ଡକ୍ଟର ବିଜ୍ଞାନୀ ଦାସ ଗୋଡାର୍ଡସ୍ଥିତ ଜାତୀୟ ବାୟୁବିଜ୍ଞାନ ଓ ମହାକାଶ ଗବେଷଣା କେନ୍ଦ୍ର,( ନାସା)ରେ ଜଣେ ଗାଣିତିକ ବିଶେଷଜ୍ଞ ତଥା ବୈଜ୍ଞାନିକ ।[୧] ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳରରୁ ଗଣିତ ବିଭାଗରେ ଚାରି ଗୋଟି ସ୍ୱର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ବାୟୋ ମେଡିକାଲ ଇଞ୍ଜିନିୟରିଂରେ ଜନ ହପକିନସ ବିଶ୍ୱବିଦ୍ୟାଳୟ, ଆମେରିକାରୁ ନିଜର ପୋଷ୍ଟ-ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ଏବଂ ଓକ ରିଜ ସଦସ୍ୟ ଭାବେ ଆମେରିକୀୟ ଖାଦ୍ୟ ଓ ଔଷଧ ନିୟନ୍ତ୍ରଣ ସଂସ୍ଥାରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ଏକ ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ "ସମ୍ପର୍କ", ଗୀତ ସଂକଳନ "ମନତରଙ୍ଗ"ର ରଚୟିତା ଓ କୋଣାର୍କ ଉପରେ ଏକ ପ୍ରାମାଣିକ ଚିତ୍ରର ନିର୍ଦ୍ଦେଶକ ।[୨]

ଆଧାର ସମ୍ପାଦନା