ବଡପାଲନୀ ଆନ୍ଦଭର ମନ୍ଦିର
ବଡପାଲନୀ ଆନ୍ଦଭର ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ପ୍ରଭୁ ମୁରୁଗାନଙ୍କୁ ସମର୍ପିତ ହୋଇଛି । ଏହା ଭାରତର ତାମିଳନାଡ଼ୁ ପ୍ରଦେଶରେ ଥିବା ଚେନ୍ନଇ ସହରରେ ଅବସ୍ଥିତ ।[୧] ଏହି ମନ୍ଦିରର ପୁନରବିନ୍ୟାସ ୧୯୨୦ ମସିହାରେ ହୋଇଥିଲା ଓ ଏକ ରାଜଗୋପୁରମ ସେହି ସମୟରେ ତିଆରି ହୋଇଥିଲା । ଏହି ମନ୍ଦିରଟି ସମୟକ୍ରମେ ଅଧିକ ଲୋକପ୍ରିୟ ହେଉଛି ବିଶେଷତଃ ଚଳଚ୍ଚିତ୍ର କଳାକାରଙ୍କ ଯୋଗୁ ।[୨]
ବଡପାଲନୀ ଆନ୍ଦଭର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଚେନ୍ନଇ |
ଦେବାଦେବୀ | Vadapalani Aandavar (Lord Muruga) |
Location | |
ସ୍ଥାନ | Vadapalani |
State | ତାମିଲ ନାଡୁ |
Country | ଭାରତ |
ଭୌଗଳିକ ଅବସ୍ଥିତି | 13°03′10″N 80°12′49″E / 13.05278°N 80.21361°E |
Architecture | |
Type | Dravidian architecture |
Completed | 1865 |
ଇତିହାସ
ସମ୍ପାଦନାଆନ୍ନାସ୍ୱାମୀ ନାୟକର ନାମକ ଜଣେ ବଡ଼ ଭକ୍ତ ୧୯ଶ ଶତାବ୍ଦୀର ଶେଷ ଭାଗରେ ଏହି ମନ୍ଦିର ତୋଳେଇଥିଲେ । ସେ ଏକ ନିଷ୍ଠାପର ମୁରୁଗାନ ଭକ୍ତ ଥିଲେ । ଗୋଟିଏ ଛୋଟ କୁଡ଼ିଆ କରି ତାହା ମଧ୍ୟରେ ଏକ ମୁରୁଗାନ ଛବି ରଖି ପୂଜା କରୁଥିଲେ । ସେ ନିଜେ ଗୋଟିଏ ପେଟ ରୋଗୀ ହୋଇ ମଧ୍ୟ ଅନ୍ୟାନ୍ୟ ମୁରୁଗାନ ମନ୍ଦିରକୁ ଯାତ୍ରା କରିଥିଲେ, ତାହା ମଧ୍ୟ ଚୋର ଓ ଖରାପ ପାଗକୁ ନ ଡରି । ଦିନେ ସେ ସ୍ୱପ୍ନରେ ଜଣେ ସାଧୁଙ୍କୁ ଦେଖିଲେ ଯିଏ କହିଲେ ତାଙ୍କ ଘର ପୂଜା ପାଇଁ ସଠିକ । ସେ ପୂଜା କରିବାକୁ ଲାଗିଲେ । ଜଣେ ପଲନି ସାଧୁଙ୍କ ଉପଦେଶ ଅନୁସାରେ ସେ ମୁରୁଗାନଙ୍କ ମନ୍ଦିରରେ ଥିବା ତିରୁତ୍ତାନିଙ୍କୁ ନିଜ ଜିଭ କାଟି ଅର୍ପଣ କରିବା ପରେ ତାଙ୍କ ରୋଗ ଭଲ ହୋଇଗଲା ।
ଏକଦା ସେ ଦକ୍ଷିଣ ପାଲନୀ ମନ୍ଦିର ପରିଦର୍ଶନ କରିସାରି ସିଡ଼ିରେ ଓହ୍ଲେଇବା ବେଳେ ଏକ ସୁନ୍ଦର ମୁରୁଗାନଙ୍କ ଚିତ୍ରପଟ ଦେଖିଲେ । ତାକୁ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ତା ପରଦିନ ଦୋକାନୀ ନିଜେ ଆନାସ୍ୱାମୀ ପାଖକୁ ଆସି ସେହି ଚିତ୍ରଟି ତାଙ୍କୁ ଦେଇ କହିଲା, “ମୁରୁଗା ସ୍ୱପ୍ନରେ ଏହା ଦେବାକୁ କହିଛନ୍ତି” । ସେହି ଚିତ୍ର ଧରି ଆନ୍ନା ଘରକୁ ଫେରିଆସି ପରିବାର ସଦସ୍ୟଙ୍କୁ ଅନ୍ୟତ୍ର ଚାଲିଯିବା ପାଇଁ କହିଲେ । ଇତି ମଧ୍ୟରେ ତାଙ୍କର ଏକ ସ୍ୱର୍ଗୀୟ ଶକ୍ତି ଦେହରେ ଆସିଥିବା ଅନୁଭବ କଲେ । ସେ ସତ୍ୟ କଥା କହିବାକୁ ଲାଗିଲେ ଓ ଅନ୍ୟମାନଙ୍କ ସମସ୍ୟାର ସମାଧାନ କରିବାକୁ ଲାଗିଲେ । ତାଙ୍କର ଉତ୍ତରାଧିକାରୀ ନାୟକରଙ୍କ ଇଚ୍ଛା ପୂରଣ କରିବାକୁ ସେହି ସ୍ଥାନରେ ଏକ ମନ୍ଦିର ତିଆରି କରିବାକୁ ସମ୍ମତି ଦେଲେ ।
ଆନ୍ନାସ୍ୱାମୀ ମନ୍ଦିର ତିଆରି ପରିଚାଳନା କରିଥିଲେ ଓ ବଡପାଲନୀ ଆନ୍ଦଭରଙ୍କ ପବିତ୍ର ମୂର୍ତ୍ତି କରିବାକୁ ଚେଟଟିୟାର ବ୍ୟବସ୍ଥା କରିଥିଲେ । ୧୮୬୫ ମସିହାରେ ମନ୍ଦିର ତିଆରି ଆରମ୍ଭ କରାଗଲା । ସମୟକ୍ରମେ ଶିଷ୍ୟ ତାଙ୍କ ସ୍ଥାନ ଗ୍ରହଣ କଲେ । ଶିଷ୍ୟ ମଧ୍ୟ ଅନ୍ୟମାନଙ୍କ ସମସ୍ୟାର ସମାଧାନ କରିବାକୁ ଲାଗିଲେ । ପ୍ରତିମୂର୍ତ୍ତି ତିଆରି ଶେଷ ହେଲା ଓ ତାଙ୍କୁ ସ୍ଥାପନ କରି କୁମ୍ଭଅଭିଷେକ କଲେ । ମନ୍ଦିରର କର୍ମ ଓ ପୂଜା ପାଇଁ ଭକ୍ତଙ୍କର ଦାନ ବ୍ୟବହାର କରାଗଲା ।
ରତିନାସ୍ୱାମୀ ଚେଟଟିୟାର ଭକ୍ତଙ୍କୁ ଉକ୍ତ ମନ୍ଦିରକୁ ବଡପାଳନୀ ମନ୍ଦିର ନାମରେ ଡାକିବାକୁ କହିଲେ । ତାଙ୍କର ମଧ୍ୟ ସ୍ୱର୍ଗୀୟ ଅନୁଭୂତି ଜାତ ହେଲା । କ୍ରମାନୁସାରେ ଶିଷ୍ୟ ଅନୁସାରେ ପୂଜା ଚାଲିଲା ।
ମନ୍ଦିରର ସ୍ଥାପତ୍ୟ
ସମ୍ପାଦନାଦକ୍ଷିଣ ଭାରତୀୟ ପରମ୍ପରାକ୍ରମେ ମନ୍ଦିର ତିଆରି ହେଲା । ପ୍ରବେଶ ପଥରେ ରାଜଗୋପୁରମ ସ୍ଥାନରେ ସ୍କନ୍ଧ ପୁରାଣର ଅନେକ କିମ୍ବଦନ୍ତୀ ଲିଖିତ ହୋଇଥିଲା । ମୁଖ୍ୟ ଦେବତା ସହ ପଲାଣି ପ୍ରତିମୂର୍ତ୍ତିର ସାମଞ୍ଜସ୍ୟ ରହିଲା ।
ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିରରେ ମିନାକ୍ଷୀ ଆମ୍ମା, କାଳୀ ଭୈରବ ଇତ୍ୟାଦିଙ୍କ ପ୍ରତିମୂର୍ତ୍ତି ରଖାଗଲା । ଅଙ୍ଗାରନଙ୍କ ଏକ ଅଲଗା ମନ୍ଦିର ଅଛି । ପୂର୍ବ ଗମ୍ବୁଜରେ ୧୦୮ ଭାରତ ନାଟ୍ୟମର ମୁଦ୍ରା ଅଙ୍କିତ ହୋଇଛି । ସେଠାରେ ଏକ ବଡ଼ ହଲ ଅଛି ଓ ବିବାହ ଆଦି ସେଠାରେ ସମ୍ପନ୍ନ ହୁଏ । ମୁରୁଗାନଙ୍କର ଏକ ସ୍ୱର୍ଣ୍ଣାଭ ରଥ ଅଛି । ମନ୍ଦିର ସାମନାର ଜଳାଶୟ ଅଛି । ଥଳ ବୃକ୍ଷରେ (ଡିମିରି) ଲୋକମାନେ ସନ୍ତାନ ପାଇବା ନିମନ୍ତେ ସୂତା ବାନ୍ଧନ୍ତି ।
ପରିଚାଳନା
ସମ୍ପାଦନାତାମିଲ ନାଡୁ ସରକାରର ହିନ୍ଦୁ ରେଲିଜିଅସ ଆଣ୍ଡ ଚାରିତେବଲ ଏଣ୍ଡାଓମେଣ୍ଟ ସଂସ୍ଥା ଏହି ମନ୍ଦିରର ପ୍ରଶାସନ ଓ ପରିଚାଳନା କରନ୍ତି ।[୩]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Subburaj, V (1 December 2006). [ବଡପାଲନୀ ଆନ୍ଦଭର ମନ୍ଦିର at Google Books Tourist Guide to Chennai]. Sura Books. pp. 14–. ISBN 978-81-7478-040-9.
{{cite book}}
: Check|url=
value (help) - ↑ King, Anthony D. (1984). [ବଡପାଲନୀ ଆନ୍ଦଭର ମନ୍ଦିର at Google Books Buildings and Society: Essays on the Social Development of the Built Environment]. Routledge & Kegan Paul. pp. 143–. ISBN 978-0-7102-0234-5.
{{cite book}}
: Check|url=
value (help) - ↑ Hindu Religious and Charitable Endowments Act, 1959