ବିକ୍ରମ (ତାମିଲ କଥାଚିତ୍ର ଅଭିନେତା)

ବିକ୍ରମ (ଜନ୍ମ: ୧୭ ଅପ୍ରେଲ ୧୯୬୬, ଜନ୍ମନାମ: କେନେଡ଼ି ଜନ୍ ଭିକ୍ଟ୍, ଚୈତନ୍ୟ ବିକ୍ରମ ଭାବରେ ମଧ୍ୟ ପରିଚିତ), ଜଣେ ଭାରତୀୟ କଥାଚିତ୍ର ଅଭିନେତା ଏବଂ ଗାୟକ । ସେ ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ସେ ୭ଟି ଫିଲ୍ମ‌ଫେୟାର ପୁରସ୍କାର, ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨ଟି ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥିସ‌ହ ମଇ ୨୦୧୧ରେ ମିଲନର ପିପୁଲସ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରିଥିଲେ ।

ବିକ୍ରମ
୨୦୧୪ରେ ବିକ୍ରମ
Born
କେନେଡ଼ି ଜନ୍ ଭିକ୍ଟର

(1966-04-17) ୧୭ ଅପ୍ରେଲ ୧୯୬୬ (ବୟସ ୫୭)[୧][୨]
Occupations
  • ଚଳଚ୍ଚିତ୍ର ଅଭିନେତା
  • ଚଳଚ୍ଚିତ୍ର ପ୍ରଯୋଜକ
  • ପ୍ରଚ୍ଛଦପଟ ଗାୟକ
Years active୧୯୯୦-ଏବେଯାଏଁ
Spouseଶୈଳଜା ବାଳକୃଷ୍ଣନ୍
Children
Awardsଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୦୩)
ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୧୯୯୯, ୨୦୦୩)
କଳାଇମମଣୀ (୨୦୦୪)

ବିକ୍ରମ ୧୯୯୦ ମସିହାରେ ଏନ୍ କଧଲ କନମନି ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ପରବର୍ତ୍ତୀ ଭାଗ ସମୁଦାୟ ତାମିଲ, ମାଲାୟଲମ ଏବଂ ତେଲୁଗୁ ଭାଷାରେ ସ୍ୱଳ୍ପ ବ୍ୟୟରେ ନିର୍ମାଣ କରାଯାଇଥିଲା । ୧୯୯୦ର ବାହାରିଥିବା ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନେକ ବିଷୟରେ ଦର୍ଶକ ମଧ୍ୟ ଜାଣିପାରିନଥିଲେ । ପରବର୍ତ୍ତୀ ସମୟରେ ୧୯୯୯ ମସିହାରେ ବିକ୍ରମଙ୍କୁ ବଡ଼ ସଫଳତା ମିଳିଥିଲା । ୧୯୯୯ ମସିହାରେ ନିର୍ଦ୍ଦେଶକ ବାଲାଙ୍କର ଚଳଚ୍ଚିତ୍ର ସେତୁରେ ବିକ୍ରମଙ୍କୁ ମିଳିଥିଲା ତାଙ୍କର ଏହି ସଫଳତା, ଯେଉଁଥିରେ ସେ ଜଣେ ପ୍ରେମିକ ଭୂମିକାରେ ଅଭିନୟ କରିଥିଲେ । ଏହପରେ ବିକ୍ରମଙ୍କର ଅଭିନୟରେ ସଫଳତା ଆରମ୍ଭ ହୋଇଥିଲା । ୨୦୦୦ ମସିହାର ଆରମ୍ଭରେ ବିକ୍ରମ ଧିଲ୍, ଜେମିନି, ଧୂଲ୍ ଏବଂ ସାମୀ ଆଦି ମସଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଗୁଡ଼ିକ ସଫଳ ହୋଇଥିଲା । ଏହି ଧାରାର ଚଳଚ୍ଚିତ୍ର ଚାଲିଥିବାବେଳେ ସେ ଖୁସି ଚଳଚ୍ଚିତ୍ରରେ ଜଣେ ଅନ୍ଧ ଗ୍ରାମ‌ବାସୀ ଭୂମିକାରେ ଅଭିନୟ କରିଥିଲେ, ଯାହାପାଇଁ ସମୀକ୍ଷକମାନେ ତାଙ୍କର ପ୍ରଶଂସା କରିଥିଲେ । ୨୦୦ରେ ନିର୍ଦ୍ଦେଶକ ବାଲାଙ୍କର ଚଳଚ୍ଚିତ୍ର ପିଠମାଗନ୍‌ରେ ବିକ୍ରମଙ୍କର ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ଏହି ଚଳଚ୍ଚିତ୍ରଟିରେ ବିକ୍ରମଙ୍କୁ ମାତ୍ର କେତୋଟି ଧାଡ଼ିର ସଂଳାପ ମିଳିଥିଲା ।[୪]

୨୦୦୫ ମସିହାରେ ଏସ୍. ଶଙ୍କରଙ୍କର ଚଳଚ୍ଚିତ୍ର ଅନ୍ୟାୟନ୍‌ରେ ବିକ୍ରମ ଜଣେ ଏକାଧିକ ବ୍ୟକ୍ତିତ୍ୱ ବିକାର ମଣିଷ ଭୂମିକାରେ ଅଭିନୟ କରିଥିଲେ । ଅପରିଚିତ ଭାବରେ ଏହି କଥାଚିତ୍ରଟିର ହିନ୍ଦୀରେ ମଧ୍ୟ ଡବିଂ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ବିକ୍ରମଙ୍କୁ ଅପରିଚିତ ଭାବରେ ଏକ ନୂଆ ପରିଚୟ ଆଣିଦେଇଥିଲା । ଏହି ଚଳଚ୍ଚିତ୍ର ପାଇଁ ସମୀକ୍ଷକମାନେ ବିକ୍ରମଙ୍କର ଭୂୟଶୀ ପ୍ରସଂଶା କରିଥିଲେ । ଏହାପରେ ସେ ୨୦୦୯ରେ କାନ୍ତାସ୍ୱାମୀ ଚଳଚ୍ଚିତ୍ରରେ ଜଣେ ସୁପର ହିରୋ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ମଣି ରତନମଙ୍କର ଚଳଚ୍ଚିତ୍ର ରାବଣନ୍‌ରେ ରାବଣ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ହିନ୍ଦୀରେ ମଧ୍ୟ ପୁନଃନିର୍ମାଣ କରାଯାଇଥିଲା । ୨୦୧୧ ମସିହାରେ ଦୈବା ତିରୁମଙ୍ଗଳ ଚଳଚ୍ଚିତ୍ରରେ ସେ ଜଣେ ମାନସିକ ଅକ୍ଷମ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବିଭିନ୍ନ ପ୍ରକାର ରୂପରେ ଅଲଗା ଅଲଗା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆଇ ପାଇଁ ବିକ୍ରମ ଦୁଇଟି ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ପ‌ହିଲିମାନ ଏବଂ ଜଣେ ପଙ୍ଗୁ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଦୁଇଟି ଭୂମିକା ପାଇଁ ପାଖାପାଖି ୩୫ କିଲୋଗ୍ରାମ ଓଜନ କମାଇଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଅନେକ ପ୍ରସଂଶା ମିଳିଥିଲା । ତାମିଲ କଥାଚିତ୍ର ଜଗତରେ ସବୁଠାରୁ ଅଧିକ ଆୟ କରିଥିବା ୬ଷ୍ଠ ଚଳଚ୍ଚିତ୍ର ଭିତରେ ଏହି ଚଳଚ୍ଚିତ୍ରଟି ଏବେ ମଧ୍ୟ ରହିଛି । [୫][୬]

ଆଧାର ସମ୍ପାଦନା

  1. http://www.sify.com/movies/surprise-b-day-cake-for-vikram-on-sketch-set-news-tamil-rerkcviaiejij.html
  2. http://www.thehindu.com/features/cinema/actor-vikram-turned-50-last-wee/article8513713.ece
  3. https://www.telegraphindia.com/1060604/asp/look/story_6303930.asp
  4. Kumar, Ashok (20 August 2004). "Vikram, the Victor". The Hindu. Archived from the original on 1 February 2015. Retrieved 31 July 2011.
  5. "Vikram's 'I' Box Office: Shankar's Film Completes 50-Day Milestone in Theatres". International Business Times. 4 March 2015. Archived from the original on 2 April 2015.
  6. Rangan, Baradwaj (14 January 2015). "I: A terrific performance let down by an uninspired, exhausting movie". The Hindu. Archived from the original on 1 February 2015. Retrieved 18 January 2015.

ବାହାର ଆଧାର ସମ୍ପାଦନା