ବନମାଳି ପତି ଥିଲେ ଜଣେ ପଣ୍ଡିତ, ଶାସ୍ତ୍ରଜ୍ଞ, ଓ ପୋଥିପ୍ରେମୀ ତଥା ପୁରୀ ଜିଲା ବଳଙ୍ଗା ଗ୍ରାମର ରାଧାକୃଷ୍ଣ ଥିଏଟର୍ର ମାଲିକ।[୧]


ଅଶ୍ୱିନୀ କୁମାର ଘୋଷ ୧୯୧୫ ମସିହାରେ ନିଜର ପ୍ରଥମ ନାଟକ 'ଭୀଷ୍ମ' ରଚନା କରିଥିଲେ । 'ଶେଓଜୀ' ଥିଲା ତାଙ୍କର ଦ୍ୱିତୀୟ ଏବଂ ଏକ ଐତିହାସିକ ନାଟକ। ୧୯୧୮ ମସିହାରେ ଏହି ନାଟକ ପରିବେଷଣ ଅବସରରେ ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମର ଜମିଦାର ବନମାଳି ପତିଙ୍କ ସହ ତାଙ୍କ ସାକ୍ଷାତ ଏକ ଐତିହାସିକ ମୂହୁର୍ତ୍ତ। ବନମାଳି ପତି ନିଜର ରାଧାକୃଷ୍ଣ ଥିଏଟର୍ ନିମନ୍ତେ ନିୟମିତ ନାଟକ ଲେଖିବା ପାଇଁ ଅଶ୍ୱିନୀଙ୍କୁ ଅନୁରୋଧ କଲେ ଯାହା ଫଳସ୍ୱରୂପ ସେ ଅନେକ ନାଟକ ରଚନା କଲେ। [୨]

ଏକଦା ଏକ ଭିନ୍ନ ମତ ପୋଷଣ କରିଥିଲେ ଗୋପୀନାଥ ମହାନ୍ତି। ତାଙ୍କର ଗବେଷଣା ଓ ନିଷ୍କର୍ଷର ଆଧାର ଯେଉଁ ପୋଥି ଥିଲା, ‘ମହାଭାରତ’ର ସେହି ପୋଥିର ନାମ ସେ ଦେଇଥିଲେ ‘ବଳଙ୍ଗା ପୋଥି’। କାରଣ ସେ ପୋଥି ସେ ପାଇଥିଲେ ପୁରୀ ଜିଲା ବଳଙ୍ଗା ଗ୍ରାମର ଜମିଦାର ତଥା ଧନୀ ସାହୁକାର ୰ବନମାଳି ପତିଙ୍କ ଘରୁ। ସେ ଥିଲେ ପଣ୍ଡିତ, ଶାସ୍ତ୍ରଜ୍ଞ ଓ ପୋଥିପ୍ରେମୀ।[୩]

  1. "ଅଶ୍ୱିନୀ କୁମାର ଘୋଷ". ova.gov.in. Retrieved 2023-11-23.
  2. "ଅଶ୍ୱିନୀ କୁମାର ଘୋଷ", ଉଇକିପିଡ଼ିଆ, 2023-11-23, retrieved 2023-11-23
  3. "ସାରଳା ଓ ସାରୋଳ, ମହାଭାରତ ଓ ମହାଭାରଥ". Sambad (in ଆମେରିକୀୟ ଇଂରାଜୀ). 2021-02-12. Retrieved 2023-11-23.