ବାଇଗଣବାଡ଼ି କାଳୀ ମନ୍ଦିର
ବାଇଗଣବାଡ଼ି କାଳୀ ମନ୍ଦିର ଭାରତର ପଶ୍ଚିମ ବଙ୍ଗ ପ୍ରଦେଶର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ବେଗୁନବାଡ଼ିର (Begunbari|) ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିର ଅଟେ । ଏହା ପାନଶୁକ୍ରା ବ୍ଲକର ଖିରାଇ ରେଳ ଷ୍ଟେସନ ନିକଟରେ ଅବସ୍ଥିତ । କଂଶବତୀ ନଦୀର ପଶ୍ଚିମ କୂଳରେ ଅବସ୍ଥିତ । ଏହି ମନ୍ଦିରର ପ୍ରତିଷ୍ଟିତ ଦେବୀ ହେଉଛନ୍ତି
ଶାସନ କାଳୀ ଯିଏ କାଳୀଙ୍କର ଏକ ଅବତାର ଅଟନ୍ତି ।
ବାଇଗଣବାଡ଼ି କାଳୀ ମନ୍ଦିର | |
---|---|
বেগুনবাড়ি কালী মন্দির | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୂର୍ବ ମେଦିନୀପୁର (Purba Medinipur) |
ଦେବାଦେବୀ | ଶାସନ କାଳୀ (Sashan Kali) |
Festivals | Jyoisho Utsob |
Location | |
ସ୍ଥାନ | ବେଗୁନବାରି (Begunbari) |
State | ପଶ୍ଚିମ ବଙ୍ଗ West Bengal |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°21′46″N 87°41′47″E / 22.3628642°N 87.696268°E |
Architecture | |
Type | ବଙ୍ଗ ସ୍ଥାପତ୍ୟ (Bengal architecture) |
Specifications | |
Temple(s) | ୯,୦୦୦ରୁ ଅଧିକ |
Monument(s) | ୪,୨୬୯ |
ଇତିହାସ
ସମ୍ପାଦନାଜନଶ୍ରୁତି ଅନୁସାରେ ହିନୁ ଡୁଙ୍ଗ ଓ ଦିନୁ ଡୁଙ୍ଗ ନାମକ ଦୁଇ ଭାଇ ଥିଲେ । ଗରିବ ପରିବାରର ସେହି ଦୁଇ ଭାଇ ରାଜା ରାଜନାରାୟଣ ରାୟଙ୍କ (୧୭୫୬-୧୭୭୦) ଦରବାରର ଦୁଇ ମଲ୍ଲ ଯୋଦ୍ଧା ଥିଲେ । ସେହି ସମୟରେ କଲେରା ରୋଗ ବ୍ୟାପିଥିବାରୁ ଦୁଇ ଭାଇ ରୋଗରେ ପୀଡ଼ିତ ହୋଇଗଲେ । ଦୁହେଁ ମା କାଳୀଙ୍କୁ ରୋଗ ଭଲ କରି ଦେବାକୁ ପ୍ରାର୍ଥନା କରିବାକୁ ଲାଗିଲେ ଓ ଭଲ ହେବା ପରେ ତାଙ୍କର ପୂଜା ଅର୍ଚ୍ଚନା କରିବାକୁ ପ୍ରତିଜ୍ଞା କଲେ । କିଛି ଦିନ ଉପରାନ୍ତେ ଦୁହେଁ ଆରୋଗ୍ୟ ହୋଇଗଲେ । ସେମାନଙ୍କର ମନ୍ଦିର ତୋଳେଇବାର ଶକ୍ତି ବା ସାମର୍ଥ୍ୟ ନଥିଲା ଓ ସେଠି ନିମନ୍ତେ କୌଣସି ବନ୍ଦବୋସ୍ତ ମଧ୍ୟ କରିପାରିଲେନି ।[୧]
ସେହି ଦୁଇ ଭାଇ ବାଗଡ଼ି ଜାତିର ଲୋକ ଥିଲେ । ପରମ୍ପରାକ୍ରମେ ସେମାନେ ଶିକାରୀ ଓ ସଂଗ୍ରହକାରୀ ଥିଲେ । ସେମାନେ ବ୍ରିଟିଶ ଭାରତର (British India.) ଏକ ମୂଖ୍ୟ ଯୋଦ୍ଧା ଜାତିର ଲୋକ ଥିଲେ ।[୨] ଇଂରେଜ ଶାସନ କାଳରେ ବାଗଡ଼ି ଦଳମାନେ ଅପରାଧିକ କାରବାରରେ ଲିପ୍ତ ରହୁଥିବାରୁ ବ୍ରିଟିଶ ସରକାର ସେମାନଙ୍କୁ ଅପରାଧୀ ଗୋଷ୍ଠୀ ଭାବରେ ଘୋଷଣା କରିଥିଲେ ।[୩]
ସେହି ଦୁଇ ଭାଇ ତାଙ୍କର ମାନସିକ ପୂରଣ କରିବାକୁ ଡଳାୟତିର ଆଶ୍ରା ନେଲେ । ସେହି ଦୁଇ ଭାଇଙ୍କ ସ୍ମୃତିରେ ପୂଜା ପୂର୍ବରୁ ଏକ ଔପଚାରିକ ଡକାୟତି ସମ୍ପନ୍ନ କରାଯାଏ ।[୪] ପ୍ରଥମ ପୂଜା ବାଇଗଣ ବାଡ଼ିରେ କରାଯାଇଥିବାରୁ ବାଇଗଣବାଡ଼ି କାଳୀ ପୂଜା କୁହାଯାଏ ।
ସ୍ଥାପତ୍ୟ
ସମ୍ପାଦନାମୂଳ ମନ୍ଦିର ନଷ୍ଟ ହୋଇଯିବା ପରେ ଦକ୍ଷିଣେଶ୍ୱର କାଳୀ ମନ୍ଦିର ଭଳି ଏହି ମନ୍ଦିର ତିଆରି ହୋଇଛି ।
ପର୍ବପର୍ବାଣି
ସମ୍ପାଦନାପ୍ରତି ବର୍ଷ ଜୁନ ମାସରେ ଜ୍ୟୋଇଶୋ ଉତ୍ସବ ପାଳନ କରାଯାଏ । ସେହି ଉତ୍ସବରେ ସବଙ୍ଗର ମତ (Mat), ଖେଳଣା, ଖାଦ୍ୟ ଓ ଘରକରଣା ଦ୍ରବ୍ୟ ମିଳେ । ସହସ୍ରାଧିକ ଲୋକ ଏହି ମେଳାରେ ସମବେତ ହୁଅନ୍ତି ।
ଆଧାର
ସମ୍ପାଦନା- ↑ Creation (2018-06-04). "CREATION: 250 YEARS OLD BEGUNBARI KALI PUJA, PANSKURA, WB, INDIA". CREATION. Retrieved 2020-08-24.
- ↑ Rahman, S M Mahfuzur (2012). "Bagdi". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
- ↑ "Welcome to Midnapore.in - Freedom Fighters of Midnapore".
- ↑ "Creation: 250 Years Old Begunbari Kali Puja, Panskura, Wb, India". 4 June 2018.