ବିଜୁ କୃଷକ କଲ୍ୟାଣ ଯୋଜନା

(ବିଜୁ କୃଶକ କଲ୍ୟାଣ ଯୋଜନାରୁ ଲେଉଟି ଆସିଛି)

ବିଜୁ କୃଷକ କଲ୍ୟାଣ ଯୋଜନା, ବା  BKKY ଭାରତୀୟ ରାଜ୍ୟ ଓଡ଼ିଶାର କୃଷକମାନଙ୍କ ଶ୍ୱାସ୍ୟ ବୀମା ଯୋଜନା , ଯାହା ଓଡ଼ିଶା ସରକାରଙ୍କଦ୍ୱାରା ରାଜ୍ୟର କୃଷକ ମାନଙ୍କ କଲ୍ୟାଣ ପାଇଁ ପ୍ରଣଯନ କରାଯାଇଛି । ଏହି ଯୋଜନା ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କଦ୍ୱାରା ଅନୁଗୁଳଠାରେ କୃଷକ ମାନଙ୍କ ଶ୍ୱାସ୍ୟ ଓ ଦୁର୍ଘଟଣା ଜନିତ ବିପତ୍ତି ବେଳେ ସହାୟତା ଦେବା ପାଇଁ ପ୍ରଣୟନ କରାଯାଇଥିଲା ।ଏହି ଯୋଜନା ଅନ୍ତର୍ଗତ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅନେକ ହସ୍ପିଟାଲ , ଗୋଷ୍ଠୀ ଶ୍ୱାସ୍ୟ କେନ୍ଦ୍ରକୁ ସଂଯୋଗ କରାଯାଇ କୃଷକ ମନକୁ ସ୍ୱଳ୍ପ ଖରଚରେ ଶ୍ୱାସ୍ୟ ସେବା ପ୍ରଦାନ କରାଯାଉଛି ।

ବିଜୁ କୃଷକ କଲ୍ୟାଣ ଯୋଜନା
ପ୍ରକାରସରକାରୀ
ଶିଳ୍ପକୃଷି
ପ୍ରତିଷ୍ଠିତ ସ୍ଥାନଭୁବନେଶ୍ୱର , ଓଡ଼ିଶା , ଭାରତ (୧୩ ନଭେମ୍ବର , ୨୦୧୩ (୧୩ ନଭେମ୍ବର , ୨୦୧୩))
ମୁଖ୍ୟ କାର୍ଯ୍ୟାଳୟ,
India
Area served
ଓଡ଼ିଶା
ୱେବ୍‌ସାଇଟ୍bkky.gov.in

ଓଡ଼ିଶାର କୃଷକ ସମ୍ପାଦନା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ରହିଆସିଛି । ଓଡ଼ିଶାର ପ୍ରାୟ ୮୩ % ଲୋକ ସାଧାରଣତଃ କୃଷି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ୍ୟ ଭାବରେ ନିର୍ଭରଶୀଳ । କିନ୍ତୁ ଓଡ଼ିଶାର ଅନେକ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ନ ଥିବାରୁ ଅନେକ ସମୟରେ ଅନାବୃଷ୍ଟି କାରଣରୁ ମରୁଡି ଗ୍ରସ୍ତ ହେଇଥାଏ ଓ ତାହା ଫଳରେ କୃଷି ବ୍ୟାଘ୍ରାତ ହେଇଥାଏ ଓ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ ହେଇଥାଏ । ଏହି କୃଷକମାନେ ବର୍ତ୍ତମାନର ବ୍ୟୟ ବହୁଳ ଚିକିସ୍ଥା ସେବା ପାଇବାରୁ ବଞ୍ଚିତ ହେଇଥାନ୍ତି । ତେଣୁ ଓଡ଼ିଶା ସରକାର ଏହାର ପ୍ରତିକାର ପାଇଁ ଏହି ଯୋଜନାର ପ୍ରଣଯନ କରିଥିଲେ ।[୧]

ସାମିଲ ହେଇଥିବା କୃଷକ ଓ ଅର୍ଥ ବ୍ୟବସ୍ଥା  ସମ୍ପାଦନା

ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଓଡ଼ିଶାର ୫୭,୬୦,୫୦୫ ଜଣ କୃଷକ ଓ ତାଙ୍କ ଉପରେ ନିର୍ଭରଶୀଳ ପରିବାରର ଲୋକଙ୍କୁ ସାମିଲ କରାଯାଇଛି । ଏଥିପାଇଁ ଓଡ଼ିଶା ସରକାର ୨୮୭.୧୫ କୋଟି ଟଙ୍କାର ଅର୍ଥ ପ୍ରିମିୟମ ଆକାରରେ ବୀମା କମ୍ପାନୀମାନଙ୍କୁ ପ୍ରଦାନ  କରିଛନ୍ତି । ୧୯୧୩ ମସିହାରେ ଲାଗୁ କରାଯାଇଥିବା ଏହି ଯୋଜନାରେ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୨୫,୬୧,୫୦୨ ଏବଂ ୩୧,୯୮,୯୦୨ କୃଷକ ପରିବାର ବ୍ୟକ୍ତିଙ୍କୁ ବୀମା ପରିସର ଭୁକ୍ତ କରାଯାଇଥିଲା ।  ଏହି ସମୟ ମଧ୍ୟରେ ୨,୭୮,୨୧୨ ଜଣ କୃଷକ ପରିବାର ବ୍ୟକ୍ତିଙ୍କୁ ବୀମା କମ୍ପାନୀଦ୍ୱାରା ୧୩୬,୩୮,୦୫ ,୪୧୮ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ସାମିଲ ହେବା ପାଇଁ କୃଷକ ମାନଙ୍କୁ ବାର୍ଷିକ ୩୦ ଟଙ୍କା ଦେଇ ପଞ୍ଜୀକୃତ କରିବାକୁ ହୁଏ ଓ ଏହାଦ୍ୱାରା ସେମାନେ ବାର୍ଷିକ ୩୦,୦୦୦ ଟଙ୍କାର ଶ୍ୱାସ୍ୟ ସେବା ବା ଦୁର୍ଘଟଣା ଜନିତ ସେବା ପାଇ ପାରିବେ ।

ସମ୍ପୃକ୍ତ ବୀମା କମ୍ପାନୀ ଗୁଡ଼ିକ  ସମ୍ପାଦନା

ଆଧାର  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-12-30. Retrieved 2017-01-24. {{cite web}}: Cite has empty unknown parameter: |1= (help)
  2. Biju Krushak Kalyan Yojana Details
  3. Insurance Companies Selected for Biju Krushak Kalyan Yojana[permanent dead link]