ଫୋର୍ନିଅର ଗାଙ୍ଗ୍ରିନ
ଫୋର୍ନିଅର ଗାଙ୍ଗ୍ରିନ ( FG ) ହେଉଛି ଏକ ପ୍ରକାର ନେକ୍ରୋଟାଇଜିଙ୍ଗ ଫାସାଇଟିସ ଯାହା ପେରିନିଅମ ଉପରେ ପ୍ରଭାବ ପକାଇଥାଏ | [୨] [୩] ପ୍ରାରମ୍ଭିକ ଲକ୍ଷଣ ପ୍ରାୟ ଅନିର୍ଦ୍ଦିଷ୍ଟ ଥାଏ; ଯଦିଓ ଦ୍ରୁତ ଗତିରେ ଖରାପ ହୁଏ । [୧] ଏଥିରେ ଅଣ୍ଡକୋଷ/ସ୍କ୍ରୋଟମ୍ କିମ୍ବା ଭଗୋଷ୍ଠ/ଲାବିଆରେ ଯନ୍ତ୍ରଣା ଏବଂ ଫୁଲା, ଜ୍ୱର ଏବଂ ଲାଲ ରଙ୍ଗ ହୋଇପାରେ ।[୧] ସଂକ୍ରମଣ ଘଣ୍ଟା ପ୍ରତି ପ୍ରାୟ ୨.୫ ସେମି ଆକାରରେ ବ୍ୟାପିଥାଏ ।[୧] ରୋଗ ଜଟିଳ ହେଲେ ସେପସିସ୍ ହୋଇପାରେ ।[୩]
Fournier gangrene | |
---|---|
Fournier's gangrene | |
ବିଭାଗ | Infectious disease, urology |
ଲକ୍ଷଣ | Initially none specific, scrotum or labia pain and swelling, fever, redness[୧] |
ଆକ୍ରାନ୍ତ ସମୟ | Rapid[୧] |
କାରଣ | Infection, often by multiple types of bacteria[୨] |
ବିପଦ କାରକ | Diabetes, alcoholism, immunocompromised, long term urinary catheters[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, may be supported by medical imaging[୨] |
ଚିକିତ୍ସା | Antibiotics, surgical removal of infected tissue, supportive care[୨] |
Prognosis | Guarded[୧] |
ପୁନଃପୌନିକ | 1 per 62,500 males a year[୩] |
ମୃତ୍ୟୁ ସାନ୍ଦ୍ରତା | High risk[୨] |
ବିପଦ କାରକଗୁଡ଼ିକ ମଧ୍ୟରେ ମଧୁମେହ, ମଦ୍ୟପାନ, ଇମ୍ୟୁନୋକମ୍ପ୍ରୋମାଇଜଡ, ଏକ ଦୀର୍ଘକାଳୀନ ମୂତ୍ର କ୍ୟାଥେଟର ଥିବା ଯୋଗୁ ହୋଇପାରେ ।[୨] [୩] ମଧୁମେହରେ ସୋଡିଅମ୍-ଗ୍ଲୁକୋଜ୍ ସହ-ପରିବହନକାରୀ -୨ ଇନହିବିଟର (SGLT2 ଇନହିବିଟର) ଏକ ନିର୍ଦ୍ଦିଷ୍ଟ ବିପଦ ହୋଇପାରେ ।[୧] ସଂକ୍ରମଣ ୦% ରୁ ଅଧିକ କ୍ଷେତ୍ରରେ ଏକାଧିକ ପ୍ରକାରର ଜୀବାଣୁ ଦ୍ୱାରା ହୋଇଥାଏ ।[୨] ଅନେକ ଥର ସଂକ୍ରମଣ ପାକସ୍ଥଳୀ, ମୂତ୍ରନଳୀ କିମ୍ବା ଚର୍ମରୁ ବ୍ୟାପିଥାଏ ।[୪] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ଏବଂ ଏହା ମେଡିକାଲ ଇମେଜିଙ୍ଗ ଦ୍ୱାରା ସମର୍ଥିତ ହୋଇପାରେ ।[୨]
ଚିକିତ୍ସାରେ ଆଣ୍ଟିବାୟୋଟିକ, ସଂକ୍ରମିତ ତନ୍ତୁକୁ ଅସ୍ତ୍ରୋପଚାର କରି ଅପସାରଣ ଏବଂ ସହାୟକ ଯତ୍ନ ଆବଶ୍ୟକ ହୋଇଥାଏ ।[୨] ଅନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ ହାଇପରବାରିକ୍ ଅମ୍ଳଜାନ ଚିକିତ୍ସା ଏବଂ ନକାରାତ୍ମକ-ଚାପ କ୍ଷତ ଚିକିତ୍ସା କରାଯାଇପାରେ ।[୧] ମୃତ୍ୟୁର ଆଶଙ୍କା ୨୦ରୁ ୮୦% ହୋଇପାରେ ଯଦିଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଧାର କରି ଭିନ୍ନ ହୋଇଥାଏ ।[୧] [୨] ଯେଉଁମାନେ ବଞ୍ଚିଯାଆନ୍ତି ତାଙ୍କର ପୁନଃ ନିର୍ମାଣକାରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୧]
ଫୋର୍ନିଅର ଗାଙ୍ଗ୍ରିନ ବର୍ଷକୁ ପ୍ରାୟ ୬୨,୫୦୦ ପୁରୁଷଙ୍କ ଉପରେ ପ୍ରଭାବ ପକାଇଥାଏ ।[୩] ବୟସ୍କ ବ୍ୟକ୍ତି ଓ ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ଓ ମହିଳାଙ୍କ ଅପେକ୍ଷା ୪୦ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି ।[୩] ଏହା ୧୭୬୪ ମସିହାରେ ବାଉରିଏନ ଦ୍ୱାରା ବର୍ଣ୍ଣନା କରାଯାଇଥିଲା ଏବଂ ୧୮୮୩ ମସିହାରେ ଆଲଫ୍ରେଡ୍ ଫୋର୍ନିୟର ପାଞ୍ଚଟି ମାମଲା ଉପସ୍ଥାପନ କରିବା ପରେ ତାଙ୍କ ନାମ ଅନୁସାରେ ଏହି ରୋଗର ନାମକରଣ ହୋଇଥିଲା । [୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Lewis, GD; Majeed, M; Olang, CA; Patel, A; Gorantla, VR; Davis, N; Gluschitz, S (October 2021). "Fournier's Gangrene Diagnosis and Treatment: A Systematic Review". Cureus. 13 (10): e18948. doi:10.7759/cureus.18948. PMID 34815897.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ El-Qushayri, AE; Khalaf, KM; Dahy, A; Mahmoud, AR; Benmelouka, AY; Ghozy, S; Mahmoud, MU; Bin-Jumah, M; Alkahtani, S (March 2020). "Fournier's gangrene mortality: A 17-year systematic review and meta-analysis". International journal of infectious diseases : IJID : official publication of the International Society for Infectious Diseases. 92: 218–225. doi:10.1016/j.ijid.2019.12.030. PMID 31962181.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Hamdy, Freddie C.; Eardley, Ian (2017). Oxford Textbook of Urological Surgery (in ଇଂରାଜୀ). Oxford University Press. p. 76. ISBN 9780191022524. Archived from the original on 2021-08-28. Retrieved 2021-06-15.
- ↑ ୪.୦ ୪.୧ Mallikarjuna, MN; Vijayakumar, A; Patil, VS; Shivswamy, BS (2012). "Fournier's gangrene: Current practices". ISRN Surgery. 2012: 942437. doi:10.5402/2012/942437. PMC 3518952. PMID 23251819.
{{cite journal}}
: Unknown parameter|displayauthors=
ignored (|display-authors=
suggested) (help)CS1 maint: unflagged free DOI (link)