ବଡ଼ ଏରା
ବଡ଼ ଏରା (ବୈଜ୍ଞାନିକ ନାମ: Phoenicopterus roseus) ସର୍ବାଧିକ ଦେଖା ଯାଉଥିବା ଏରା (ଇଂରାଜୀରେ "ଫ୍ଲେମିଙ୍ଗୋ") ପ୍ରଜାତି । ଏମାନେ ମୁଖ୍ୟତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । ଏମାନଙ୍କୁ ଓଡ଼ିଆରେ ପଦ୍ମନାଡ଼ି ମଧ୍ୟ କୁହାଯାଏ ।
ବର୍ଣ୍ଣନା
ସମ୍ପାଦନାଏହି ପ୍ରଜାତିର ଏରା ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଚ୍ଚ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ ।
ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ ।
ଫ୍ଲେମିଙ୍ଗୋର ପରରେ ଥିବା ରଙ୍ଗକୁ ମେକ-ଉପ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । [୧]
ସାଧାରଣତଃ ହ୍ରଦ ଓ ପୁଷ୍କରିଣୀ ଥିବା ସ୍ଥାନରେ ଆବାସ ଯମେଇଥିବା ଫ୍ଲେମିଙ୍ଗୋମାନେ ସନ୍ତସନ୍ତିଆ ଜାଗାରେ ମଧ୍ୟ ଦେଖା ଯାନ୍ତି । ସେଠାରେ ଛୋଟ ମାଛ , ପୋକ ଇତ୍ୟାଦି ତାଙ୍କର ଖାଦ୍ୟ । ମୁଣ୍ଡ ନୂଆଇ ସେମାନେ ଖାଦ୍ୟ ଅନୁସନ୍ଧାନରେ ରହନ୍ତି । [୨]
ବିସ୍ତାର
ସମ୍ପାଦନାଏସିଆ , ଆଫ୍ରିକାର ତଟବର୍ତୀ ଅଞ୍ଚଳ , ଭାରତ , ପାକିସ୍ତାନ ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତର ନଳଣଣ , ଖାଯିଦୀଆ ପକ୍ଷୀ ସଂରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସରେ ଶିତ୍ସ କାଳରେ ରହିଥାନ୍ତି । [୩]
ଜୀବନ କାଳ
ସମ୍ପାଦନାଜୂରେ ଥିବା ଫ୍ଲେମିଙ୍ଗୋମାନଙ୍କ ହାରାହାରି ଜୀବନ କାଳ ୬୦ ବର୍ଷରୁ ଉର୍ଦ୍ଧ ହେଇଥାଏ ।
ମଣିଷ ସହ ସମ୍ପର୍କ
ସମ୍ପାଦନାପକ୍ଷୀ ସଂଗ୍ରହାଳୟରେ ବହୁ ସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।ଅଷ୍ଟ୍ରେଲିଆ ଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣରୁ ମାରି ଦିଆ ଯାଇଥିଲା । [୪]
ଗ୍ୟାଲେରି
ସମ୍ପାଦନା-
In flight above Walvis Bay
-
A sub-adult (top) with an adult (bottom) in flight
-
Greater flamingo sub-adult, Maharashtra, India
-
Greater flamingo egg - taken at Cincinnati Zoo
-
Eggs, collection Museum Wiesbaden
-
Flamingo colony at Zoo Basel
-
Size comparison with great white pelican
-
"Leguat's Giant", a hypothetical giant rail based on Francois Leguat's description[1][2]
-
The skeleton of a greater flamingo
-
Greater flamingos at Faunistic Park Le Cornelle, Italy
-
Portrait of a specimen at Martin Mere, UK
-
A sub-adult feeding in Walvis Bay
ଆଧାର
ସମ୍ପାଦନା- ↑ Amat, J.A., Rendón, M.A., Garrido-Fernández, J., Garrido, A., Rendón-Martos, M. and Pérez-Gálvez, A. (2011). "Greater flamingos Phoenicopterus roseus use uropygial secretions as make-up". Behavioral Ecology and Sociobiology. 65 (4): 665–673.
{{cite journal}}
: CS1 maint: multiple names: authors list (link) - ↑
{{cite web}}
: Empty citation (help) - ↑ Koshti A.J. and Bony L.S (2016).
- ↑ Fedorowytsch, Tom (31 January 2014). "Flamingo believed to be world's oldest dies at Adelaide Zoo aged 83". ABC Radio Australia. Retrieved 31 January 2014.
{{cite news}}
: More than one of|accessdate=
and|access-date=
specified (help)
ବାହାର ଲିଙ୍କ
ସମ୍ପାଦନା- Greater flamingo videos, photos & sounds on the Internet Bird Collection
- Performing greater flamingos in open field
- Greater flamingo - Species text - The Atlas of Southern African Birds