ବିଞ୍ଜଦର୍‌ହ ଜଳପ୍ରପାତ

ବିଞ୍ଜଦର୍‌ହ ଜଳପ୍ରପାତ ମୟୁରଭଞ୍ଜର 'ବିଜାତଳା'ଠାରେ ଅବସ୍ଥିତ । ଅପରୁପ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ପଶୁପକ୍ଷୀଙ୍କ ଆଗମନ ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । କାହିଁ କେଉଁ କାଳରୁ ଜଳପ୍ରପାତର ଉପର ମୁଣ୍ଡରେ ପ୍ରାୟ ୫୦ ଫୁଟ ଉଚ୍ଚତାରେ ଏକ ଗୁମ୍ଫା ଭିତରେ ପୁଜାପାଇ ଆସୁଛନ୍ତି ଓଁ ବାବା ।[୧]

ଗମନ ଗମନ ସମ୍ପାଦନା

ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଅଧୁଷିତ ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକର ସରଗଡା ପଞ୍ଚାୟତର ଅଖ୍ୟାତ ପଲ୍ଲୀ ଦଳେଇଢିହି ଗ୍ରାମ‌ । ପାଟପୁର ଛକଠାରୁ ମାତ୍ର ୧୫ କି.ମି ଦୁର ଏବଂ ଗାଁରୁ ପାଦଚଲା ରାସ୍ତାରେ ଗଲେ ୧ କି.ମି ଦୁରରେ ପଡେ ବିଞ୍ଜଦର୍‌ହ ଜଳପ୍ରପାତ ।[୧]

କିମ୍ବଦନ୍ତୀ ସମ୍ପାଦନା

ଜଙ୍ଗଲର ପଶୁ ପକ୍ଷୀ ତୃଷା ମେଣ୍ଟାଇବା ପାଇଁ ଏଠାରେ ସୃଷ୍ଟ ଗଭୀର ଜଳାଶୟକୁ ଆସିଥାନ୍ତି । ଦିନକର ଘଟଣା ଗୟଳଟିଏ ପାଣି ପିଇବାକୁ ଆସିଥିବା ସମୟରେ ଏକ ବୃହତ୍ କାୟ ସର୍ପର ଆବିର୍ଭାବ ହେଲା ଏବଂ ଗୟଳକୁ ଗିଳିଦେଲା । ହଜମ ପାଇଁ ଚିରାଚରିତ ଢଙ୍ଗରେ ନିକଟରେ ଥିବା ଏକ ଅର୍ଜୁନ ଗଛରେ ଗୁଡେଇ ହେବା ସମୟରେ ଗୟଳର ଶିଙ୍ଘ ସାପ ପେଟରେ ପଶି ଯାଇ ସାପ ପେଟ ଫାଟିଯାଇଥିଲା । ଘଟଣାସ୍ଥଳେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକ୍ରମେ ସ୍ଥାନଟିର ନାମ ଯଥାର୍ଥତା ପ୍ରତିପାଦନ କରେ । ଆଦିବାସୀଙ୍କ ଭାଷାରେ ବିଞ୍ଜର ଅର୍ଥ ସାପ, ଦର୍‌ହର ଅର୍ଥ ଜଳାଶୟ । ଜଳାଶୟର ଗଭୀରତା ମାପିବାକୁ ଚେଷ୍ଟା କରି ନିଷ୍ଫଳ ହେବାର ଉପାଖ୍ୟାନ ରହିଛି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ସମାଜ,ପୃଷ୍ଠା୪,୧୮ ନଭେମ୍ବର ୨୦୧୨