ବନ୍ଦନା ଲୁଥ୍ରା
ବନ୍ଦନା ଲୁଥ୍ରା (ଜନ୍ମ: ୧୨ ଜୁଲାଇ ୧୯୫୯) ଜଣେ ଭାରତୀୟ ଉଦ୍ୟୋଗୀ ଏବଂ VLCC ହେଲଥ କେୟାର ଲିମିଟେଡର ପ୍ରତିଷ୍ଠାତା ଅଟନ୍ତି,[୧] ଯାହା ଏସିଆ, ଜିସିସି ଓ ଆଫ୍ରିକାରେ ପ୍ରତିନିଧିତ୍ୱ କରୁଥିବା ଏକ ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା ସମ୍ମିଳନୀ ଅଟେ । [୨] ସେ ୨୦୧୪ ମସିହାରେ ବିୟୁଟି ଆଣ୍ଡ ୱେଲନେସ୍ ସେକ୍ଟର ସ୍କିଲର ପ୍ରଥମ କାଉନସିଲର ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଥିଲେ । ଏହାକୁ ଭାରତ ସରକାର ସମର୍ଥନ କରନ୍ତି ଏବଂ ସୌନ୍ଦର୍ଯ୍ୟ ଶିଳ୍ପ ପାଇଁ ଦକ୍ଷତା ତାଲିମ ପ୍ରଦାନ କରନ୍ତି ।[୩]
ବନ୍ଦନା ଲୁଥ୍ରା | |
---|---|
ଜନ୍ମ | 1959 |
ବୃତ୍ତି | Entrepreneur |
Title | Founder, VLCC |
ବୈବାହିକ-ସାଥୀ | ମୁକେଶ ଲୁଥ୍ରା (married 1980–present) |
ସନ୍ତାନ | ୨ଟି ଝିଅ |
ପୁରସ୍କାର | Padma Shri Woman Entrepreneur Award FICCI Successful Business Woman Award Amity Woman Achievers Award Outstanding Business Woman Award Rajeev Gandhi Women Achiever Award |
ୱେବସାଇଟ | Official website of VLCC |
ପ୍ରାଥମିକ ଜୀବନ ଓ ଶିକ୍ଷା
ସମ୍ପାଦନାବନ୍ଦନା ଲୁଥ୍ରା ୧୯୫୯ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ମେକାନିକାଲ ଇଞ୍ଜିନିୟର ଓ ମାତା ଜଣେ ଆୟୁର୍ବେଦିକ ଡାକ୍ତର ଥିଲେ ଯିଏ ଅମର ଜ୍ୟୋତି ନାମକ ଏକ ଦାନକାରୀ ସଂସ୍ଥା ଚଳାଉଥିଲେ । ଏହା ବନ୍ଦନାଙ୍କୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବା ପାଇଁ ପ୍ରେରଣା ଦେଇଥିଲା । ତେଣୁ ନୂଆଦିଲ୍ଲୀରେ ମହିଳାମାନଙ୍କ ପାଇଁ ପଲିଟେକ୍ନିକରୁ ସ୍ନାତକ ହାସଲ କରିବା ପରେ ସେ ୟୁରୋପ ଯାଇ ସୌନ୍ଦର୍ଯ୍ୟ, ପୁଷ୍ଟିକର ଖାଦ୍ୟ ଓ ଚର୍ମର ଯତ୍ନ ବିଷୟରେ ପାରଦର୍ଶିତା ଲାଭ କରିଥିଲେ ।[୪]
ଭିଏଲସିସି
ସମ୍ପାଦନାଲୁଥ୍ରା , ନୂଆଦିଲ୍ଲୀର ସଫଦରଜୁଙ୍ଗ ଡେଭଲପମେଣ୍ଟ ଏରିଆରେ ଏକ ସୌନ୍ଦର୍ଯ ଏବଂ ସୁସ୍ଥତା ସେବା କେନ୍ଦ୍ର ଭାବେ ୧୯୮୯ ମସିହାରେ ଭିଏଲସିସି ଆରମ୍ଭ କରିଥିଲେ । ଏହି କେନ୍ଦ୍ର ଖାଦ୍ୟପେୟ ପରିବର୍ତ୍ତନ , ବ୍ୟାୟାମ ନିୟମ ଓ ଓଜନ ପରିଚାଳନା କାର୍ଯ୍ୟକ୍ରମ ଉପରେ ଆଧାରିତ ଥିଲା ।[୫] ଭିଏଲସିସିର ଏକ ଶକ୍ତିଶାଳୀ ଜାତୀୟ ଏବଂ ଆନ୍ତର୍ଜାତୀୟ ଉପସ୍ଥିତି ରହିଛି ।
ମାନବ ପ୍ରେମୀ
ସମ୍ପାଦନାଲୁଥ୍ରା ଏନଜିଓ "ଖୁସୀ"ର କୁଳପତି, ଯାହାର ଏକ ଟେଲି ମେଡିସିନ କେନ୍ଦ୍ର , ୩୦୦୦ ପିଲାଙ୍କୁ ମଧ୍ୟାହ୍ନ ଭୋଜନର ସୁବିଧା ସହ ଏକ ପ୍ରତିକାର ବିଦ୍ୟାଳୟ ଏବଂ ଏକ ବୃତ୍ତିଗତ ତାଲିମ ସୁବିଧା ରହିଛି । ସେ "ମୋରାଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ " ଯୋଗ ତଥା ପରିଚାଳନା ମନ୍ତ୍ରୀ ଏବଂ ଭାରତର ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟଦ୍ୱାରା ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ଉପରେ ଗଠିତ ଉପ-କମିଟିର ସଦସ୍ୟ ଅଟନ୍ତି ।
ପୁରସ୍କାର ଏବଂ ସ୍ୱୀକୃତି
ସମ୍ପାଦନାଲୁଥ୍ରା ବାଣିଜ୍ୟ ଏବଂ ଶିଳ୍ପରେ ଅବଦାନ ପାଇଁ ୨୦୧୩ ମସିହାରେ ପଦ୍ମଶ୍ରୀ (ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ) ସମେତ ଉତ୍କର୍ଷ ତଥା ଉଦ୍ୟୋଗୀତା ପାଇଁ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ।[୬]
ଆଧାର
ସମ୍ପାଦନା- ↑ "VLCC". VLCC. 2014. Retrieved 19 October 2014.
- ↑ "BBC Interview of VLCC Founder & Mentor Vandana Luthra". BBC World News - YouTube video. 18 October 2013. Retrieved 19 October 2014.
- ↑ "Anti-Obesity Entrepreneur Vandana Luthra Debuts On Asia's Power Businesswomen 2016 List". dropout dudes (in ଆମେରିକୀୟ ଇଂରାଜୀ). 2017-11-27. Retrieved 2020-05-07.
- ↑ "The queen of wellness in India – Dr Vandana Luthra". Inventiva.
- ↑ "After-hours with the boss: Vandana Luthra". Live Mint.
- ↑ "Padma 2013". The Hindu. 26 January 2013. Retrieved 10 October 2014.