ବାଘ ବଜାରି ଓଡ଼ିଶାରେ ଖେଳା ଯାଉଥିବା ଏକ ପ୍ରକାର ଖେଳ । ଏଥିରେ ଭୁଇଁରେ ୨୫ଟି ଗାର କାଟି ଦୁଇଜଣ ଖେଳାଳୀ ଖେଳିଥାନ୍ତି ।

ପଦ୍ଧତି ସମ୍ପାଦନା

 
ପାଲି ଚିତ୍ର

ଏ ଖେଳରେ ଦୁଇ ଜଣ ଖେଳାଳି ଖେଳନ୍ତି । ଭୂମିରେ ଗୋଟିଏ ବର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତଦ୍ୱାରା ୧୬ଟି କ୍ଷୁଦ୍ର ବର୍ଗକ୍ଷେତ୍ରରେ ବିଭକ୍ତ କରାଯାଏ । ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ୱାରା ୩୨ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ । କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ । ଛୋଟ ଛୋଟ ଉକ୍ତ ୧୬ ବର୍ଗକ୍ଷେତ୍ରଦ୍ୱାରା ୨୫ଟି ଛକ ଉତ୍ପନ୍ନ ହୁଏ । ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋ଼ଡ଼ି ବା କଉଡ଼ି ବା ମଞ୍ଜି ନିଏ । ଅନ୍ୟ ଜଣକ ୨୦ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ । ଖେଳାଳିମାନେ ନିଜ ନିଜର ସାରମାନଙ୍କୁ ୨୪ଟି ଛକରେ ବସାନ୍ତି ଓ ବାଘକୁ ଚଳିବା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ । ତାହାକୁ ବାଘ ପାଣି ଖାଇବା ଘର ବୋଲାଯାଏ । ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟବର୍ତ୍ତୀ ଛକକୁ ଚଳା ଯାଆନ୍ତି । ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରବର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ, କିନ୍ତୁ ତତ୍ପରବର୍ତ୍ତୀ ଛକ ଶୂନ୍ୟ ଥାଏ ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ । ଏହିପରି ଅତ୍ୟଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରବର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ ତେବେ ବାଘମାନେ ଆବଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ । [୧]


ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.