ବିଜୟ ରାଜବଂଶ
ବିଜୟ ରାଜବଂଶକୁ ମଧ୍ୟ ମହା-ବଂଶ ଭାବରେ ଜଣାଯାଇଥାଏ । ଗଛିତ ତଥ୍ୟାନୁସାରେ ଏହି ବଂଶ ହେଉଛି ପ୍ରଥମ ସିଂହଳୀ ରାଜକୀୟ ପରିବାର ଯାହାକି ସେଲିୟନ ବା ବର୍ତ୍ତମାନର ଶ୍ରୀଲଙ୍କା ଦ୍ୱୀପରେ ଶାସନ କରିଥିଲେ । ସିଂହଳୀ କିମ୍ବଦନ୍ତୀ ଅନୁଯାଇ ଯୁବରାଜ ବିଜୟ ହେଉଛନ୍ତି ଶ୍ରୀଲଙ୍କାର ପ୍ରଥମ ରାଜା । ସେ ତମ୍ବାପାନ୍ନି ରାଜ୍ୟର ପ୍ରତିଷ୍ଠାତା ଥିଲେ । ପରେ ସେ ଉପତିସ୍ସା ନୁବାରା ରାଜ୍ୟ ଏବଂ ଅନୁରାଧାପୁର ରାଜ୍ୟ ମଧ୍ୟ ପ୍ରତିଷ୍ଠା କରିଥିଲେ ।[୧][୨][୩]
House of Vijaya Vijayan dynasty | |
---|---|
Royal house | |
Country | Kingdom of Tambapanni Kingdom of Upatissa Nuwara Kingdom of Anuradhapura |
Founded | 543 BC |
Founder | Prince Vijaya |
Current head | Extinct |
Final ruler | Subharaja |
Titles | King of Tambapanni King of Upatissa Nuwara King of Anuradhapura |
Dissolution | 66 AD |
Cadet branches | Vedda people[N ୧] |
ବିଜୟଙ୍କର ବଂଶର ୩୭ ଜଣ ରାଜା ଦୀର୍ଘ ୬୦୯ ବର୍ଷ କାଳ ଦ୍ୱୀପଟିରେ ଶାସନ କରିଥିଲେ । ଏହି ଶାସନ ଧାରା ଲମ୍ବକନ୍ନ ବଂଶର ବାସଭ ରାଜାଙ୍କର ଖ୍ରୀଷ୍ଟାବ୍ଦ ୬୬ ମସିହାରେ କ୍ଷମତା ଅକ୍ତିଆର ଯୋଗୁଁ ସମାପ୍ତ ହୋଇଥିଲା ।[୪]
ଉତ୍ପତ୍ତି
ସମ୍ପାଦନାଖ୍ରୀଷ୍ଟପୂର୍ବ ୫୪୩ ମସିହାରେ ଯୁବରାଜ ବିଜୟ (ଖ୍ରୀଷ୍ଟପୂର୍ବ ୫୪୩-୫୦୫) ଶ୍ରୀଲଙ୍କାରେ ପ୍ରବେଶ କରିଥିଲେ । ତାଙ୍କୁ ଭାରତରେ ଥିବା ନିଜର ପ୍ରକୃତ ରାଜ୍ୟରୁ ବିତାଡ଼ିତ କରାଯାଇଥିଲା । ସେ ଧୀରେ ଧୀରେ ଦ୍ୱୀପଟିକୁ ନିଜ ଅକ୍ତିଆରକୁ ଆଣି ନିଜକୁ ରାଜା ଘୋଷିତ କରିଥିଲେ । ଏହାପରେ ତାଙ୍କର ପରିଚାରକ ବର୍ଗ ଦ୍ୱୀପଟି ସାରା ଗ୍ରାମ ଏବଂ ଜନବସତି ସ୍ଥାପନ କରିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନ୍ତ୍ରୀ ଅନୁରାଧା, ଯିଏକି ଅନୁରାଧାଗମ ପ୍ରତିଷ୍ଠା କରିଥିଲେ ।[୫]
ଶାସନ କାଳ
ସମ୍ପାଦନାତମ୍ବପାନ୍ନି
ସମ୍ପାଦନାଯେତେବେଳେ ବିଜୟ ସିଂହଳରେ ପ୍ରବେଶ କରିଥିଲେ, ତମ୍ବପାନ୍ନି ରାଜ୍ୟ ବିଜୟ ଏବଂ ତାଙ୍କର ୭୦୦ ଅନୁଗାମୀଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ହଉଛି ବର୍ତ୍ତମାନର ମାନ୍ନାର ଜିଲ୍ଲାର ଏକ ଅଂଶ, ସେତେବେଳେ ଏହା ଚିଲାୱ ଜିଲ୍ଲାର ଅନ୍ତର୍ଗତ ବୋଲି ବିଶ୍ୱାସ କରାଯାଏ ।[୬][୭][୮] ଗୌତମ ବୁଦ୍ଧଙ୍କର ମୃତ୍ୟୁଦିନ ବିଜୟ ଶ୍ରୀଲଙ୍କା ଆସିଥିବା ବିଶ୍ୱାସ କରାଯାଏ ।[୯] ବିଜୟ ତମ୍ବପାନ୍ନିକୁ ନିଜର ରାଜଧାନୀ ଭାବେ ଘୋଷଣା କଲେ ଏବଂ ଖୁବଶୀଘ୍ର ଏକ ସମ୍ପୂର୍ଣ୍ଣ ଦ୍ୱୀପର ରାଜଧାନୀ ହୋଇଗଲା । ୟଖମାନେ ପୂର୍ବରୁ ତମ୍ବପାନ୍ନିରେ ବସବାସ କରୁଥିଲେ ଯାହାର ରାଣୀ କୁବେନି ଥିଲେ ।[୧୦]
କୁବେନି ଯିଏକି ଅତି ସୁନ୍ଦର ଥିଲେ କିନ୍ତୁ ପ୍ରକୃତରେ ଏକ ରାକ୍ଷସୀ ଥିଲେ, ବିଜୟ ତାଙ୍କୁ ଶେଷପତି ନାମରେ ନାମିତ କରିଥିଲେ ।[୧୧]
ଉପତିସା ନୁବାରା
ସମ୍ପାଦନାMonarchs of Sri Lanka House of Vijaya |
---|
|
ବିଜୟଙ୍କର କୌଣସି ସନ୍ତାନ ନଥିଲେ, ସେ ତାଙ୍କର କାର୍ଯ୍ୟକାଳ ଶେଷ ବେଳକୁ ତାଙ୍କ ଭାଇ ସୁମିତ୍ତଙ୍କୁ ଏହି ଦ୍ୱୀପରେ ରାଜୁତି କରିବାକୁ ତାଙ୍କର ରାଜ୍ୟ ସିଂହପୁରାକୁ ନିମନ୍ତ୍ରଣ ପଠାଇଥିଲେ । କିନ୍ତୁ ନିମନ୍ତ୍ରଣଟି ତାଙ୍କ ଭାଇ ପାଇବା ଆଗରୁ ସେ ଇହଧାମ ତ୍ୟାଗ କରିଥିଲେ ।[୧୨] ତେଣୁ ନିର୍ବାଚିତ ମନ୍ତ୍ରୀ ଉପତିସା କାର୍ଯ୍ୟକାରୀ ରାଜା ଭାବେ କାମ ତୁଲାଇଲେ ।[୧୩] ସେ ତମ୍ବପନ୍ନିରୁ ରାଜଧାନୀ ହଟାଇ ନିଜେ ତିଆରି କରିଥିବା ଏକ ନୂତନ ରାଜ୍ୟ ଉପତିସା ନୁବାରାଠାରୁ ରାଜକାର୍ଯ୍ୟ କରୁଥିଲେ । ଯେତେବେଳେ ବିଜୟଙ୍କର ନିମନ୍ତ୍ରଣ ଚିଠି ସୁମିତ୍ତଙ୍କଠାରେ ପହଞ୍ଚିଲା ସେ ତାଙ୍କ ପିତାଙ୍କ ପରେ ସିଂହପୁରାର ରାଜା ହୋଇସାରିଥିଲେ, ସେ ମଧ୍ୟ ବୃଦ୍ଧ ହୋଇଯାଇଥିବାରୁ ତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଶ୍ରୀଲଙ୍କା ଅଭିମୁଖେ ଯିବାକୁ ଅନୁରୋଧ କରିଥିଲେ । ତାଙ୍କର ସାନ ପୁଅ ପଣ୍ଡୁବାସଦେବ ଶ୍ରୀଲଙ୍କା ଯିବେ ବୋଲି ସ୍ୱଇଚ୍ଛାରେ ରାଜି ହୋଇଥିଲେ । ଏହା ଶୁଣି ରାଜା ସୁମିତ୍ତ ଖୁସି ହୋଇ ତାଙ୍କୁ ଉପଯୁକ୍ତ ବ୍ୟବହାର ସହ ଶ୍ରୀଲଙ୍କା ପଠାଇଥିଲେ ।[୧୨]
ଅନୁରାଧାପୁର
ସମ୍ପାଦନାଖ୍ରୀଷ୍ଟ ପୂର୍ବ ୩୭୭ ମସିହାରେ ରାଜା ପଂଡୁକଭୟ (ଖ୍ରୀପୂ ୪୩୭ - ୩୬୭) ଅନୁରାଧାପୁରକୁ ନିଜର ରାଜଧାନୀ କରି ଏକ ବିକଶିତ ସହର ଭାବେ ଗଢ଼ିତୋଳିଥିଲେ ।[୧୪][୧୫] ଅନୁରାଧାପୁର ସହରଟି, ସହରର ପ୍ରତିଷ୍ଠାତା ମନ୍ତ୍ରୀ ଅନୁରାଧାଙ୍କ ଉପରେ ଏବଂ ପଂଡୁକଭୟଙ୍କର ଜେଜେ ବାପାଙ୍କ ନାମ ଯିଏ କି ସେହି ସହରରେ ରହୁଥିଲେ ତାଙ୍କ ନାମ ଅନୁସାରେ ନାମିତ ହୋଇଥିଲା । ଏହାର ନାମ ଏକ ପବିତ୍ର ନକ୍ଷତ୍ର ଅନୁରା ଉପରେ ମଧ୍ୟ ନାମିତ ।[୧୬] ପରେ ଏହି ସହରଟି ଭବିଷ୍ୟତର ସମସ୍ତ ରାଜାଙ୍କର ରାଜଧାନୀ ହୋଇ ରହିଲା ।[୧୭]
ଅନୁରାଧାପୁରର ରାଜାଙ୍କୁ ପୁରା ଦ୍ୱୀପର ରାଜା ଭାବେ ଦେଖାଯାଇଥାଏ ।[୧୮]
ସମୟାନୁକ୍ରମ
ସମ୍ପାଦନାନୋଟ
ସମ୍ପାଦନାଆଧାର
ସମ୍ପାଦନା- ↑ Ratnatunga, Rhajiv. "Chapter I The Beginnings; And The Conversion To Buddhism". lakdiva.org.
- ↑ Nicholas and Paranavitana (1961), p. 77
- ↑ Wijesooriya (2006), p. 20
- ↑ Mittal, J.P. (2006). "Other dynasties". History of Ancient India: From 4250 BC to 637 AD. Vol. Volume 2 of History of Ancient India: A New Version. Atlantic Publishers & Distributors. p. 405. ISBN 81-269-0616-2. Retrieved 2009-11-06.
{{cite book}}
:|volume=
has extra text (help) - ↑ "Pre-history of Sri Lanka". lankaemb-egypt.com. Embassy of Sri Lanka Cairo, Egypt. Archived from the original on 2009-05-24. Retrieved 2009-11-06.
- ↑ "483 BC - Arrival of Aryans to Sri Lanka". scenicsrilanka.com. Archived from the original on 2018-11-11. Retrieved 2009-11-06.
- ↑ "King Vijaya (B.C. 543-504) and his successors". lankalibrary.com. Archived from the original on 2019-01-20. Retrieved 2009-11-06.
- ↑ "Tambapanni". palikanon.com. Retrieved 2009-11-06.
- ↑
{{cite news}}
: Empty citation (help) - ↑ ୧୨.୦ ୧୨.୧ Blaze, L. E. (1933). History of Ceylon. p. 12.
- ↑ The Mahávansi, the Rájá-ratnácari, and the Rájá-vali. Parbury, Allen, and Co. 1833.
- ↑ Blaze (1995), p. 19
- ↑ Yogasundaram (2008), p. 41
- ↑ Wijesooriya (2006), p. 27
- ↑ Bandaranayake (2007), p. 6
- ↑ Perera (2001), p. 48
ପୁସ୍ତକ ସୂଚୀ
ସମ୍ପାଦନା- Blaze, L. E (1995). The Story of Lanka. Asian Educational Services. ISBN 978-81-206-1074-3.
- Moratuwagama, H. M. (1996). සිංහල ථුපවංසය—Sinhala Thupavansaya [Sinhala Thupavamsa] (in Sinhala). Rathna Publishers. ISBN 978-955-569-068-3.
{{cite book}}
: CS1 maint: unrecognized language (link) - Perera, Lakshman S. (2001). The Institutions of Ancient Ceylon from Inscriptions. Vol. 1. International Centre for Ethnic Studies. ISBN 978-955-580-055-6.
- Senaveratna, John M. (1997). The story of the Sinhalese. New Delhi: Asian Educational Series. ISBN 81-206-1271-X. Retrieved 13 August 2014.
- Siriweera, W. I. (2004). History of Sri Lanka. Dayawansa Jayakodi & Company. ISBN 978-955-551-257-2.
- Wijesooriya, S. (2006). A Concise Sinhala Mahavamsa. Participatory Development Forum. ISBN 978-955-9140-31-3.
- Yogasundaram, Nath (2008). A Comprehensive History of Sri Lanka. Vijitha Yapa Publishers. ISBN 978-955-665-002-0.