ବନ୍ଧୁ ମହାନ୍ତି
ବନ୍ଧୁ ମହାନ୍ତି ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ । ସେ ପୁରୀ ଜଗନ୍ନାଥ ମନ୍ଦିରଠାରେ ଅନେକ ଦିନ କାଳ କାଟିଥିଲେ ।
ଜନ୍ମ
ସମ୍ପାଦନାଭୁବନେଶ୍ୱରଠାରୁ ୫ନଂ ଜାତୀୟ ରାଜପଥରେ କଟକ ଦେଇ ଯାଜପୁର ଅଭିମୁଖେ ପ୍ରାୟ ୧୦୦ କିମି ଦୂର ଆସିଲେ କୁଆଖିଆ ଛକ ପଡେ । ସେଠାରୁ ଦକ୍ଷିଣକୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାହାନପୁର ଗ୍ରାମପଞ୍ଚାୟତର କପିଳେଶ୍ୱର ଗ୍ରାମ । ମାତ୍ର ଏହା କେବଳ ସ୍ଥାନୀୟ ଲୋକଙ୍କଠାରୁ ଶୁଣାଯାଏ; କୌଣସି ସ୍ମୃତିସନ୍ତକ ନାହିଁ[୧] ।
ଜୀବନ
ସମ୍ପାଦନାଡଃ ଏକାଦଶୀ ପାଢ଼ୀଙ୍କ ମତରେ, ବନ୍ଧୁ ମହାନ୍ତିଙ୍କ କଥା ୧୪୯୭-୧୫୪୦ ମସିହାର । ପରିବାରରେ ତାଙ୍କର ପତ୍ନୀ, ଦୁଇ କନ୍ୟା ଓ ପୁତ୍ର । ବିଶେଷ ଜମିବାଡ଼ି ନ ଥିବା ହେତୁ ସେ ଭିକ୍ଷା ମାଗି ଚଳୁଥିଲେ । ତାଙ୍କ ପତ୍ନୀ ଶ୍ରୀକ୍ଷେତ୍ରବାସୀ ବନ୍ଧୁଙ୍କଠାରୁ କିଛି ମାଗିବାକୁ ପରାମର୍ଶ ଦେଉଥିଲେ ମଧ୍ୟ ନିହାତି ଆନଶ୍ୟକ ନ ପଡ଼ିଲେ ବନ୍ଧୁ ଘରକୁ ଯିବା ଉଚିତ ହେବ ନାହିଁ ବୋଲି ସେ ଭାବୁଥିଲେ । ମାତ୍ର ଏକ ସମୟରେ ବର୍ଷା ନ ହେବାରୁ, ବନ୍ଧୁ ମହାନ୍ତିଙ୍କୁ ଭିକ୍ଷା ମିଳୁନଥିଲା । ତେଣୁ ସେ ନିଜ ବନ୍ଧୁ ପୁରୁଷୋତ୍ତମଙ୍କୁ ଦେଖା କରିବା ପାଇଁ ସପରିବାର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ । ମାତ୍ର ଗହଳି ହେତୁ ମନ୍ଦିର ମଧ୍ୟରେ ପ୍ରବେଶ କରିନପାରି ଦକ୍ଷିଣଦ୍ୱାରସ୍ଥ ପେଜନଳା ନିକଟରେ ବସି ରହିଲେ । ପ୍ରବଳ ଭୋକ ହେବାରୁ ମହାନ୍ତିଙ୍କ ପରିବାର ପେଜ ପିଇ ଶୋଇ ପଡ଼ିଲେ । ମାତ୍ର ଅର୍ଦ୍ଧ ରାତ୍ରିରେ ଜଣେ ବ୍ରାହ୍ମଣ ଆସି ଡାକ ପକାଇଲେ, ହେ ମୋର ଯାଜପୁରିଆ ବନ୍ଧୁ ଉଠ... ଉଠ । ବ୍ରାହ୍ମଣ ଜଣଙ୍କ ସୁନା ଥାଳିରେ ଦେଇଥିବା ମହାପ୍ରସାଦ ଖାଇସାରି, ଥାଳି ଫେରାଇବାକୁ ଖୋଜିଲେ ମଧ୍ୟ ମହାନ୍ତି ତାଙ୍କୁ ପାଇନଥିଲେ । ସକାଳ ପାହିବାରୁ ଠାକୁରଙ୍କ ସୁନା ଥାଳି ଖୋଜାପଡ଼ିଲା । ଥାଳିକୁ ଏକ ଭିକାରୀ ମୁଣ୍ଡ ତଳେ ଥୋଇ ଶୋଇଥିବା ଖବର ପାଇ ଶ୍ରୀମନ୍ଦିର ସେବକ ପ୍ରହରୀମାନେ କୌଣସି କଥା ନଶୁଣି ବନ୍ଧୁ ମହାନ୍ତିଙ୍କୁ ସପରିବାର ବନ୍ଦୀ କଲେ ଓ ନିର୍ଯ୍ୟାତନା ଦେଲେ । ବନ୍ଧୁଙ୍କ ଦୁଃଖ ଯନ୍ତ୍ରଣା ମହାପ୍ରଭୁ ସହିପାରିଲେ ନାହିଁ । ଖୋର୍ଦ୍ଧାର ରଥିପୁର ଗଡ଼ରେ ଥିବା ଗଜପତି ପ୍ରତାପରୁଦ୍ର ଦେବଙ୍କୁ, ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିବା ଲାଗି ସ୍ୱପ୍ନାଦେଶ ଦେଲେ । ଏହାପରେ ଗଜପତି ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିବା ସହ ମନ୍ଦିର ଖରସୋଧ ପଦବୀରେ ନିଯୁକ୍ତ ଦେଲେ ।ଖରସୋଧର ଅର୍ଥ ହେଲା ଆୟବ୍ୟର ହିସାବରକ୍ଷକ ଓ ଦୈନନ୍ଦିନ ପଞ୍ଜିକାର ।