ବାବା ମୁକ୍ତେଶ୍ଵର ଧାମ
ବାବା ମୁକ୍ତେଶ୍ୱର ଧାମ, ବିହାର, ଭାରତର ଦେଓଘର ଗ୍ରାମରେ ଅବସ୍ଥିତ ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ । ଦେଓଘର ସ୍ଥାନରେ ଯେତେ ମନ୍ଦିର ଅଛି, ତାଙ୍କ ମଧ୍ୟରେ ବାବା ମୁକ୍ତେଶ୍ୱର ଧାମ ସର୍ବୋତ୍ତମ ମନ୍ଦିର ।
Baba Mukteshwarnathnath Dham | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ମଧୁବନି |
ଦେବାଦେବୀ | ଶିବ |
Festivals | ଶିବାରାତ୍ରୀ, ବୈଶାଖୀ, ନବାରାତ୍ରୀ, ଶୋମବତୀ ଅମାବାସ୍ୟା |
Governing body | Bihar State Board of Religious Trusts |
Location | |
State | ବିହାର |
Country | ଭାରତ |
ଭୌଗଳିକ ଅବସ୍ଥିତି | 26°08′56″N 85°54′37″E / 26.148960675°N 85.9103526876°E |
ସ୍ଥାନ
ସମ୍ପାଦନାବିହାର, ଭାରତର ମଧୁବନି ଜିଲ୍ଲାରେ ଥିବା ଅନ୍ଧାରଥରି ବ୍ଲକର ଦେଓଧର ଗ୍ରାମରେ ବାବା ମୁକ୍ତେଶ୍ୱର ଧାମ ଅବସ୍ଥିତ ।
ଇତିହାସ
ସମ୍ପାଦନାଧାର୍ମିକ ବିଶ୍ୱାସ ଅନୁସାରେ ବାବା ମୁକ୍ତେଶ୍ୱର ଧାମର ପ୍ରାୟ ୧୦୦ ବର୍ଷର ଇତିହାସ ଅଛି । ମିଥିଳାଞ୍ଚଳରେ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ଅଛି ଯାହାକୁ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦମାନେ ହତାଦର କରିଛନ୍ତି କିନ୍ତୁ ଚଳିତ ପରମ୍ପରା ଓ କାହାଣୀରୁ ତାଙ୍କର ଅତୀତ ପ୍ରସ୍ଫୁଟିତ ହେଉଛି ।[୧] ବାବା ମୁକ୍ତେଶ୍ୱର ନାଥ ମହାଦେବ ମନ୍ଦିର ଐତିହାସିକ, ଧାର୍ମିକ ତଥା ପ୍ରତ୍ନତତ୍ତ୍ୱ ଦୃଷ୍ଟିରୁ ଏକ ବିଖ୍ୟାତ ସ୍ଥାନର ମର୍ଯ୍ୟାଦା ପାଇଛି ।[୨]
ଏକ ପକ୍ଷରେ ବାବା ମୁକ୍ତେଶ୍ୱର ନାଥ ଧାମ ଯୋଗୁ ମିଥିଳାଞ୍ଚଳ ବିଖ୍ୟାତ ହୋଇଛି ଓ ଅନ୍ୟ ପକ୍ଷରେ ଗବେଷକମାନେ ଏହାର ପ୍ରତ୍ନତତ୍ତ୍ୱ ଦିଗ ପ୍ରତି ଆକର୍ଷିତ ହେଉଛନ୍ତି ।[୧][୩]
ମୁକ୍ତେଶ୍ୱର ନାଥ ମନ୍ଦିର ୨୦୦ ବର୍ଷ ପୂର୍ବେ ତିଆରି ହୋଇଥିବା ବିଶ୍ୱାସ କରାଯାଏ । ଏହାର ଶିବଲିଙ୍ଗ ଅତୁଳନୀୟ ଅଟେ । ଦଶ ବର୍ଷ ପୂର୍ବେ ଜଣେ ସନ୍ୟାସୀ ସେହି ସ୍ଥାନ ଖୋଦେଇ କରି ଶିବଲିଙ୍ଗ ପାଇଥିଲେ ଯାହା ଆକାରରେ ବିରାଟ ଓ ଗଭୀର ଥିବାରୁ ଖୋଲିବା କାମ ବନ୍ଦ କରି ଗାତ ବନ୍ଦ କରିଦେଇଥିଲେ ଓ ତାହାକୁ ପୂଜା ଯୋଗ୍ୟ କରିଥିଲେ । ସେହି ଖୋଦେଇ ସମୟରେ ଗଣେଶ ଓ ପାର୍ବତୀଙ୍କର ସୁନ୍ଦର ପ୍ରତିମୂର୍ତ୍ତି ମିଳିଥିଲା ଯାହାକୁ ପାର୍ବତୀ ମନ୍ଦିରରେ ରଖାଯାଇଛି ।[୧][୪]
ପର୍ଯ୍ୟଟନ
ସମ୍ପାଦନାବିହାରରେ ଥିବା ସମସ୍ତ ଜିଲ୍ଲା ମଧ୍ୟରୁ ବାବା ମୁକ୍ତେଶ୍ୱର ଧାମକୁ ଭକ୍ତମାନେ ଆସି ସୁନ୍ଦର ଓ ଭଲ ଜୀବନ ଯାପନ ପାଇଁ ପ୍ରାର୍ଥନା କରନ୍ତି । ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହା ସର୍ବୋତ୍ତମ ସ୍ଥାନ ।
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ धाम, बाबा मुक्तेश्वरनाथ. "मंदिर का इतिहास". बाबा मुक्तेश्वरनाथ धाम (in Indian English). Retrieved 2021-06-16.
- ↑ "बाबा मुक्तेश्वरनाथ धाम, ग्राम - देवहार, प्रखंड - अंधराठाढ़ी, जिला - मधुबनी, राज्य - बिहार, देश - भारत, Madhubani (2021)". www.findglocal.com. Retrieved 2021-06-16.
- ↑ "मुक्तेश्वर नाथ शिव". Dainik Jagran (in ହିନ୍ଦୀ). Retrieved 2021-06-16.
- ↑ "बाबा मुक्तेश्वरनाथ धाम, ग्राम - देवहार, प्रखंड - अंधराठाढ़ी, जिला - मधुबनी, राज्य - बिहार, देश - भारत, Madhubani (2021)". www.findglocal.com. Retrieved 2021-06-16.