ବିଭୁଦତ୍ତ ମିଶ୍ର (୧୯୩୬-୨୦୦୩), (କୁଦିଆରୀ, ଜଟଣୀ, ଖୋର୍ଦ୍ଧା) ଜଣେ ରୋମାଣ୍ଟିକ କବି ଭାବରେ ପାଠକର ଅନେକ ଶ୍ରଦ୍ଧାର ପାତ୍ର । ସେ ପ୍ରେମ-ପ୍ରଣୟକୁ ନେଇ ଏପରି କବିତା ଲେଖିପାରନ୍ତି ଯାହା ତାଙ୍କୁ "ଧୂପ"ର କବି ମାୟଧର ମାନସିଂହଙ୍କ ଯଥାଥ` ଉତ୍ତରସାଧକର ଗୌରବ ଦେଇଛି । "ଉବ`ଶୀର ଚିଠି", "ଶହେଟି ସନେଟ୍", "ସ୍ମୃତି ବିସ୍ମୃତି", "ହେ ସାରଥି ରଥ ରଖ" ପ୍ରଭୃତି ଉଲ୍ଲେଖନୀୟ ।[୧] ସନେଟ୍ ରଚାନାରେ ସେ ସମସାମୟିକ କବିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ । ତାଙ୍କ କବିତାରେ ନାରୀର ପ୍ରେମ-ବିରହ ନେଇ ଆବେଗ-ଉଛ୍ଛ୍ୱାସ ବେଶ୍ ହୃଦ୍ୟ । ଓଡ଼ିଆ କବିତାରେ ଜଣେ ରୋମାଣ୍ଟିକ କବି ଭାବରେ ତାଙ୍କ ଆବେଗଧମି`ତାର ସ୍ୱର ତାଙ୍କ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ହୋଇଛି ସହାୟକ । ସେ ଜଟଣୀ ନିକଟବତ୍ତୀ କୁଦିଆରୀ ଗାଁରେ ଜନ୍ମ୍ ଗ୍ରହଣ କରିଥିଲେ । ସେ ବୃତ୍ତିରେ ଅଧ୍ୟାପକ ଥିଲେ ।

ବିଭୁଦତ୍ତମିଶ୍ର
ଜନ୍ମ୧୯୩୬
କୁଦିଆରୀ, ଜଟଣୀ, ଓଡ଼ିଶା
ମୃତ୍ୟୁ୨୦୦୩
ବୃତ୍ତିକବି

ଆଧାର ସମ୍ପାଦନା

  1. ବାଉରୀବନ୍ଧୁ କର. ଓଡ଼ିଆ ସାହିତ୍ୟର ଇତିହାସ. (କଟକ, ୧୯୮୯, ନୁତନ ସସ୍କରଣ ୨୦୧୦)