ବିପାଶା ହାୟାତ

ବଙ୍ଗଳାଦେଶର ଅଭିନେତ୍ରୀ

ବିପାଶା ହାୟାତ (ଜନ୍ମ: ୨୩ ମାର୍ଚ୍ଚ ୧୯୭୧)[୧][୨] ଜଣେ ବଙ୍ଗଳାଦେଶି ଅଭିନେତ୍ରୀ, ମଡେଲ ଏବଂ ଚିତ୍ରକର । ୧୯୯୪ରେ ସେ ବଙ୍ଗଳାଦେଶି ଚଳଚ୍ଚିତ୍ର ଅଙ୍ଗୁର ପରଶମଣି ପାଇଁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୩] ୧୯୯୮, ୧୯୯୯ ଏବଂ ୨୦୦୨ରେ ସେ ମେରିଲ ପ୍ରଥମ ଆଲୋ ପୁରସ୍କାର ପାଇଥିଲେ ।

ବିପାଶା ହାୟାତ
বিপাশা হায়াত
ଜନ୍ମ (1971-03-23) ୨୩ ମାର୍ଚ୍ଚ ୧୯୭୧ (ବୟସ ୫୩)
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାMFA
ଶିକ୍ଷାନୁଷ୍ଠାନଢାକା ବିଶ୍ୱ ବିଦ୍ୟାଳୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • କାହାଣୀ ଲେଖିକା
  • ଚିତ୍ରକର
ବୈବାହିକ-ସାଥୀତାଉକିର ଅହମଦ
ସନ୍ତାନଅରିଶା ଅହମଦ
ଅରୀବ ତାଉକିର ଅହମଦ
ପିତାମାତା
  • ଅବୁଲ ହାୟାତ (father)
ସମ୍ପର୍କୀୟନତାଶା ହାୟାତ (ଭଉଣୀ)
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ମେରିଲ ପ୍ରଥମ ଆଲୋ ପୁରସ୍କାର

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ବିପାଶା ୨୩ ମାର୍ଚ୍ଚ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବୁଲ ହାୟାତ ଜଣେ ବଙ୍ଗଳାଦେଶୀ ଅଭିନେତା ।[୪] ତାଙ୍କ ଭଉଣୀ ନତାଶା ହାୟତ ଏବଂ ଭିଣେଇ ଶମିମ ଶାହେଦ ଖାନ ଉଭୟ ଅଭିନୟ ଜଗତରେ ସେମାନଙ୍କର ପେଷାରେ ଅଛନ୍ତି ।[୫] ସେ ୧୯୯୮ରେ ଢାକା ବିଶ୍ୱ ବିଦ୍ୟାଳୟରୁ ଚିତ୍ରକଳାରେ ସ୍ନାତକୋତ୍ତର ଶେଷ କରିଥିଲେ ।[୬]

ଅଭିନୟ ଜୀବନ ସମ୍ପାଦନା

ବିପାଶା ହାୟାତ ଜଣେ ଦୂରଦର୍ଶନର ଧାରାବାହିକ ଅଭିନେତ୍ରୀ ଭାବରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ୯୦ ଦଶକରେ ଅନେକ ଲୋକପ୍ରିୟ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ୧୯୯୭ ମସିହାରେ ସେ ତାଙ୍କର ପ୍ରଥମ କାହାଣୀ ଲେଖିଥିଲେ । ଏହି କାହାଣୀକୁ ନେଇ ଦୂରଦର୍ଶନ ଧାରାବାହିକ ଶୁଧୁଇ ତୁମାକେ ଜାନି ନିର୍ମାଣ କରାଯାଇଥିଲା ।[୬]

ସେ ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୧୯୯୪ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା ଦୁଇଟି ଯାକ ଚଳଚ୍ଚିତ୍ର ବଙ୍ଗଳାଦେଶ ସ୍ୱାଧୀନ ଯୁଦ୍ଧ ଉପରେ ଆଧାରିତ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଅଙ୍ଗୁର ପରଶମଣି । ଏହି ଚଳଚ୍ଚିତ୍ରଟିରେ ସେ ରାତ୍ରି ନାମକ ଏକ ଝିଅର ଭୂମିକାରେ ଅଭିନୟ କରିଥିଲେ । ସେ ବଙ୍ଗଳାଦେଶ ଯୁଦ୍ଧ ସମୟରେ ଢାକା ସ‌ହରରେ ତାଙ୍କ ପରିବାର ସ‌‌ହ ଗୋଟିଏ ଘରେ ବନ୍ଦ ହୋଇ ରହିଥିଲେ ଏବଂ ତାଙ୍କ ଘରେ ରହୁଥିବା ଜଣେ ଯୋଦ୍ଧା ସ‌ହ ତାଙ୍କର ପ୍ରେମ ହୋଇଯାଇଥିଲା । ସେ ଯୋଦ୍ଧାର ଭୂମିକାରେ ଅଭିନେତା ଅସଦଜମନ ନୁର୍ ଅଭିନୟ କରିଥିଲେ । ସେ ଯୋଦ୍ଧା ପ୍ରତି ତାଙ୍କର ଆନ୍ତରିକତା ଏବଂ ଭଲ ପାଇବା ବଙ୍ଗଳାଦେଶ ଯୁଦ୍ଧ ପ୍ରତି ତାଙ୍କ ମନରେ ଅନୁରାଗ ସୃଷ୍ଟି ହୋଇଥିଲା ଏବଂ ସେ ସେହି ଯୁଦ୍ଧ ପିଡ଼ୀତ ସାଧାରଣ ଜନତାଙ୍କୁ ସାହାଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୧୯୯୪ରେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସେ ସେହି ବର୍ଷର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

୨୦୦୪ରେ ସେ ଅନ୍ୟ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଜୟଯାତ୍ର ନାମକ ଏହି ଚଳଚ୍ଚିତ୍ରଟିରେ ସେ ଜଣେ ମଧ୍ୟ ବୟସ୍କ ମହିଳା ଭୂମିକାରେଅ ଅଭିନୟ କରିଥିଲେ । ବଙ୍ଗଳାଦେଶ ସ୍ୱାଧୀନ ଯୁଦ୍ଧ ସମୟରେ ତା'ର ପୁଅକୁ ହରାଇଥିବା ମାଆର କାହାଣୀ ଉପରେ ନିର୍ମିତ ଥିଲା ଏହି କଥାଚିତ୍ରଟି ।

ନିଜସ୍ୱ ଜୀବନ ସମ୍ପାଦନା

ବିପାଶା ତାଉକିର ଅହମଦ ନାମକ ଜଣେ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ବିବାହ କରିଥିଲେ ।[୭] ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

ଚିତ୍ରକଳା ସମ୍ପାଦନା

ବିପାଶାଙ୍କର ଚିତ୍ରକଳା ୧୯୯୬ରେ ଢାକାରେ ଏକ ପ୍ରଦର୍ଶନୀରେ ସ୍ଥାନୀତ ହୋଇଥିଲା । ତାଙ୍କର ଚିତ୍ରକଳା ଢାକାର ମିନିଏଚର ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ୧୯୯୮ରେ ସେ ଏକ ସାମୁହିକ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀ ପାନ ପେସିଫିଚ ସୋନେରଗାଁ ହୋଟେଲରେ ପ୍ରଦର୍ଶନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହାପରେ ୨୦୦୨ରେ ସେ ଯୁବ କଳାକାରଙ୍କର ପ୍ରଦର୍ଶନୀରେ ଭାଗନେଇଥିଲେ । [୮]

୧୪-୨୪ ଜାନୁଆରୀ ୨୦୧୭ ମଧ୍ୟରେ ରୋମରେ ଏକ ଚିତ୍ରକଳା ପ୍ରଦର୍ଶନୀରେ ବିପାଶାଙ୍କର କେବଳ ନିଜର ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀ ତାଙ୍କର ୬ଷ୍ଠ ପ୍ରଦର୍ଶନୀ ଥିଲା । ଏହି ପ୍ରଦର୍ଶନୀରେ ତାଙ୍କର ୫୦ଟି ଚିତ୍ରକଳା ସ୍ଥାନିତ ହୋଇଥିଲା ।[୯]

ଅଭିନୟ ସମ୍ପାଦନା

ଧାରାବାହିକ ସମ୍ପାଦନା

  • ରୂପନ‌ଗର
  • ହରଜିତ
  • ସୁଧୁଇ ତୁମାକେ ଜାନି
  • ବେଲି
  • ପ୍ରତ୍ୟାଶା
  • ଏକଜନ ଅପରାଧିନି
  • ଡୋଲା
  • ହସୁଇଲ
  • ଓନ୍ତ୍ରୋମୋମୋ
  • ମୋକ୍ଷ ଜୀବନ
  • ସୋନାଲି ଦାନାର ଚିଲ
  • କବିତା ସୁନ୍ଦର ନା

ଚଳଚ୍ଚିତ୍ର ସମ୍ପାଦନା

  • ଅଙ୍ଗୁର ପରଶମଣି (୧୯୯୪)
  • ଜୟଯାତ୍ରା (୨୦୦୪)

ଆଧାର ସମ୍ପାଦନା

  1. Sarwat, Nadia (25 July 2008). "Asaduzzaman Noor and the leading ladies". The Daily Star. Retrieved 2017-08-11.
  2. Shah Alam Shazu (23 March 2017). "My art expresses how I feel about life". The Daily Star. Retrieved 2017-03-23.
  3. Rashed Shawon (14 August 2012). "চার দশকে আমাদের সেরা চলচ্চিত্রগুলো". bdnews24.com (in Bengali). Archived from the original on 2013-01-27. Retrieved 2017-01-19.
  4. "Abul Hayat casts daughter, son-in-law in Eid teleplay". Dhaka Mirror. 10 July 2015. Retrieved 2015-10-15.
  5. "Bipasha Hayat Captured on Canvas". The Daily Star. 15 August 2015. Retrieved 2015-10-16.
  6. ୬.୦ ୬.୧ ""Acting is like mathematics"-- Bipasha Hayat". The Daily Star. 12 June 2006. Archived from the original on 2017-03-26. Retrieved 2017-01-21.
  7. "Tauquir-Bipasha working under Abul Hayat's direction". The Daily Star. Retrieved 2015-07-14.
  8. "Bipasha Hayat's solo painting exhibition begins today". Reflection News. 25 October 2011. Retrieved 2017-01-21.
  9. Sadi Mohammad Shahnewaz (21 January 2017). "Bipasha Hayat's art exhibition in Rome". The Daily Star. Retrieved 2017-01-21.