ବାଦୁଡ଼ି ଆକାଶରେ ଉଡୁଥିବା ଏକ ସ୍ତନପାୟୀ ପ୍ରାଣୀ ଅଟେ, ଯିଏ ନିଜର 1000ରୁ ଅଧିକ ପ୍ରଜାତି ସହିତ ସ୍ତନଧାରୀ ଭାବେ ସବୁଠାରୁ ବଡ଼ କୂଳର ନିର୍ମାଣ କରିଥାଏ । ଏମାନେ ପୂର୍ଣ୍ଣ ରୂପେ ନିଶାଚର ହୋଇଥାନ୍ତି ଏବଂ ଗଛମାନଙ୍କର ଡାଳ ଅଥବା ଅନ୍ଧାର ଗୁମ୍ଫା ଭିତରେ ଓଲଟା ଓହଳି ରହିଥାନ୍ତି ।[୧] ଉତ୍ତର ଆମେରିକା ଓ ୟୁରୋପରେ କେବେ କେବେ ଲୋକମାନଙ୍କ ଘର କିମ୍ବା ଖଳାଘରରେ ରହନ୍ତି । ସେମାନେ U.K.ରେ ସଂରକ୍ଷିତ ପ୍ରାଣୀ ଅଟନ୍ତି । ଏମାନେ ଏକ ସଫଳ ସମୂହ ଅଟନ୍ତି । ବାଦୁଡ଼ିର 1200ରୁ ଅଧିକ ପ୍ରଜାତୀ ରହିଛନ୍ତି । ଏହାର ଅର୍ଥ ସମସ୍ତ ଜୀବିତ ସ୍ତନପାୟୀ ପ୍ରଜାତୀମାନଙ୍କଠାରୁ 20% - ପାଞ୍ଚରୁ ଗୋଟିଏ ବାଦୁଡ଼ି ଅଟନ୍ତି । [୨]

ବାଦୁଡ଼ି ସାଧାରଣତଃ ଦୁଇ ସମୂହରେ ବିଭାଜିତ କରାଯାଇଛି, ପ୍ରଥମ ସମୂହ ଫଳ ଭକ୍ଷୀ ବଡ଼ ବାଦୁଡ଼ି ;ଯିଏ ଦେଖି ଏବଂ ଶୁଙ୍ଘିକରି ନିଜ ଭୋଜନ ଖୋଜିଥାନ୍ତୁ । ଦ୍ୱିତୀୟ ସମୂହ କୀଟ ଭକ୍ଷୀ ଛୋଟ ବାଦୁଡ଼ି ଅଟନ୍ତି; ଯିଏ ପ୍ରତିଧ୍ୱନୀଦ୍ୱାରା ସ୍ଥିତି ନିର୍ଦ୍ଧାରଣ ବିଧିଦ୍ୱାରା ନିଜ ଭୋଜନ ଖୋଜିଥାନ୍ତି । ଏହା ଏପରି ଏକ ସ୍ତନଧାରୀ ପ୍ରାଣୀ ଅଟନ୍ତି ଯିଏ ଉଡିପାରେ ତଥା ରାତିରେ ମଧ୍ୟ ଉଡିପାରେ । ଏହାର ଅଗ୍ରବାହୁ ପରରେ ପରିବର୍ତ୍ତିତ ହୋଇଥାଏ ଯାହା ଦେଖିବାରେ କୋଷାବରଣ ପେଟାଜିୟମ) ସମାନ ଲାଗିଥାଏ । ତ୍ୱଚାର ଏହି କୋଷାବରଣ ବେକରୁ ନେଇ ହାତର ଆଙ୍ଗୁଠି ତଥା ଶରୀରର ପାର୍ଶ୍ୱ ଭାଗରୁ ହୋଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ ଏବଂ ପରର ନିର୍ମାଣ କରିଥାଏ । ପଛ ଗୋଡ଼ ପତଳା, ଛୋଟ ଓ ନଖ ଯୁକ୍ତ ହୋଇଥାଏ । ଏହାର ଶରୀରରେ ଚୁଟି କମ ଥାଏ । ମୁଣ୍ଡର ଦୁଇ ପାର୍ଶ୍ୱରେ ଆହୁରି ବଡ଼ ବଡ଼ କର୍ଣ୍ଣପଲ୍ଲବ ମିଳିଥାଏ । ବାଦୁଡ଼ି ପରର ଆକାର ୨.୯ ସେଣ୍ଟି ମିଟରରୁ ନେଇ ୨୫୦୦ ସେଣ୍ଟିମିଟର ପର୍ଯ୍ୟନ୍ତ ତଥା ସେମାନଙ୍କ ଓଜନ 2 ଗ୍ରାମରୁ 1200 ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।

ବାଦୁଡ଼ି ଓଲଟା ଝୁଲିବାର ମୁଖ୍ୟ କାରଣ, ଓଲଟା ଝୁଲିବାଦ୍ୱାରା ସେମାନେ ବହୁ ସହଜରେ ଉଡାଣ ଶିଖିବା ସହିତ ଅଧିକ ବାଟ ପର୍ଯ୍ୟନ୍ତ ଉଡି ପାରିବେ । ପକ୍ଷୀ ମାନଙ୍କ ପରି ସେମାନେ ଚଟାଣରୁ ନିଜ ଉଡ଼ି ପାରନ୍ତି ନାହିଁ , କାରଣ ସେମାନଙ୍କ ପର ଭରପୂର ଉଠାଣ ଦେଇପାରେ ନାହିଁ , ଏବଂ ସେମାନଙ୍କ ପଛ ଗୋଡ଼ ଏତେ ଛୋଟ ହୋଇଥାଏ ଯଦ୍ୱାରା ସେମାନେ ଦୌଡ଼ି ଗତିକୁ ଧରି ପାରନ୍ତି ନାହିଁ । ବାଦୁଡ଼ି ସାଧାରଣତଃ ଅନ୍ଧାର ଗୁମ୍ଫା ମଧ୍ୟରେ ଦିନଯାକ ଆରାମ କରିଥାନ୍ତି, ରାତିରେ ବାହାରନ୍ତି । ଏମାନେ ଓଲଟା ଶୋଇବା ସମୟରେ ଏଥିପାଇଁ ପଡନ୍ତିନି କାରଣ: ବାଦୁଡିର ପାଦ ଶିରା ଏହିପରି ବ୍ୟବସ୍ଥିତ ହୋଇଛି, ଯଦ୍ୱାରା ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜବୁଦ ସହିତ ଧରିବାରେ ସାହାଯ୍ୟ କରିଥାଏ ।[୩]

ଅସାଧାରଣ ବାଦୁଡ଼ି ସମ୍ପାଦନା

  • ଫଳ ବାଦୁଡ଼ି ( Pteropodidae ) ସବୁଠାରୁ ବଡ଼ ଅଟେ । ସେମାନେ ସାଧାରଣ ଫଳ ଖାଇଥାନ୍ତି ଏବଂ ଭଲରୂପେ ଦେଖି ପାରନ୍ତି । ଏମାନଙ୍କର 166ଟି ପ୍ରଜାତୀ ରହିଛି ଯାହା ସମସ୍ତ ପୁରୁଣା ଯୁଗରେ ମିଳିଥାଏ ।
  • ପିଶାଚ ବାଦୁଡ଼ି ସାଧାରଣ ଆମେରିକାରେ ରହନ୍ତି । ସେମାନେ କେବଳ ରକ୍ତ ପିଇବା ପାଇଁ ପ୍ରସିଦ୍ଧ ଅଟନ୍ତି ।
  • (Greater_noctule_bat) ୟୁରୋପ, ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକାରେ ରହନ୍ତି ଏବଂ ଏମାନେ ପକ୍ଷୀ ମାନଙ୍କ ଶିକାର କରନ୍ତି ।
  • ଦକ୍ଷିଣ ଆମେରିକାର( bulldog ) ବାଦୁଡ଼ି ପାଣିରେ ବହୁ ଅଳ୍ପ ଡିଆଁ ମାରନ୍ତି ଓ ନିଜ ଛୋଟ ପଞ୍ଝା ସାହାଯ୍ୟରେ ଛୋଟ ଛୋଟ ମାଛ ଧରନ୍ତି ।
  • ଭୌରା ବଲ୍ଲା, (ଥାଇଲ୍ୟାଣ୍ଡ) ଦୁନିଆର ସବୁଠାରୁ ଛୋଟ ଓ ସ୍ତନଧାରୀ ବାଦୁଡ଼ି ଅଟେ । ବୟସ୍କ 29-33 ମିମି ଲମ୍ବା ପର୍ଯ୍ୟନ୍ତ ବଢିଥାଏ ଏବଂ 2ଗ୍ରାମ ପର୍ଯ୍ୟନ୍ତ ଓଜନ ବଢ଼ାଇ ଥାଏ ।[୪]
  • ସବୁଠାରୁ ବଡ଼ ବିଶାଳ ସୁନା ମୁକୁଟ ଧାରୀ ଉଡୁଥିବା ବାଦୁଡିର ପର 1.5 ମିଟର ଅଟେ ଏବଂ ଏହାର ଓଜନ ପାଖାପାଖି 1.2 କିଲୋଗ୍ରାମ ଅଟେ ।
  • କ୍ରିସମସ ଆଇସଲ୍ୟାଣ୍ଡ ପିପିଷ୍ଟ୍ରେଲ ଏକ ବାଦୁଡି ଅଟେ ଯାହାର ବିଲୁପ୍ତ ଆୟନ ତିଥୀ ଜ୍ଞାତ ନାହିଁ ।

ମନୁଷ୍ୟ ଓ ବାଦୁଡ଼ି ସମ୍ପାଦନା

ୟୁନାଇଟେଡ କିଙ୍ଗଡମରେ ସମସ୍ତ ବାଦୁଡ଼ିମାନଙ୍କୁ ଆଇନିଦ୍ୱାରା ସୁରକ୍ଷିତ କରାଯାଏ , ଏବଂ ବାଦୁଡ଼ି ମାନଙ୍କୁ ହଇରାଣ କରିବା ପାଇଁ ଭାରି ଜୋରିମାନାରେ ଦଣ୍ଡିତ କରାଯାଏ । ଅଷ୍ଟ୍ରିନ, ଟେକ୍ସନ, ଉତ୍ତର ଆମେରିକାର ସବୁଠାରୁ ବଡ଼ ଗ୍ରୀଷ୍ମ କାଳୀନ ବାଦୁଡ଼ି ଅଟନ୍ତି । ଅନୁମାନିତ 1,500,000 ମ୍ୟାକ୍ସିକାନ ମୁକ୍ତ ଲାଞ୍ଜ ଯୁକ୍ତ ବାଦୁଡି ଯେଉଁମାନେ ସବୁ ରାତିରେ ଅନୁମାନିତ 10ରୁ 30 ଟନ କୀଟ ଖାଇଥାନ୍ତି ଏବଂ ସବୁ ବର୍ଷ 1,00,000 ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାନ୍ତି ।

ବାଦୁଡ଼ି ମନୁଷ୍ୟ ମାନଙ୍କୁ କିଛି କ୍ଷେତ୍ରରେ ଲାଭ ପ୍ରଦାନ କରିଥାଏ । ବାଦୁଡ଼ିର ଗୋବରକୁ ଗୁମ୍ଫାରୁ ଗୁଆନୋ ରୂପେ ଏବଂ ଖାଦ ଋପେ ବ୍ୟବହାର କରାଯାଏ । ବାଦୁଡ଼ି କିଟନାଶକର ଆବଶ୍ୟକତାକୁ କମ କରିବାକୁ ଯାଇ, କୀଟର ସେବନ କରିଥାନ୍ତି । କେବେ କେବେ ପର୍ଯ୍ୟଟକ ମାନଙ୍କ ଆକର୍ଷଣ ଋପେ ସେବା କରିବା ପାଇଁ ପର୍ଯ୍ୟାପ୍ତ ଥାନ୍ତି ଏବଂ ସମଗ୍ର ଏସିଆ ଓ ପ୍ରଶାନ୍ତ ରୀମରେ ବୋଜନ ଋପେ ବ୍ୟବହାର କରାଯାଏ । ବହୁ ସଂସ୍କୃତିରେ ବାଦୁଡ଼ିକୁ ଲୋକପ୍ରୀୟ ଋପେ ଅନ୍ଧାର, ପୁରୁଷତ୍ତ୍ୱ, ଜାଦୁ, ପିଶାଚ ଓ ମୃତ୍ୟୁ ଋପେ ଯୋଡି ହୋଇଥାନ୍ତି ।

ଆଧାର ସମ୍ପାଦନା

  1. त्रिपाठी, नरेन्द्र नाथ (ମାର୍ଚ୍ଚ 2004). ସରଳ ଜୀବନ ବିଜ୍ଞାନ, ଭାଗ-୨. କଲିକତା: ଶେଖର ପ୍ରକାଶନ. p. 86-87. {{cite book}}: |access-date= requires |url= (help)
  2. Tudge, Colin (2000). The variety of life. Oxford University Press. ISBN 0-19-860426-2.
  3. "चमगादड़ उल्टे क्यों लटकते हैं?". बीबीसी. Retrieved २५ सितंबर २००९. {{cite web}}: Check date values in: |access-date= (help)
  4. "Bumblebee bat (Craseonycteris thonglongyai)". EDGE Species. Archived from the original on 2016-08-19. Retrieved 2008-04-10.