ବାଳୀ

ରାମାୟଣର ଚରିତ୍ର

ବାଳୀ ହିନ୍ଦୁ ପୁରାଣ ରାମାୟଣର ଏକ ଚରିତ୍ର । ସେ ସୁଗ୍ରୀବଙ୍କର ବଡ଼ ଭାଇ, ତାରାଙ୍କ ପତି ତଥା କିଷ୍କିନ୍ଧ୍ୟାର ରାଜା ଥିଲେ । ପୌରାଣିକ ତଥ୍ୟ ଅନୁସାରେ ତାଙ୍କୁ ଇନ୍ଦ୍ରଙ୍କ ପୁତ୍ର କୁହାଯାଏ । ତେବେ ତାଙ୍କର ମାଙ୍କଡ଼ର ରୂପ ଥିଲା । ଭଗବାନ ବିଷ୍ଣୁଙ୍କ ଅବତାର ରାମ ରୂପରେ ତାଙ୍କୁ ହତ୍ୟା କରିଥିଲେ । ଯଦିଓ ରାମାୟଣର କେବଳ କିଷ୍କିନ୍ଧ୍ୟା କାଣ୍ଡରେ ତାଙ୍କର ବିସ୍ତୃତ ବର୍ଣ୍ନନା ଦେଖିବାକୁ ମିଳେ, ରାମାୟଣରେ ବାଳୀଙ୍କର ବିଶେଷ ଭୂମିକା ରହିଛି ।

ଜନ୍ମସମ୍ପାଦନ କରନ୍ତୁ

ବାଳୀଙ୍କ ଜନ୍ମ ବିଷୟରେ ଏକ ରୋଚକ ପ୍ରସଙ୍ଗ ପୁରାଣରେ ଦେଖିବାକୁ ମେଳେ । କୁହାଯାଏ ଯେ ବାଳୀ ଇନ୍ଦ୍ର ଏବଂ ଅରୁଣଙ୍କ ପୁତ୍ର ଥିଲେ । ଇନ୍ଦ୍ର ଦେବତାମାନଙ୍କର ରାଜା ଏବଂ ସୂର୍ଯ୍ୟଦେବଙ୍କ ସାରଥୀ ଥିଲେ ଅରୁଣ । ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ପ୍ରତିଦିନ ଯେଉଁ ସାତୋଟି ଧଳା ଘୋଡାର ଟାଣୁଥିବା ରଥରେ ପହଞ୍ଚନ୍ତି ତାହା ସାରଥୀ ଅରୁଣଙ୍କଦ୍ୱାରା ପରିଚାଳିତ । ଥରେ, କୌଣସି ଋଷି ସୂର୍ଯ୍ୟଙ୍କୁ ଅଭିଶାପ ଦେଇଥିଲେ ଯେ ସେ ପୃଥିବୀରେ ଆଲୋକିତ ହେବେ ନାହିଁ । ଏହା ପରେ ସୂର୍ଯ୍ୟ ପୃଥିବୀ ଉପରେ ଆତଯାତ ହେଲେ ନାହିଁ, ତେଣୁ ସାରଥୀ ଅରୁଣଙ୍କର କୌଣସି କାମ ନଥିଲା । ହେଲେ ଅରୁଣ ଏହା ପୂର୍ବରୁ ସ୍ୱର୍ଗକୁ ଯାଇ ଅପସରାଙ୍କ ଦିବ୍ୟ ନୃତ୍ୟ ଦେଖିବାକୁ ଇଚ୍ଛା କରିସାରିଥିଲେ । ଏପରି ସ୍ଥଳେ ନିଜ ଇଚ୍ଛା ପୁରଣ କରିବା ପାଇଁ ସେ ଜଣେ ଯୁବତୀର ପୋଷାକ ପିନ୍ଧି ଅପସରାର ନୃତ୍ୟ ଦେଖିବା ପାଇଁ ସ୍ୱର୍ଗରେ ପହଞ୍ଚିଥିଲେ । ଏହି ନୃତ୍ୟକୁ ଉପଭୋଗ କରୁଥିବା ଇନ୍ଦ୍ର, ଅରୁଣଙ୍କ ପରି ଜଣେ ଯୁବତୀଙ୍କୁ ଦେଖି ତାଙ୍କପ୍ରତି ଆକର୍ଷିତ ହୋଇଥିଲେ । କାଳାନ୍ତରରେ ଦୁହେଁ ସାକ୍ଷାତ ହେଲେ ଉଭୟଙ୍କର ମିଳନରୁ ଶେଷରେ ଅରୁଣ ବାଳୀଙ୍କୁ ଜନ୍ମ ଦେଲେ । ତେବେ ବାଳୁତ କାଳରେ ବାଳୀ ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟାଙ୍କଦ୍ୱାରା ପାଳିତ ହୋଇଥିଲେ ।[୧]

ସୁଗ୍ରୀବସହ ଶତ୍ରୁତାସମ୍ପାଦନ କରନ୍ତୁ

ଦୁନ୍ଦୁଭିର ବଡ଼ ଭାଇ ମାୟାବୀ ସହ ବାଳୀର କୌଣସି କାରଣରୁ ବହୁତ ପୁରୁଣା ଶତ୍ରୁତା ରହିଥିଲା । ମାୟାବୀ ଅସୁର ଥରେ କିଷ୍କିନ୍ଧ୍ୟାକୁ ଆସି ବାଳୀକୁ ଦ୍ୱନ୍ଦ ଯୁଦ୍ଧର ଆହ୍ୱାନ କରିଥିଲେ । ଯୁଦ୍ଧର ଡ଼ାକରାକୁ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଶେଷରେ ଯୁଦ୍ଧଭୂମିରୁ ପଳାୟନ କରୁଥିବା ମାୟାବୀର ପିଛାକରି ବାଳୀ ତାଙ୍କ ପଛେ ପଛେ ଗୋଡାଇବାକୁ ଲାଗିଲେ । ସାଥିରେ ଭାଇ ସୁଗ୍ରୀବ ମଧ୍ୟ ଥିଲେ । ବାଳୀର ଭୟରେ ମାୟାବୀ ଅସୁର କିଛି ଦୂରରେ ଥିବା ଏକ ଭୂ-ମଧ୍ୟ ଗହ୍ୱର ମଧ୍ୟରେ ପ୍ରବେଶ କରିଗଲା । ବାଳୀ ମଧ୍ୟ ତାକୁ ଅନୁସରଣ କରି ତା ପଛେ ପଛେ ଯାଇ ଗହ୍ୱର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେ ମାୟାବୀକୁ ହତ୍ୟା କରି ଫେରି ଆସିବା ଯାଏଁ ସେ ଏହି ଗହ୍ୱର ମୁହଁରେ ଜଗି ରହିବାକୁ ସୁଗ୍ରୀବକୁ ନିର୍ଦ୍ଦେଶ ଦେଇଥିଲେ । ଏହିପରି ଭାବରେ ପ୍ରାୟ ଏକ ବର୍ଷ ଅପେକ୍ଷା କରିବା ପରେ ଗହ୍ୱର ମଧ୍ୟରୁ ରକ୍ତ ବୋହିବାକୁ ଲାଗିଲା । ଏହା ସାଙ୍ଗକୁ ସେ ମାୟାବୀର ଚିତ୍କାର ଶୁଣିବାକୁ ପାଇଲେ । ତେବେ ବାଳୀଙ୍କର କୌଣସି ଉତ୍ତର ନ ପାଇ ସୁଗ୍ରୀବ ଭାବିଲେ ଯେ ଯୁଦ୍ଧରେ ବାଳୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ଭାବି ସେ ସେହି ଗହ୍ୱରର ମୁଖକୁ ପଥରରେ ବନ୍ଦ କରି କିଷ୍କିନ୍ଧ୍ୟାକୁ ଫେରିଥିଲେ ଏବଂ ସେଠାରେ ସେ ସମସ୍ତଙ୍କୁ ଏହି ଖବର ଜଣାଇଥିଲେ । ମନ୍ତ୍ରୀମାନେ ତାଙ୍କ ସହିତ ପରାମର୍ଶ କରିବା ପରେ ସୁଗ୍ରୀବଙ୍କୁ ରାଜ ମୁକୁଟ ପିନ୍ଧାଇ ରାଜ୍ୟ ଭାର ଅର୍ପଣ କରିଥିଲେ । ବାଳି ସତରେ ସେହି ଯୁଦ୍ଧରେ ନିହତ ହୋଇ ନ ଥିଲେ । କିଛି ଦିନପରେ ବାଳୀ ରାଜ୍ୟକୁ ଫେରି ଆସି ସେଖନ୍ତି ତ ସୁଗ୍ରୀବ ରାଜା ହୋଇ ବସିଛି । ଏହା ଦେଖି ବାଳି ବହୁତ ରାଗିଗଲେ । ସୁଗ୍ରୀବ ତାଙ୍କୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ବାଳୀ ତାଙ୍କ କଥା ଶୁଣିଲେ ନାହିଁ ଏବଂ ସୁଗ୍ରୀବଙ୍କ ପତ୍ନୀ ରୁମାଙ୍କୁ ହରଣ କରି ସେ ସୁଗ୍ରୀବଙ୍କୁ ରାଜ୍ୟରୁ ବହିଷ୍କାର କଲେ । ଭୟ ହେତୁ ସୁଗ୍ରୀବ ଋଷ୍ୟମୂକ ପର୍ବତରେ ଆଶ୍ରୟ ନେଇଥିଲେ କାରଣ ଅଭିଶାପ ହେତୁ ବାଳୀ ସେହି ସ୍ଥାନକୁ ଯାଇପାରି ନ ଥିଲେ । ଇତି ମଧ୍ୟରେ ହନୁମାନଙ୍କ କାରଣରୁ ରାମଙ୍କ ସହ ସୁଗ୍ରୀବଙ୍କ ଭେଟ ହୋଇଥିଲା ।

ଏହା ପରେ ରାମଙ୍କ ପରାମର୍ଶ କ୍ରମେ ସୁଗ୍ରୀବ ଆସି ବାଳୀ ସ‌ହିତ ଯୁଦ୍ଧ କଲେ ଓ ଲୁଚିରହିଥିବା ରାମଙ୍କର ତୀର ଆଘାତରେ ପାଇ ମୃତ୍ୟୁ ବରଣ କରିଥିଲେ । ସତୀ ତାରା କ୍ରୋଧିତ ହୋଇ ଶ୍ରୀରାମଙ୍କୁ ଅଭିଶାପ ଦେବା କେତେକ ଗ୍ରନ୍ଥରେ ଲେଖାଅଛି ।[୨] ଏହା ପରେ ସୁଗ୍ରୀବ ରାଜା ହୋଇ ତାରାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. "Origin of the Birth of Monkey King Bali in the Ramayana – Vanara King Vali ~ Hindu Blog". web.archive.org. 4 October 2015. Retrieved 18 February 2021.
  2. "Friendship of Śrī Rāma & Sugreeva, and Vāli Vadh by Śrī Rāma". lordrama.co.in. Retrieved 16 February 2021.