ ସେ ଭାରତୀୟ କଳା କେନ୍ଦ୍ର ଓ ସଙ୍ଗୀତ ନାଟକ ଏକାଡ଼େମୀ ଅଧିନସ୍ଥ କଥକ କେନ୍ଦ୍ରରେ ଶିକ୍ଷାଦାନ ଆରମ୍ଭ କରିଥିଲେ । କଥକ କେନ୍ଦ୍ରର ମୁଖ୍ୟ ଭାବରେ ସେ ୧୯୯୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୫] ୧୯୯୮ ମସିହାରେ ସେ ନିଜର କେନ୍ଦ୍ର କଳାଶ୍ରମ ଆରମ୍ଭ କରିଥିଲେ ।
ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ସତରଞ୍ଜ କେ ଖିଲାଡ଼ିରେ ସେ ଦୁଇଟି ଗୀତର ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ୨୦୦୨ ମସିହାର ହିନ୍ଦୀ ଚଳଚ୍ଚିତ୍ର ଦେବଦାସର ଗୀତ କାହେ ଛେଡ଼ ମୋହେର ସେ ନୃତ୍ୟ ନିର୍ଦ୍ଦେଶନା କରିଥିଲେ ।[୬]
ମୃତ୍ୟୁ
ସମ୍ପାଦନା୨୦୨୨ ମସିହା ଜାନୁଆରୀ ୧୭ତାରିଖରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିଲା ।[୭]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ - ୧୯୬୪
- ପଦ୍ମ ବିଭୂଷଣ - ୧୯୮୬
- ନୃତ୍ୟ ଚୁଡ଼ାମଣି ସମ୍ମାନ - ୧୯୮୬(ଶ୍ରୀ କୃଷ୍ଣ ଗଣ ସଭା ପ୍ରଦତ୍ତ)[୮]
- କାଳିଦାସ ସମ୍ମାନ - ୧୯୮୭
- ଲତା ମଙ୍ଗେସକର ସମ୍ମାନ - ୨୦୦୨[୯]
- ଡକ୍ଟରେଟ (ଇନ୍ଦିରା କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରଦତ୍ତ)[୯][୧୦]
- ଡକ୍ଟରେଟ (ବନାରସ ବିଶ୍ୱବିଦ୍ୟାଳୟ)[୯]
- ଭରତ ମୁନୀ ସମ୍ମାନ[୧୧][୧୨]
- ଆନ୍ଧ୍ର ରତ୍ନ[୧୦]
- ନୃତ୍ୟ ବିଳାସ[୧୦]
- ଆଧାରଶିଳା ଶିଖର ସମ୍ମାନ[୧୦]
- ଜବାହର ନେହେରୁ ସମ୍ମାନ (ସୋଭିଏତ ରୁଷ)[୧୦]
- ଜାତୀୟ ନୃତ୍ୟ ଶିରୋମଣୀ ସମ୍ମାନ[୧୦]
- ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ସମ୍ମାନ[୧୦]
- ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା (ଜାତୀୟ ଚଳଚ୍ଚିତ୍ର ସମ୍ମାନ) - ୨୦୧୨ (ବିଶ୍ୱ ରୂପମ ଚଳଚ୍ଚିତ୍ରର 'ଉନ୍ନି କାନ୍ନାଠୁ' ଗୀତ)[୧୩]
- ଫିଲ୍ମଫେୟାର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ - ୨୦୧୬ (ବାଜିରାଓ ମସ୍ତାନୀ ଚଳଚ୍ଚିତ୍ର 'ମୋହେ ରଙ୍ଗ ଦୋ ଲାଲ' ଗୀତ)
ଆଧାର
ସମ୍ପାଦନା- ↑ Kaui, Banotsarg-Boghaz (2002). Subodh Kapoor (ed.). The Indian encyclopaedia: biographical, historical, religious, administrative, ethnological, commercial and scientific. Volume 3. Genesis Publishing. p. 198. ISBN 81-7755-257-0.
- ↑ Massey, p. 29
- ↑ Achchan Maharaj
- ↑ Buddhiraja, Sunita. "Birju Maharaj – Kathak personified". Deccan Herald. Archived from the original on 10 December 2004. Retrieved 25 March 2007.
- ↑ Bhattacharya, Santwana. "Birju Maharaj retires". Indian Express. Archived from the original on 1 April 2007. Retrieved 25 March 2007.
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ବିରଜୁ ମହାରାଜ
- ↑ "Pandit Birju Maharaj, Legendary Kathak Dancer, Dies At 83". NDTV. Retrieved 2022-01-17.
- ↑ "Nritya Choodamani Awardees List". Sri Krishna Gana Sabha. Archived from the original on 2016-12-20. Retrieved 2019-07-22.
- ↑ ୯.୦ ୯.୧ ୯.୨ "Pandit Birju Maharaj". www.culturalindia.net. Retrieved 2019-07-22.
- ↑ ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ ୧୦.୬ "The Dancer". Official website. Retrieved 2019-07-22.[permanent dead link]
- ↑ "Hema Malini selected for Bharat Muni Samman – Hindustan Times". hindustantimes.com. 2012. Archived from the original on 13 December 2012. Retrieved 28 December 2012.
The earlier recipients are Thankamani Kutty, Pandit Birju Maharaj,
- ↑ "Hema Malini receives Bharat Muni Samman: Wonder Woman – Who are you today?". wonderwoman.intoday.in. 2012. Archived from the original on 17 October 2015. Retrieved 28 December 2012.
The earlier recipients are Thankamani Kutty (Bharatanatyam), Pandit Birju Maharaj (kathak),
- ↑ "60th National Film Awards Announced" (PDF) (Press release). Press Information Bureau (PIB), India. Retrieved 18 March 2013.
- Massey, Reginald (1999). India's kathak dance, past present, future. Abhinav Publications. ISBN 81-7017-374-4.
ବାହାର ଆଧାର
ସମ୍ପାଦନା- Pandit Birju Maharaj Archived 2019-07-22 at the Wayback Machine. (Official Website)
- Kathak maestro Birju Maharaj on top Indian dancers at the Wayback Machine (archived 26 November 2009)