ବିପ୍ଳବ ସାମନ୍ତରାୟ
ବିପ୍ଳବ ସାମନ୍ତରାୟ ୧୯୮୮ ମସିହା ଡିସେମ୍ବର ୧୪ ତାରିଖରେ ଓଡ଼ିଶାର କଟକଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ରଣଜୀଟ୍ରଫି କ୍ରିକେଟରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରନ୍ତି ଓ ଓଡ଼ିଶା ପ୍ରିମିଅର ଲିଗରେ କଟକ ବାରବାଟି ଟାଇଗର୍ସର ଅଧିନାୟକ ଭାବରେ ଖେଳିଥାନ୍ତି । ୨୦୧୨ ଇଣ୍ଡିଆନ ପ୍ରିମିଅର ଲିଗ ପାଇଁ ସେ ଡେକାନ ଚାର୍ଜର୍ସ ଦଳରେ ସ୍ଥାନ ପାଇଛନ୍ତି । ଇଣ୍ଡିଆନ ପ୍ରିମିଅର ଲିଗ ୨୦୧୩ରେ ଡେକାନ ଚାର୍ଜର୍ସ ଦଳର ବିଲୟ ପରେ ବିପ୍ଲବ ନୁତନ ଦଳ ସନରାଇଜର୍ସ୍ ହାଇଦରାବାଦ୍ରେ ସ୍ଥାନ ପାଇଛନ୍ତି ।
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||
ବୋଲିଂ ପ୍ରକାର | Right-arm medium | |||
Domestic team information | ||||
Years | ଦଳ | |||
2012-present | Sunrisers Hyderabad | |||
2010-present | Odisha | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | First-class | List A | T20 | |
ମ୍ୟାଚ ସବୁ | 46 | 32 | 41 | |
କରିଥିବା ରନ | 2056 | 852 | 558 | |
ବ୍ୟାଟିଂ ହାର | 27.78 | 30.42 | 17.43 | |
ଶତକ/ଅର୍ଦ୍ଧଶତକ | 4/6 | 1/7 | 0/2 | |
ସବୁଠୁ ବେଶି ସ୍କୋର | 171 | 100 | 73* | |
ଡେଲିଭରି ବଲ | 4440 | 1323 | 455 | |
ଉଇକେଟ | 60 | 33 | 18 | |
ବୋଲିଂ ହାର | 33.76 | 31.48 | 26.11 | |
ଇନିଙ୍ଗସରେ ୫ଟି ଉଇକେଟ | -- | -- | -- | |
ମାଚରେ ୧୦ଟି ଉଇକେଟ | -- | -- | -- | |
ସବୁଠୁ ଭଲ ବୋଲିଂ | 3/22 | 3/24 | 3/09 | |
କ୍ୟାଚ/ଷ୍ଟମ୍ପ#ବ୍ୟାଟସମାନକୁ ଷ୍ଟମ୍ପିଁଗ କରିବା | 38/-- | 18/- | 13/-- | |
Source: [୧], |
ଜୀବନସମ୍ପାଦନ କରନ୍ତୁ
କୃତିତ୍ତ୍ୱସମ୍ପାଦନ କରନ୍ତୁ
କ୍ୟାରିୟରସମ୍ପାଦନ କରନ୍ତୁ
ବିପ୍ଲବ ସାମନ୍ତରାୟ ଜଣେ ଡାହାଣହାତି ବ୍ୟାଟ୍ସମାନ ଏବଂ ସେ ଓଡ଼ିଶା ପାଇଁ ମିଡଲ ଅର୍ଡରରେ ବ୍ୟାଟିଂ କରନ୍ତି । ତାଙ୍କର ଡାହାଣହାତି ମାଧ୍ୟମ ଗତି ବୋଲିଂ ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିପ୍ଲବ ୨୦୧୦ ମସିହା ନଭେମ୍ବର ୧ ତାରିଖ ଦିନ ବରୋଦା ବିପକ୍ଷରେ ଘରୋଇ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।[୧] ନିଜର ଏହି ପ୍ରଥମ ମ୍ୟାଚରେ ୫୫ ରନ କରିବା ସହ ଗୋଟିଏ ୱିକେଟ ମଧ୍ୟ ପାଇଥିଲେ। ସେ ୧୬ଟି ଫାଷ୍ଟ କ୍ଳାସ ମ୍ୟାଚ ଖେଳି ୩୩.୫୨ ଆଭେରେଜରେ ୮୩୮ ରନ ସଂଗ୍ରହ କରିଛନ୍ତି । ୨୦୧୨ ମସିହାରେ ବିଜୟ ହଜାରେ ଟ୍ରଫି ନିମନ୍ତେ ବିପ୍ଳବଙ୍କୁ ଓଡ଼ିଶା ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। [୨] ୨୦୧୨ରେ ଆଇପିଏଲ ଦଳ ଡେକାନ ଚାର୍ଜର୍ସ ବିପ୍ଳବଙ୍କୁ ନିଜ ଦଳରେ ସାମିଲ କରିଥିଲା। [୩] ବିପ୍ଲବ ନିଜ ପଡ଼ିଆ ବାରବାଟି ଷ୍ଟାଡିଅମରେ ପୁନେ ୱାରିୟର୍ସ ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ।
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
http://www.espncricinfo.com/india/content/player/430125.html