ବିଜ୍ଞାନେଶ୍ୱର
ବିଜ୍ଞାନେଶ୍ୱର ହେଉଛନ୍ତି ଦ୍ୱାଦଶ ଶତାବ୍ଦୀରେ ଭାରତର ଜଣେ ପ୍ରମୁଖ ବିଧିବେତ୍ତା ତଥା ଶାସ୍ତ୍ରବିତ । ସେ ତାଙ୍କର ରଚନା ମିତାକ୍ଷରା ପାଇଁ ପ୍ରସିଦ୍ଧ । ମିତାକ୍ଷରା ହେଉଛି ଋଷି ଯାଜ୍ଞବଳକ୍ୟଙ୍କ ସ୍ମୃତିର ଏକ ଟୀକା ଗ୍ରନ୍ଥ । ଏହା ହିନ୍ଦୁ ପୈତୃକ ସମ୍ପତ୍ତିର ଉତ୍ତରାଧିକାର ସମ୍ପର୍କିତ ଏକ ସିଦ୍ଧାନ୍ତ ତଥା ହିନ୍ଦୁ ଆଇନକୁ ସଂହିତାବଦ୍ଧ କରିଥିବା ସମସ୍ତ ଅଧିନିୟମର ସର୍ବମାନ୍ୟ ଆଧାର ।
ଜୀବନୀ
ସମ୍ପାଦନାବିଜ୍ଞାନେଶ୍ୱର କର୍ଣ୍ଣାଟକ ରାଜ୍ୟର ଗୁଲବର୍ଗ ନିକଟବର୍ତ୍ତୀ ମାସୀମାଡୁ ଗ୍ରାମରେ ଜନ୍ମଲାଭ କରିଥିଲେ ।[୧]ଚାଲୁକ୍ୟ ବଂଶର ରାଜା ବିକ୍ରମାଦିତ୍ୟ-ଷଷ୍ଠଙ୍କ (୧୦୭୬-୧୧୨୬ AD)ରାଜସଭାରେ ସେ ଥିଲେ ଜଣେ ପଣ୍ଡିତ । [୨]ତାଙ୍କ କୃତି ସବୁର ଆଲୋଚନା ଏବଂ ଗବେଷଣାତ୍ମକ କାର୍ଯ୍ୟ ପାଇଁ Vijnaneshwara Souhardhaka Co-operative Societyର ପ୍ରତିଷ୍ଠା କରାଯାଇଛି ।
ଆଧାର
ସମ୍ପାଦନା- ↑ Sen, Sailendra (2013). A Textbook of Medieval Indian History. Primus Books. pp. 52–53. ISBN 978-9-38060-734-4.
- ↑ David Jr, Donald R. "Oxford History of Hinduism". Retrieved 23 July 2018. page 40
ଆହୁରି ଦେଖନ୍ତୁ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |