ବିଜିନେସମ୍ୟାନ, ୨୦୧୨ରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର କଥାଚିତ୍ରଟିର କାହାଣୀ ରଚନା କରିଥିଲେ ପୁରୀ ଜଗନ୍ନାଧ ଏବଂ ସେ ନିର୍ଦ୍ଦେଶନା ଦେଇଥିଲେ ।[୩] ଆର୍. ଆର୍. ମୁଭିଜ୍‌ ବ୍ୟାନନରେ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆର୍. ଆର୍. ଭେଙ୍କଟ ।[୪][୫] ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ[୬] ଓ କାଜଲ ଅଗ୍ର‌ୱାଲ ।[୭] ପ୍ରକାଶ ରାଜ ଏହି କଥାଚିତ୍ରଟିର ମୁଖ୍ୟ ଖଳନାୟକ ଭୂମିକା ଅଭିନୟ କରିଥିବାବେଳେ ନ‌ସାର, ସିୟାଜି ସିନ୍ଧେ, ରାଜା ମୁରାଦ୍, ବ୍ରହ୍ମାଜୀ ପ୍ରମୁଖ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୮]

ବିଜିନେସମ୍ୟାନ୍
ନିର୍ଦ୍ଦେଶକପୁରୀ ଜଗନ୍ନାଧ
ପ୍ରଯୋଜକଆର୍. ଆର୍. ଭେଙ୍କଟ
ସଂଳାପପୁରୀ ଜଗନ୍ନାଧ
କଳାକାରମହେଶ ବାବୁ
କାଜଲ ଅଗ୍ରୱାଲ
ପ୍ରକାଶ ରାଜ
ସଙ୍ଗୀତଏସ୍. ଥମନ୍
ଚିତ୍ରଗ୍ରହଣଶ୍ୟାମ କେ. ନାଇଡ଼ୁ
ସମ୍ପାଦକଏସ୍. ଆର୍. ଶେଖର
Production
company
ଆର୍. ଆର୍. ମୁଭି ମେକର୍‌ସ୍
ବିତରକଆର୍. ଆର୍. ମୁଭି ମେକର୍‌ସ୍
ମୁକ୍ତିଲାଭ ତାରିଖ
୧୩ ଜାନୁଆରୀ ୨୦୧୨
କଥାଚିତ୍ରର ସମୟ
୧୩୧ ମିନିଟ୍
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୪୦ କୋଟି[୧]
ମୋଟ ଆୟ୫୫ କୋଟି[୨]

ମହେଶ ବାବୁ ଏହି ଚଳଚ୍ଚିତ୍ରରେ ବିଜୟ ସୂରିୟା ନାମକ ନିର୍ଦ୍ଦୟୀ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିଲେ, ଯିଏକି ଦକ୍ଷିଣ ଭାରତରୁ ମୁମ୍ବାଇ ଜଣେ ମାଫିଆ ଡନ୍ ହେବାକୁ ଆସିଥିଲେ । ମୁମ୍ବାଇରେ ପୂର୍ବରୁ ମାଫିଆ ରାଜ ବ‌ହୁତ ଚାଲିଥିଲା, କିନ୍ତୁ ଧୀରେ ଧୀରେ ମୁମ୍ବାଇ ପୋଲିସ ସବୁ ମାଫିଆମାନଙ୍କୁ ନିଜ ଅକ୍ତିଆର ଆଣିବାରେ ଲାଗିଥିଲା । ମୁମ୍ବାଇ ସ‌ହରର ପୋଲିସ୍ କମିଶନର ଅଜୟ ଭରଦ୍ୱାଜ ଦାୟିତ୍ୱ ନେବାପରେ ମୁମ୍ବାଇ ସ‌ହର ମାଫିଆ ମୁକ୍ତ କରିବାରେ ପ୍ରଚେଷ୍ଟାରେ ସ‌ଫଳ ହୋଇ ମୁମ୍ବାଇ ସ‌ହର ମାଫିଆମାନଙ୍କ ଅଧିନରୁ ମୁକ୍ତ ବୋଲି ଘୋଷଣା କରିବାପରେ ସୁରିୟା ମୁମ୍ବାଇ ଆସିଥିଲା । ଏହାପରେ ସେ ସେଠାକାର ସ୍ଥାନୀୟ ରାଜନେତାକୁ ସାହାଯ୍ୟ କରି ନିଜର ଶକ୍ତି ବଢ଼ାଇବାରେ ଲାଗିଲା । ତେଣୁ ପୋଲିସ କମିଶନରର ଝିଅ ଚିତ୍ରାକୁ ସୂରିୟା ଚକ୍ରାନ୍ତ କରି ନିଜ ପ୍ରେମ ଜାଲରେ ପକାଇଦେଲା । ଧୀରେ ଧୀରେ ସେ ମୁମ୍ବାଇରୁ ତା'ର ଦଳ ସମ୍ପୂର୍ଣ୍ଣ ଭାରତ ବର୍ଷରେ ବିସ୍ତାର କରିଦେଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ଛିଡ଼ା କରାଇ ତାଙ୍କୁ ବିଜୟୀ କରାଇଲା ଓ ତା'ର ବାପାମାଆଙ୍କୁ ଧୋକା ଦେଇ ହତ୍ୟା କରିଥିବା ଅନ୍ୟତମ ପ୍ରଧାନମନ୍ତ୍ରୀ ପାର୍ଥୀ ଜୟ ଦେବକୁ ମଧ୍ୟ ହତ୍ୟା କରି ପ୍ରତିଶୋଧ ନେଲା ।

ଏସ୍. ଥମନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଶ୍ୟାମ କେ. ନାଇଡ଼ୁ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କାର୍ଯ୍ୟ ସମ୍ଭାଳିଥିଲେ ।[୯] ଏହି କଥାଚିତ୍ରଟି ୪୦ କୋଟି ଭାରତୀୟ ମୁଦ୍ରା ବ୍ୟୟରେ ନିର୍ମିତ ହୋଇଥିଲା ଏବଂ ୧୫ ଅଗଷ୍ଟ ୨୦୧୧ରେ ହାଇଦ୍ରାବାଦରେ ଏହାର ସୁଟିଂ ଆରମ୍ଭ ହୋଇଥିଲା ।[୧୦] ୨ ସେପ୍ଟେମ୍ବର ୨୦୧୧ରୁ ଏହାର ଚିତ୍ରୋତ୍ତଳନ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବମ ଚଳଚ୍ଚିତ୍ରଟି ହାଇଦ୍ରାବାଦ, ମୁମ୍ବାଇ ଓ ଗୋଆରେ ସୁଟିଂ କରାଯାଇଥିଲା । ଏହି ଚଳଚ୍ଚିତ୍ରର କିଛି ଗୀତର ଦୃଶ୍ୟ ମଧ୍ୟ ବ୍ୟଙ୍କ‌କ୍‌ରେ ସୁଟିଂ କରାଯାଇଥିଲା । ୭୪ ଦିନର ଲଗାତାର ସୁଟିଂ ପରେ ଏହି ଚଳଚ୍ଚିତ୍ରଟିର ସୁଟିଂ ୧୦ ଡିସେମ୍ବର ୨୦୧୧ରେ ଶେଷ ହୋଇଥିଲା ।[୧୧][୧୨] ତେଲୁଗୁ ଚଳଚ୍ଚିତ୍ର ଜଗତରେ ସବୁଠାରୁ କମ ଦିନରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର ମଧ୍ୟରେ ଏହି ଚଳଚ୍ଚିତ୍ରଟି ଗୋଟିଏ ଥିଲା ।

ଏହି ଚଳଚ୍ଚିତ୍ରଟିର ମକର ସଂକ୍ରାନ୍ତିରେ ଅର୍ଥାତ ୧୩ ଜାନୁଆରୀ ୨୦୧୨ରେ ମୁକ୍ତିଲାଭ କରିଥିଲା ।[୧୩] ତେଲୁଗୁ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିକୁ ସେମାନେ ଅମଳର ପର୍ବ ଭାବରେ ଏହି ଦିନଟି ପାଳନ କରାଯାଏ, କିନ୍ତୁ କେବେକେବେ ମକର ସଂକ୍ରାନ୍ତି ଗ୍ରହ ଚଳ‌ନ‌କୁ ନେକ ୧୩ କିମ୍ବା ୧୫ ଜାନୁଆରୀରେ ମଧ୍ୟ ପଡ଼େ । ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ ପରେ ସମୀକ୍ଷକମାନେ ଏହାକୁ ନେଇ ଦୁଇପ୍ରକାର ମନ୍ତବ୍ୟ ରଖିଥିଲେ, ମାତ୍ର ଚଳଚ୍ଚିତ୍ରଟି ବ୍ୟବସାୟରେ ସ‌ଫଳ ହୋଇଥିଲା । ଏହି କଥାଚିତ୍ରଟି ଭାରତୀୟ ମୁଦ୍ରାରେ ସମୁଦାୟ ୫୫ କୋଟି ଆୟ କରିଥିଲା, ଯାହାକି ୨୦୧୨ରେ ତେଲୁଗୁ କଥାଚିତ୍ର ଜଗତରେ ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ସେହି ବର୍ଷ ଏହି କଥାଚିତ୍ରଟି ସେହି ସମାନ ଶୀର୍ଷକରେ ତାମିଲ ଓ ମାଲାୟଲମ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରାଯାଇଥିଲା ଏବଂ ୨୦୧୩ରେ ଏହି ଚଳଚ୍ଚିତ୍ରର କାହାଣୀ ଉପରେ ଆଧାରିତ ଏକ ବଙ୍ଗଳା ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, ଯାହାର ଶୀର୍ଷକ ରଖାଯାଇଥିଲା ବସ୍: ବର୍ଣ୍ ଟୁ ରୁଲ୍ ।[୧୪]

ଅଭିନୟ ସମ୍ପାଦନା

  • ମହେଶ ବାବୁ
  • କାଜଲ ଅଗ୍ରୱାଲ
  • ପ୍ରକାଶ ରାଜ
  • ନ‌ସାର
  • ସିୟାଜି ସିନ୍ଧେ
  • ରାଜା ମୁରାଦ୍
  • ବ୍ରହ୍ମାଜୀ

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଥମନ । ଗୀତିକାର ଭାସ୍କର ଭତଲା ଏହି କଥାଚିତ୍ରଟି ଗୀତଗୁଡ଼ିକ ରଚନା କରିଥିଲେ ।[୧୫]

ଆଧାର ସମ୍ପାଦନା

  1. John, Nevin (3 January 2013). "The South Side Story". Businessworld. Archived from the original on 19 February 2015. Retrieved 19 February 2015.
  2. Indo-Asian News Service(IANS) (16 August 2011). "Year of small films at southern box-office". The New Indian Express. Archived from the original on 19 February 2015. Retrieved 19 February 2015.
  3. "SIIMA Day 1 Winners List". IndiaGlitz. 13 September 2013. Archived from the original on 25 February 2015. Retrieved 25 February 2015.
  4. Ramchander (29 January 2011). "Puri Jagannath teaming up with Mahesh Babu for The Businessman". Oneindia Entertainment. Archived from the original on 18 February 2015. Retrieved 18 February 2015.
  5. "Puri Jagan in fix over Businessman rights". Sify. 29 December 2011. Archived from the original on 22 February 2015. Retrieved 22 February 2015.
  6. "Mahesh Babu`s `The Businessman`". Sify. 22 January 2011. Archived from the original on 18 February 2015. Retrieved 18 February 2015.
  7. "Kajal signs Mahesh Babu's Business Man". Sify. 18 May 2011. Archived from the original on 19 February 2015. Retrieved 19 February 2015.
  8. "The Businessman will be 'biggest range' film: Mahesh". IndiaGlitz. 20 September 2011. Archived from the original on 19 February 2015. Retrieved 19 February 2015.
  9. "Mahesh`s The Businessman launched". Sify. 16 August 2011. Archived from the original on 18 February 2015. Retrieved 18 February 2015.
  10. "Pooja for The Business Man held". Sify. 16 August 2011. Archived from the original on 18 February 2015. Retrieved 18 February 2015.
  11. "Businessman completed in just 74 days". Sify. 12 December 2011. Archived from the original on 19 February 2015. Retrieved 19 February 2015.
  12. "Businessman to wrap up by Dec. 10". IndiaGlitz. 2 December 2011. Archived from the original on 19 February 2015. Retrieved 19 February 2015.
  13. "Businessman postponed". Sify. 5 January 2012. Archived from the original on 21 February 2015. Retrieved 21 February 2015.
  14. Ganguly, Ruman (20 July 2013). "Jeet or Subhashree: Who is the Boss?". The Times of India. Archived from the original on 26 February 2015. Retrieved 26 February 2015.
  15. "Telugu tracklist". Raaga.com. 22 December 2011. Archived from the original on 23 February 2015. Retrieved 23 February 2015.

ବାହାର ଆଧାର ସମ୍ପାଦନା