ବଚ୍ଚା ବାଜି
ବଚ୍ଚା ବାଜି (ପାର୍ସୀ: بچه بازی, ଆକ୍ଷରିକ ଅର୍ଥ: "ବାଳକ ଖେଳ"[୧]; ମୂଳ بچه "ବାଳକ", ଏବଂ بازی "ଖେଳ/କ୍ରୀଡ଼ା") ଆଫଗାନିସ୍ତାନର କିଛି ଭାଗରେ ପ୍ରଚଳିତ ବୟସ୍କ ପୁରୁଷଙ୍କଦ୍ୱାରା ନର୍ତ୍ତକ ବାଳକ ଭାବେ ପରିଚିତ ଶିଶୁ ବା କିଶୋର ବାଳକଙ୍କ ଉପରେ ହେଉଥିବା ଶିଶୁ ଯୌନ ଶୋଷଣର ଏକ ପ୍ରଥା ପାଇଁ ବ୍ୟବହୃତ କଥିତ ଶବ୍ଦଟିଏ । ଏହି ପ୍ରଥା ଯୌନ ଦାସତ୍ୱ ଏବଂ ଶିଶୁ ବେଶ୍ୟାବୃତ୍ତି ସହିତ ସମ୍ବନ୍ଧିତ ।[୨] ଏକବିଂଶ ଶତାବ୍ଦୀରେ ଆଫଗାନିସ୍ତାନର ବିଭିନ୍ନ ଭାଗରେ ବଚ୍ଚା ବାଜି ପ୍ରଚଳିତ ରହିଛି ।[୩][୪][୫][୬][୭] ବଳ ଏବଂ ଚାପ ପ୍ରୟୋଗ ସାଧାରଣ, ଏବଂ ସୁରକ୍ଷା ଅଧିକାରୀମାନେ କହନ୍ତି ଯେ ସେମାନେ ଏପରି ଅଭ୍ୟାସ ଅନତ କରିବାରେ ଅସମର୍ଥ କାରଣ ବଚ୍ଚା ବାଜି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡ଼ିତ ଅନେକ ପୁରୁଷ ଶକ୍ତିଶାଳୀ ଏବଂ ସଶସ୍ତ୍ର ଯୁଦ୍ଧ ସର୍ଦ୍ଦାର ।[୮][୯][୧୦]
ଆଫଗାନ ଗୃହଯୁଦ୍ଧ (୧୯୯୬-୨୦୦୧) କାଳରେ ବଚ୍ଚା ବାଜି ପାଇଁ ତାଲିବାନ ଆଇନ ଅଧୀନରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଥିଲା ।[୧୧] ବାଳକମାନଙ୍କ ନାଚିବା ପ୍ରଥା ଆଫଗାନ ଆଇନ ଅନୁସାରେ ବେଆଇନ ହୋଇଥିଲେ ହେଁ ଶକ୍ତିଶାଳୀ ଅପରାଧୀଙ୍କ ବିରୋଧରେ କ୍ୱଚିତ ଆଇନ ଲାଗୁ କରାଯାଏ ଏବଂ ପୋଲିସ ସମ୍ବନ୍ଧିତ ଅପରାଧରେ ଜଡ଼ିତ ।[୧୨][୧୩]
ଆଫଗାନିସ୍ତାନ ଅଧିକାର ପରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ବାହିନୀ ବଚ୍ଚା ବାଜିକୁ ଜାଣିଶୁଣି ଅଣଦେଖା କରିବା ପରେ ଅଭିଯୋଗ ହେବା ପରେ ଏକ ବିବାଦ ସୃଷ୍ଟି ହୋଇଥିଲା ।[୧୪] ଆମେରିକୀୟ ସେନା ଏହି ଅପବ୍ୟବହାର ମୁଖ୍ୟତଃ "ସ୍ଥାନୀୟ ଆଫଗାନ ସରକାରଙ୍କ" ଦାୟିତ୍ୱ ଥିଲା ବୋଲି ଦାବୀ କରି ପ୍ରତ୍ୟୁତ୍ତର ଦେଇଥିଲା ।[୧୫]
୨୦୨୦ ସୁଦ୍ଧା ଆନ୍ତର୍ଜାତୀୟ ଉଦ୍ବେଗ ସତ୍ତ୍ୱେ ଏହି ଅଭ୍ୟାସ ଜାରିରହିଛି ।[୧୬][୧୭]
ଇତିହାସ
ସମ୍ପାଦନାବଚ୍ଚା ବାଜି ଏକ କେଇ ଶତାବ୍ଦୀ ଧରି ଚଳି ଆସିଥିବା ଏକ ପରମ୍ପରା ।[୧୬] ଏହି ପ୍ରଥାକୁ ବିରୋଧ କରିବା ତାଲିବାନମାନଙ୍କ ବୃଦ୍ଧିକୁ ବଢ଼ାଇବାରେ ଏହା ଏକ ମୂଳ କାରକ ଥିଲା ।[୫] ୧୯୯୬ରେ ତାଲିବାନ କ୍ଷମତାରେ ଆସିବା ପରେ ସମଲିଙ୍ଗୀ ସମ୍ବନ୍ଧ ସମେତ ବଚ୍ଚା ବାଜି ନିଷେଧ କରାଯାଇଥିଲା । ତାଲିବାନମାନେ ଏହାକୁ ଶାରିୟା ଆଇନ ସହିତ ଅସଂଯୁକ୍ତ ବୋଲି ବିବେଚନା କରିଥିଲେ ।[୧୧] ବଚ୍ଚା ବାଜି ଓ ସମଲିଙ୍ଗୀ ସମ୍ବନ୍ଧ ଉଭୟ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ହୋଇଥିଲା ।[୧୮]
ସେମାନେ ଗରିବ ଏବଂ ଦୁର୍ବଳ ହୋଇଥିବାରୁ ପ୍ରାୟତଃ ବାଳକମାନଙ୍କୁ ବଛାଯାଏ ।[୩] ଆଗରୁ ବଚ୍ଚା ବାଳକ ହୋଇଥିବା ପୁରୁଷମାନେ ସାମାଜିକ ତାଡ଼ନାର ସମ୍ମୁଖୀନ ହୋଇ ନିଜେ ଭୋଗିଥିବା ଦୁର୍ବ୍ୟବହାରର ମାନସିକ ପ୍ରଭାବ ସହିତ ସଂଘର୍ଷ କରିଥାନ୍ତି ।[୧୬]
ଆଧୁନିକ ଉଦାହରଣ
ସମ୍ପାଦନାକ୍ଲୋଭର ଫିଲ୍ମସ ଏବଂ ଆଫଗାନୀ ସାମ୍ବାଦିକ ନଜିବଲ୍ଲା କୁରେଶୀ ଏହି ପ୍ରଥା ବାବଦରେ ଦି ଡାନ୍ସିଂ ବୟେଜ ଅଫ ଆଫଗାନିସ୍ତାନ ନାମକ ଏକ ବୃତ୍ତଚ୍ଚିତ୍ର ନିର୍ମାଣ କରିଥିଲେ । ଏହା ୨୦୧୦ ମାର୍ଚ୍ଚ ମାସରେ ଯୁକ୍ତରାଜ୍ୟରେ ପ୍ରଦର୍ଶିତ ହୋଇଥିଲା ଏବଂ ପର ମାସରେ ଆମେରିକାରେ ପ୍ରଦର୍ଶିତ ହୋଇଥିଲା ।[୧୯] ଦି ହଫିଙ୍ଗଟନ ପୋଷ୍ଟର ସାମ୍ବାଦିକ ନିକୋଲାସ ଗ୍ରାହାମ ବୃତ୍ତଚିତ୍ରଟିକୁ "ଉଭୟ ଆକର୍ଷଣୀୟ ଏବଂ ଭୟଙ୍କର" ବୋଲି ବର୍ଣ୍ଣନା କରି ପ୍ରଶଂସା କରିଥିଲେ ।[୨୦] ଚଳଚ୍ଚିତ୍ରଟି ଆମ୍ନେଷ୍ଟି ୟୁକେ ମିଡ଼ିଆ ଆୱାର୍ଡ୍ସରେ ୨୦୧୧ ଡକ୍ୟୁମେଣ୍ଟାରୀ ପୁରସ୍କାର ଜିତିଥିଲା ।[୨୧] ଚଳଚ୍ଚିତ୍ରଟି ଚ୍ୟାନେଲ ୪ର ମୋର୪ ସେବାରେ ପ୍ରସାରଣ କରାଯାଇଥିଲା ।[ଆଧାର ଲୋଡ଼ା]
ଆଧାର
ସମ୍ପାଦନା- ↑ Nordland, Rod (January 23, 2018). "Afghan Pedophiles Get Free Pass From U.S. Military, Report Says". The New York Times. Retrieved January 23, 2018.
- ↑ "Boys in Afghanistan Sold Into Prostitution, Sexual Slavery", Digital Journal, Nov 20, 2007
- ↑ ୩.୦ ୩.୧ Qobil, Rustam (September 7, 2010). "The sexually abused dancing boys of Afghanistan". BBC News. Retrieved 9 May 2016.
I'm at a wedding party in a remote village in northern Afghanistan.
- ↑ "Bacha bazi in Northern Afghanistan (Mazar-e-sharif) Shamali culture". bhojpurinama.com. Archived from the original on 2014-08-26.
- ↑ ୫.୦ ୫.୧ Mondloch, Chris (Oct 28, 2013). "Bacha Bazi: An Afghan Tragedy". Foreign Policy Magazine. Retrieved Apr 23, 2015.
- ↑ Brinkley, Joel (29 August 2010). "Afghanistan's dirty little secret". Retrieved 9 May 2016.
- ↑ Ghaith Abdul-Ahad. "The dancing boys of Afghanistan". the Guardian.
- ↑ "Transcript". ec2-107-21-207-21.compute-1.amazonaws.com. Archived from the original on 2014-12-14.
- ↑ Roshni Kapur, The Diplomat. "Bacha Bazi: The Tragedy of Afghanistan's Dancing Boys". The Diplomat.
- ↑ "Afghan boy dancers sexually abused by former warlords". Reuters. 2007-11-18. Retrieved April 30, 2015.
- ↑ ୧୧.୦ ୧୧.୧ Arni Snaevarr. "The dancing boys of Afghanistan". United Nations Regional Information Centre for Western Europe (UNRIC). Archived from the original on 2019-04-08. Retrieved 2020-11-26.
- ↑ Quraishi, Najibullah Uncovering the world of "bacha bazi" at The New York Times April 20, 2010
- ↑ Bannerman, Mark The Warlord's Tune: Afghanistan's war on children at Australian Broadcasting Corporation February 22, 2010
- ↑ Goldstein, Joseph (2015-09-20). "U.S. Soldiers Told to Ignore Sexual Abuse of Boys by Afghan Allies". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2018-01-24.
- ↑ Londoño, Ernesto. "Afghanistan sees rise in 'dancing boys' exploitation". Washington Post. Washington Post. Retrieved 24 September 2015.
- ↑ ୧୬.୦ ୧୬.୧ ୧୬.୨ "Bacha bazi: the scandal of Afghanistan's abused boys". The Week. 29 January 2020. Retrieved 16 April 2020.
- ↑ "Afghanistan must end the practice of bacha bazi, the sexual abuse of boys". European Interest. 25 December 2019. Retrieved 16 April 2020.
- ↑ "Bacha bazi: Afghanistan's darkest secret". Human Rights and discrimination (in ଆମେରିକୀୟ ଇଂରାଜୀ). Archived from the original on 2021-08-22. Retrieved 2019-05-01.
- ↑ "True Stories: The Dancing Boys of Afghanistan" Archived 2010-08-31 at the Wayback Machine., 29 March 2010
- ↑ "The Dancing Boys of Afghanistan", PBS Frontline TV documentary, April 20, 2010.
- ↑ "Amnesty announces 2011 Media Awards winners". Amnesty International UK (AIUK). May 24, 2011. Archived from the original on September 3, 2012. Retrieved January 10, 2013.