ବାବା ଧନସାର
ବାବା ଧନସାର ଏକ ତୀର୍ଥ ସ୍ଥଳୀ । ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ରେଆସି ଜିଲ୍ଲାର ରେଆସିଠାରୁ କାତରା ରାସ୍ତାରେ 17 କିଲୋମିଟର ଦୂରରେ ଅବସ୍ଥିତ ।[୧] ରାଜପଥରୁ 200 ମିଟର ପଦରେ ଗଲେ ଏହି ସ୍ଥାନରେ ପହଞ୍ଚି ହୁଏ । ପୁରାଣରେ କଥିତ ଅଛି ଯେ ଭଗବାନ ଶିବ ଅମରନାଥ ପର୍ବତକୁ ପାର୍ବତୀଙ୍କୁ ଭେଟି ଯିବା ବେଳେ ତାଙ୍କର ସର୍ପରାଜ ସେଶନାଗଙ୍କୁ ଅନନ୍ତ ନାଗ ସ୍ଥାନରେ ଛାଡି ଯାଇଥିଲେ । ଶେଷନାଗ ମନୀଷା ରୂପ ଧରି ବାସୁଦେବ ଭାବରେ ରହିଥିଲେ । ଧନସାର ତାଙ୍କର ଏକ ପୁତ୍ର । ଧନସାର ଏକ ସନ୍ଥ ଥିଲେ ।
ଲୋକ ପ୍ରବାଦ ରହିଛି , କରୁଅ ଝିଳରେ ଏକ ଦୈତ୍ୟ ରହି କରୁଆ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲା । ବାବା ଧନସାରଙ୍କ ପାଖରେ ଲୋକମାନେ ସାହାଜ୍ଯ ପାଇଁ ଯିବାରୁ ବାବା ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ।ଶିବ ସେଠାରେ ପ୍ରକଟ ହୋଇ ଦୈତ୍ୟକୁ ନିଧନ କରିଥିଲେ । ଧନସାରଙ୍କ ମନ୍ଦିର ଓ ଶିବଙ୍କ ଗୁମ୍ଫା ଉପାସନାର ପିଠ ହେଇ ରହିଲା । ହ୍ରଦକୁ ପବିତ୍ରମାନେ କରି ସେଠାରେ ଗାଧେଇବା ବାରଣ କରାଯାଇଥାଏ । କିନ୍ତୁ ତଳ ମୁଣ୍ଡରେ ଭକ୍ତମାନେ ସ୍ନାନ କରିପାରନ୍ତି । ମହଶିବରାତ୍ରି ଦିନ ଏଠାରେ ବଡ଼ ଧାରଣର ମେଳା ହେଇଥାଏ ।
ଆଧାର
ସମ୍ପାଦନା- ↑ Impact of terrorism on Jammu and Kashmir tourism.