ଫିରୋଜ ଶାହ କୋଟଲା ପଡିଆ

ଫିରୋଜ ଶାହ କୋଟଲା ଏକ କ୍ରିକେଟ ପଡ଼ିଆ ଯାହା ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଅବସ୍ଥିତ । ଏହା 1883 ମସିହାରେ ନିର୍ମିତ ଓ ଏହା କଲିକତାର ଇଡେନ ଗାର୍ଡେନ ପରେ ଭାରତର ଦ୍ୱିତୀୟ ସର୍ବ ପୁରାତନ କ୍ରିକେଟ ଅନ୍ତର୍ଜାତିକ ପ୍ରାନ୍ତର । 2016 ସୁଦ୍ଧା ବିଗତ 28 ବର୍ଷ ଧରି ଭାରତୀୟ ଜାତୀୟ ଦଳ ଏହି ପଡ଼ିଆରେ ଟେଷ୍ଟ ମ୍ୟାଚରେ ପରାସ୍ତ ହେଇନାହିଁ ଓ ଗତ 10 ବର୍ଷରୁ କୌନଶୀ ଏକଦିବାସୀୟରେ ମଧ୍ୟ ହାରି ନାହିଁ । ଏହି ପଡ଼ିଆ ଦର୍ଶକଙ୍କ ପାଇଁ ଖୁବ ରୋଚକ ମୁହୂର୍ତ ସବୁ ଦେଇଛି । ଏଠାରେ ପାକିସ୍ଥାନ ସହ ଟେଷ୍ଟ ମେଚରେ ସ୍ପିନର ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ 10ଟି ଜକ ୱିକେଟ ନେବାର ବିଶ୍ୱ ରେକର୍ଡ ସହ, ସଚିନ ତେନ୍ଦୁଲକରଙ୍କ 35 ତମ ଶତକ ହାସଲ ତଥା  ସୁନୀଲ ଗାଭାସ୍କରଙ୍କ 29 ତମ ଶତକଦ୍ୱାରା ସେ ଡନ ବ୍ରାଡମାନଙ୍କ ରେକର୍ଡର  ସମକକ୍ଷ ହେବା ସ୍ମରଣୀୟ ଘଟଣା ବଳି ହେଇ ରହିଛି । 

ଇତିହାସ 

ସମ୍ପାଦନା

ଏଠାରେ ପ୍ରଥମ ଅନୁଷ୍ଠାନିକ ଟେଷ୍ଟ 10 ନଭେମ୍ବର , 1948ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେଇଥିଲା । 1952ରେ ପାକିସ୍ତାନ ସହ ମ୍ୟାଚରେ ହେମୁ ଅଧିକାରୀ ଓ ଗୁଲାମ ଆଜାଦରେ ସମୟର ରେକର୍ଡ 10 ମ ୱିକେଟ ଭାଗୀଦାରୀରେ 109 ରଣ କରିଥିଲେ । 1965ରେ ନବାଗତ ସ୍ପିନର ଏସ . ଭେଙ୍କଟରାଘବନ ଏଠରେ ପଦାର୍ପଣ ମେଚରେ ନିଉଜିଲାଣ୍ଡ ବିରୁଦ୍ଧରେ 8/72 04/80 ନେଇ ସେମାନଙ୍କୁ ଦ୍ୱଷ୍ଟ କରିଥିଲେ । 1969-70 ସିରିଜରେ ବିଷାନ ସିଂହ ବେଦୀ ଓ ଏରାପଲ୍ଲୀ ପ୍ରସନ୍ନା ତାଙ୍କର ସ୍ପିନ ଆକ୍ରମଣଦ୍ୱାରା ଅଷ୍ଟ୍ରେଲିଆକୁ ପରାଜିତ କରିଥିଲେ । ସେହି ମେଚରେ ସେ ଦୁହେଁ ମିଶି 18ଟି ୱିକେଟ ନେଇଥିଲେ । ଏଠରେ ଜେଫ ବୟକଟ ଗଋ ସୋବର୍ସଙ୍କ ସର୍ବାଧିକ ଟେଷ୍ଟ ରଣର ବିଶ୍ୱ ରେକର୍ଡ ଭାଙ୍ଗି ଥିଲେ । ଅନିଲ କୁମ୍ବଲେ ପାକିସ୍ତାନ ସହ ମେଚରେ ଏକ ଇନିଂସରେ 10ଟି ୱିକେଟ ନେଇ 2005/6ରୁ ଥିବା ଜିମ ଲକରଙ୍କ ରେକର୍ଡର ସମକକ୍ଷ ହେଇଥିଲେ । ସଚିନ ତେନ୍ଦୁଲକର ତାଙ୍କ ଜୀବନର 35 ତମ ଶତକ ଏହିଠାରେ ହାସଲ କରିଥିଲେ । 

27 ଡିସେମ୍ବର , 2009ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏକଦିବସୀୟ ମ୍ୟାଚକୁ ରେଫରି ପଡ଼ିଆ ଖେଳ ପାଇଁ ଅନୁପଯୁକ୍ତ କହି ବାତିଲ କରିଦେଇଥିଲେ ଓ ଏହି ପଡ଼ିଆ12 ମାସ ପାଇଁ ବାସନ୍ଦ ହେଇଥିଲା । ତେବେ 2011 ବିଶ୍ୱ କପରେ ଏଠାରେ ପୁଣି ମ୍ୟାଚ ହେଇଥିଲା । ଏହି ପଡ଼ିଆ ଆଇପିଏଲରେ ଦିଲ୍ଲୀ ଡେୟର ଦେଭିଲ ଦଳର ଘରେଇ ପଡ଼ିଆ ଭାବେ ରହିଛି । 

ପରିସଙ୍ଖ୍ୟାନ 

ସମ୍ପାଦନା
 
ଫିରୋଜ ଶାହରେ ୱେଷ୍ଟ ଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମେଚ ସମୟ ରେ 
 
ଫିରୋଜ ଶାହ କୋଟଲା କ୍ରିକେଟ ପଡ଼ିଆ 

ଭାରତୀୟ ଦଳ ଏଠାରେ ସର୍ବମୋଟ 10ଟି ଟେଷ୍ଟରେ ବିଜଯ ହାସଲ କରିଛି । ଏହି ପଡ଼ିଆର ରେକର୍ଡ ସମୂହ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା , 

  • ସବୁଠୁ ସଫଳ ଦଳ - ଭାରତ 10ଟି ଟେଷ୍ଟ ବିଜୟ
  • ସବୁଠୁ ସଫଳ ବିଦେଶୀ ଦଳ - ଇଂଲଣ୍ଡ  3ଟି ମେଚ ବିଜୟ 
  • ସର୍ବାଧିକ ସ୍କୋର - ୱେଷ୍ଟ ଇଣ୍ଡିଜ 644/8 , 6 ଫେବୃଆରୀ ,  1959[]
  • ସର୍ବନିମ୍ମ୍ସ୍କୋର -ଭାରତ , 75 ଅଲ ଆଉଟ , 25 ନଭେମ୍ବର 1987[]
  • ପ୍ରଥମ ବ୍ୟାଟିଂ  କରି ବିଜୟ-5 
  • ପ୍ରଥମ ବୋଲିଂ  କରି ବିଜୟ-5 
  • ହାରାହାରି ସ୍କୋର -288
  • ସର୍ବାଧିକ ରନ - ଦିଲୀପ ଭେଙ୍ଗସରକାର -671 
  • ସର୍ବାଧିକ ସ୍କୋର (ବ୍ୟକ୍ତିଗତ )- ବାର୍ଟ ସଟକ୍ଲିଫ-230 ନଟ ଆଉଟ 
  • ସଫଳତମ ବୋଲର - ଅନିଲ କୁମ୍ବଲେ ( 58 ୱିକେଟ )

ଏକଦିବସୀୟ  ରେ ୱେଷ୍ଟ ଇଣ୍ଡିଜ ଏଠାରେ ସର୍ବାଧିକ 330/8 କରିଥିଲା , 2011 ବିଶ୍ୱ କପରେ ଯାହା ଏଠରେ ରେକର୍ଡ ।[] 

କ୍ରିକେଟ ବିଶ୍ୱ କପ 

ସମ୍ପାଦନା

ଭାରତରେ ଆୟୋଜିତ ହେଇଥିବା ବିଶ୍ୱ କପ ଏକଦିବାସୀୟ ଟୁର୍ଣ୍ଣାମେଣ୍ଟ 1987, 1996 ଓ 2011ରେ କେତେକ ଗୁରୁତ୍ୱପୂର୍ଣ ମେଚ ଏହି ପଡ଼ିଆରେ ଖେଳା ଯାଇଥିଲା । 

T20 ଅନ୍ତର୍ଜାତିକ ମେଚ ସମୂହ  

ସମ୍ପାଦନା

ଏହି ପଡ଼ିଆରେ 2016 ବିଶ୍ୱ ଟି20ର ଗୃପ Aର ମେଚ ହେବ ଅସହ ଏଠାରେ ସେମିଫାଇନାଲର ଏକ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା । ଏହି ପଡ଼ିଆରେ ବିଶ୍ୱ କପର ପ୍ରଥମ ମେଚ ଇଂଲଣ୍ଡ ଓ ଅଫଗାନିସ୍ତାନ ମଧ୍ୟରେ ହେଇଥିଲା । 

ଫିରୋଜ  ଶାହ କୋଟଲାରେ ଖେଳା ଯାଇଥିବା T20I ମେଚ ସବୁ :

No. Winner Loser Result Date Scorecard
1   England (142/7)   Afghanistan (127/9)   England by 15 runs 23 March 2016 Scorecard
2   England (171/4)   Sri Lanka (161/8)   England by 10 runs 26 March 2016 Scorecard
3   South Africa (122/2)   Sri Lanka (120)   South Africa by 8 wickets 28 March 2016 Scorecard
4   England (159/3)   New Zealand (153/8)   England by 7 wickets 30 March 2016 Scorecard
Last updated: 21 October 2016. []

ବାହାର ଲିଙ୍କ  ସବୁ 

ସମ୍ପାଦନା