ଫୁଜି ପର୍ବତ ଜାପାନର ହଂଶୁ ଆଇଲାଣ୍ଡରେ ସ୍ଥିତ ଜାପାନର ସର୍ବୋଚ୍ଚ ପର୍ବତ ଅଟେ । ଏହାର ଉଚ୍ଚତା ୩,୭୭୬ ମିଟର ବା ୧୨,୩୮୯ ଫୁଟ । ଟୋକିଓ ମହାନଗରରୁ ୧୦୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ପର୍ବତସ୍ଥିତ ।  ବରଫରେ ଆଚ୍ଛାଦିତ ଫୁଜି ପର୍ବତର ଦୃଶ୍ୟ ଜାପାନୀ କଳାକୃତିର ବହୁବାର ପରିଦୃଷ୍ଟ ହୁଏ । ଏହା ଜାପାନର ଗୋଟିଏ ପ୍ରସିଦ୍ଧ ପର୍ଯ୍ୟଟକସ୍ଥଳୀ ମଧ୍ୟ ଅଟେ ।  ଟାଟେ ଓ ହାକୁ ପର୍ବତ ଭଳି ଫୁଜି ପର୍ବତ ଜାପାନର ତିନିଗୋଟି 'ପବିତ୍ର ପର୍ବତ' ମଧ୍ୟରୁ ଅନ୍ୟତମ । ଏହା ଜାପାନର ଏକ ପ୍ରମୁଖ ଐତିହାସିକ ସ୍ଥଳୀ । ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ମଧ୍ୟରୁ ଏହା ଅନ୍ଯତମ ।

ଫୁଜି ପର୍ବତକୁ ଥିବା ମାର୍ଗ

ଇତିହାସ ସମ୍ପାଦନା

 
ବ୍ରୁକଳିନ ସଙ୍ଗ୍ରହାଳୟ - ଫୁଜି ପର୍ବତର କାଠ ବ୍ଲକ ପ୍ରିଣ୍ଟ

୧୬୦୦ ଶତାବ୍ଦୀରେ ଇଡୋ(ବର୍ତ୍ତମାନର ଟୋକିଓ) ଜାପାନର ରାଜଧାନୀ ହେବା ପରେ ପରେ ଲୋକେ ଟୋକାଇଡୋ ମାର୍ଗରେ ଯାତ୍ରା କଲାବେଳେ ଫୁଜି ପର୍ବତକୁ ନିତି ଦେଖୁଥିଲେ । ଏହି କାରଣରୁ ସେହି କାଳରୁ ଜାପାନୀ ଚିତ୍ରକଳାରେ ଫୁଜି ପର୍ବତର ଦୃଶ୍ୟ ବାରମ୍ବାର ଦେଖାଯାଏ । ଜାପାନୀ ସାହିତ୍ୟରେ ମଧ୍ୟ ଫୁଜି ପର୍ବତକୁ ଆଧାର କରି ଅନେକ କବିତା ଦେଖାଯାଏ । 

କୁହାଯାଏ ଯେ ୬୬୩ ମସିହାରେ ଜଣେ ଅନାମିକ ସାଧୁ ପ୍ରଥମେ ଏହି ପର୍ବତ ଆରୋହଣ କରିଥିଲେ । ଏହି ପର୍ବତର ଶିଖକୁ ବହୁ ପୁରାତନ କାଳରୁ ପବିତ୍ର ବିବେଚିତ କରାଯାଇଛି । ମେଇଜି ଯୁଗ ଯାଏଁ ସ୍ତ୍ରୀମାନଙ୍କୁ ଏହି ପର୍ବତ ଆରୋହିବା ବାରଣ ଥିଲା । ସାମୁରାଇମାନେ ଏହି ପର୍ବତର ତଳ ଅଞ୍ଚଳକୁ ଗୁପ୍ତ ପରିଶିକ୍ଷଣ କେନ୍ଦ୍ର ଭାବେ ବ୍ଯବହାର କରୁଥିଲେ । 

ଆଜିର ଯୁଗରେ ଫୁଜି ପର୍ବତ ଏକ ଜଣାଶୁଣା ପର୍ଯ୍ୟଟକ ସ୍ଥଳୀ ଅଟେ । ଜାପାନର ଏକ ପ୍ରସିଦ୍ଧ ଲୋକୋକ୍ତି ଅନୁସାରେ ଏକ ବୁଦ୍ଧିଆ ଲୋକ ଫୁଜି ପର୍ବତ ଉପରେ ଥରେ ଚଢ଼େ- ପରନ୍ତୁ କେବଳ ଜଣେ ମୂର୍ଖ ବ୍ୟକ୍ତି ଏମିତି କରିବାକୁ ଦ୍ୱିତୀୟ ଥର ପ୍ରୟାସ କରିଥାଏ । 

ଭୌଗୋଳିକ ଅବସ୍ଥିତି ସମ୍ପାଦନା

ଫୁଜି ପର୍ବତର ଉଚ୍ଚତା ୩,୭୭୬ ଫୁଟ ଓ ଏହା ହୋଂଶୁର ମଧ୍ୟାଞ୍ଚଳର ପାସିଫିକ କୂଳ ପାଖରେ ଅବସ୍ଥିତ । ଏହାର ଚାରିଆଡ଼େ ତିନିଗୋଟି ଛୋଟ ସହର ଓ ପାଞ୍ଚଗୋଟି ନଦୀ ରହିଛି ।

(video) ଉଡ଼ାଜାହାଜ ଓ ବୁଲେଟ ଟ୍ରେନରୁ ଫୁଜି ପର୍ବତର ଦୃଶ୍ୟ

References ସମ୍ପାଦନା