ବଳବିନ୍ଦର ସାନ୍ଧୁ

ଭାରତୀୟ କ୍ରିକେଟ ଖେଳାଳି

ବଳବିନ୍ଦର ସିଂହ ସାନ୍ଧୁ , ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଟେଷ୍ଟ ଓ ଏକଦିବାସୀୟ ଖେଳାଳି । ସେ ଜଣେ ମିଡିଉମ ଫାଷ୍ଟ ବୋଲର ହିସାବରେ ଭାରତ ପାଇଁ ୮ଟି ଟେଷ୍ଟ ଖେଳିବା ସହ ଭାରତ ଜିତି ଥିବା ୧୯୮୩ ବିଶ୍ୱ କପ ଦଳର ଜଣେ ଖେଳାଳି ସଦସ୍ୟ ଥିଲେ । 

ତାଙ୍କର ପ୍ରତିଭାକୁ ପ୍ରଥମେ ବିଶିଷ୍ଟ କୋଚ ରାମାକାନ୍ତ ଅଚରେକର ( ପରେ ସେ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ପ୍ରଶିକ୍ଷଣ ଦେଇଥିଲେ ) ଓ ରଣଜୀ ଖେଳାଳି ହେମୁ ଡାଲଭି ଆବିଷ୍କାର କରିଥିଲେ । 

୧୯୮୦-୮୧ ସିଜନରେ ମୁମ୍ବାଇ ପାଇଁ କର୍ଷଣ ଘବରୀଙ୍କ ଅନୁପସ୍ଥିତିରେ ପ୍ରାରମ୍ଭିକ ବୋଲର ହିସାବରେ ବଲବିନ୍ଦର ଖେଳ ଜୀବନ ଆରମ୍ଭ କରିଥିଲେ । ସେ ସେହି ସିଜନରେ ଗୁଜରାଟ ସହ ମେଚରେ ୯ ତି ୱିକେଟ ନେବା ସହ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସିଜନରେ ୨୫ଟି ୱିକେଟ  ମାତ୍ର ୧୮.୭୨ ହାରରେ ନେଇଥିଲେ । 

୧୯୮୨/୮୩ ସିଜନର ପ୍ରାରମ୍ଭରେ ଦୁଲିପ ଟ୍ରଫିରେ ସେ ୮ଟି ୱିକେଟ ନେବା ସହ ୧୧ ନମ୍ବର ସ୍ଥାନରେ ବ୍ୟାଟିଂ କରି ୫୬ ରନ  କରି ଜାତୀୟ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଜାତୀୟ ଦଳରେ ସ୍ଥାନ ପାଇଲେ ।ଭାରତୀୟ ଦଳର ପାକିସ୍ତାନ ଗସ୍ତରେ ସେ ଖେଳିଥିଲେ ।  

ପାକିସ୍ତାନରେ ନିୟମିତ ବୋଲର ମଦନଲାଳଙ୍କ ଆହତ ହେବା କାରଣରୁ ସେ ଚତୁର୍ଥ ଟେଷ୍ଟରେ ଖେଳି କ୍ରମାଗତ ବଲରେ ମୋହସିନ ଖାନ ଓ ହାରୁନ ରଶିଦଙ୍କୁ ଔତ କରିବା ସହ ୯ ନମ୍ବରରେ ବ୍ୟାଟିଂ କରି ୭୧ ରନ  କରିଥିଲେ ।  

ୱେଷ୍ଟ ଇଣ୍ଡିଜ ସହ ସିରିଜରେ ସେ ୬୮ ରନ କରିଥିଲେ ଯେତେବେଳେ ଭାରତୀୟ ବେତସମେନମାନେ ବିଫଳ ହେଇଥିଲ । 

୧୯୮୩ରେ ଭରତ ଜିତି ଥିବା ବିଶ୍ୱ କପ ବିଜଯରେ ସାନ୍ଧୁଙ୍କ ଅବଦାନ ବଳିଷ୍ଠ ଥିଲା । ସେ ଫାଇନାଲରେ ଶେଷ ୱିକେଟ ଯୋଡି ପାଇଁ ଶୟଦ କିରିମାନିଙ୍କ ସହ ୨୨ ରନ ଯୋଡିଥିଲେ ଯାହା କି ପରିସ୍ଥିତି ଅନୁସାରେ ବହୁ ମୁଲ୍ୟବାନ ଥିଲା । ତା ପରେ ସେ ବୋଲିଂ କରି ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଓପନିଂ ବେତସମେନ ଗ୍ରିନିଜଙ୍କ ୱିକେଟ ଏକ ଇନସ୍ୱିଙ୍ଗର ଜରିଆରେ ନେଇ ଭାରତୀୟ ଦଳକୁ ବିଜଯ ପଥରେ ଆଗେଇ ନେବାରେ ସାହାଯ୍ୟ କଲେ ।   ସାନ୍ଧୁ ସେହି ୧୯୮୩ରେ ତାଙ୍କର ସେଶ ଟେଷ୍ଟ ଖେଳିଥିଲେ । ୧୯୮୪ ରଣଜୀ ଟ୍ରଫିରେ ସାନ୍ଧୁ  ଉଭୟ ବେତ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ । 

ସେ ମୁମ୍ବାଇ ଦଳର କୋଚ ହିସାବରେ ଓ ଜାତୀୟ କ୍ରିକେଟ ଏକାଡେମିରେ କାମ କରିଥିଲେ । ୧୯୯୦ ଦଶକରେ ସେ କେନିୟାରେ ଘରେଇ କ୍ରିକେଟ ଖେଳିବା ସହ କୋଚିଙ୍ଗ ମଧ୍ୟ ଦେଇଥିଲେ । 

ସେ ପରେ ବନ୍ଦ ହେଇଯାଇଥିବା ICL ଌଗରେ ମଧ୍ୟ ଖେଳିଥିଲେ ଓ ବର୍ତ୍ତମାନ ମୁମ୍ବାଇରେ ତାଙ୍କ ଦୁଇ ଝିଅଙ୍କ ସହ ବସ ବାସ କରନ୍ତି । 

References ସମ୍ପାଦନା

  • Pradeep Vijayakar, Cricketer of the year article, Indian Cricket 1983, p 121-125

ବାହାର ଲିଙ୍କ  ସମ୍ପାଦନା